Posted inଜାତୀୟ

୧୭ ବର୍ଷରେ ଇଡ଼ିରେ ୫,୪୨୨ ମାମଲା, ଦୋଷୀ ମାତ୍ର ୦.୪୬ ପ୍ରତିଶତ…

ନୂଆଦିଲ୍ଲୀ, ୩୧।୭ : ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗତ କିଛି ଦିନ ହେବ ହେଡଲାଇନରେ ରହିଆସିଛି। କଂଗ୍ରେସ ପକ୍ଷରୁ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଇଡ଼ିର ପଚରାଉଚରାର ସମ୍ମୁଖୀନ ହୋଇଛନ୍ତି। ତାଙ୍କ ଦଳର ନେତା ଓ କର୍ମୀମାନେ ଏହା ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି। ଇଡି ପଚରାଉଚରା ମଧ୍ୟରେ ଏଥିରେ ପଞ୍ଜୀକୃତ ହୋଇଥିବା ମାମଲାଗୁଡ଼ିକର ସଫଳତା ବିଷୟରେ ମଧ୍ୟ ପ୍ରଶ୍ନ ଉଠିଛି। ଏହା ସହିତ, ପିଏମ୍‌ଏଲଏ ଅର୍ଥାତ ମନି ଲଣ୍ଡରିଂ ଆକ୍ଟ ଉପରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି।

ବୈଦେଶିକ ବିନିମୟ ନିୟମାବଳୀ ଅଧିନିୟମ, ୧୯୪୭ (ଫେରା ୪୭) ଅନୁଯାୟୀ ଅର୍ଥ ମନ୍ତ୍ରଣାଳୟରେ ଏକ ଏନଫୋର୍ସମେଣ୍ଟ ୟୁନିଟ ଗଠନ ହେବାପରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ୧ ମେ ୧୯୫୬ ରେ ପ୍ରତିଷ୍ଠିତ ହୋଇଥିଲା। ଏହି ୟୁନିଟ ବୈଦେଶିକ ମୁଦ୍ରା ନିୟନ୍ତ୍ରଣ ନିୟମ ଉଲ୍ଲଂଘନ ସହ ଜଡିତ ମାମଲାଗୁଡ଼ିକର ମୁକାବିଲା କରିଥିଲା। ଦିଲ୍ଲୀର ମୁଖ୍ୟାଳୟ ସହିତ ମୁମ୍ବାଇ ଏବଂ କୋଲକାତାରେ ଏହାର ଶାଖା ମଧ୍ୟ ରହିଥିଲା।

୧୯୫୭ ରେ ଏନଫୋର୍ସମେଣ୍ଟ ୟୁନିଟର ନାମ’ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟରେ ପରିବର୍ତ୍ତିତ ହେଲା। ୧ ଜୁଲାଇ ୨୦୦୫ରେ ଏହାର କାର୍ଯ୍ୟକାରିତା ପରଠାରୁ, ୩୧ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ପିଏମଏଲଏ ଅନ୍ତର୍ଗତ ୫,୪୨୨ ଇଡି ମାମଲା ପଞ୍ଜିକୃତ ହୋଇଛି। ସେଥିମଧ୍ୟରୁ କେବଳ ୨୫ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ପଞ୍ଜୀକୃତ ହୋଇଥିବା ମୋଟ ମାମଲା ତୁଳନାରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କ ସଂଖ୍ୟା ମାତ୍ର ୦.୪୬ ପ୍ରତିଶତ।

 

ଇଡିର ୱେବସାଇଟ ଅନୁଯାୟୀ, ଏହାର ଓ୍ବାଣ୍ଟେଡ ତାଲିକାରେ ସମୁଦାୟ ୧୯ ଟି ନାମ ଅଛି। ସମସ୍ତଙ୍କ ବିରୋଧରେ ଏକ ରେଡ କର୍ନର ନୋଟିସ ଜାରି କରାଯାଇଛି। ଏହି ୧୯ ନାମ ମଧ୍ୟରୁ ସବୁଠାରୁ ପୁରାତନ ହେଉଛି ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ମାମଲାରେ ଅଭିଯୁକ୍ତ କାର୍ଲୋ ଭାଲେଣ୍ଟିନୋ ଫର୍ନାଣ୍ଡୋ ଜୋରେସା। ଡିସେମ୍ବର ୨୦୧୫ରେ ଜୋରେସାଙ୍କ ବିରୋଧରେ ଏହି ନୋଟିସ ଜାରି କରାଯାଇଥିଲା।

ପିଏନବି ସ୍କାମରେ ଅଭିଯୁକ୍ତ ନୀରବ ମୋଦି, ତାଙ୍କ ଭାଇ ନେହଲ ମୋଦି, ନୀଶଲ ମୋଦି, ପତ୍ନୀ ଅମି ମୋଦି, ନୀରବଙ୍କ ଘନିଷ୍ଠ ସହଯୋଗୀ ସୁଭାଷ ଶଙ୍କର ପାରବ, ଆଦିତ୍ୟ ନାନାବତୀଙ୍କ ବିରୋଧ ମଧ୍ୟ ରେଡ କର୍ନର ନୋଟିସ ଜାରି କରାଯାଇଛ। ଏହି ତାଲିକାରେ ଆର୍ମ ଡିଲର ସଞ୍ଜୟ ଭଣ୍ଡାରୀ, ପୂର୍ବତନ ଅମଲାତନ୍ତ୍ର ନୀତୀଶ ଜେ ଠାକୁର, ଏନଆରଆଇ ବ୍ୟବସାୟୀ ତଥା ଡ୍ରଗ୍ସ କାରବାର ଅଭିଯୁକ୍ତ ଅନୁପ ସିଂ କାହଲୋଙ୍କ ନାମ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri