Posted inଖେଳ

ଭାରତୀୟ ଦଳରେ ଶାମିଙ୍କ ସ୍ଥାନରେ ଉମେଶ

ନୂଆଦିଲ୍ଲୀ, ୧୮ା୯:ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଟି୨୦ ସିରିଜ ଲାଗି ଭାରତୀୟ କ୍ରିକେଟ ଦଳରେ ଭେଟେରାନ ସିମର ମହମ୍ମଦ ଶାମିଙ୍କ ସ୍ଥାନରେ ଉମେଶ ଯାଦବଙ୍କୁ ସାମିଲ କରାଯାଇଛି। କୋଭିଡ ଟେଷ୍ଟରେ ପଜିଟିଭ ଆସିବାରୁ ଶାମି ମଙ୍ଗଳବାର ଆରମ୍ଭ ହେବାକୁଥିବା ଏହି ସିରିଜ ପାଇଁ ଉପଲବ୍ଧ ହେବେ ନାହିଁ ବୋଲି ଶନିବାର ରାତିରେ ସ୍ପଷ୍ଟ ହୋଇଥିଲା। ସିନିୟର ସିଲେକ୍ସନ କମିଟି ତାଙ୍କ ସ୍ଥାନରେ ଉମେଶ ଯାଦବଙ୍କୁ ଦଳରେ ସ୍ଥାନ ଦେଇଥିବା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କହିଛି। ବୋର୍ଡ ଆହୁରି ମଧ୍ୟ ସୂଚନା ଦେଇଛି ଯେ, ପେସ୍‌ ବୋଲର ନବଦୀପ ସଇନି ଭାରତ ଏ’ ଓ ନ୍ୟୁଜିଲାଣ୍ଡ ଏ’ ମଧ୍ୟରେ ଖେଳାଯିବାକୁଥିବା ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଉପଲବ୍ଧ ହେବେ ନାହିଁ। ଉତ୍ତରାଞ୍ଚଳ ବନାମ ଦକ୍ଷିଣାଞ୍ଚଳ ଦୁଲିପ ଟ୍ରଫି ସେମିଫାଇନାଲର ପ୍ରଥମ ଦିବସରେ ତାଙ୍କ ଡାହାଣ ଜଂଘରେ ଆଘାତ ଲାଗିଛି। ତାଙ୍କ ସ୍ଥାନରେ ରିଶି ଧାଓ୍ବନଙ୍କୁ ଭାରତ ଏ’ ଦଳରେ ସାମିଲ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୋଟ୍‌ ଛାପା କାରଖାନାରେ କିପରି ପାଇବେ ଚାକିରି, ଜାଣନ୍ତୁ କେତେ ମିଳିବ ଦରମା, ଏମିତି କରନ୍ତୁ ଆବେଦନ…

ନୂଆଦିଲ୍ଲୀ,୨୦ା୧୨: ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଯୁବତୀଯୁବକମାନଙ୍କ ପାଇଁ ନୋଟ୍‌ ଛାପା କାରଖାନାରେ କାମ କରିବାର ସ୍ବପ୍ନ ବିଶେଷ ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ ମଧ୍ୟ...

ଶସ୍ତା ହେବ ଔଷଧ, କମ୍ପାନୀଗୁଡ଼ିକ ସହ ଏକ ଆଶ୍ଚର୍ଯ୍ୟଜନକ ଚୁକ୍ତି କରିଛନ୍ତି ଡୋନାଲ୍ଡ ଟ୍ରମ୍ପ

ଓ୍ବାଶିଂଟନ,୨୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଔଷଧ ମୂଲ୍ୟ ହ୍ରାସ ପାଇଁ ସବୁଠାରୁ ବଡ଼ ପଦକ୍ଷେପ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ରୋଗୀମାନଙ୍କୁ...

ଦାମୀ କାର ଭିତରେ ସିକ୍ରେଟ୍‌ ଚ୍ୟାମ୍ବର: ପୁଷ୍ପା ଷ୍ଟାଇଲରେ ଗଞ୍ଜେଇ ଚାଲାଣ ବେଳେ ମାଡ଼ିବସିଲା…

ବଲାଙ୍ଗୀର,୨୦।୧୨:(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୨୬ ନଂ ଜାତୀୟ ରାଜପଥରେ ପୁଷ୍ପା ଷ୍ଟାଇଲରେ ଏକ କ୍ରେଟା କାରରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ମାଡ଼ିବସିଲା...

ତାହେରପୁରରେ ଲ୍ୟାଣ୍ଡ କରିପାରିଲାନି ମୋଦିଙ୍କ ହେଲିକପ୍ଟର, ହଠାତ୍….

ନୂଆଦିଲ୍ଲୀ, ୨୦।୧୨:  ଖରାପ ପାଗ ଯୋଗୁଁ ଲ୍ୟାଣ୍ଡ କରିପାରିଲାନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହେଲିକପ୍ଟର । ଘନ କୁହୁଡ଼ି ଯୋଗୁଁ ପଶ୍ଚିମବଙ୍ଗର ତାହେରପୁରରେ ଅବତରଣ କରିପାରିନଥିଲା।...

୩୦ବର୍ଷ ପରେ ବିରଳ ନବପଞ୍ଚମ ମହାଯୋଗ, ଶିନଙ୍କ କୃପାରେ ନୂଆବର୍ଷରେ ଧନୀ ହେବେ ମକର ସହ ଏହି ୨ରାଶି

ନୂଆବର୍ଷ ୨୦୨୬ର ଆରମ୍ଭ ଜ୍ୟୋତିର୍ବିଦମାନଙ୍କ ପାଇଁ ବହୁତ ଖାସ୍ ହବାକୁ ଯାଉଛି । ଜାନୁଆରୀ ୧୪ ତାରିଖରେ ମକର ସଂକ୍ରାନ୍ତି ପଡୁଥିବା ବେଳେ ଏହାର ପରଦିନ...

ପାକିସ୍ତାନକୁ କଲେ ଖୁବ ପ୍ରଶଂସା, ଟ୍ରମ୍ପଙ୍କୁ କହିଲେ ଶାନ୍ତି ଦୂତ, ରୁବିଓଙ୍କ ବୟାନକୁ ନେଇ ହେଉଛି ଖୁବ ଚର୍ଚ୍ଚା!

ଓ୍ବାଶିଂଟନ,୨୦।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦକୁ ଉଲ୍ଲେଖ କରି ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ କହିଛନ୍ତି ଯେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉବେଳେ ଅଣ୍ଡାମାଡ଼ କଲା ଯୁବ କଂଗ୍ରେସ

ଭୁବନେଶ୍ୱର,୨୦ା୧୨: ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ଅଭିଯୋଗରେ ଗର୍ଜନ କରିଛି ଯୁବ କଂଗ୍ରେସ। ରାଜଧାନୀ ଭୁବନେଶ୍ବରରେ ବିକ୍ଷୋଭ ପ୍ରଦର୍ଶନ ସହ ଅଣ୍ଡାମାଡ଼ କରିଛି ଯୁବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri