ଉତ୍ତରାଧିକାରୀଙ୍କୁ ନେଇ ଚର୍ଚ୍ଚା

ଆନନ୍ଦପୁର,୨୮।୬(ସ୍ବ.ପ୍ର.): ରାଜନୈତିକ ଦୃଷ୍ଟିକୋଣରୁ କେନ୍ଦୁଝର ଜିଲାର ଘସିପୁରା ସ୍ପର୍ଶକାତର ନିର୍ବାଚନମଣ୍ଡଳୀ ଭାବେ ପରିଚିତ। ଏହି ନିର୍ବାଚନମଣ୍ଡଳୀ ଏବେ ବିଜେଡି ଅକ୍ତିଆରରେ ରହିଛି। ୨୦୦୯ରୁ ଏପର୍ଯ୍ୟନ୍ତ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଜେଡି ବିଧାୟକ ବଦ୍ରି ପାତ୍ର ଲଗାତର ଭାବେ ନିର୍ବାଚନ ଜିତିଆସୁଛନ୍ତି । ସେ ଏଠାରୁ ୪ଥର ବିଜେଡି ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଶିକ୍ଷାବିତ୍‌ରୁ ରାଜନୀତିକୁ ଆସିଥିବା ବଦ୍ରି ପ୍ରଥମଥର ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ସମୟରେ ୧୯୯୦ରେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଏହାପରେ ସେ ୨୦୦୯ରୁ ଏହି ନିର୍ବାଚନମଣ୍ଡଳୀରୁ ଲଗାତର ବିଜେଡି ବିଧାୟକ ଭାବେ ନିର୍ବାଚିତ ହୋଇଆସୁଛନ୍ତି।
ବଦ୍ରିଙ୍କ ବିଜୟ ରଥର ମୁଖ୍ୟ ସାରଥି ସାଜିଛନ୍ତି ତାଙ୍କ ଦୁଇପୁଅ ଦେବାଶିଷ ଓ ଦେବପ୍ରିୟ। ଦେବାଶିଷ ଘସିପୁରା ନିର୍ବାଚନମଣ୍ଡଳୀରେ ତୃଣମୂଳସ୍ତରରୁ ବିଜେଡି ସଂଗଠନକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଥିବା ବେଳେ ଜଟିଳ ପରିସ୍ଥିତିରେ ଦେବପ୍ରିୟଙ୍କ ରଣନୀତି ଅନେକ ସମୟରେ ସମସ୍ତଙ୍କୁ ଚକିତ କରିଥାଏ। କେବଳ ସାଧାରଣ ନିର୍ବାଚନ ନୁହଁ, ପଞ୍ଚାୟତ ନିର୍ବାଚନରେ ମଧ୍ୟ ବଦ୍ରିଙ୍କ ପରିବାର ବିଜେଡିର ଦବ୍‌ଦବା ବଜାୟ ରଖିବାରେ ସଫଳ ହୋଇଛି। ବୟସ ବଢ଼ିବା ଏବଂ ଶରୀର ଅସୁସ୍ଥ ରହିବା କାରଣରୁ ବିଜେଡିର ଏହି ପୁରୁଖା ନେତା ଆଗାମୀ ଦିନରେ ଆଉ ନିର୍ବାଚନକୁ ଓହ୍ଲାଇ ନ ପାରନ୍ତି ନେଇ ଚର୍ଚ୍ଚା ହେଉଛି। ସେ ଏ ନେଇ କିଛିଦିନ ପୂର୍ବରୁ ଗଣମାଧ୍ୟମକୁ ପରୋକ୍ଷ ସୂଚନା ମଧ୍ୟ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଯୁବକମାନଙ୍କୁ ଆଗକୁ ଛାଡ଼ିବାକୁ ଚାହୁଁଥିବାରୁ ସେ ସେଥିରେ ସହମତ ବୋଲି କହିଛନ୍ତି। ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଯଦି ବଦ୍ରି ଅବସର ଘୋଷଣା କରନ୍ତି ତେବେ ଘସିପୁରା ନିର୍ବାଚନମଣ୍ଡଳୀର ବିଜେଡି ନେତୃତ୍ୱ କାହା ହାତରେ ରହିବ ସେନେଇ ଚର୍ଚ୍ଚା ଆରମ୍ଭ ହେଲାଣି। ବଦ୍ରି ପାତ୍ରଙ୍କ ଦୁଇ ପୁଅ ତଥା ଯୁବନେତା ଦେବାଶିଷ ଓ ଦେବପ୍ରିୟଙ୍କ ମଧ୍ୟରୁ ବିଜେଡି ଜଣଙ୍କୁ ବଦ୍ରିଙ୍କ ଉତ୍ତରାଧିକାରୀ ଭାବେ ବାଛିବ ନା ଅନ୍ୟ କିଛି ବିକଳ୍ପ ଚିନ୍ତା କରିବ ସେନେଇ ଦଳୀୟ ମହଲରେ ଆଲୋଚନା ହେଉଛି। ଅନ୍ୟପକ୍ଷରେ ଘସିପୁରା ନିର୍ବାଚନମଣ୍ଡଳୀରେ ଅନ୍ୟ ବିକଳ୍ପ ଭାବେ ଯୁବନେତା ସୌମ୍ୟଶଙ୍କର ଚକ୍ର (ରାଜା)ଙ୍କ ନାମ ମଧ୍ୟ ଆଲୋଚନା ପରିସରକୁ ଆସୁଛି। ନିକଟରେ ଶେଷ ହୋଇଥିବା ପଞ୍ଚାୟତ ନିର୍ବାଚନରେ ସେ ମଧ୍ୟ ନିଜ ସମର୍ଥନରେ କେତେଗୁଡିଏ ପଞ୍ଚାୟତରେ ପ୍ରାର୍ଥୀ ଦେଇ ପରୋକ୍ଷରେ ବିଜେଡିର ଅନ୍ୟ ଏକ ଦାବିଦାର ଭାବେ ନିଜକୁ ଉପସ୍ଥାପନ କରିବାକୁ ପ୍ରୟାସ କରିଥିଲେ। ଯଦିଓ ତାଙ୍କୁ ସେତେଟା ସଫଳତା ମିଳି ନ ଥିଲା ତଥାପି ବିଜେଡିର ରାଜ୍ୟସ୍ତରୀୟ ନେତାଙ୍କ ପରୋକ୍ଷ ସମର୍ଥନ ତାଙ୍କ ମନୋବଳକୁ ବୃଦ୍ଧି କରୁଥିବା କୁହାଯାଉଛି। ଏଥିପାଇଁ ବିଭିନ୍ନ ସମୟରେ ଦଳୀୟ ଗୋଷ୍ଠୀକନ୍ଦଳ ପରିସ୍ଥିତି ସୃଷ୍ଟି ହେଉଛି। ଗୋଳିଆ ପାଣିରୁ ମାଛ ଧରିବାକୁ ରାଜ୍ୟସ୍ତରୀୟ ନେତୃତ୍ୱ ପ୍ରୟାସ କରୁଥିବା ଆଲୋଚନା ହେଉଛି। ସେ ଯାହା ହେଉନା କାହିଁକି, ୨୦୨୪ ନିର୍ବାଚନ ପାଇଁ ଏବେଠାରୁ ଘସିପୁରା ନିର୍ବାଚନମଣ୍ଡଳୀ ଚଳଚଞ୍ଚଳ ହେଉଥିବା ଲକ୍ଷ୍ୟ କରାଯାଉଛି। ଏଥିରେ ଦଳୀୟ ସଂଗଠନ ମୁଖ୍ୟ ପ୍ରସଙ୍ଗ ହୋଇ ନ ଥିବା ବେଳେ ବିଜେଡିର ଉତ୍ତରାଧିକାରୀ ଭାବେ ଯୁବପିଢିଙ୍କୁ ନେଇ ଚର୍ଚ୍ଚା ଲାଗିରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

ନୂଆ ବର୍ଷର ଉପହାର! 3ଟି ନୂଆ ଏୟାରଲାଇନ୍ସକୁ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୨୪।୧୨: ନୂଆ ବର୍ଷରେ ଦେଶବାସୀ ତିନୋଟି ନୂତନ ବିମାନ ସେବାର ଉପହାର ପାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଦେଶରେ ତିନୋଟି ନୂତନ ବିମାନ ସେବାକୁ...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

ନକଲି ଜିନିଷ ପାଇଁ ଅସଲି ଗ୍ରାହକ ହେଉଛନ୍ତି ଠକେଇ, ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବି

ଭଞ୍ଜନଗର,୨୪/୧୨(ବାବୁଲା ପ୍ରଧାନ)-ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବୋର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ବୁଧବାର ଭଞ୍ଜନଗର...

ଅନୁ ଗର୍ଗ ହେଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରେ ନେବେ ଦାୟିତ୍ବ

ଭୁବନେଶ୍ବର,୨୪।୧୨: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର...

ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପଦକ୍ଷେପ, ଏହିଦିନ ବନ୍ଦ ରହିବ ଟି- ସେତୁ

କଟକ,୨୪।୧୨: ବଡମ୍ବା ସିଂହନାଥ ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଜାନୁଆରୀ ୧୪ରୁ ୧୭ ଯାଏଁ...

ପାସ୍ତା, ପିଜା-ବର୍ଗର ନେଲା କି ଯୁବତୀଙ୍କ ଜୀବନ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ନୂଆଦିଲ୍ଲୀ,୨୪।୧୨: ନିକଟରେ, ଉତ୍ତର ପ୍ରଦେଶର ଆମରୋହାରୁ ଜଣେ ୧୧ଶ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଖବର ପ୍ରକାଶିତ ହୋଇଥିଲା। ପରିବାର ଦାବି କରିଥିଲେ ଯେ ଝିଅଟିର ଖାଦ୍ୟରେ...

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ସଚେତନତା, ବଟେଶ୍ୱର ପୀଠ ହେବ ପ୍ଲାଷ୍ଟିକ ମୁକ୍ତ

ଗଞ୍ଜାମ,୨୪।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବ ପୀଠ ସ୍ଥିତ କଲ୍ୟାଣ ମଣ୍ଡପରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ସୁରକ୍ଷା ସମ୍ପର୍କକିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri