ଚନ୍ଦୁ ହତ୍ୟା ମାମଲା: ଗଞ୍ଜାମରୁ ଅଭିଯୁକ୍ତ ରଞ୍ଜୁ, ଦ୍ୱିତୀୟ ସ୍ବାମୀ କାହ୍ନା ଗିରଫ

ଭୁବନେଶ୍ୱର, ୧୫।୯ (ବ୍ୟୁରୋ) : ଭୁବନେଶ୍ୱର କ୍ୟାପିଟାଲ ଥାନା ଅନ୍ତର୍ଗତ ନାରାୟଣ ବସ୍ତିର ପି. ସୁବ୍ରତ ରାଓ ଓରଫ ଚନ୍ଦୁ ହତ୍ୟା ମାମଲାରେ କମିଶନରେଟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମାମଲାରେ ସମ୍ପୃକ୍ତ ଅଭିଯୁକ୍ତା ରଞ୍ଜୁ ନାୟକ (୨୯) ଓ ତାଙ୍କ ଦ୍ୱିତୀୟ ସ୍ବାମୀ କାହ୍ନା ନାୟକ(୨୮)ଙ୍କୁ ଗଞ୍ଜାମରୁ ପୋଲିସ ଗିରଫ କରିଛି। ବୁଧବାର ଅଭିଯୁକ୍ତଦ୍ୱୟଙ୍କୁ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏନେଇ କମିଶନରେଟ ପୋଲିସ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି। ରଞ୍ଜୁଙ୍କ ନାଁରେ ସ୍ଥାନୀୟ ଥାନାରେ ନିଶା କାରବାର ସମେତ ୨ଟି ମାମଲା ରହିଛି। ଏହି ମାମଲାରେ ଅଧିକ ତଥ୍ୟ ହାସଲ ପାଇଁ ଅଭିଯୁକ୍ତଦ୍ୱୟଙ୍କୁ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରାଯିବ ବୋଲି ଥାନାଧିକାରୀ ପଦ୍ମନାଭ ପ୍ରଧାନ କହିଛନ୍ତି। ଏଥିସହ ତଦନ୍ତବେଳେ ପୋଲିସ ବହୁ ତଥ୍ୟ ହାସଲ କରିଛି।

ରଞ୍ଜୁଙ୍କ ଭଉଣୀଙ୍କୁ ମାଡ଼ ମାରିଥିଲେ ଚନ୍ଦୁ
ରଞ୍ଜୁଙ୍କ ଘର ଗଞ୍ଜାମ ଜିଲା ତାରାସିଂ ଥାନା ଲିମ୍ଭେଇ ଗ୍ରାମରେ। ସେ ଦୀର୍ଘଦିନ ହେବ ତାଙ୍କ ଗ୍ରାମର କାହ୍ନାଙ୍କୁ ଦ୍ୱିତୀୟ ବିବାହ କରି ଭୁବନେଶ୍ୱରରେ ରହିବା ସହ ନିଶା କାରବାର କରୁଥିଲେ। ଏଥିପାଇଁ ପୂର୍ବରୁ ରଞ୍ଜୁ ବାରମ୍ବାର ଗିରଫ ହୋଇଥିଲେ ମଧ୍ୟ ବଦଳୁ ନ ଥିଲେ। ବସ୍ତିରେ କାହ୍ନାଙ୍କ ସହଯୋଗରେ ସେ ବ୍ରାଉନସୁଗାର, ମଦ ଆଦି ବ୍ୟବସାୟ କରୁଥିଲେ। ଏପଟେ ବସ୍ତିରେ ବଳପୂର୍ବକ ଟଙ୍କା ମାଗୁଥିବା ଚନ୍ଦୁ ସେପ୍ଟେମ୍ବର ୬ ସକାଳେ ରଞ୍ଜୁଙ୍କ ଘରକୁ ଯାଇଥିଲେ। ହେଲେ ରଞ୍ଜୁ ଓ କାହ୍ନା ଗାଁକୁ ଯାଇଥିବାବେଳେ ବୁଲି ଆସିଥିବା ଭଉଣୀ ଝୁନୁ ହିଁ କେବଳ ଘରେ ଥିଲେ। ଚନ୍ଦୁ ତାଙ୍କୁ ଧମକ ଦେଇ ଟଙ୍କା ମାଗିଥିଲେ। ଏହାକୁ ବାରଣ କରିବାରୁ ଝୁନୁଙ୍କୁ ସେ ମାଡ଼ ମାରି ଘରୁ କିଛି ଟଙ୍କା ନେଇ ପଳାଇଥିଲେ। ଗାଁରୁ ରଞ୍ଜୁ ଓ କାହ୍ନା ଫେରି ଏହି ଘଟଣା ବିଷୟରେ ଜାଣିବା ପରେ ଚନ୍ଦୁଙ୍କ ଉପରେ ରାଗି ଯାଇଥିଲେ।

ଛୁରାମାଡ଼ କରିବାରୁ କାଠ ଫାଳିଆରେ ପିଟି ହତ୍ୟା କରିଥିଲେ
ଶୁକ୍ରବାର ରାତି ପ୍ରାୟ ୯ଟା ୩୦ରେ ଚନ୍ଦୁ ପୁଣିଥରେ ରଞ୍ଜୁଙ୍କ ଘରକୁ ଯାଇ ବଳପୂର୍ବକ ଟଙ୍କା ମାଗିଥିଲେ। ହେଲେ ଝୁନୁଙ୍କୁ ମାଡ଼ ମାରିବା ଘଟଣାକୁ କେନ୍ଦ୍ର କରି ରଞ୍ଜୁ ଓ କାହ୍ନା ତାଙ୍କୁ ଘରୁ ବାହାରିଯିବାକୁ କହିଥିଲେ। ଏହାପରେ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସେହି ସମୟରେ ପୁଣିଥରେ ରଞ୍ଜୁଙ୍କ ଭଉଣୀ ଝୁନୁଙ୍କୁ ଚନ୍ଦୁ ଛୁରିରେ ଆକ୍ରମଣ କରିଥିଲେ। ଫଳରେ ଝୁନୁଙ୍କ ମୁହଁରେ କ୍ଷତ ସୃଷ୍ଟି ହୋଇଥିଲା। ସେହି ସମୟରେ ରଞ୍ଜୁ ଓ କାହ୍ନା ମିଳିତ ଭାବେ ଚନ୍ଦୁଙ୍କୁ ପ୍ରତିରୋଧ କରିଥିଲେ। କାହ୍ନା ଏକ କାଠଫାଳିଆରେ ଚନ୍ଦୁଙ୍କ ମୁଣ୍ଡକୁ ଆକ୍ରମଣ କରିବାରୁ ସେ ଚିତ୍କାର କରି ତଳେ ପଡ଼ିଯାଇଥିଲେ। ପାଟିଶୁଣି ଚନ୍ଦୁଙ୍କ ୨ ସହଯୋଗୀ ସେଠାରେ ପହଞ୍ଚତ୍ୟିବାରୁ ରଞ୍ଜୁ ଓ କାହ୍ନା ମଧ୍ୟ ସେମାନଙ୍କୁ କାଠଫାଳିଆରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ପରିବାର ଲୋକେ ଚନ୍ଦୁ ଓ ସହଯୋଗୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଡାକ୍ତର ଚନ୍ଦୁଙ୍କୁ ମୃତ ଘୋଷଣା କରିଥିଲେ। ଅଭିଯୋଗକ୍ରମେ ପୋଲିସ ଆଇପିସି ଦଫା ୩୦୨,୩୪ରେ ଏକ ମାମଲା (ନଂ.୫୦୪/୨୦୨୨) ରୁଜୁ କରି ତଦନ୍ତ ଚଳାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ଉପକୂଳ ଓଡ଼ିଶାରେ ବହିବ ସାମୁଦ୍ରିକ ଝଡ଼

ଭୁବନେଶ୍ୱର,୨୯ା୪: ସୋମବାର ସକାଳ ସାଢ଼େ ୮ଟା ସୁଦ୍ଧା ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ବାରିପଦାରେ ତାପମାତ୍ରା ୩୬ ଡିଗ୍ରୀ ଥିବା ବେଳେ ବାଲେଶ୍ୱରରେ ୩୬,...

ବେକାରିଙ୍କ ମଧ୍ୟରେ ୮୩% ଯୁବପିଢ଼ି

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ଦେଶରେ ବେକାରି ସମସ୍ୟା ଚିନ୍ତାର ବିଷୟ ପାଲଟିଛି। ମାତ୍ର ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଏ)ର ରିପୋର୍ଟ ଅନୁଯାୟୀ, ୨୦୨୨ରେ ଭାରତର ମୋଟ ବେକାରି ଜନସଂଖ୍ୟାରେ...

ଶସ୍ତା ହୋଇପାରେ ବିମାନ ଟିକେଟ୍‌

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ବେସାମରିକ ବିମାନ ଚଳାଚଳ କ୍ଷେତ୍ର ନିୟାମକ (ଡିଜିସିଏ) ବିମାନ ସେବା ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛିି। ଏପ୍ରିଲ ୨୩ ରେ ଜାରି କରାଯାଇଥିବା...

ଭିକ୍ଷୁକମୁକ୍ତ ହୋଇପାରୁନି ସ୍ମାର୍ଟସିଟି

ଭୁବନେଶ୍ୱର,୨୯।୪ (ବନ୍ଦନା ସେଠୀ): ସ୍ମାର୍ଟସିଟି ଭୁବନେଶ୍ୱରକୁ ଭିକାରୀ ଏବଂ ଯାଯାବର (ବଞ୍ଜାରା)ମୁକ୍ତ କରିବାକୁ ଅଭିଯାନ ଆରମ୍ଭ କରିଥିଲା ବିଏମ୍‌ସି। ଯଦିଓ ପୂର୍ବଭଳି ସବୁ ମନ୍ଦିର ଆଗରେ...

ଅଲ୍‌ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ

ଭୁବନେଶ୍ୱର,୨୯।୪:ଦେଶର ପ୍ରମୁଖ ବାଣିଜି୍ୟକ ଯାନ କମ୍ପାନୀ ତଥା ଟାଟା ମୋଟର୍ସ ଲିମିଟେଡ୍‌ର ଅଲ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି କମ୍ପାନୀର ଓଡ଼ିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri