ବଲିଉଡ ଅଭିନେତ୍ରୀ ସୋନମ କପୁର ଆଜିକାଲି ଚଳଚ୍ଚିତ୍ରଠାରୁ ଦୂରରେ ମାତୃତ୍ୱ ଉପଭୋଗ କରୁଛନ୍ତି। ଅଭିନେତ୍ରୀ ଏକ ପୁତ୍ର ସନ୍ତାନର ମା’ହୋଇଛନ୍ତି। ଯାହାଙ୍କ ନାମ ସେ ‘ବାୟୁ’ରଖିଛନ୍ତି। ତାଙ୍କ ପ୍ରଶଂସକମାନେ ପୁଅର ପ୍ରଥମ ଝଳକ ଦେଖିବାକୁ ଅପେକ୍ଷା କରିଥିଲେ। ବର୍ତ୍ତମାନ ସୋନମ ତାଙ୍କ ପୁଅର ପ୍ରଥମ ଝଲକ ଦେଖାଇଛନ୍ତି। ଅଭିନେତ୍ରୀ ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ତେବେ ଶେୟାର ହୋଇଥିବା ଭିଡିଓରେ ସେ ତାଙ୍କ ସ୍ବାମୀ ଆନନ୍ଦ ଆହୁଜା ଏବଂ ପୁଅ ବାୟୁଙ୍କ ସହ ଛୁଟି ଉପଭୋଗ କରୁଥିବା ନଜର ଆସିଛନ୍ତି। ଆନନ୍ଦ କାର୍ ଚଳାଉଥିବା ବେଳେ ସୋନମ ତାଙ୍କ ପୁଅଙ୍କୁ ଧରି ବସିଛନ୍ତି। ହେଲେ ବାୟୁଙ୍କ ମୁହଁ ସ୍ପଷ୍ଟ ଦେଖାଯାଉନାହିଁ।


