ଯନ୍ତ୍ରୀଙ୍କ ପିସି କାରବାର ଅଭିଯୋଗ, ବିଦ୍ୟାଳୟ ରୂପାନ୍ତରୀକରଣ କରି ପାଇଁ ଥାନାର ଦ୍ୱାରସ୍ଥ ହେଲେ ଯୁବକ

ଥୁଆମୂଳ ରାମପୁର,୨୪ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ କନିଷ୍ଠ ଯନ୍ତ୍ରୀ ଓ ଅସାଧୁ ବ୍ୟକ୍ତିଙ୍କ ମଧୁଚନ୍ଦ୍ରିକା ଏବେ ଚରମ ସୀମାରେ ପହଞ୍ଚିଛି। ଆଦିବାସୀ ବହୁଳ ଏହି ଅଞ୍ଚଳରେ ସରକାରୀ ଯୋଜନାର କୋଟି କୋଟି ଟଙ୍କା ହରିଲୁଟ୍‌ ହେଉଥିବା ବେଳେ ପ୍ରକୃତ କାମ କରିଥିବା ଗରିବ ଲୋକେ ନିଜର ପ୍ରାପ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି। ଏଭଳି ଏକ ସାଂଘାତିକ ଅଭିଯୋଗ ନେଇ ରବିବାର ବାଗଡ଼ିଆଣି ପଞ୍ଚାୟତର କୁମାରଖାନୀ ଗ୍ରାମର ଜଣେ ଯୁବକ ରିତିମନ୍ତ ଛତ୍ରିଆ (୩୪) ନ୍ୟାୟ ଆଶାରେ ଥୁଆମୂଳ ରାମପୁର ଥାନାର ଦ୍ୱାରସ୍ଥ ହୋଇ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ଗତ ୨୦୨୨-୨୩ ଆର୍ଥିକ ବର୍ଷରେ କୁମାରଖାନୀ ଗ୍ରାମର ଏକ ବିଦ୍ୟାଳୟରେ ହୋଇଥିବା ୫-ଟି (5T) ରୂପାନ୍ତରୀକରଣ ଅନୁଷ୍ଠାନ କାର୍ଯ୍ୟର ଦାୟିତ୍ୱ ନେଇ ରିତିମନ୍ତ ସମସ୍ତ କାର୍ଯ୍ୟ ସୂଚାରୁରୂପେ ସମ୍ପାଦନ କରିଥିଲେ। ଉକ୍ତ ପ୍ରକଳ୍ପର ସମୁଦାୟ ବିଲ ଟଙ୍କା ୯,୦୦୦୦୦/- (୯ ଲକ୍ଷ)ରୁ ଉର୍ଦ୍ଧ୍ୱ ହୋଇଥିବା ବେଳେ, ସେଥିମଧ୍ୟରୁ ସେ ୪,୯୨,୦୦୦/- (ଚାରି ଲକ୍ଷ ବୟାନବେ ହଜାର) ଟଙ୍କା ପାଇବାର ନ୍ୟାୟ ବ୍ୟବସ୍ଥା ଥିଲା। କିନ୍ତୁ ଅତ୍ୟନ୍ତ ଦୁଃଖର ବିଷୟ ଯେ, ମୋଟେ ସେଥିମଧ୍ୟରୁ ଆଗରୁ ମାତ୍ର ୩,୪୨,୦୦୦/- (ତିନି ଲକ୍ଷ ବୟାଳିଶି ହଜାର) ଟଙ୍କା ପ୍ରଦାନ କରାଯାଇଛି ଏବଂ ଅବଶିଷ୍ଟ ବାକି ପ୍ରାପ୍ୟ ଅର୍ଥ ତାଙ୍କୁ ଦିଆଯାଇ ନାହିଁ। ଏହି ବାକି ପ୍ରାପ୍ୟ ଅର୍ଥ ପାଇଁ ବିଗତ ପ୍ରାୟ ୩ ବର୍ଷ ହେବ ସେ ମାନସିକ ଓ ଆର୍ଥିକ ସ୍ତରରେ ନାହିଁ ନ ଥିବା ହଇରାଣ ହରକତ ହେଉଥିବା ଦର୍ଶାଇଛନ୍ତି।

ଏହି ସମଗ୍ର କାର୍ଯ୍ୟର ଆର୍ଥିକ କାରବାର ଓ ଅର୍ଥ ପ୍ରଦାନ ଦାୟିତ୍ୱରେ କନିଷ୍ଠ ଯନ୍ତ୍ରୀ ପ୍ରତାପ କୁମାର ସାହୁ ରହିଥିଲେ। ସେ ସମ୍ପୂର୍ଣ୍ଣ ଅର୍ଥ ଉଠାଣ କରି ନିଜ ପାଖରେ ରଖିବା ସହ ତାଙ୍କୁ ନ୍ୟାଯ୍ୟ ପ୍ରାପ୍ୟ ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରିଆସୁଛନ୍ତି। ରିତିମନ୍ତ ଯେତେବେଳେ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ ପ୍ରତାପ କୁମାର ସାହୁଙ୍କୁ ନିଜର ବାକି ପ୍ରାପ୍ୟ ଟଙ୍କା ମାଗିବାକୁ ଯାଇଥିଲେ, ସେ ତାଙ୍କକୁ ଉକ୍ତ ଟଙ୍କା ଦେବାକୁ ସଫାସଫା ମନା କରିଦେଇଥିବା ଥାନାରେ ଅଭିଯୋଗ ହୋଇଛି। ରିତିମନ୍ତ ଏହି ଘଟଣାର ସରଜମିନ ତଦନ୍ତ କରି ଦୋଷୀ ଅଧିକାରୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତାଙ୍କର ନ୍ୟାୟପୂର୍ଣ୍ଣ ବାକି ଅର୍ଥ ଫେରସ୍ତ ଦେବାକୁ ଗୁହାରି କରିଛନ୍ତି।

ବ୍ଲକରେ ଏହା କୌଣସି ନୂଆ କଥା ନୁହେଁ। ଏହି ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ପ୍ରତାପ କୁମାର ସାହୁ, ମଳୟ ଶତପଥୀଙ୍କ କାର୍ଯ୍ୟକଳାପକୁ ନେଇ ପୂର୍ବରୁ ଭିଜିଲାନ୍ସ ଡିଏସ୍‌ପି ସିଡିଓ କମ୍‌ ସ୍ପେଶିଆଲ ସେକ୍ରେଟାରୀ ଏବଂ ଆଇଏଏସ୍‌ ଏସ୍‌ଆଇଜିଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରାଯାଇ ସରିଛି। ଏହି ଯନ୍ତ୍ରୀମାନଙ୍କ ନାମରେ କାମ ନ କରି ଫଲ୍ସ ବିଲ୍‌ ପ୍ରସ୍ତୁତ କରିବା, ପରୋକ୍ଷରେ ନିଜେ ଠିକାଦାର ସାଜି କାମ କରିବା ଏବଂ ନିଜେ ଦୋକାନୀ ସାଜି ସରକାରୀ ପ୍ରକଳ୍ପକୁ ସାମଗ୍ରୀ ଯୋଗାଇବା ଭଳି ଅନେକ ସାଂଘାତିକ ଦୁର୍ନୀତିର ଅଭିଯୋଗ ରହିଛି। ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଗତ କିଛି ଦିନ ତଳେ ଜିଲା ପ୍ରଶାସନର ଏକ ସ୍ବତନ୍ତ୍ର ଟିମ୍‌ ମଧ୍ୟ ଏହି ଯନ୍ତ୍ରୀମାନଙ୍କ ବିଷୟକୁ ନେଇ ବ୍ଲକକୁ ଆସି ବିଡିଓଙ୍କ ସହ ଦୀର୍ଘ ଆଲୋଚନା କରି ଯାଇଛନ୍ତି। ଦୁର୍ନୀତିର ପର୍ଦ୍ଦାଫାଶ ହେଲେ ବ୍ଲକରୁ ନେଇ ଜିଲାସ୍ତରର ବଡ଼ ବଡ଼ ଅଧିକାରୀମାନେ ଫସିଯିବା ଭୟରେ ଏଯାଏ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ କି ବୋଲି ଜନସାଧାରଣ ଚର୍ଚ୍ଚା କରୁଛନ୍ତି।

ଜଣେ ନିରୀହ ଯୁବକ ନିଜ ନ୍ୟାଯ୍ୟ ପ୍ରାପ୍ୟ ପାଇଁ ଶେଷରେ ଥାନାର ଦ୍ୱାରସ୍ଥ ହେବା ପରେ ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?