Posted inଜାତୀୟ

ମୋଦିଙ୍କୁ ଅପିଲ କଲେ ମମତା: ଗାଙ୍ଗୁଲିଙ୍କୁ ଆଇସିସି ନିର୍ବାଚନ ଲଢିବାକୁ ଦିଆଯାଉ ଅନୁମତି

କୋଲକତା,୧୭।୧୦: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସମ୍ପର୍କରେ ଏକ ବିଶେଷ ନିବେଦନ କରିଛନ୍ତି। ମମତା ବାନାର୍ଜୀ କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରୁଛି ଯେ ସୌରଭ ଗାଙ୍ଗୁଲିଙ୍କୁ ଆଇସିସି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅନୁମତି ଦିଆଯାଉ। ସେ ଜଣେ ଲୋକପ୍ରିୟ ବ୍ୟକ୍ତି, ତେଣୁ ରାଜନୀତି ଯୋଗୁ ତାଙ୍କୁ ଏଥିରୁ ବଞ୍ଚିତ ନ କରାଯାଉ। ସେ କୌଣସି ରାଜନୈତିକ ଦଳର ସଦସ୍ୟ ନୁହଁନ୍ତି। ତାଙ୍କୁ ଭୁଲ ଭାବେ ବିସିସିଆଇରୁ ବିଦା କରାଯାଇଛି। ମୁଁ ବହୁତ ଦୁଃଖିତ। ସୌରଭ ଜଣେ ଅତି ଲୋକପ୍ରିୟ ବ୍ୟକ୍ତିତ୍ୱ। ସେ ଭାରତୀୟ ଦଳର ଅଧିନାୟକ ଥିଲେ। ସେ ଦେଶକୁ ବହୁତ କିଛି ଦେଇଛନ୍ତି। ସେ କେବଳ ବଙ୍ଗଳାର ଗର୍ବ ନୁହେଁ ବରଂ ଭାରତର ଗର୍ବ। ତାଙ୍କୁ ଏଭଳି ଭାବେ ବାଦ ଦେବା ଭୁଲ ଅଟେ।
ସୂଚନାଯୋଗ୍ୟ, ଗାଙ୍ଗୁଲି ବିସିସିଆଇ ସଭାପତି ପଦ ଜାରି ରଖିବାକୁ ଚାହୁଁଥିଲେ ମଧ୍ୟ ଅନ୍ୟ ସଦସ୍ୟଙ୍କ ସମର୍ଥନ ପାଇ ନ ଥିବା ଜଣାଯାଇଛି। ପୂର୍ବତନ କ୍ରିକେଟର୍‌ ରୋଜର ବିନି ତାଙ୍କ ସ୍ଥାନ ନେବେ। ଅକ୍ଟୋବର ୨୦ରେ ଆଇସିସି ଅଧ୍ୟକ୍ଷଙ୍କ ପାଇଁ ନାମାଙ୍କନପତ୍ର ଦାଖଲ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସକୁ ବଡ ଝଟ୍‌କା, ନାମାଙ୍କନ ଫେରାଇ ନେଲେ ପ୍ରାର୍ଥୀ

ଇନ୍ଦୋର,୨୯।୪: ଲୋକ ସଭା ନିର୍ବାଚନ ପୂର୍ବରୁ ଇନ୍ଦୋରରେ କଂଗ୍ରେସକୁ ବଡ ଝଟ୍‌କା ଲାଗିଛି। କଂଗ୍ରେସ ପ୍ରାର୍ଥୀ ଅକ୍ଷୟ କାନ୍ତି ବାମ ଆଜି ଦଳକୁ ଚକିତ କରି...

ମମତା ସରକାରଙ୍କୁ ସୁପ୍ରିମକୋର୍ଟରୁ ଲାଗିଲା ବଡ ଝଟ୍‌କା

ନୂଆଦିଲ୍ଲୀ,୨୯।୪: ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ସନ୍ଦେଶଖାଲି ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ କୌଣସି ଆଶ୍ୱସ୍ତି ପାଇନାହାଁନ୍ତି। ଏହି ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ସନ୍ଦେଶଖାଲି...

ଜମ୍ମୁ-କଶ୍ମୀରରେ ତୁଷାରପାତ

ଶ୍ରୀନଗର,୨୯ା୪: ଏପ୍ରିଲର ଶେଷ ଦିନରେ ଜମ୍ମୁ-କଶ୍ମୀରରେ ପାଣିପାଗ ଧାରା ବଦଳିଛି। ଗୁରେଜ, ମଛିଲ, ରାଜଦାନ ସମେତ ରାଜ୍ୟର ଅନେକ ପାହାଡ଼ିଆ ଅଞ୍ଚଳରେ ତୁଷାରପାତ ହୋଇଛି। ଏଥି...

ନିର୍ବାଚନ ପ୍ରଚାର ପାଇଁ ଜେଲରୁ ବାହାରକୁ ଆସି ପାରିବେନି ହେମନ୍ତ ସୋରେନ

ନୂଆଦିଲ୍ଲୀ,,୨୯।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଗିରଫଦାରୀ ଏବଂ ଇଡି କାର୍ଯ୍ୟାନୁଷ୍ଠାନ ବିରୋଧରେ ତାଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ କୌଣସି ବିଜ୍ଞପ୍ତି ପ୍ରକାଶ କରିନାହାଁନ୍ତି।...

ପ୍ରାର୍ଥିପତ୍ର ଦାଖଲ କଲେ ରାଜନାଥ ସିଂ

ଲକ୍ଷ୍ନୌ,୨୯ା୪: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ସୋମବାର ତାଙ୍କର ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ବିଶାଳ ଶୋଭାଯାତ୍ରାରେ ଆସି ରାଜନାଥ ସିଂ ତାଙ୍କର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଆଜି...

ଉତ୍ତରାଖଣ୍ଡ ଜଙ୍ଗଲ ନିଆଁ ମାମଲା ପହଞ୍ଚିଲା ସୁପ୍ରିମକୋର୍ଟ, ସିଜେଆଇ କହିଲେ ଇମଲେ କର

ନୂଆଦିଲ୍ଲୀ,୨୯।୪: ଉତ୍ତରାଖଣ୍ଡର ଜଙ୍ଗଲରେ ନିଆଁ ଲିଭାଇବା ପାଇଁ ଅପରେସନ ଚାଲିଛି। ସେପଟେ ଉତ୍ତରାଖଣ୍ଡର ଜଙ୍ଗଲରେ ନିଆଁ ଲାଗିବା ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ସୁପ୍ରିମକୋର୍ଟରେ ଏକ ପିଟିସନ...

ଟ୍ରକକୁ ଧକ୍କା ଦେଲା ପିକ୍‌ଅପ୍‌ ଗାଡି: ଚାଲିଗଲା ୯ ଜୀବନ, ୨୩ ଆହତ

ରାୟପୁର,୨୯।୪: ଛତିଶଗଡର ବେମେତାରା ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ପିକଅପ ଗାଡି ଏବଂ ଟ୍ରକ ଧକ୍କାରେ ପାଞ୍ଚ ଜଣ ମହିଳା ଏବଂ...

ନାମାଙ୍କନ ପୂର୍ବରୁ ପ୍ରଭୁ ଶିବଙ୍କ ଉପରେ ପାଣି ଢାଳିଲେ ପ୍ରତିରକ୍ଷା ମନ୍ତ୍ରୀ

ଲକ୍ଷ୍ନୌ,୨୯।୪: ଉତ୍ତର ପ୍ରଦେଶର ଲକ୍ଷ୍ନୌର ଭାଜପା ପ୍ରାର୍ଥୀ ରାଜନାଥ ସିଂ ଆଜି ନାମାଙ୍କନ ପତ୍ର ଦାଖୂଳ କରିବେ। ନାମାଙ୍କନ ପୂର୍ବରୁ ରାଜନାଥ ସିଂ ଲକ୍ଷ୍ନୌର ହନୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri