ଏପ୍ରିଲ ସୁଦ୍ଧା ଓଡ଼ିଆ ବିଶ୍ବବିଦ୍ୟାଳୟ କାର୍ଯ୍ୟ ସରିବ

ସାକ୍ଷୀଗୋପାଳ,୨୩।୧୦(ଡି.ଏନ୍‌.ଏ/ସ୍ବ.ପ୍ର.): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ପୁରୀ ଜିଲା ସତ୍ୟବାଦୀ ବ୍ଲକ ସୁଆଣ୍ଡୋ ଗ୍ରାମରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୫କୋଟି ଟଙ୍କା ବ୍ୟୟରେ ଐତିହ୍ୟ ବିକାଶ ପ୍ରକଳ୍ପ ଏବଂ ବକୁଳବନରେ ୩୫ କୋଟି ଟଙ୍କା ବ୍ୟୟରେ ନିର୍ମାଣଧୀନ ଓଡ଼ିଆ ବିଶ୍ବବିଦ୍ୟାଳୟର ଅଗ୍ରଗତି ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଶନିବାର ସମୀକ୍ଷା କରିଛନ୍ତି। ଏଥିସହ ଆସନ୍ତା ବର୍ଷ ଏପ୍ରିଲ ସୁଦ୍ଧା ଓଡ଼ିଆ ବିଶ୍ବବିଦ୍ୟାଳୟର କାମ ଶେଷ ହେବ ବୋଲି ସାକ୍ଷୀଗୋପାଳ ମନ୍ଦିର ସିଂହଦ୍ବାର ସମ୍ମୁଖରେ ମୁଖ୍ୟ ଶାସନ ସଚିବ ମହାପାତ୍ର ଖବରଦାତାମାନଙ୍କୁ ସୂଚନା ଦେଇଥିଲେ। ଅପରାହ୍ନରେ ସତ୍ୟବାଦୀ ଗସ୍ତରେ ଆସି ମୁଖ୍ୟ ଶାସନ ସଚିବ ସୁଆଣ୍ଡୋ ରାସ୍ତାର ପଟ୍ଟନାୟିକିଆ ଛକରେ ଅଭ୍ୟର୍ଥନା କକ୍ଷ ଓ ସୂଚନାକେନ୍ଦ୍ର ବୁଲି ଦେଖିଥିଲେ। ସୁଆଣ୍ଡୋ ଗ୍ରାମରେ ଶ୍ରୀଲୋକନାଥ ଦେବ ମନ୍ଦିର, ପୁଷ୍କରିଣୀ ଉନ୍ନୟନ, ସଂଗ୍ରହାଳୟ, ଷଠିଘର ସଂରକ୍ଷଣ, ଗୋପବନ୍ଧୁଙ୍କ କୁଳଦେବତା ଶ୍ରୀରାଧା ବିନୋଦ ବିହାରୀଙ୍କ ମନ୍ଦିର, ପ୍ରମୋଦ ଉଦ୍ୟାନ, ରାସ୍ତା ଆଦି ଐତିହ୍ୟ ବିକାଶ ପ୍ରକଳ୍ପ ପରିଦର୍ଶନ କରିବା ସହ ପୂର୍ଣ୍ଣାଙ୍ଗ ରୂପରେଖ ସମ୍ପର୍କରେ ଉପସ୍ଥିତ ଅଧିକାରୀ ଓ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ୩ ମାସ ମଧ୍ୟରେ ଐତିହ୍ୟ ସମ୍ପନ୍ନ ଜାତୀୟ ସ୍ମାରକୀ ଲୋକାର୍ପଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଥିଲେ।
ସତ୍ୟବାଦୀ ବକୁଳବନର ବନବିଦ୍ୟାଳୟର ସ୍ମୃତି ଉଜ୍ଜୀବିତ କରିବା ସହିତ ଓଡ଼ିଆ ଭାଷା ସାହିତ୍ୟର ଉତ୍ତୋରତ୍ତର ଗବେଷଣା ନିମନ୍ତେ ନିର୍ମାଣାଧୀନ ଓଡ଼ିଆ ବିଶ୍ବବିଦ୍ୟାଳୟ ଛାତ୍ରାବାସ, ମୁଖ୍ୟ ପ୍ରଶାସନିକ ଦପ୍ତର ଶ୍ରେଣୀକକ୍ଷ ଆଦି ବିଭିନ୍ନ ବ୍ଲକ ସମ୍ପର୍କିତ ଡିଜାଇନ ବୁଲି ଦେଖିବା ପରେ ମୁଖ୍ୟ ଶାସନ ସଚିବ ମହାପାତ୍ର ଶ୍ରୀସାକ୍ଷୀଗୋପାଳ ମନ୍ଦିରରେ ପହଞ୍ଚି ଠାକୁରଙ୍କ ଦର୍ଶନ କରିଥିଲେ। ବେଢା ପରିକ୍ରମା କରିବା ସମୟରେ ସଚିବ ମନ୍ଦିରର ଅଭାବ ଅସୁବିଧା ସମ୍ପର୍କରେ ସେବାୟତମାନଙ୍କ ସହ ଆଲୋଚନା କରିଥିଲେ। ପୁରାତନ ମୁଖ୍ୟ ମନ୍ଦିର ମରାମତି, କେମିକାଲ ଆସ୍ତରଣ, ବେଢ଼ାରେ ପଥର ବିଛାଇବା କାମ ପୂର୍ଣ୍ଣାଙ୍ଗ କରିବାକୁ ରାଜ୍ୟ ପ୍ରତ୍ନତତ୍ତ୍ୱ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସାକ୍ଷୀଗୋପାଳ ମନ୍ଦିର ପାରିପାଶର୍‌ବିକ ଉନ୍ନୟନ ସହିତ ଐତିହାସିକ ବକୁଳବନକୁ ଆକର୍ଷଣୀୟ କରାଯିବା ନିମନ୍ତେ ଡିଜାଇନ ପ୍ରସ୍ତୁତ ହୋଇଛି। ଖୁବ୍‌ଶୀଘ୍ର ଏହି କାମ ଆରମ୍ଭ ହେବ। ଅନ୍ୟପକ୍ଷେ ସାକ୍ଷୀଗୋପାଳ ମନ୍ଦିରକୁ ଗମନାଗମନ ସୁବିଧା ପାଇଁ ରାସ୍ତାରେ ରେଳ ଓଭରବ୍ରିଜ ଏଂ ମନ୍ଦିର ବାଇପାସ୍‌ ରାସ୍ତା ପ୍ରଶସ୍ତୀକରଣ କରାଯିବ ବୋଲି ଅଧିକାରୀମାନେ ମୁଖ୍ୟ ଶାସନ ସଚିବଙ୍କୁ ଜଣାଇଥିଲେ। ମୁଖ୍ୟ ଶାସନ ସଚିବଙ୍କ ସହିତ ଜିଲାପାଳ ସମର୍ଥ ବର୍ମା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ଅତିରିକ୍ତ ଜିଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ପ୍ରତ୍ନତତ୍ତ୍ୱ ବିଭାଗ ସୁପରିଣ୍ଟେଣ୍ଡେଣ୍ଟ ଅଶ୍ବିନୀ ଶତପଥୀ, ସତ୍ୟବାଦୀ ତହସିଲଦାର ଜୟନ୍ତ ଜୟସିଂହ, ବିଡିଓ ଲୋଚନ ଦାସ, ଓବିସିସିର ପରିଚାଳନା ନିର୍ଦ୍ଦେଶକ ଜୟକୃଷ୍ଣ ଦାସ, ନିର୍ବାହୀଯନ୍ତ୍ରୀ ସୁନ୍ଦର ମାଧବ ପାଢ଼ୀ, ଜିଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଓ ଅନ୍ୟାନ୍ୟ ଅଧିକାରୀ ଏହି ଗସ୍ତରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ-ମାଓବାଦୀ ଗୁଳି ବିନିମୟ: ଦୁଇ ମହିଳାଙ୍କ ସମେତ ୭ ମାଓବାଦୀ ମୃତ

ମାଲକାନଗିରି,୩୦।୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୨ ମହିଳାଙ୍କ ସହ ୭ ମାଓବାଦୀଙ୍କ ମୃତ୍ୟୁ...

ସାନଖେମୁଣ୍ଡି ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ରମେଶ ଜେନା

ଛତ୍ରପୁର,୩୦।୪(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କୁ କଂଗ୍ରେସ ପୁଣି ପ୍ରାର୍ଥୀ କରି ରିପିଟ୍‌ କରିଛି। ସାନଖେମୁଣ୍ଡି ବିଧାନସଭା ଆସନ ପାଇଁ...

ଖରାକୁ ଖାତିର ନ କରି ବାଇକ୍‌ରେ ବୁଲି ପ୍ରଚାର କଲେ ପ୍ରାର୍ଥୀ

କେସିଙ୍ଗା,୩୦।୪(ତୁମେଶ୍ୱର ସାହୁ):କେସିଙ୍ଗା,୩୦।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକ ଅଧୀନ ବୋରିଆ, ପର୍ଥଲା, କିକିଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ପ୍ରଚାର କରିଛନ୍ତି ବିଜେଡିର ଉଭୟ ପ୍ରାର୍ଥୀ।...

ପ୍ରାର୍ଥତ୍ପତ୍ର ଦାଖଲକୁ ଆଉ ୩ ଦିନ ବାକି: ଖଲ୍ଲିକୋଟ ବିଧାନସଭା ଲାଗି ଛିଣ୍ଡୁନି ବିଜେଡିର ଅଙ୍କ

ପୁରୁଷୋତ୍ତମପୁର,୩୦।୪(ସୀମାଞ୍ଚଳ ମିଶ୍ର): ମେ ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଲାଗି ନାମାଙ୍କନ ପ୍ରକ୍ରିୟା ଶେଷହେବାକୁ ଆଉ ମାତ୍ର ୩ ଦିନ ବାକି...

ଅପରାଜିତାଙ୍କୁ ବିହାର ପଠାଇଦେବି: ଭାଜପା ଛାଡିବା ପରେ ବର୍ଷିଲେ କାଳୁ

ଖୋର୍ଦ୍ଧା,୩୦।୪ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ବିଧାନସଭା ଭାଜପା ଆଶାୟୀ ପ୍ରାର୍ଥୀ କାଳୁଚରଣ ଖଣ୍ଡାୟତରାୟଙ୍କ ଟିକେଟ କଟିବା ପରେ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। କାଳୁଙ୍କ...

ଭାଜପାକୁ ଶକ୍ତ ଝଟ୍‌କା: ଦଳରୁ ଇସ୍ତଫା ଦେଲେ କାଳୁଙ୍କ ସମେତ ୧୦୦ରୁ ଅଧିକ କର୍ମୀ

ଖୋର୍ଦ୍ଧା,୩୦।୪ (ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ତୃତୀୟ ପର୍ଯ୍ୟାୟ ପାଇଁ ବିଜ୍ଞପ୍ତି ପ୍ରକାଶ ସହ ନାମାଙ୍କନ ଦାଖଲ ଆରମ୍ଭ ହୋଇଛି। ଆସନ୍ତା ୨ରେ ଭାଜପା ଭୁବନେଶ୍ବର ଲୋକ...

ବିଜେଡିରୁ ସବୁ ସମ୍ପର୍କ ଛିନ୍ନ କଲେ ପୂର୍ବତନ ବିଧାୟକ

ଠାକୁରମୁଣ୍ଡା,୩୦।୪(ତାରାକାନ୍ତ ପଟ୍ଟନାୟକ): ମୟୁରଭଞ୍ଜ ଜିଲା କରଞ୍ଜିଆ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଟିକେଟ ଆଶାୟୀ ଥିବା ପୂର୍ବତନ ବିଧାୟକ ବିଜୟ କୁମାର ନାଏକ ବିଜେଡିରୁ ଇସ୍ତଫା ଦେବା...

ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୩୦।୪(ସୀମାଞ୍ଚଳ ମିଶ୍ର ): ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ଏପରିକି ମା’ଙ୍କ ନିକଟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri