Odisha Elections 2024

ସୂଚନା ଓ ଲୋକସମ୍ପର୍କ ବିଭାଗ ଦାୟିତ୍ୱ ନେଲେ ସଞ୍ଜୟ ସିଂ

ଭୁବନେଶ୍ୱର,୨୧ା୬(ବ୍ୟୁରୋ):ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ସୋମବାର ସୂଚନା ଓ ଲୋକସମ୍ପର୍କ ବିଭାଗ ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ନିର୍ଦ୍ଦେଶକ(ବୈଷୟିକ) ସୁରେନ୍ଦ୍ର ନାଥ ପରିଡ଼ା, ଯୁଗ୍ମ ସଚିବ ବିଷ୍ଣୁପ୍ରିୟା ସାହୁ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ତାଙ୍କୁ ସ୍ବାଗତ ଜଣାଇଥିଲେ। ଦାୟିତ୍ୱ ଗ୍ରହଣ ପରେ ସିଂ ବିଭାଗର ବିଭିନ୍ନ କାର୍ଯ୍ୟାବଳୀ ସମ୍ପର୍କରେ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ବିଶେଷକରି ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଯେପରି ସୁଚାରୁ ରୂପେ ଅନୁଷ୍ଠିତ ହେବ ଏବଂ ଜାତୀୟ ସ୍ତରରେ କାର୍ଯ୍ୟ କରୁଥିବା ବିଭିନ୍ନ ଆଧ୍ୟାତ୍ମିକ ଟେଲିଭିଜନ ଚାନେଲ୍‌ଗୁଡ଼ିକ ଦ୍ୱାରା ରଥଯାତ୍ରାର ସିଧାପ୍ରସାରଣ ପୂର୍ବକ ସାରା ଦେଶର ଭକ୍ତଙ୍କୁ ରଥଯାତ୍ରା ସମ୍ପର୍କରେ ଅବଗତ କରାଇବେ ସେ ବାବଦରେ ପ୍ରମୁଖ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି। ନିର୍ଦ୍ଦେଶକ ତ୍ରିପାଠୀ ରଥଯାତ୍ରା ଉପଲକ୍ଷେ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ ସୂଚନା ଦେଇଛନ୍ତି। ତେବେ ସୂଚନାଯୋଗ୍ୟ ଯେ, ସଞ୍ଜୟ କୁମାର ସିଂ ବିଏମ୍‌ସି(ଭୁବନେଶ୍ୱର ମହାନଗର ନିଗମ) କମିଶନର ଭାବେ କାର୍ଯ୍ୟ କରୁଥିବା ବେଳେ ନିକଟରେ ତାଙ୍କୁ ବଦଳି କରାଯାଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ୱ ଦିଆଯାଇଛିି।


Enter your email to get our daily news in your inbox.

All Right Reserved By Dharitri.Com

କନକବର୍ଦ୍ଧନଙ୍କ ଭବିଷ୍ୟବାଣୀ: ଏତିକି ଆସନ ସହ ଓଡ଼ିଶାରେ ସରକାର ଗଢିବ ଭାଜପା

ଭୁବନେଶ୍ୱର, ୨୬।୫: ଓଡ଼ିଶାରେ ୩ୟ ପର୍ଯ୍ୟାୟ ନିର୍ବାଚନ ସରିଛି। ଏଥର ଭାଜପା ଦୁଇ ତୃତୀୟାଂଶ ସଂଖ୍ୟା ଗରିଷ୍ଠତାରେ ସରକାର ଗଢ଼ିବାକୁ ଯାଉଛି ବୋଲି ଗଣମାଧ୍ୟମ ଏବଂ...

ମାନସିକ ସ୍ଥିତି ହରାଇ ବସିଲେଣି ମୋଦି: କାହିଁକି ଏମିତି କହିଲେ କଂଗ୍ରେସ ପ୍ରଭାରୀ

ଭୁବନେଶ୍ୱର, ୨୬।୫: ପରାଜୟ ଭୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାନସିକ ସ୍ଥିତି ହରାଇ ବସିଲେଣି। ସେଥିପାଇଁ ସେ ଅତ୍ୟନ୍ତ ନିମ୍ନରୁଚିର କଥାବାର୍ତ୍ତା କରୁଛନ୍ତି। ଆଶାରାମ ବାପୁ,...

ମଧ୍ୟରାତିରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ରେମାଲ’: ବର୍ଷା, ପବନର ମୁକାବିଲା ପାଇଁ ଜିଲାପାଳଙ୍କୁ ସତର୍କ କରାଇଲେ ଏସ୍‌ଆର୍‌ସି

ଭୁବନେଶ୍ୱର,୨୬।୫: ପୂର୍ବ କେନ୍ଦ୍ରୀୟ ଏବଂ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ରେମାଲ’ ରବିବାର ମଧ୍ୟରାତିରେ ସାଗର ଦ୍ୱୀପ ଏବଂ ବାଂଲାଦେଶର ଖେପୁପରା ମଝିରେ ବାଂଲାଦେଶ...

୨୯ରେ ଖାର୍ଗେ, ୩୦ରେ ରାହୁଲ ଆସିବେ ଓଡ଼ିଶା

ଭୁବନେଶ୍ୱର,୨୬।୪: ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଛି। କେନ୍ଦ୍ରୀୟ ନେତା ଘନ ଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଆସନ୍ତା...

ବିଜେଡି ସରକାର ଗଠନ କରିସାରିଛି, ବିରୋଧୀ ହାଓ୍ବା କରୁଛନ୍ତି: ପାଣ୍ଡିଆନ

ଭୁବନେଶ୍ୱର,୨୬ା୫: ଚଳିତ ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ବେଶ୍‌ ସରଗରମ ରହିଛି। ଭାଜପା ସରକାର ଗଠନ କରିବ ବୋଲି କହୁଥିବା ବେଳେ ବିଜେଡି ମଧ୍ୟ ଜୋର୍‌...

କହିଦେଲେ ଧର୍ମେନ୍ଦ୍ର, କାହାକୁ ଦେଲେ ଭୋଟ୍‌

ଭୁବନେଶ୍ୱର,୨୬।୫: ଓଡିଶା ସମେତ ସାରା ଦେଶରେ ଗଣତନ୍ତ୍ରର ବଡ଼ ପର୍ବ ନିର୍ବାଚନ ଚାଲିଛି। ରାଜ୍ୟରେ ଶନିବାର ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଏହି ପର୍ଯ୍ୟାୟରେ...

ସ୍ମୃତି ଇରାନୀଙ୍କୁ ପାଣ୍ଡିଆନଙ୍କ କଡ଼ା ଜବାବ, କହିଲେ ସାହସ ଅଛି…

ଭୁବନେଶ୍ୱର,୨୬।୫: ଏକ ସାଧାରଣ ସଭାରେ ଯୋଗ ଦେଇ ସ୍ମୃତି ଇରାନୀଙ୍କୁ କଡ଼ା ଜବାବ ଦେଇଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ଶନିବାର ସ୍ମୃତି ଓଡ଼ିଶା...

ପ୍ରକାଶ ପାଇଲା +୨ ପରୀକ୍ଷା ଫଳ, ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ

ଭୁବନେଶ୍ୱର,୨୬।୫: ରାଜ୍ୟରେ +୨ ପରୀକ୍ଷାଫଳ ପ୍ରକାଶ ପାଇଛି। ରବିବାର ଭୁବନେଶ୍ୱରସ୍ଥିତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) କାର୍ଯ୍ୟାଳୟରେ ଏକାସାଙ୍ଗରେ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri