ବ୍ରିଜ୍‌ରେ ସ୍କୁଟି ରଖି ଚାଲିଯିବାରୁ ଅଡୁଆ

ବାରଙ୍ଗ,୩୧।୮(ଡି.ଏନ.ଏ.): ଗତ କିଛିଦିନ ଧରି କଟକ ମୁଣ୍ଡଳୀ ବ୍ରିଜ୍‌ରୁ ଡେଇଁ ଆତ୍ମହତ୍ୟା ଘଟଣା ବାରମ୍ବାର ଘଟୁଥିବା ଦେଖିବାକୁ ମିଳୁଛି। ଏଭଳି ସମୟରେ ମଙ୍ଗଳବାର ଭୋରୁ ଉକ୍ତ ବ୍ରିଜ୍‌ ଉପରେ ଏକ ସ୍କୁଟି ଓ ଚପଲ ରହିଥିଲା। ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଥିବାରୁ ସମସ୍ତ ପାଇଁ ଅଡୁଆ ସାଜିଥିଲା। ଏହାକୁ ଦେଖି ସ୍ଥାନୀୟ ଲୋକେ ଗାଡ଼ି ରଖି କେହି ମହାନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରି ପୋଲିସକୁ ଜଣାଇଥିଲେ। ବାରଙ୍ଗ ଥାନା ଓ ଗୋଡ଼ିସାହି ଫାଣ୍ଡି ପୋଲିସ ପହଞ୍ଚତ୍ ଦିନତମାମ ଖୋଳତାଡ଼ କରିଥିଲେ। ଏପରିକି ସ୍ଥାନୀୟ ଅଗ୍ନିଶମ ବାହିନୀର ଏକ ଟିମ୍‌ ଆସି ଦୀର୍ଘ ସମୟ ପର୍ଯ୍ୟନ୍ତ ମହାନଦୀରେ ଖୋଜି ନାକେଦମ ହୋଇଥିଲେ ସୁଦ୍ଧା କିଛି ପାଇ ନ ଥିଲେ। ପୋଲିସ ଜୋରଦାର ତଦନ୍ତ ଚଳାଇଥିବା ବେଳେ ଶେଷରେ କେହି ଆତ୍ମହତ୍ୟା କରି ନ ଥିବା ଜାଣିବା ସହ ଗାଡ଼ି ରଖିଥିବା ବ୍ୟକ୍ତିଙ୍କୁ ଭୁବନେଶ୍ୱରରୁ ଠାବ କରିଥିଲା। ସେ ହେଲେ ଅନୁଗୋଳ ଜିଲା ସିମିଳିପଡ଼ାର ରଘୁରଞ୍ଜନ ମହାକୁଡ଼। ଏଥିସହ ରଘୁରଞ୍ଜନ ୨ ସାଙ୍ଗ ସହ ଗୋଡ଼ିସାହି ଫାଣ୍ଡିରେ ଅପରାହ୍ନରେ ପହଞ୍ଚତ୍ବା ସହ ଗାଡ଼ି ଖରାପ ଯୋଗୁ ବ୍ରିଜ୍‌ରେ ରଖିଦେଇ ଚାଲିଯାଇଥିବା ଜଣାଇବା ପରେ ଏହି ନାଟକୀୟ ଘଟଣାର ଅନ୍ତ ହୋଇଥିଲା। ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳେ ମୁଣ୍ଡଳି ବ୍ରିଜ ଉପରେ ଓଡି ୧୯ଟି-୧୦୫୯ନଂ. ବିଶିଷ୍ଟ ସ୍କୁଟି ରଖାଯାଇଥିଲା। ତା’ପାଖରେ ଏକ ଚପଲ ମଧ୍ୟ ଥିବା ଦେଖି କିଛି ଲୋକ ଗୋଡିସାହି ଫାଣ୍ଡିକୁ କହିଥିଲେ। ଖବରପାଇ ପୋଲିସ ଓ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ଗାଡ଼ିକୁ ଜବତ କରି ଖୋଜାଖୋଜି ଆରମ୍ଭ କରିଥିଲେ। ହେଲେ କୌଣସି ପତ୍ତା ମିଳି ନ ଥିଲା। ଶେଷରେ ପୋଲିସ ସ୍କୁଟି ନଂ. ଅଧାରରେ ଯୁବକଙ୍କ ପରିଚୟ ଜାଣିବା ପରେ ଅନୁଗୋଳ ଥାନା ସହ ଯୋଗାଯୋଗ କରି ରଘୁରଞ୍ଜନଙ୍କ ପରିବାରକୁ ଖବର ଦେଇଥିଲେ। ଅନ୍ୟପଟେ ଏହି ଘଟଣାକୁ ନେଇ ଗଣମାଧ୍ୟମରେ ଖବର ପରିବେଷଣ ହେଉଥିବା ବେଳେ ରଘୁରଞ୍ଜନଙ୍କ ଜଣେ ସମ୍ପର୍କୀୟ ଗାଡ଼ି ନଂ. ଦେଖି ପରିବାର ଓ ପୋଲିସକୁ ଫୋନ କରିଥିଲେ। ଏହି ଚର୍ଚ୍ଚା ଭିତରେ ଅପରାହ୍ନରେ ସ୍କୁଟି ଚାଳକ ରଘୁରଞ୍ଜନ ଓ ତାଙ୍କ ଦୁଇ ସାଙ୍ଗକୁ ନେଇ ଗୋଡିସାହି ଫାଣ୍ଡିରେ ପହଞ୍ଚତ୍ ଗାଡ଼ି ଖରାପ ଥିବାରୁ ଭୁବନେଶ୍ୱର ଚାଲିଯାଇଥିବା କହିବା ପରେ ଆତ୍ମହତ୍ୟା ସନ୍ଦେହର ପୂର୍ଣ୍ଣଚ୍ଛେଦ ପଡ଼ିଥିଲା।
ଅପରପକ୍ଷେ ରଘୁରଞ୍ଜନଙ୍କ କହିବା ଅନୁଯାୟୀ, ସୋମବାର ସେ ତାଙ୍କ ସ୍ତ୍ରୀଙ୍କ ସହ କୌଣସି କଥାକୁ ନେଇ ଝଗଡ଼ା କରି ସାଢେ ୯ଟାରେ ସ୍କୁଟି ଧରି ଘରୁ ପଳାଇଆସିଥିଲେ। ମହାନଦୀ ମୁଣ୍ଡଳି ବ୍ରିଜ ଉପରେ ବିଳମ୍ବିତ ରାତିରେ ସ୍କୁଟିଟି ଖରାପ ହୋଇଯାଇଥିଲା। ଅନ୍ଧାରରୁ ଗାଡିକୁ ଗଡାଇ ଆଲୋକଥିବା ସ୍ଥାନରେ ରଖି ଗ୍ୟାରେଜ ଖୋଜିଥିଲେ। ଏହି ସମୟରେ ଆସୁଥିବା ଏକ ଟ୍ରକକୁ ଲିଫ୍ଟ ମାଗି ଗ୍ୟାରେଜ ଖୋଜିବା ପାଇଁ ବାହାରି ଆସିଥିଲେ। ଟ୍ରକରେ ବରମୁଣ୍ଡାରେ ଆସି ସାଢେ ୪ଟା ରାତିରେ ଓହ୍ଲାଇ ଶ୍ୱଶୁରଘର ଲୋକଙ୍କୁ ଫୋନ କରିଥିଲି କିନ୍ତୁ ତାଙ୍କ ଫୋନ ସୁଇଚ୍‌ ଅଫ୍‌ ହୋଇଯାଇଥିଲା। ଏହାପରେ ସେ ସେଠାରେ ଶୋଇ ପଡ଼ିଥିଲେ। ସକାଳ ୭ଟାରେ ତାଙ୍କ ଶଳା ଟିଭିରୁ ଗାଡିନମ୍ବରକୁ ଜାଣି ରଘୁରଞ୍ଜନଙ୍କୁ ସୁଇସାଇଡ୍‌ କରିଥିବାର ପ୍ରଚାର ହେଉଥିବା ବିଷୟରେ କହିଥିଲେ। ତାଙ୍କ ଗାଡି ଖରାପ ହୋଇଯାଇଥିବାରୁ ସେ ସେଠାରେ ରଖି କି ଆସିବାର କହିଥିଲେ। ଏହାପରେ ତାଙ୍କର ଦୁଇଜଣ ସାଙ୍ଗଙ୍କୁ ଧରି ଗୋଡିସାହି ଫାଣ୍ଡିରେ ପହଞ୍ଚତ୍ଥିଲେ। ସେଠାରେ ସେ ଭୁଲ ସ୍ବୀକାର କରି ଲିଖିତ ଭାବେ ଜଣାଇବା ପରେ ପୋଲିସ ତାଙ୍କ ଗାଡ଼ିକୁ ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ଦାରିଙ୍ଗବାଡିରେ ଅସମ୍ଭାଳ ଜାଡ଼, ୨ ଦିନିଆ ଛୁଟି କାଟିବାକୁ ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡି,୨୦।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି୍‌ରେ ପୁଣି ଶନିବାର ଶୀତର ପ୍ରକୋପ ବୃଦ୍ଧି ପାଇଛି। ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ରହିଥିବା...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

IND vs SA: ଅଷ୍ଟ୍ରେଲିଆର ରେକର୍ଡ ଭାଙ୍ଗିଲା ଇଣ୍ଡିଆ, ସିରିଜ ଜିତି କଲା ଐତିହାସିକ ରେକର୍ଡ

ନୂଆଦିଲ୍ଲୀ, ୨୦।୧୨: ଭାରତୀୟ ଦଳ ପଞ୍ଚମ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ୩୦ରନରେ ପରାସ୍ତ କରି ୩-୧ସିରିଜ ବିଜୟ ହାସଲ କରିଛି । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ...

ବିଶ୍ୱର ୨୦% ଦେଶ ଉପରେ ଯାତ୍ରା ପ୍ରତିବନ୍ଧକ ଲଗାଇଲେ ଟ୍ରମ୍ପ, ବୁଲିବାକୁ ଯାଉଥିଲେ…

ଓ୍ବାଶିଂଟନ୍‌,୨୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଆମେରିକାର ପ୍ରବାସନ ନୀତିକୁ କଡ଼ାକଡ଼ି କରିଛନ୍ତି। ନିକଟରେ ଟ୍ରମ୍ପ ପ୍ରଶାସନ ଆହୁରି ସାତଟି ଦେଶ ଏବଂ...

ପଡିଆରେ ଖୋଲାଖୋଲି ପ୍ରେମ କଲେ ହାର୍ଦ୍ଦିକ – ମାହିକା, ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ପରେ କଲେ ଏମିତି, ଭାଇରାଲ ହେଲା…

ନୂଆଦିଲ୍ଲୀ, ୨୦।୧୨: ଆଜିକାଲି ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପ୍ରେମ ପ୍ରକାଶ କରିବାର ଗୋଟିଏ ବି ସୁଯୋଗ ହାତଛଡ଼ା କରନ୍ତି ନାହିଁ। ଅହମ୍ମଦାବାଦରେ ଖେଳାଯାଇଥିବା ଭାରତ ଏବଂ...

ପ୍ରତିଦିନ ଓଡ଼ିଶାରୁ ଖଣି ଲୁଟୁଛନ୍ତି

ଭୁବନେଶ୍ୱର, ୨୦।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଓଡ଼ିଶାର ବିକାଶ ଲାଗି ପ୍ରସ୍ତୁତ କରୁଥିବା ଯୋଜନା ମଧ୍ୟରୁ ମୁଖ୍ୟତଃ ଖଣି ରାଜସ୍ବ ଉପରେ ସର୍ବାଧିକ ନିର୍ଭର କରିଥାଆନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri