ସହାୟତା ରାଶି କାଟି ରଖୁଛି ବ୍ୟାଙ୍କ

ବରୀ,୨୬ା୮(ଡି.ଏନ.ଏ.): ବରୀ ବ୍ଲକ ଏକ କୃଷିବହୁଳ ଅଞ୍ଚଳ। ବିଭିନ୍ନ ସମୟରେ ବନ୍ୟା, ବାତ୍ୟା, ମରୁଡି କୃଷକଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଥାଏ। ତେବେ ସରକାରଙ୍କ ତରଫରୁ କୃଷକଙ୍କ ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରିବା ନିମନ୍ତେ କାଳିଆ ଯୋଜନା, ବଳିଆ ଯୋଜନା ଓ କ୍ଷତିଗ୍ରସ୍ତ ଚାଷୀଙ୍କୁ କୃଷି ବୀମା ଅର୍ଥରାଶି ଆଦି ପ୍ରଦାନ କରାଯାଉଛି। ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ସହାୟତା ରାଶି ବ୍ୟାଙ୍କ ଆକାଉଣ୍ଟ୍‌ ମାଧ୍ୟମରେ ଦିଆଯାଉଛି। ମାତ୍ର ଏହାର ସୁଯୋଗରେ ଚାଷୀମାନଙ୍କ ଉକ୍ତ ସହାୟତା ରାଶିକୁ ଋଣ ବାବଦକୁ ବ୍ୟାଙ୍କ କର୍ତ୍ତୃପକ୍ଷ କାଟି ରଖୁଥିବା ଅଭିଯୋଗ ହୋଇଛି। ବ୍ଲକ୍‌ ଅଧୀନରେ ଥିବା ବାଲିଆ, କମ୍ପଗଡ଼, ରାମଚନ୍ଦ୍ରପୁର, ବରୀ ଓ ରାଜାତୋଟା କଳିଙ୍ଗ ଗ୍ରାମ୍ୟ ବ୍ୟାଙ୍କ ଶାଖାରେ ଏପରି କରାଯାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ସେହିପରି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ଯୋଜନା ଓ ବାର୍ଦ୍ଧକଭତ୍ତା ଯୋଜନାରେ ଗ୍ରାହକଙ୍କ ଜମା ଖାତାକୁ ଆସୁଥିବା ଅର୍ଥରାଶିକୁ ମଧ୍ୟ କାଟି ରଖାଯାଉଛି।
ରତ୍ନଗିରି ପଞ୍ଚାୟତ ପଟଣା ଓ ରତ୍ନଗିରି ଗ୍ରାମର ଦୁଇଟି ନାମକୁ ଉଦାହରଣ ଭାବେ ନିଆଯାଇପାରେ। ପଟଣାଗ୍ରାମର କାଶୀନାଥ ପାତ୍ରଙ୍କ ବାପା ଗୋପୀନାଥ ବାର୍ଦ୍ଧକ୍ୟ ଭତ୍ତା ପାଉଥିବାରୁ ତାଙ୍କ ବ୍ୟାଙ୍କ୍‌ ଜମା ବହିରେ ଅର୍ଥରାଶି ଜମା ହୋଇଥିଲା। ଅପରପକ୍ଷରେ ସେହି ପଞ୍ଚାୟତର ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟରତ ଥିବା ପର୍ଶୁରାମ ମଲିକଙ୍କ ବାପା ଗୋଲେଖ ଶ୍ରମିକ ଭାବେ କାର୍ଯ୍ୟ କରିଥିବାରୁ ତାଙ୍କ ଆକାଉଣ୍ଟକୁ ଟଙ୍କା ଆସିଥିଲା। ତେଣୁ ଟଙ୍କା ଉଠାଣ କରିବାକୁ ସେମାନେ କମ୍ପଗଡ଼ କଳିଙ୍ଗ ଗ୍ରାମ ବ୍ୟାଙ୍କ ଶାଖାକୁ ଯାଇଥିବା ବେଳେ ଶାଖା ପରିଚାଳକ ତାଙ୍କ ନାମରେ ଋଣ ଥିବାରୁ ସେହି ଅର୍ଥକୁ ଋଣ ଶୁଝାଯାଇଛି ବୋଲି କହିଥିଲେ। ତେଣୁ ଆକାଉଣ୍ଟରୁ ପଇସା ଦେବାକୁ ମନା କରିଥିଲେ। ଏ ସମ୍ପର୍କରେ କମ୍ପଗଡ଼ ଶାଖା ପରିଚାଳକ ଶିବପ୍ରସାଦ ପାଢ଼ୀଙ୍କୁ ପଚାରିବାରେ ସେ କହିଛନ୍ତି, ଋଣଗ୍ରସ୍ତ କୃଷକ ହୁଅନ୍ତୁ ବା ଭତ୍ତା ହିତାଧିକାରୀ ସେମାନଙ୍କ ନାମରେ ଋଣ ଥିଲେ ତାଙ୍କ ଜମା ବହିରୁ ଅର୍ଥ ରାଶି କାଟିବା ପାଇଁ ଉପରିସ୍ଥ କର୍ତ୍ତୃପକ୍ଷଙ୍କ ତରଫରୁ ନିର୍ଦ୍ଦେଶ ରହିଛି ବୋଲି କହିଥିଲେ। ଏ ସମ୍ପର୍କରେ କଳିଙ୍ଗ ଗ୍ରାମ୍ୟ ବ୍ୟାଙ୍କ୍‌ର ରିଜିଓନାଲ ମ୍ୟାନେଜର ଚନ୍ଦନ କୁମାରଙ୍କୁ ପଚାରିବାରେ ସେ କହିଛନ୍ତି, ସରକାରଙ୍କ ତରଫରୁ ଏଭଳି କ୍ଷେତ୍ରରେ ଜମା ବହିରୁ ଅର୍ଥ ରାଶି କାଟିବାର ନିୟମ ନାହିଁ। ଯଦି ଏଭଳି କାର୍ଯ୍ୟ କୌଣସି ଶାଖା ପରିଚାଳକ କରିଥାନ୍ତି ତେବେ ଲିଖିତ ଅଭିଯୋଗ ଆସିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଯେଉଁମାନଙ୍କ ଟଙ୍କା କଟା ଯାଇଛି ତାହା ତୁରନ୍ତ ଫେରସ୍ତ କରିବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri