Posted inଫୁରସତ

ଜରିଗୋଟାଳିରୁ ଅନ୍ତର୍ଜାତୀୟ ଫଟୋଗ୍ରାଫର

ପଶ୍ଚିମବଙ୍ଗ ପୁରୁଲିୟାର ବିକି ରାୟ। ଦିନେ ସେ ଦିଲ୍ଲୀରେ ଜରି ଗୋଟାଇବା କାମ କରୁଥିଲେ। ହେଲେ ଆଜି ଜଣେ ଅନ୍ତର୍ଜାତୀୟ ଫଟୋଗ୍ରାଫରଭାବେ ପରିଚିତ। ତାଙ୍କର ଏହି ଯାତ୍ରା ସତରେ ବହୁତ ପ୍ରେରଣାଦାୟକ। ବିକିଙ୍କ ବାପା ଜଣେ ଟେଲର୍‌ ଥିଲେ। ଆଉ ତାଙ୍କର ଭାଇ ଭଉଣୀ ଥିଲେ ୭ଜଣ। ତେଣୁ ଘର ବହୁତ କଷ୍ଟରେ ଚଳୁଥିଲା। ତେବେ ବିକିଙ୍କ ସ୍ବପ୍ନ ଥିଲା ବହୁତ ବଡ। କିଶୋରବସ୍ଥାରେ ଘର ଛାଡି ଦିଲ୍ଲୀ ଚାଲିଗଲେ। ହେଲେ ସେଠାରେ ଦୁଇଓଳି ଖାଇବା ଯୋଗାଡ କରିବା ତାଙ୍କ ପାଇଁ କଷ୍ଟକର ହୋଇଗଲା। ତେଣୁ ସେ ଦିଲ୍ଲୀ ରେଳଷ୍ଟେସନରେ ଜରି ଗୋଟାଇବା କାମ ଆରମ୍ଭ କଲେ। ପରେ ଏକ ଢାବାରେ ବାସନ ମାଜିବା ସହ ବିଭିନ୍ନ ଛୋଟ ମୋଟ କାମ କରିବାକୁ ଲାଗିଲେ। ଏମିତି ଥରେ ତାଙ୍କ ଭାଗ୍ୟ ବଦଳିଗଲା ଯେବେ ଏକ ଏନ୍‌ଜିଓ ତାଙ୍କ ପଢିବା ଦାୟିତ୍ୱ ନେଲା। ଆଉ ସେଇ ଏନ୍‌ଜିଓ ସାହାଯ୍ୟରେ ତାଙ୍କ ସ୍କୁଲ ପଢା ସରିଲା। ୟା’ ଭିତରେ ବିକି ତାଙ୍କ ପ୍ୟାଶନ ଫଟୋଗ୍ରାଫୀ କରିବା ବି ଆରମ୍ଭ କରିଥିଲେ। ୧୮ ବର୍ଷ ବୟସରେ ସେ ଏନ୍‌ଜିଓ ଛାଡିଦେଲେ। ସୌଭାଗ୍ୟବଶତଃ ତାଙ୍କୁ ଆସିଷ୍ଟାଣ୍ଟ ଫଟୋଗ୍ରାଫର ବି ଚାକିରି ମିଳିଲା। ୨୦୦୧ରେ ସେ ଫଟୋଗ୍ରାଫୀ କରିବା ଆରମ୍ଭ କରିଥିଲେ। ୨୦୦୭ରେ ପ୍ରଥମକରି ପ୍ରଦର୍ଶନୀରେ ଭାଗ ନେଲେ। ଏଥିରେ ତାଙ୍କ କାମକୁ ବହୁତ ପ୍ରଶଂସା କରାଯାଇଥିଲା। ୨୦୦୮ରେ ସେ ଏକ ଅନ୍ତର୍ଜାତୀୟ ଫଟୋଗ୍ରାଫୀ ପ୍ରତିଯୋଗିତା ଜିତିଥିଲେ। ଫଳରେ ତାଙ୍କୁ ୬ ମାସ ପାଇଁ ଆମେରିକା ଯିବାର ସୁଯୋଗ ମିଳିଲା।

ତା’ସହ ତାଙ୍କୁ ଇଣ୍ଟରନ୍ୟାଶନାଲ ସେଣ୍ଟର ଅଫ୍‌ ଫଟୋଗ୍ରାଫୀରେ ବି ପ୍ରଶିକ୍ଷଣ ମିଳିଲା, ଯାହାକୁ କି ଫଟୋଗ୍ରାଫୀରେ ପୃଥିବୀର ସବୁଠୁ ଭଲ ସ୍କୁଲଭାବେ ଗ୍ରହଣ କରାଯାଏ। ମାର୍ଚ୍ଚ ୨୦୦୯ରେ ସେ ନ୍ୟୁୟର୍କ ଗଲେ। ସେଠାରେ ତାଲିମ ନେବାବେଳେ ତାଙ୍କୁ ଓ୍ବାର୍ଲଡ ଟ୍ରେଡ ସେଣ୍ଟରର ପୁନଃ ନିର୍ମାଣ ବେଳର ଫଟୋ ଉଠାଇବା ଲାଗି ଚୟନ କରାଯାଇଥିଲା। ୨୦୧୦ରେ ତାଙ୍କର ଏହି ଫଟୋଗୁଡିକୁ ଏକକ ପ୍ରଦର୍ଶନୀରେ ପ୍ରଦର୍ଶିତ କରାଗଲା। ଆମେରିକାରେ କାମ କରିବାବେଳେ ତାଙ୍କ ଭିତରେ ଆତ୍ମବିଶ୍ୱାସ ଭରିଯାଇଥିଲା। ଯାହା ତାଙ୍କୁ ଆଗକୁ ବଢିବାରେ ସାହାଯ୍ୟ କଲା। ଏବେ ବିକି ସାରା ଦୁନିଆର ବିଭିନ୍ନ ପ୍ରଦର୍ଶନୀରେ ବାସ୍ତବ ଜୀବନର ବିଭିନ୍ନ ଛବିକୁ ଫଟୋ ମାଧ୍ୟମରେ ପ୍ରଦର୍ଶିତ କରୁଛନ୍ତି। ୨୦୧୧ରେ ସେ ନିଜ ବନ୍ଧୁ ଚନ୍ଦନ ଗୋମ୍ସଙ୍କ ସହ ମିଶି ‘ରଙ୍ଗ୍‌’ ନାମକ ଚ୍ୟାରିଟି ଆରମ୍ଭ କରିଥିଲେ। ତା’ସହ ଏକ ଓପନ ଫୋଟୋ ଲାଇବ୍ରେରୀ ମଧ୍ୟ ଆରମ୍ଭ କଲେ। ସାଧାରଣତଃ ଫଟୋଗ୍ରାଫୀର ବହିଗୁଡିକ ବହୁତ ଦାମୀ ହୋଇଥାଏ। ତେଣୁ ସବୁ ଯୁବ ଓ ପ୍ରତିଭାବାନ ଫଟୋଗ୍ରାଫର ଏସବୁକୁ ପଢିବାର ସୁଯୋଗ ପାଇପାରି ନ ଥାନ୍ତି। ସେଥିପାଇଁ ସେ ତାଙ୍କ ବନ୍ଧୁଙ୍କ ସହ ମିଶି ପୃଥିବୀର ବଡ ବଡ ଫଟୋଗ୍ରାଫରଙ୍କୁ ସେମାନଙ୍କ ପୁସ୍ତକ ଦାନ କରିବା କରିବା ଲାଗି ଚିଠି ଲେଖିଥିଲେ। ଏହି ନାମୀଦାମୀ ଫଟୋଗ୍ରାଫରମାନେ ତାଙ୍କ ଚିଠିର ଉତ୍ତର ଦେବା ସହ ନିଜର ପୁସ୍ତକ ବି ଦାନ କରିଥିଲେ। ଏବେ ବିକିଙ୍କର ଏହି ଲାଇବ୍ରେରୀରେ ଫଟୋଗ୍ରାଫୀ ସହ ଜଡିତ ଅନେକ ପୁସ୍ତକ ରହିଛି। ଆଉ ସେସବୁକୁ ମାଗଣା ପଢିବାର ସୁଯୋଗ ବି ସେ ପ୍ରଦାନ କରୁଛନ୍ତି। ବିକି ଯୁବ ଫଟୋଗ୍ରାଫରଙ୍କ ମେଣ୍ଟରଭାବେ ବି କାମ କରୁଛନ୍ତି। ବିକିଙ୍କୁ ଫୋର୍ବସ ପତ୍ରିକାରେ ପ୍ରତିଷ୍ଠିତ ଅଣ୍ଡର ୩୦ ଫଟୋଗ୍ରାଫର ସୂଚିରେ ବି ସାମିଲ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ଆଶ୍ଚର୍ଯ୍ୟ ନୁହେଁ ସତ… ଝିଅ ନୁହେଁ ପୁଅଙ୍କୁ ହାଫ ପ୍ୟାଣ୍ଟ ପିନ୍ଧିବା-ସ୍ମାର୍ଟଫୋନ୍ ରଖିବା ନିଷେଧ

ପଶ୍ଚିମ ଉତ୍ତର ପ୍ରଦେଶର ଖାପ୍ ପଞ୍ଚାୟତ ସବୁବେଳେ ନିଜ ନିଷ୍ପତ୍ତି ପାଇଁ ଶିରୋନାମାରେ ରହିଥାଏ । ସମ୍ପ୍ରତି, ବାଗପତର ବାରୌତରେ ଏକ ଖାପ୍ ପଞ୍ଚାୟତ ବୈଠକରେ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

କାନ୍ଦି କାନ୍ଦି ପୋଲିସ ଷ୍ଟେଶନ ପହଞ୍ଚିଲା ୩ ବର୍ଷର ଶିଶୁ, କହିଲା କେମିତି ହୋମ ଓ୍ବାର୍କ କରିବି ଅଙ୍କଲ…

ରାଜାପୁର,୨୬।୧୨: ମଧ୍ୟପ୍ରଦେଶ ଶୁଜାପୁର ଜିଲାରେ ଏକ ଆକର୍ଷଣୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଚେରି ନାମକ ଜଣେ ୩ ବର୍ଷୀୟ ସ୍କୁଲ ଛାତ୍ରୀ ତାଙ୍କ ସ୍କୁଲ...

୧୭୦୦ ଟଙ୍କାର ଚପଲ ପାଇଁ ମ୍ୟାନେଜରଙ୍କ ନାଁରେ ଜାମିନବିହୀନ ୱାରେଣ୍ଟ ଜାରି: ପୂରା ଘଟଣା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨୬।୧୨: ଉତ୍ତର ପ୍ରଦେଶର ସୀତାପୁର ଜିଲାରେ ଗ୍ରାହକ ଅଧିକାର ସମ୍ପର୍କିତ ଏକ ଅତ୍ୟନ୍ତ ଗମ୍ଭୀର ଏବଂ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। କେବଳ ଏକ ଚପଲ...

୩-୩ ପ୍ରେମିକାଙ୍କ ଖର୍ଚ୍ଚ ଉଠାଉଛି… ଫିଜିଓଥେରାପିଷ୍ଟ ଚୋରଙ୍କ କଥା ଶୁଣି ଘୂରିଲା ପୋଲିସ ମୁଣ୍ଡ

ନୂଆଦିଲ୍ଲୀ,୨୫।୧୨: ଉତ୍ତର ପ୍ରଦେଶର ଶାମଲିରେ ଏକ ଅଜବ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଏସିପି ସୁମିତ ଶୁକ୍ଳା ଏବଂ ଫିଜିଓଥେରାପିଷ୍ଟ ଚୋରଙ୍କ ମଧ୍ୟରେ ହୋଇଥିବା...

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri