ବଦଳିଲା ନିଷ୍ପତ୍ତି, ୨୫ରୁ ଧାନକିଣା

ବରଗଡ଼ ଅଫିସ୍‌,୨୭।୧୦: ବରଗଡ଼ ଜିଲାରେ ଆସନ୍ତା ଡିସେମ୍ବର ୧ତାରିଖରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ ବୋଲି ପୂର୍ବରୁ ପ୍ରଶାସନ ନିଷ୍ପତ୍ତି ନେଇଥିଲା । ଗତ ୨୧ ତାରିଖ ଜିଲାପାଳଙ୍କ ଅଫିସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯିବା ପରେ ଜିଲାର ଚାଷୀ ସଂଗଠନଗୁଡ଼ିକ ଅସନ୍ତୋଷ ପ୍ରକାଶ କରିଥିଲେ। ନଭେମ୍ବର ମାସରୁ ଧାନ ସଂଗ୍ରହ କରିବାକୁ ଦାବି କରିଥିଲେ । ଏହାପରେ ଜିଲା ପ୍ରଶାସନ ପୂର୍ବ ନିଷ୍ପତ୍ତିକୁ ବଦଳାଇଛି। ନଭେମ୍ବର ୨୫ତାରିଖରୁ ଜିଲାରେ ଧାନ ସଂଗ୍ରହ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ତେବେ ନଭେମ୍ବର ୨୫ତାରିଖ କେବଳ ଜିଲାର ଅତାବିରା ବ୍ଲକରେ ମଣ୍ଡିଗୁଡ଼ିକ ଖୋଲିବ। ସେହିପରି ୨୬ତାରିଖ ଭେଡ଼େନ, ୨୯ତାରିଖ ବରଗଡ଼, ଡିସେମ୍ବର ୨ରେ ବରପାଲି, ଭଟଲି, ସୋହେଲା, ୩ ତାରିଖରେ ପଦ୍ମପୁର, ପାଇକମାଲ, ୪ତାରିଖରେ ବିଜେପୁର, ଝାରବନ୍ଧ, ୬ତାରିଖ ଅମ୍ବାଭୋନା ଏବଂ ୭ତାରିଖରୁ ଗାଇସିଲେଟ୍‌ ବ୍ଲକରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଅନ୍ୟପକ୍ଷେ ନଭେମ୍ବର ୧୫ତାରିଖ ସୁଦ୍ଧା ଜିଲାର ମଣ୍ଡିଗୁଡ଼ିକ ଖୋଲିବାକୁ ଚାଷୀ ସଂଗଠନଗୁଡ଼ିକ ଦାବି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ଗୋରୁ ବୋଝେଇ କ୍ୟାଣ୍ଟର: ୫୦ରୁ ଉର୍ଦ୍ଧ୍ୱ ଗୋରୁ ମୃତ

କୋଟପାଡ଼,୨୦।୧୨(କେ. ରାଜଶେଖର ରାଓ): କୋରାପୁଟ ଜ଼ିଲା କୋଟପାଡ଼ରେ ଘୁମର ପଞ୍ଚାୟତ ପୂର୍ତ୍ତ ବିବାଗ ଜୟପୁରକୁ ସଂଯୋଗ କରୁଥିବା ରାସ୍ତା ଉପରେ ଏକ ଗୋରୁ ବୋଝେଇ କ୍ୟାଣ୍ଟର...

ଥରୁଛି ଜି. ଉଦୟଗିରି: ରାଜ୍ୟର ସବୁଠାରୁ କମ୍‌ ତାପମାତ୍ରା, ଜାଣନ୍ତୁ କେତେ…

ଜି.ଉଦୟଗିରି ୨୦/୧୨(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠି ): ରାଜ୍ୟର ଥଣ୍ଡା ସହର ଭାବେ ପରିଚିତ ଉଦୟଗିରିରେ ଦୀର୍ଘ ପନ୍ଦର ଦିନ ହେବ ଶୀତର ଲହର...

ରାତିରେ ଶୋଇବା ପୂର୍ବରୁ ଖାଆନ୍ତୁ ଛୋଟ ଅଳେଇଚ, ଶରୀରରେ ହେବ…

ଅଳେଇଚ ରୋଷେଇ ଘରେ ବ୍ୟବହୃତ ଏକ ବିଶେଷ ମସଲା । ଯାହା କେବଳ ଖାଦ୍ୟର ସ୍ୱାଦ ବୃଦ୍ଧି କରେ ନାହିଁ ବରଂ ଅନେକ ସ୍ୱାସ୍ଥ୍ୟ ଲାଭ...

ଅଧାପନ୍ତରିଆ ଭିତ୍ତିଭୂମି, ପର୍ଯ୍ୟଟକ ନିରାଶ, ଜରାଜୀର୍ଣ୍ଣ ଅବସ୍ଥାରେ…

ଯାଜପୁର,୨୦ା୧୨(ହର୍ଷବର୍ଦ୍ଧନ ବେହେରା): ଏବେ ପିକ୍‌ନିକ୍‌ ଋତୁ। ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଲାଭ କରିଥିବା ଯାଜପୁର ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ପର୍ଯ୍ୟଟକମାନେ ବୁଲିବାକୁ ଆସୁଛନ୍ତି।...

ପାକିସ୍ତାନକୁ ଧନ୍ୟବାଦ ଦେଲା ଆମରିକା, ଖୁସିରେ ଗଦଗଦ ହେଲେ ଶେହବାଜ

ଇସଲାମାବାଦ,୨୦।୧୨: ଗାଜାରେ ଯୁଦ୍ଧ ପରବର୍ତ୍ତୀ ସୁରକ୍ଷା ପ୍ରତିଷ୍ଠା ପାଇଁ ଆମେରିକାର ପ୍ରୟାସ ମଧ୍ୟରେ, ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ପ୍ରକାଶ ପାଇଛି। ପ୍ରସ୍ତାବିତ ଗାଜା...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ ମହିଳା: ଧୋକା ମିଳିବା ପରେ ପୁଣି ଫେରିଲେ ଶାଶୁଘରକୁ, ତା’ପରେ ଯାହା ଘଟିଲା…

ଇନ୍ଦୋର,୨୦।୧୨: ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ମହିଳା ପ୍ରଥମେ ତାଙ୍କ ସ୍ବାମୀଙ୍କୁ ପ୍ରତାରଣା କରିଥିଲେ ଏବଂ ପରେ ନିଜେ ପ୍ରତାରଣାର ଶିକାର ହୋଇଥିଲେ। ସେ ତାଙ୍କ ପ୍ରେମିକ...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ଗ୍ରାହକଙ୍କୁ ଆଶ୍ୱସ୍ତି: ୧୨ ହଜାର କମିଲା ସୁନା ଦର

ନୂଆଦିଲ୍ଲୀ,୨୦।୧୨: ରେକର୍ଡ ବୃଦ୍ଧି ପରେ, ଭାରତରେ ୨୪-କ୍ୟାରେଟ, ୨୨-କ୍ୟାରେଟ ଏବଂ ୧୮-କ୍ୟାରେଟ ସୁନାର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଗୋଟିଏ ସପ୍ତାହରେ ୧୦ ଗ୍ରାମ ୨୪-କ୍ୟାରେଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri