Posted inଖେଳ

ମହିଳା ଟି୨୦ ଚ୍ୟାଲେଞ୍ଜ: ସୁପରନୋଭାସ ଚାମ୍ପିୟନ

ଜୟପୁର, ୧୨।୫- ଅଧିନାୟିକା ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ସୁପରନୋଭାସ ଚଳିତ ବର୍ଷର ମହିଳା ଟି୨୦ ଚ୍ୟାଲେଞ୍ଜ ଟାଇଟଲ ହାସଲ କରିଛି। ଶନିବାର ଅନୁଷ୍ଠିତ ଫାଇନାଲରେ ସୁପରନୋଭାସ ୪ ଉଇକେଟରେ ଭେଲୋସିଟିକୁ ପରାସ୍ତ କରିଛି। ଭେଲୋସିଟି ପକ୍ଷରୁ ଧାର୍ଯ୍ୟ ୧୨୨ ରନ ବିଜୟ ଲକ୍ଷ୍ୟକୁ ସୁପରନୋଭାସ ୨୦ ଓଭରରେ ୬ ଉଇକେଟ ହରାଇ ହାସଲ କରି ନେଇଥିଲା।
ଟସ୍‌ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିତ୍ବା ଭେଲୋସିଟି ପ୍ରାରମ୍ଭିକ ଓ ମିଡଲ ଅର୍ଡର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୩୭ ରନରେ ୫ଟି ଉଇକେଟ ହରାଇଥିଲା। ଶେଷଭାଗରେ ସୁଷମା ବର୍ମା ଓ ଆମେଲିଆ କେର ଦ୍ରୁତ ରନ ସଂଗ୍ରହ କରିବାରୁ ଭେଲୋସିଟି ସମ୍ମାନଜନକ ସ୍କୋରରେ ପହଞ୍ଚତ୍ଥିଲା। କେର୍‌ ୩୮ ବଲ୍‌ରୁ ୩୬(୪ ଚୌକା) ରନ କରି ଆଉଟ ହୋଇଥିବାବେଳେ ସୁଷମା ୩୨ ବଲ୍‌ରୁ ୪୦(୩ ଚୌକା, ୧ ଛକା) ରନରେ ଅପରାଜିତ ରହିଥିଲେ। ସୁପରନୋଭାସ ବୋଲରଙ୍କ ମଧ୍ୟରୁ ଲିଆ ଟାହୁହୁ ୨ଟି ଏବଂ ଅନୂଜା ପାଟିଲ, ସୋଫି ଡେଭିନ, ନାତାଲି ସ୍କିଭର ଓ ପୁନମ ଯାଦବ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ଜବାବରେ ସୁପରନୋଭାସ ମଧ୍ୟ କ୍ରମାଗତ ବ୍ୟବଧାନରେ ଉଇକେଟ ହରାଇଥିଲେ ହେଁ ହରମନପ୍ରୀତଙ୍କ ଅର୍ଦ୍ଧଶତକ ସହାୟତାରେ ବିଜୟ ଲକ୍ଷ୍ୟରେ ପହଞ୍ଚତ୍ ପାରିଥିଲା। ଶେଷ ବଲ୍‌ରୁ ବିଜୟ ପାଇଁ ୧ ରନ ଆବଶ୍ୟକ ହେଉଥିବାବେଳେ ରାଧା ଯାଦବ ଚୌକା ମାରି ଉତ୍କଣ୍ଠାର ଅବସାନ ଘଟାଇଥିଲେ। ସେ ୪ ବଲ୍‌ରୁ ୧୦ ରନ କରି ଅପରାଜିତ ରହିଥିଲେ। ହରମନପ୍ରୀତ ୩୭ ବଲ୍‌ ଖେଳି ୪ ଚୌକା ଓ ୩ ଛକା ସହାୟତାରେ ସର୍ବାଧିକ ୫୧ ରନ କରିଥିବାବେଳେ ପ୍ରିୟା ପୁନିଆ ୨୯ ଓ ଜେମିମା ରୋଡ୍ରିଗ୍ବେଜ ୨୨ ରନର ଉପଯୋଗୀ ଇନିଂସ ଖେଳିଥିଲେ। ଭେଲୋସିଟି ପକ୍ଷରୁ ଜହରନା ଆଲାମ ଓ ଆମେଲିଆ କେର ୨ଟି ଲେଖାଏ ଏବଂ ଦେବିକା ବୈଦ୍ୟ ଗୋଟିଏ ଉଇକେଟ ନେଇଥିଲେ। ମ୍ୟାଚ ବିଜୟୀ ଇନିଂସ ପାଇଁ ହରମନପ୍ରୀତ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ଜେମିମା ରୋଡ୍ରିଗ୍ବେଜ ପ୍ଲେୟର ଅଫ ଦି ସିରିଜ ପୁରସ୍କାର ପାଇଥିଲେ।
ସଂକ୍ଷିପ୍ତ ସ୍କୋର
ଭେଲୋସିଟି ୨୦ ଓଭରରେ ୧୨୧/୬(ସୁଷମା-୪୦*, କେର୍‌-୩୬, ତାହୁହୁ-୨/୨୧)।
ସପରନୋଭାସ ୨୦ ଓଭରରେ ୧୨୫/୬(ହରମନପ୍ରୀତ-୫୧, ପ୍ରିୟା-୨୯, ଜେମିମା-୨୨, ଜହନରା-୨/୨୧, କେର୍‌-୨/୨୯)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ ୨୦୨୪ର ନୂଆ ହିରୋ ଶଶାଙ୍କ କିଏ? ୧୦୦ ଟେଷ୍ଟ ଖେଳିଥିବା କ୍ରିକେଟର ବି କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୪: ଆଇପିଏଲ୍‌ ୨୦୨୪କୁ ମିଳିଛି ନୂଆ ହିରୋ। ସେ କୌଣସି ବିଦେଶୀ ଖେଳାଳି ନୁହନ୍ତି ବରଂ ପଞ୍ଜାବ କିଙ୍ଗ୍ସର ଅନ୍‌କ୍ୟାପ୍ଡ ଖେଳାଳି ଶଶାଙ୍କ ସିଂ। ଶଶାଙ୍କଙ୍କୁ...

ସେମିରେ ଦୀପିକା କୁମାରୀ

ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ...

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri