ମାଓବାଦୀ ଦମନ ଲାଗି ଏରିଏଲ ସର୍ଭେ

ଫୁଲବାଣୀ ଅଫିସ, ୨୮ା୧୦: କନ୍ଧମାଳ ଜିଲାରେ କିଛି ଦିନ ହେଲା ମାଓବାଦୀମାନେ ହିଂସ୍ର ହୋଇ ଉଠିଛନ୍ତି। ସେମାନଙ୍କୁ ଦମନ କରିବା ଲାଗି ପୋଲିସ ତପତ୍ର ହୋଇଉଠିଛି ା ଏଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେଉଛି। ମାଓବାଦୀ ପ୍ରଭାବିତ ଅଞ୍ଚଳରେ ହେଲିକେପ୍ଟରରେ ଏରିଏଲ ସର୍ଭେ ହେବ। ରାଜ୍ୟ ପୋଲିସ ସହ ସିଆରପିଏଫ ଏବଂ ବିଏସ୍‌ଏଫ୍‌ ମାଓବାଦୀ ଦମନରେ ସାମିଲ ହେବା ନେଇ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।
ଶୁକ୍ରବାର ରାଜ୍ୟ ପୋଲିସ ଗୋଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ କୁମାର ପଣ୍ଡା, ଆଇଜି (ଅପରେଶନ) ଅମିତାଭ ଠାକୁର, ଡିଆଇଜି ଏସ୍‌ଆଇଡବ୍ଲ୍ୟୁ ଅନିରୁଦ୍ଧ କୁମାର ସିଂ, ବିଏସ୍‌ଏଫ ଆଇଜି ଧନେଶ୍ୱର କୁମାର ଶର୍ମା, ଡିଆଇଜି ଧୀରେନ୍ଦ୍ର କୁମାର ପ୍ରମୁଖ ଏକ ହେଲିକପ୍ଟରରେ ଆସି ଫୁଲବାଣୀ ପୋଲିସ ରିଜର୍ଭ ପଡିଆରେ ଓହ୍ଲାଇଥିଲେ। ସେଠାରୁ ଗାଡିରେ ଜିଲା ପୋଲିସ ମୁଖ୍ୟାଳୟ ଆସି ମାଓବାଦୀ ଦମନ ସଂକ୍ରାନ୍ତରେ ଏସ୍‌ପି ଭିନୀତ ଅଗ୍ରୱାଲ, ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ, ବାଲିଗୁଡା ଏସ୍‌ଡିପିଓ ଜି.ରାଘବେନ୍ଦ୍ର, ସିଆର୍‌ପିଏଫ କମାଣ୍ଡାଣ୍ଟ ଆନନ୍ଦଝାଙ୍କ ସହ ଆଲୋଚନା କରିଥିଲେ। ଜିଲାର ମାଓବାଦୀ ପ୍ରଭାବିତ ଅଞ୍ଚଳ ଗୋଚ୍ଛାପଡ଼ା, ପାହିରାଜୁ, କଲମପଦର, ରାକା, ମିଙ୍ଗୁନପଦର, ସାଡ଼ିଙ୍ଗିଆ, ଲୁବେନଗଡ଼ ଏବଂ ଆଉ କେତେକ ଅଞ୍ଚଳରେ ଏରିଅଲ ସର୍ଭେ ହେବ। ମାଓବାଦୀ ଦମନ ପାଇଁ ଆଗକୁ କଡ଼ା ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଇଜି ଠାକୁର କହିଛନ୍ତି। ଏଥିସହ ସେମାନେ ହିଂସା ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି। ବିଏସ୍‌ଏଫ ଆଇଜି ଧନେଶ୍ୱର କୁମାର ଶର୍ମା କହିଛନ୍ତି, ରାଜ୍ୟ ସରକାର ମାଓବାଦୀ ଦମନ ପାଇଁ ସେମାନଙ୍କ ସହଯୋଗ ଲୋଡ଼ିଲେ ସେହି ଅନୁସାରେ ଆଗାମୀ ରଣନୀତି ପ୍ରସ୍ତୁତ କରାଯିବ। ସରକାରଙ୍କ ଯୋଜନା ଅନୁସାରେ ସବୁ କାମ ହେବ। ତାହା ଉପରେ ଅଧିକ କିଛି କହି ହେବନାହିଁ ବୋଲି କହିଥିଲେ। ସୂଚନାଯୋଗ୍ୟ, ଗତ ୧୧ ତାରିଖରେ କୋମ୍ବିଂ ଅପରେଶନ ବେଳେ ପୋଲିସ ଗୁଳିରେ ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ସର୍ଚ୍ଚ ଅପରେସନ ବେଳେ ଜଙ୍ଗଲରୁ ବହୁ ପରିମାଣର ମାଓବାଦୀ ସାମଗ୍ରୀ ଜବତ ହୋଇଥିଲା। ଏହାର ପ୍ରତିଶୋଧ ନେବା ପାଇଁ ଲାଲ ବାହିନୀ ଗତ ସୋମବାର ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ହତ୍ୟା କରିବା ପରେ ଏକ ଠିକା ସଂସ୍ଥାର ଜେସିବି, ଟ୍ରାକ୍ଟର ଆଦି ପୋଡି ଦେଇଥିଲେ


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବ କଲେ ଏମ୍‌ପି, ଚାଲିଗଲେ ବିଧାୟକ

ଜଗତ୍‌ସିଂହପୁର, ୨୪ା୧୨ (ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଜିଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳାର ଉଦ୍‌ଘାଟନୀ ଉତ୍ସବରେ ସୋମବାର ବିଶୃଙ୍ଖଳା ଦେଖାଦେଇଛି। କାର୍ଯ୍ୟସୂଚୀ ଅନୁଯାୟୀ ପୂର୍ବାହ୍ନ...

ଗଛକାଟି ବସ୍‌ଷ୍ଟାଣ୍ଡ ନିର୍ମାଣ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେଡି

ବାରିପଦା,୨୩।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ):ବାରିପଦା ସହରର ପାଲବଣିଠାରେ ବ୍ୟାପକ ଗଛକାଟି ଆନ୍ତଃରାଜ୍ୟ ବସ୍‌ଷ୍ଟାଣ୍ଡ ନିର୍ମାଣ ଘଟଣାରେ ମୟୂରଭଞ୍ଜ ଜିଲା ବିଜୁଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

କୃଷି ବିଭାଗର ଚଢାଉ: ୧୭୭ ବସ୍ତା ନକଲି ସାର ଜବତ

ନୂଆପଡ଼ା,୨୩ା୧୨ (ମକାରୁ ବେମାଲ):ନୂଆପଡ଼ା ସଦର ବ୍ଲକ ଗୋଡଫୁଲା ଗାଁ ନିକଟ ରାସ୍ତା କଡରେ ବେଆଇନ ଭାବରେ ନକଲି ରାସାୟନିକ ସାର ଓ ଔଷଧ ବିକ୍ରୟ କରାଯାଉଥିବା...

Gold Price Today : ୨୪ ଶହ ଟଙ୍କା ବଢ଼ିଲା ସୁନା ଦର, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦାମ୍

ନୂଆଦିଲ୍ଲୀ,୨୩।୧୨: ଚଳିତ ବର୍ଷ ସୁନା ମୂଲ୍ୟରେ ତୀବ୍ର ବୃଦ୍ଧି ଘଟିଛି। ଡିସେମ୍ବର ୨୨ ତାରିଖରେ ବିଶ୍ୱ ସୁନା ମୂଲ୍ୟ ପ୍ରଥମ ଥର ପାଇଁ ପ୍ରତି ଆଉନ୍ସ...

ରକ୍ତରଞ୍ଜିତ ହେଲା ଶୁଲିଆ ପୀଠ, ପଡିଲା ପଶୁବଳି

ବଲାଙ୍ଗିର,୨୩/୧୨ (ସୁନିଲ କୁମାର ମହାନ୍ତି): ଆଜି ପ୍ରସିଦ୍ଧ ପ୍ରସିଦ୍ଧ ଶୁଲିଆ ଯାତ୍ରା । ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଖଇରଗୁରାସ୍ଥିତ ବଡ଼ଖଳା ଓ ସାନଖଳାରେ ପାରମ୍ପରିକ...

ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଲା ପରିବା ବୋଝେଇ ପିକଅପ ଭ୍ୟାନ୍‌, ଘନ କୁହୁଡି ଯୋଗୁ…

ଆସିକା,୨୩।୧୨(ସୁରେନ୍ଦ୍ର ନାଥ ସାହୁ): ଆସିକା ଥାନା ପାକଲା ପଲି ଛକ ନିକଟରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଲା ପରିବା ବୋଝେଇ ପିକଅପ ଭ୍ୟାନ୍‌। ଫଳରେ...

ଚଳନ୍ତା ଟ୍ରକକୁ ପଛପଟୁ ଧକ୍କା ଦେଲା ଆଉ ଏକ ଟ୍ରକ, ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର

ପଟ୍ଟାଙ୍ଗି, ୨୩।୧୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମାସ୍ଥିତ ପଡାଲଗୁଡା ଛକ ଉପରେ ଚଳନ୍ତା ଟ୍ରକକୁ ଅନ୍ୟ ଏକ ଟ୍ରକ ପଛ...

ଟ୍ରାକ୍ଟରକୁ ଧକ୍କାଦେଲା ପିକ୍‌ନିକ୍‌ ବସ୍, ୨୦ ଆହତ

ସୋନପୁର: କୁହୁଡି ପାଇଁ ଦୁର୍ଘଟଣା । ସକାଳୁ ସକାଳୁ ବିନିକାରୁ ସଡ଼କ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଏନ୍‌ଏଚ୍ ୧୨୬ (A)ରେ ପିକ୍‌ନିକ୍‌ ବସ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri