Posted inଖେଳ

ଭାରତ-ଶ୍ରୀଲଙ୍କା ଫାଇନାଲ

ସିଲହଟ୍‌,୧୪ା୧୦(ପି.ଟି.): ମହିଳା ଟି୨୦ ଏସିଆ କପ୍‌ ଫାଇନାଲ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ହେବ। ଗୁରୁବାର ଖେଳାଯାଇଥିବା ସେମି ଫାଇନାଲରେ ଭାରତ ଥାଇଲାଣ୍ଡକୁ ୭୪ ରନରେ ଏବଂ ଶ୍ରୀଲଙ୍କା ପାକିସ୍ତାନକୁ ୧ ରନରେ ପରାସ୍ତ କରିଛି। ଏହା ସହିତ ଭାରତ କ୍ରମାଗତ ଅଷ୍ଟମ ଥର ପାଇଁ ଏସିଆ କପ୍‌ ଫାଇନାଲରେ ପ୍ରବେଶ କରିଛି। ଭାରତ ୫୦ଓଭର ଫର୍ମାଟରେ ଓ ଟି୨୦ ଫର୍ମାଟରେ ୪ଥର ଲେଖାଏ ଫାଇନାଲରେ ପ୍ରବେଶ କରିଛି। ଥାଇଲାଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୬ ଉଇକେଟରେ ୧୪୮ ରନ୍‌ କରିଥିଲା। ଜବାବରେ ଥାଇଲାଣ୍ଡ ୯ ଉଇକେଟ ହରାଇ ୭୪ ରନରେ ସୀମିତ ରହିଥିଲା। ଥାଇଲାଣ୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ କରିଥିଲା। ଶେଫାଳି ବର୍ମା ୨୮ ବଲରୁ ୪୨ ରନ୍‌ କରିଥିଲେ। ଏହି ଇନିଂସରେ ୫ ଚୌକା ଓ ୧ ଛକା ସାମିଲ ଥିଲା। ଅନ୍ୟମାନଙ୍କ ମଧ୍ୟରେ ହରମନପ୍ରୀତ କୌର ୩୬, ଜେମିମା ରୋଡ୍ରିଗ୍ବେଜ ୨୭, ପୂଜା ବସ୍ତ୍ରକାର୧୭ ରନ୍‌ କରିଥିଲେ। ହରମନପ୍ରୀତ ଓ ଜେମିମାଙ୍କ ମଧ୍ୟରେ ୪୨ ରନର ଭାଗୀଦାରି ହୋଇଥିଲା। ଥାଇଲାଣ୍ଡ ପକ୍ଷରୁ ସୋରନ୍ନାରିନ୍‌ ଟିପୋଚ୍‌ ୨୪ ରନରେ ୩ ଉଇକେଟ ନେଇଥିଲେ। ସେମିଫାଇନାଲ ମ୍ୟାଚରେ ଥାଇଲାଣ୍ଡ ଦଳ ଭାରତୀୟ ବୋଲରଙ୍କୁ ୨୦ ଓଭର ଖେଳିଥିଲେ ହେଁ ଏହା ଅନ୍ତିମ ଲିଗ୍‌ ମ୍ୟାଚର ଆକ୍ସନ ରିପ୍ଲେ ଥିଲା। ଅନ୍ତିମ ଲିଗ୍‌ ମ୍ୟାଚରେ ଥାଇଲାଣ୍ଡ ଭାରତ ଆଗରେ ମାତ୍ର ୧୫.୧ ଓଭରରେ ୩୭ ରନରେ ଅଲଆଉଟ ହୋଇଥିଲା। ଗୁରୁବାର ଦଳ ୨୦ ଓଭର ବ୍ୟାଟିଂ କରିବା ସହିତ ୭୪ ରନ୍‌ କରିଥିଲା। ଭାରତୀୟ ବୋଲରଙ୍କ ମଧ୍ୟରେ ଦୀପ୍ତି ଶର୍ମା ୭ ରନରେ ୩ ଉଇକେଟ ନେଇଥିଲେ। ୨୧ ରନରେ ଥାଇଲାଣ୍ଡ ୪ ଉଇକେଟ ହରାଇଥିବା ବେଳେ ୫ମ ଉଇକେଟରେ ନାରୁଏମୋଲ ଚାଇଓ୍ବାଇ(୨୧) ଓ ନାଟ୍ଟାୟା ବୁଚାଥାମ(୨୧) ଙ୍କ ୪୨ ରନର ପାର୍ଟନରଶିପ ଦଳକୁ ସଙ୍କଟରୁ ଉଦ୍ଧାର କରିଥିଲା। ଥାଇଲାଣ୍ଡର ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରିନଥିଲେ। ରାଜେଶ୍ୱରୀ ଗାଏକ୍ୱାଡ ୨, ରେଣୁକା ସିଂ, ସ୍ନେହ ରାଣା ଓ ଶେଫାଳି ବର୍ମା ଗୋଟିଏ ଉଇକେଟ ନେଇଥିଲେ। ଶେଫାଳି ବର୍ମାଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ ଘୋଷଣା କରାଯାଇଥିଲା।
ଦ୍ୱିତୀୟ ସେମିଟି କଡା ସଂଘର୍ଷପୂର୍ଣ୍ଣ ରହିଥିଲା। ପାକିସ୍ତାନକୁ ଶ୍ରୀଲଙ୍କା ୧ ରନରେ ପରାସ୍ତ କରି ଫାଇନାଲ ବର୍ଥ ସୁରକ୍ଷିତ କରିଥିଲା। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୬ ଉଇକେଟରେ ୧୨୨ ରନ କରିଥିଲା। ଦଳ ପକ୍ଷରୁ ହର୍ଷିତା ମାଧବୀ ସର୍ବାଧିକ ୩୫ ରନ କରିଥିଲେ। ପାକିସ୍ତାନ ପକ୍ଷରୁ ନଶ୍ରା ସାନ୍ଧୁ ୩ ଉଇକେଟ ନେଇଥିଲେ। ଜବାବରେ ପାକିସ୍ତାନ ଅଧିନାୟିକା ବିସମା ମାରୁଫଙ୍କ ୪୨ ରନ୍‌ ସତ୍ତ୍ୱେ ଦଳ ୧ ରନ୍‌ ପଛରେ ରହିଥିଲା। ପ୍ଲେୟର ଅଫ୍‌ ଦ ମ୍ୟାଚ ଇନୋକା ରଣଓ୍ବିରା ୧୭ ରନରେ ୨ ଉଇକେଟ ନେଇଥିଲେ। ଅନ୍ତିମ ଓଭରରେ ୯ ରନ୍‌ ଆବଶ୍ୟକ ଥିବା ବେଳେ ଅଚିନି କୂଲସୁରିୟା ଶ୍ରୀଲଙ୍କାକୁ ବିଜୟୀ କରିଥିଲେ। ଶନିବାର ଉଭୟ ଦଳ ଫାଇନାଲ ଲଢେଇରେ ଅବତୀର୍ଣ୍ଣ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ରିକେଟର ହେବେ ଅବରାମ! ଦେଖାଇଲେ ପ୍ରଥମ ଝଲକ

ନୂଆଦିଲ୍ଲୀ,୨୯।୪: କୋଲକାତା ନାଇଟ ରାଇଡର୍ସ ଆଇପିଏଲ ୨୦୨୪ ର ୪୭ ତମ ମ୍ୟାଚ ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ । ଏହି ମ୍ୟାଚ କୋଲକାତାର ଇଡେନ...

ଆଇପିଏଲ୍‌ ମଝିରେ ଆମେରିକା ଯିବ ଭାରତୀୟ ଟିମ୍‌!

ନୂଆଦିଲ୍ଲୀ,୨୯।୪: ଆଇପିଏଲ ୨୦୨୪ ପରେ ଟି-୨୦ ବିଶ୍ୱକପ ଆରମ୍ଭ ହେବ। ଆଇପିଏଲର ଫାଇନାଲ ମେ ୨୬ ଖେଳାଯିବ। ଏହାର ୫ ଦିନ ପରେ ଅର୍ଥାତ୍‌ ଜୁନ୍‌...

ଏହି ଦିନ ହୋଇପାରେ ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ,୨୯।୪: ଜୁନ ୧ ରୁ ଟି-୨୦ ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି। ଟି-୨୦ ବିଶ୍ୱକପ ୨୦୨୪ ପାଇଁ ଦଳ ଘୋଷଣା କରିଥିବା ନ୍ୟୁଜିଲାଣ୍ଡ ହେଉଛି ପ୍ରଥମ...

ଏବି ଡି ଭିଲିୟର୍ସଙ୍କ ‘ମହାରେକର୍ଡ’ ଭାଙ୍ଗିଲେ କୋହଲି

ନୂଆଦିଲ୍ଲୀ,୨୦।୪: ଆଇପିଏଲ ୨୦୨୪ର ୪୫ତମ ମ୍ୟାଚରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ବିରାଟ କୋହଲି ଏକ ଚମତ୍କାର ଇନିଂସ ଖେଳିଥିଲେ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ପୂର୍ବତନ ଅଧିନାୟକ...

୨ କୁନି ଶିଶୁ କଲେ ଟି-୨୦ ବିଶ୍ୱକପ୍‌ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା: ସମସ୍ତେ ହେଲେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ

ଅକଲାଣ୍ଡ,୨୦।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ଧାର୍ଯ୍ୟ ସମୟସୀମା ପୂର୍ବରୁ ଦୁଇ ଦିନ ପୂର୍ବରୁ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ଟି-୨୦ ବିଶ୍ୱକପ ୨୦୨୪ ପାଇଁ...

ଭଲ ଥିଲା ମୁଁ ଛକା ମାରି ନ ଥିଲି: କାହିଁକି ଏମିତି କହିଲେ କୋହଲି

ବେଙ୍ଗାଲୁରୁ,୨୯।୪: ଆଇପିଏଲ ୨୦୨୪ର ୪୫ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଗୁଜରାଟ ଟାଇଟାନ୍ସକୁ ୯ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ଆରସିବି ପାଇଁ ମଧ୍ୟ...

ଅରେଞ୍ଜ-ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ଆକର୍ଷଣୀୟ: କାହା ପାଖରେ ଏବେ କ୍ୟାପ୍‌ ଜାଣନ୍ତୁ

ଚେନ୍ନାଇ,୨୯।୪: ଆଇପିଏଲ ୨୦୨୪ର ୪୬ତମ ମ୍ୟାଚ ପରେ ଅରେଞ୍ଜ କ୍ୟାପ୍‌ ରେସ୍‌ ମଧ୍ୟ ଆକର୍ଷଣୀୟ ହୋଇପଡିଛି। ୪୬ତମ ମ୍ୟାଚରେ ଋତୁରାଜ ଗାଇକ୍ୱାଡ ୯୮ ରନର ଇନିଂସ...

ଚେନ୍ନାଇ ସୁପର କିଙ୍ଗ୍ସର ବିଜୟ ପରେ ପଏଣ୍ଟ ଟେବୁଲ୍‌ରେ ବଡ଼ ପରିବର୍ତ୍ତନ: ଜାଣନ୍ତୁ କିଏ କେଉଁ ସ୍ଥାନରେ ଅଛନ୍ତି

ଚେନ୍ନାଇ,୨୯।୪: ଆଇପିଏଲ ୨୦୨୪ର ୪୬ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳାଯାଇଥିଲା। ଚେନ୍ନାଇର ଘରୋଇ ଗ୍ରାଉଣ୍ଡ ଏମ ଚିଦାମ୍ବରମ ଷ୍ଟାଡିୟମରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri