ପ୍ରେମିକା ଘରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା

ଭୁବନେଶ୍ୱର, ୬।୧୨(ବ୍ୟୁରୋ):ପ୍ରେମିକା ଘରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ମିଳିଛି। ରାଜଧାନୀ ଭୁବନେଶ୍ୱରର ସାଲିଆ ସାହିରେ ରବିବାର ଏଭଳି ଘଟଣା ସାମ୍ନାକୁ ଆସିଛି। ମୃତକ ଦ୍ୱୟ ହେଲେ ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ଅନ୍ତର୍ଗତ ନାରାୟଣପୁର ଗ୍ରାମର ଚିତ୍ରସେନ ଗୌଡ଼ (୨୦) ଏବଂ ଭୁବନେଶ୍ୱର ଶ୍ରୀରାମନଗର ସାଲିଆ ସାହିରେ ରହୁଥିବା ଦିଗପହଣ୍ଡି ଅଞ୍ଚଳର ପି. ବର୍ଷା ରେଡ୍ଡୀ (୧୬)। ଖବର ପାଇ ନୟାପଲ୍ଲୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘରର କାନ୍ଥ ଭାଙ୍ଗି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ସୋମବାର ମୃତଦେହ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ଏ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ. ୧୦୯/୨୨) ରୁଜୁ କରି ପରିବାର ଲୋକଙ୍କୁ ପଚରାଉଚରା କରିବା ସହ ତଦନ୍ତ ଚଳାଇଛି। ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ଘଟଣା ବୋଲି ପୋଲିସ କହିଛି। ଉଭୟଙ୍କ ପ୍ରେମକୁ ପାରିବାରିକ ସ୍ବୀକୃତି ନ ମିଳିବାରୁ ଦୁହେଁ ଏଭଳି ଚରମ ପଦକ୍ଷେପ ନେଇଥିବା ଶୁଣିବାକୁ ମିଳୁଛି।
ଚିତ୍ରସେନ୍‌ ବିଜୟୱାଡ଼ାରେ କାମ କରନ୍ତି। ସେ ରବିବାର ସନ୍ଧ୍ୟାରେ ଭୁବନେଶ୍ୱରର ସାଲିଆସାହିରେ ରହୁଥିବା ତାଙ୍କ ପ୍ରେମିକା ବର୍ଷାଙ୍କୁ ଭେଟିବାକୁ ଆସିଥିଲେ। ଏହି ସମୟରେ ବର୍ଷାଙ୍କ ବାପା ମାଧବ ଓ ତାଙ୍କ ମାଆ କାମକୁ ଯାଇଥିଲେ। ବର୍ଷା ଏକାକୀ ଘରେ ଥିଲେ। ତାଙ୍କୁ ଚିତ୍ରସେନ ଭେଟି କଥାବାର୍ତ୍ତା ହୋଇଥିଲେ। ତେବେ ଏହି ସମୟରେ କୌଣସି କାରଣକୁ ନେଇ ବର୍ଷା ଏକ ରଶି ଏବଂ ଚିତ୍ରସେନ ତାଙ୍କ ପ୍ରେମିକାଙ୍କ ଓଢଣି ଦ୍ୱାରା ଲୁହାପାଇପରେ ଝୁଲି ପଡ଼ିଥିଲେ। କାମରୁ ଫେରି ବର୍ଷାଙ୍କ ମା, ବାପା ଘରକୁ ଆସି କବାଟ ବାଡ଼େଇଥିଲେ। ହେଲେ ଭିତର ପଟୁ କବାଟ ବନ୍ଦ ଥିଲା। ସେମାନେ ଝିଅକୁ ଯେତେ ଡାକିଥିଲେ ବି କୌଣସି ଉତ୍ତର ମିଳି ନ ଥିଲା। ତେଣୁ ସେମାନେ ଝରକା ପଟେ ଦେଖିଥିଲେ। ଘର ଭିତରେ ବର୍ଷା ଓ ଜଣେ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ଏନେଇ ସେମାନେ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି କବାଟ ଖୋଲିପାରି ନ ଥିଲା। ତେଣୁ କବାଟ ଭାଙ୍ଗିବାକୁ ଚେଷ୍ଟା କରିଥିଲା। ସ୍ଥାନୀୟ କର୍ପୋରେଟର ଓ ଭଦ୍ରଲୋକଙ୍କ ଉପସ୍ଥିତିରେ ଘରର କାନ୍ଥକୁ ଭଙ୍ଗାଯାଇଥିଲା। ଏହାପରେ ପୋଲିସ ଘରେ ପଶି ମୃତଦେହ ଜବତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri