Posted inଜାତୀୟ

ଆରଏସ୍‌ଏସ୍‌ ପ୍ୟାଣ୍ଟରେ ନିଆଁ ଲାଗିଥିବା ଫଟୋ ପୋଷ୍ଟ କଲା କଂଗ୍ରେସ

ନୂଆଦିଲ୍ଲୀ,୧୨।୯: ଭାରତ ଯୋଡ ଯାତ୍ରା ମଧ୍ୟରେ ସୋମବାର କଂଗ୍ରେସ ଏକ ବିବାଦୀୟ ଫଟୋ ଶେୟାର କରିଛି। କଂଗ୍ରେସ ନିଜର ଅଫିସିଆଲ ଟୁଇଟର୍‌ ହ୍ୟାଣ୍ଡେଲରୁ ନିଆଁ ଲାଗିଥିବା ଆରଏସଏସ ପ୍ୟାଣ୍ଟର ଏକ ଫଟୋ ପୋଷ୍ଟ କରିଛି। ଏହି ଫଟୋ ମାଧ୍ୟମରେ କଂଗ୍ରେସ ଆରଏସଏସ-ଭାଜପାକୁ ଟାର୍ଗେଟ କରିଛି। ଟୁଇଟରରେ ଏହି ଫଟୋ ପୋଷ୍ଟ କରି କଂଗ୍ରେସ ଲେଖିଛି ଯେ ଦେଶକୁ ଘୃଣାଭାବରୁ ମୁକ୍ତ କରିବା ଏବଂ ଆରଏସଏସ-ଭାଜପା ଦ୍ୱାରା ହୋଇଥିବା କ୍ଷୟକ୍ଷତିର ଆକଳନ କରିବା ପାଇଁ ଆମେ ପ୍ରତ୍ୟେକ ପଦକ୍ଷେପ ନେଉଛୁ। ଫଟା ଆରଏସଏସ ପ୍ୟାଣ୍ଟରେ ନିଆଁ ଜଳୁଥିବା ଦେଖାଯାଉଛି ଏବଂ ଧୂଆଁ ମଧ୍ୟ ବାହାରୁଛି। ଫଟୋ ଉପରେ ‘ଆଉ ୧୪୫ ଦିନ ବାକି ଅଛି’ ଲେଖାଯାଇଛି। ଏହାକୁ ନେଇ ରାଜନୀତି ତୀବ୍ର ହୋଇଛି।
ଭାଜପା ନେତା ସମ୍ବିତ ପାତ୍ର କହିଛନ୍ତି, ଏହା ‘ଭାରତ ଯୋଡ ଯାତ୍ରା’ ନୁହେଁ ବରଂ ‘ଭାରତ ତୋଡ ଯାତ୍ରା’ ଏବଂ ‘ଆଗ୍‌ ଲଗାଓ ଯାତ୍ରା’। ମୁଁ ରାହୁଲ ଗାନ୍ଧୀଙ୍କୁ ପଚାରିବାକୁ ଚାହେଁ, ଆପଣ ଏହି ଦେଶରେ ହିଂସା ଚାହୁଁଛନ୍ତି କି? କଂଗ୍ରେସ ଏହି ଫଟୋକୁ ତୁରନ୍ତ ହଟାଇବା ଉଚିତ।
ସେହିପରି କଂଗ୍ରେସର ବିବାଦୀୟ ଟୁଇଟ୍‌କୁ ନେଇ ଉତ୍ତରପ୍ରଦେଶରେ ପିଡବ୍ଲ୍ୟୁଡି ମନ୍ତ୍ରୀ ଜିତିନ ପ୍ରସାଦଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି। ସେ ଟୁଇଟ୍‌ କରି କହିଛନ୍ତି, ରାଜନୈତିକ ମତଭେଦ ସ୍ବାଭାବିକ। କିନ୍ତୁ ରାଜନୈତିକ ବିରୋଧୀଙ୍କୁ ଜାଳିବା ପାଇଁ ଏହି ପ୍ରକାର ମାନସିକତା ଆବଶ୍ୟକ କି? ନକାରାତ୍ମକତା ଏବଂ ଘୃଣାର ଏହି ରାଜନୀତିକୁ ସମସ୍ତେ ନିନ୍ଦା କରିବା ଉଚିତ୍‌।
ସୂଚନାଯୋଗ୍ୟ, କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଦଳ ‘ଭାରତ ଯୋଡ’ ଯାତ୍ରା ଆରମ୍ଭ କରିଛି। ଦରଦାମ ବୃଦ୍ଧି, ବେରୋଜଗାରୀକୁ ବିରୋଧ କରି କଂଗ୍ରେସ ପଦଯାତ୍ରା କରୁଛି। କନ୍ୟାକୁମାରୀଠାରୁ ଜମ୍ମୁ କଶ୍ମୀର ପର୍ଯ୍ୟନ୍ତ ଏହି ଯାତ୍ରା ୧୨ଟି ରାଜ୍ୟ ଦେଇ ୩,୭୫୦ କିଲୋମିଟର ଦୂରତା ଅତିକ୍ରମ କରିବ। ଏହି ଯାତ୍ରା ୧୫୦ ଦିନ ଧରି ଚାଲିବ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri