Posted inଜାତୀୟ

ରୋଶନୀ ନାଦାର ଧନୀ ଭାରତୀୟ ମହିଳା

ମୁମ୍ବାଇ,୨୮।୭: ଏଚ୍‌ସିଏଲ୍‌ ଟେକ୍‌ନୋଲୋଜିର ଅଧ୍ୟକ୍ଷା ରୋଶନୀ ନାଦାର ମାଲହୋତ୍ରା ଭାରତର ସର୍ବଶ୍ରେଷ୍ଠ ଧନୀ ମହିଳା ସ୍ଥାନ ବଜାୟ ରଖିଛନ୍ତି। ୨୦୨୧ରେ ତାଙ୍କ ମୋଟ ସମ୍ପତ୍ତି ପରିମାଣ ୫୪ ପ୍ରତିଶତ ବୃଦ୍ଧି ପାଇ ୮୪,୩୩୦ କୋଟି ଟଙ୍କାରେ ପହଞ୍ଚତ୍ଛି। ଏଚ୍‌ସିଏଲ୍‌ ପ୍ରତିଷ୍ଠାତା ଶିବ ନାଦାରଙ୍କ କନ୍ୟା ରୋଶନୀ ଆମେରିକାର ଇଲିନୋଇସ୍‌ସ୍ଥିତ ନର୍ଥଓ୍ବେଷ୍ଟର୍ନ ୟୁନିଭର୍ସିଟିରୁ ସ୍ନାତକ ପରେ ବିଜିନେସ୍‌ ଆଡମିନିଷ୍ଟ୍ରେଶନରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ସେ ଏଚ୍‌ସିଏଲ୍‌ କର୍ପୋରେଶନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ସିଇଓ, ଏଚ୍‌ସିଏଲ୍‌ ଟେକ୍‌ନୋଲୋଜି ବୋର୍ଡର ଉପାଧ୍ୟକ୍ଷ ତଥା ଶିବ ନାଦାର ଫାଉଣ୍ଡେଶନର ଟ୍ରଷ୍ଟି ଅଛନ୍ତି। ଫୋର୍ବସ୍‌ର ୨୦୧୯ ଓ ୨୦୨୦ରେ ପ୍ରକାଶିତ ବିଶ୍ୱର ସବୁଠୁ ପ୍ରଭାବଶାଳୀ ୧୦୦ ମହିଳାଙ୍କ ମଧ୍ୟରେ ରୋଶନୀ ସ୍ଥାନ ପାଇଥିଲେ।

ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କିଙ୍ଗ୍‌ କ୍ୟାରିୟର ଛାଡ଼ି ୧୦ ବର୍ଷ ପୂର୍ବେ ନାଇକା ନାମରେ ବିଉଟି ବ୍ରାଣ୍ଡ୍‌ ଆରମ୍ଭ କରିଥିବା ଫାଲ୍‌ଗୁନି ନାୟାର ନିଜସ୍ବ ଉଦ୍ୟମରେ ସବୁଠୁ ଧନୀ ମହିଳା ହୋଇପାରିଛନ୍ତି। ତାଙ୍କ ସମ୍ପତ୍ତି ପରିମାଣ ୫୭,୫୨୦ କୋଟି ଟଙ୍କାରେ ପହଞ୍ଚତ୍ଥିତ୍ବା କୋଟାକ ପ୍ରାଇଭେଟ୍‌ ବ୍ୟାଙ୍କିଙ୍ଗ୍‌-ହୁରୁନ ତାଲିକାରେ ପ୍ରକାଶ ପାଇଛି। ୫୯ ବର୍ଷୀୟ ନାୟାରଙ୍କ ସମ୍ପତ୍ତି ବର୍ଷକ ମଧ୍ୟରେ ୯୬୩ ପ୍ରତିଶତ ବୃଦ୍ଧି ପାଇଛି। ମୋଟ ଉପରେ ଦେଖିଲେ ମାଲହୋତ୍ରାଙ୍କ ପରେ ସେ ଦେଶର ଦ୍ୱିତୀୟ ଧନୀ ମହିଳା। ଅନ୍ୟ ପକ୍ଷରେ ବାଇକନ୍‌ର କିରନ ମଜୁମଦାର ଶ’ଙ୍କ ସମ୍ପତ୍ତି ୨୧ ପ୍ରତିଶତ ହ୍ରାସ ଘଟିବା ଫଳରେ ତାଙ୍କ ର଼୍ୟାଙ୍କ ଗୋଟିଏ ସ୍ଥାନ ତଳକୁ ଖସି ତୃତୀୟ ସ୍ଥାନରେ ରହିଛି। କିରନଙ୍କ ସମ୍ପତ୍ତି ପରିମାଣ ୨୯,୦୩୦ କୋଟି ଟଙ୍କା।

ନିଜ ବ୍ୟବସାୟକୁ ସଫଳତାର ସହ ପରିଚାଳନା କରୁଥିବା ଅଥବା ନିଜ ଗୋଡ଼ରେ ଛିଡ଼ାହୋଇ ଧନୀ ହୋଇଥିବା ୧୦୦ ଭାରତୀୟ ମହିଳାଙ୍କ ତାଲିକା ପ୍ରକାଶ ପାଇଛି। ଏହି ମହିଳାମାନଙ୍କ ମୋଟ ସମ୍ପତ୍ତି ପରିମାଣ ୨୦୨୦ରେ ୨.୭୨ ଲକ୍ଷ କୋଟି ଥିତ୍ବା ବେଳେ ୨୦୨୧ରେ ତାହା ୪.୧୬ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଭାରତର ମୋଟ ଜିଡିପିକୁ ସେମାଙ୍କର ଅବଦାନ ୨ ପ୍ରତିଶତ। ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳରୁ ତାଲିକାରେ ସର୍ବାଧିକ ୨୫ ଜଣ ଥିବାବେଳେ ଏହା ପଛକୁ ମୁମ୍ବାଇର ୨୧ ଏବଂ ହାଇଦ୍ରାବାଦର ୧୨ ମହିଳା ଅଛନ୍ତି। ତାଲିକାରେ ୪୨୦ କୋଟି ଟଙ୍କାର ସମ୍ପତ୍ତି ସହ ଭୋପାଳର ଜେଟ୍‌ସେଟ୍‌ଗୋ କମ୍ପାନୀର କନିକା ଟେକ୍ରିଓ୍ବାଲ (୩୩) ସର୍ବକନିଷ୍ଠା। ଅନ୍ୟମାନଙ୍କ ମଧ୍ୟରେ ପେପ୍‌ସି କମ୍ପାନୀ ମୁଖ୍ୟ ଇନ୍ଦ୍ରା ନୂଇ, ଏଚ୍‌ଡିଏଫ୍‌ସିର ରେଣୁ ସୁଦ୍‌ କର୍ନାଡ ଏବଂ କୋଟାକ ମହିନ୍ଦ୍ରା ବ୍ୟାଙ୍କର ଶାନ୍ତି ଏକାମ୍ବରମ ଧନୀ ଭାରତୀୟ ମହିଳା ତାଲିକାରେ ସ୍ଥାନ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବିଙ୍କ ସହ ଚକି ପେଷୁଛନ୍ତି ରାଜଶ୍ରୀ

ପାଟନା,୨୮।୪: ବିହାରରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଦଳ ଏବଂ ବିରୋଧୀ ଦଳର ନେତାମାନେ ନିର୍ବାଚନ ବୈଠକ କରି ସେମାନଙ୍କ ସପକ୍ଷରେ ସର୍ବସାଧାରଣ ଭୋଟ...

ଭାଜପା କେବେବି ମଜଭୁତ ଭାରତ ଗଢି ପାରିବ ନାହିଁ, ସତରେ କ’ଣ ମୋଦି କହିଛନ୍ତି ଏମିତି? ଜାଣନ୍ତୁ ଭାଇରାଲ…

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନର ୨୦୨୪ର ଅବଶିଷ୍ଟ ପାଞ୍ଚଟି ପର୍ଯ୍ୟାୟ ପାଇଁ ନିର୍ବାଚନ ପ୍ରଚାର ଜୋରସୋରରେ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ଭାବେ ଭାଜପା...

ଡରୁଛନ୍ତି ରାହୁଲ-ପ୍ରିୟଙ୍କା: ଅର୍ଜୁନ ରାମ ମେଘଓ୍ବାଲ

ନୂଆଦିଲ୍ଲୀ,୨୮।୪: ବିକାନେର ଲୋକ ସଭା ନିର୍ବାଚନମଣ୍ଡଳୀରୁ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ପ୍ରାର୍ଥୀ ଅର୍ଜୁନ ରାମ ମେଘୱାଲ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା...

ମୋଦି ହାରୁଛନ୍ତି, ଇଣ୍ଡିଆ ମେଣ୍ଟ ୩୦୦ ପାର କରିବ, ଦୁଇ ପର୍ଯ୍ୟାୟର ଭୋଟିଂ ପରେ…

ନୂଆଦିଲ୍ଲୀ,୨୮।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତ୍ତିକୁ ନେଇ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ନ୍ୟୁଜ ଏଜେନ୍ସି ଏଏନଆଇ ସହିତ...

ହଜାର ହଜାର ମହିଳାଙ୍କ ସହ ଯୌନ ଅପରାଧ, ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତିଙ୍କ ନାମ ଆସିଲା ସାମ୍ନାକୁ

ବେଙ୍ଗାଲୁରୁ,୨୮।୪: କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଶନିବାର ହାସନ ଜିଲା ସହ ଜଡିତ ଯୌନ ଦୁର୍ନୀତିର ଯାଞ୍ଚ ପାଇଁ ଏକ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଗଠନ...

ସଫେଇ ଦେଲା ଏମଡିଏଚ

ନୂଆଦିଲ୍ଲୀ,୨୮।୪: ମସଲାରେ କ୍ୟାନସର ଭଳି ମାରାତ୍ମକ ରୋଗ ସୃଷ୍ଟି କାରୀ କୀଟନାଶକ ଔଷଧ ମିଳିବା ଖବର ଜଣାପଡିବା ପରେ ବିବାଦ ଦେଖାଦେଇଛି। ଚାଲିଥିବା ବିବାଦ ମଧ୍ୟରେ...

କଂଗ୍ରେସକୁ ଝଟ୍‌କା, ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଅରବିନ୍ଦର ସିଂ

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଟିକେଟ ବଣ୍ଟନ ନେଇ ଦିଲ୍ଲୀ କଂଗ୍ରେସରେ ଖୋଲାଖୋଲି ଭାବେ ଅସନ୍ତୋଷ ପ୍ରକାଶ ପାଇଛି। ସଦ୍ୟତମ ମାମଲାରେ ଦିଲ୍ଲୀ କଂଗ୍ରେସ...

ଫସିଗଲେ ଅଭିନେତା ସାହିଲ

ମୁମ୍ବାଇ,୨୮।୪: ମହାଦେବ ଅନଲାଇନ ବେଟିଂ ଆପ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁମ୍ବାଇ ପୋଲିସ ବର୍ତ୍ତମାନ ଠକେଇ ଏବଂ ଜୁଆର ବିଭିନ୍ନ ବିଭାଗରେ ଆପର ପ୍ରମୋଟରଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri