ଟିପ୍ପର ଚାଳକ, ମା’ଝିଅଙ୍କ ବଚସା ଭିଡିଓ ଭାଇରାଲ

ଧର୍ମଶାଳା,୨୦।୮(ଡି.ଏନ.ଏ.):  ଯାଜପୁର ଜିଲା ଜେନାପୁର ଥାନା ଅଧୀନ ୫୩ ନମ୍ବର ଜାତୀୟ ରାଜପଥରେ ଗତ ୩ତାରିଖରେ ସୁକିନ୍ଦା ଅଞ୍ଚଳର ଅଶୋକ ଚକ୍ରବର୍ତ୍ତୀଙ୍କ ସ୍ତ୍ରୀ ଶ୍ରୀତିକା ଚକ୍ରବର୍ତ୍ତୀ ଓ ତାଙ୍କ ଝିଅ ଲିପିକା ଚକ୍ରବର୍ତ୍ତୀଙ୍କୁ ଟିପ୍ପର ଚାଳକ ଗାଡ଼ି ଚଢ଼ାଇ ହତ୍ୟା କରିବା ମାମଲାରେ ନୂଆ ତଥ୍ୟ ସାମ୍‌ନାକୁ ଆସିଛି। ସାଇଡ୍‌ମରାକୁ କେନ୍ଦ୍ରକରି ଶ୍ରୀତିକା ଓ ଲିପିକାଙ୍କ ସହ ଚାଳକ ଅମର ସ୍ବାଇଁଙ୍କ ହୋଇଥିବା ବଚସାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଦେଢ଼ ମିନିଟ୍‌ର ଏହି ଭିଡିଓରେ ଲିପିକା ଓ ଶ୍ରୀତିକା ଟ୍ରକ୍‌ ଚାଳକଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଜୋତାରେ ମାରିବାକୁ କହୁଥିବା ଦେଖିବାକୁ ମିଳିଛି। ଚାଳକ ଅଶ୍ଳୀଳ ଭାଷାକୁ ବିରୋଧ କରୁଥିବାବେଳେ ଲିପିକା ଆହୁରି ଜୋତାରେ ପିଟିବେ ବୋଲି କହୁଛନ୍ତି। ଭିଡିଓରେ ଲିପିକାଙ୍କ ମା’କହୁଛନ୍ତି, ବାଟସାରା ଚାଳକ ଆମକୁ ସାଇଡ୍‌ ମାରୁଛନ୍ତି। ବିରୋଧ କଲେ ନାନା ଭାଷାରେ ଗାଳି କରୁଛନ୍ତି। ଏହାପରେ ଶ୍ରୀତିକା ଓ ଲିପିକା ଗାଡ଼ିରୁ କିଛି ଲୁହା ସାମଗ୍ରୀ ଧରି ଚାଳକଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରୁଛନ୍ତି। ଏହାପରେ ଚାଳକ ମଧ୍ୟ ସେମାନଙ୍କୁ ଲୁହା ସାମଗ୍ରୀରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ଲୋକେ ଚାଳକଙ୍କୁ ବୁଝାଶୁଝା କରି ବିଦା କରୁଥିବା ଦେଖାଯାଇଛି।
ସୂଚନା ମୁତାବକ, ଶ୍ରୀତିକା ଓ ଲିପିକା କେନ୍ଦ୍ରାପଡ଼ା ଜିଲାର ମହାକାଳପଡ଼ାରେ ଏକ ଶୁଦ୍ଧିକ୍ରିୟା କାମରେ ଯୋଗଦେଇ ସ୍କୁଟିରେ ଘରକୁ ଫେରୁଥିଲେ। ୫୩ ନମ୍ବର ଜାତୀୟ ରାଜପଥର ଆରୁହା ଛକ ପୂର୍ବରୁ ଗାଡ଼ି ସାଇଡମରାକୁ କେନ୍ଦ୍ରକରି ଡ୍ରାଇଭର ଏବଂ ଶ୍ରୀତିକା ଓ ଲିପିକାଙ୍କ ମଧ୍ୟରେ ବଚସା ହୋଇଥିଲା। ଶ୍ରୀତିକା ଓ ଲିପିକା ଆରୁହା ଛକ ନିକଟରେ ଗାଡ଼ି ଅଟକାଇ ଡ୍ରାଇଭରଙ୍କ ସହ ଯୁକ୍ତିତର୍କ କରିବା ସହ ଭିଡିଓ ଉତ୍ତୋଳନ କରିଥିଲେ। ଯୁକ୍ତିତର୍କ ସମୟରେ ପାଟି ଶୁଣି ସ୍ଥାନୀୟ ଅଞ୍ଚଳର କେତେଜଣ ଲୋକ ପହଞ୍ଚତ୍ ଆପୋସ ସମାଧାନ କରିଥିଲେ। ଏହାର କିଛି ସମୟ ପରେ ଟ୍ରକ ଡ୍ରାଇଭର ଅମର ଟ୍ରକ ନେଇ ସେହି ରାସ୍ତାରେ ଯାଇ ବରଡ଼ା ଛକ ନିକଟରେ ଶ୍ରୀତିକା ଓ ଲିପିକାଙ୍କ ଉପରେ ଗାଡ଼ି ଚଢାଇ ଦେଇଥିଲେ। ଫଳରେ ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା। ପ୍ରଥମେ ଏହା ଏକ ଦୁର୍ଘଟଣାଜନିତ ମୃତ୍ୟୁ ବୋଲି କୁହାଯାଉଥିଲା। ତେବେ ସାଇଡମରାକୁ କେନ୍ଦ୍ର କରି ଟ୍ରକ୍‌ ଡ୍ରାଇଭର ଅମରଙ୍କର ଶ୍ରୀତିକା ଓ ଲିପିକାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିବା କଥା ଜଣାପଡ଼ିବା ପରେ ପୋଲିସ ଆରୁହା ଛକ ନିକଟରେ ପହଞ୍ଚତ୍ ଆପୋସ ସମାଧାନ କରିଥିବା ଲୋକଙ୍କୁ ପଚାରି ବୁଝିବା ସହିତ ଏହି ଥାନା ତୋଟାକଣ ଗ୍ରାମର ଟ୍ରକ୍‌ ଚାଳକ ଅମରଙ୍କୁ ଗିରଫ କରିଥିଲା। ତାଙ୍କୁ ରଗଡ଼ିସ୍ଥିତ ବିଚାରବିଭାଗୀୟ ଜେଲକୁ ପଠାଇ ଦିଆଯାଇଛି। ପୋଲିସ ଚାର୍ଜଶିଟ ଦେବା ପରେ ଏହି କେସ୍‌ର ବିଚାର ଚାଲିବ। ତେବେ ପୋଲିସ ଚାର୍ଜଶିଟ ତିଆରି କରିବା ପୂର୍ବରୁ ଏହି ଭାଇରାଲ ଭିଡିଓ ପୋଲିସ ପାଇଁ ଏକ ବଳିଷ୍ଠ ପ୍ରମାଣ ହୋଇଛି। ପୋଲିସ ଏହି ଭିଡିଓକୁ କୋର୍ଟରେ ଦାଖଲ କରି ଅଭିଯୁକ୍ତଙ୍କ ବିରୋଧରେ ଉପସ୍ଥାପନ କରିପାରିବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍‌ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…

ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ବାହୁନି ବାହୁନି କାନ୍ଦୁଛନ୍ତି ପତ୍ନୀ, ଅନ୍ଧକାରରେ ୩ ପିଲାଙ୍କ ଭବିଷ୍ୟତ; ଗୋଆରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ, ଏବେ… 

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ। ହେଲେ କାରଖାନାରେ ଅଘଟଣ ଘଟିବା ଯୋଗୁ ଚାଲିଗଲା ଜୀବନ। ଏବେ ରୋଜଗାରିଆ ପୁଅଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri