ଅସୁରଗଡ଼ରେ ୨ ହଜାର ବର୍ଷ ସଭ୍ୟତାର ସନ୍ଧାନ

ବରଗଡ଼ ଅଫିସ୍‌/ବରପାଲି,୧୩ା୬: ବରଗଡ଼ ଜିଲା ବରପାଲି ବ୍ଲକ ଅସୁରଗଡ଼ ଅଞ୍ଚଳରେ ୨ହଜାର ବର୍ଷ ତଳେ ମାନବ ସଭ୍ୟତା ଗଢ଼ି ଉଠିଥିଲା। ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ମାଟି ଖନନ, ପ୍ରାଚୀନ ସାମଗ୍ରୀର ସନ୍ଧାନ ଏବଂ ଗବେଷଣା ପରେ ଏହା ଜଣାପଡ଼ିଛି। ସେଠାରୁ ପ୍ରାଚୀନ ଯୁଗରେ ବ୍ୟବହୃତ ମୁଦ୍ରା, ଅସ୍ତ୍ରଶସ୍ତ୍ର, ମାଟିପାତ୍ର, ଲୌହ ସାମଗ୍ରୀ ଆଦି ମିଳିଛି। ମିଳିଥିବା ସାମଗ୍ରୀରୁ ଉକ୍ତ ଅଞ୍ଚଳରେ ସେତେବେଳେ ସହରୀ ସଭ୍ୟତା ଗଢ଼ି ଉଠିଥିବା ଅନୁମାନ କରାଯାଉଛି। ତେବେ କିଭଳି ସ୍ଥିତିରେ ତାହା ନିଶ୍ଚିହ୍ନ ହୋଇଗଲା, ସେ ନେଇ ଅଧିକ ଅଧ୍ୟୟନ କରାଯିବ ବୋଲି ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଡେପୁଟି ରେଜିଷ୍ଟ୍ରାର ଡଃ ଉମାଚରଣ ପତି କହିଛନ୍ତି। ସେହିପରି ଖନନ କାର୍ଯ୍ୟର ନେତୃତ୍ୱ ନେଇଥିବା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗ ମୁଖ୍ୟ ଡ. ଅତୁଲ କୁମାର ପ୍ରଧାନ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ୪ଟି ସ୍ତରରେ ମାଟି ଖନନ କରାଯାଇଛି ଏବଂ ସେଠାରୁ ଯାହା ମିଳିଛି, ସେତେବେଳେ ଉକ୍ତ ଅଞ୍ଚଳରେ ବାଣିଜି୍ୟକ କାରବାର ଚାଲିଥିବା ଅନୁମାନ କରାଯାଉଛି। ପ୍ରାରମ୍ଭିକ ଭାବେ ସାମଗ୍ରୀ ଗୁଡ଼ିକ ୨ହଜାର ବର୍ଷ ତଳର ବୋଲି କୁହାଯାଉଛି। ସେଗୁଡ଼ିକୁ ଅଧିକ ପରୀକ୍ଷଣ କରାଯିବ ଏବଂ ଆହୁରି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବ ବୋଲି ସେ କହିଛନ୍ତି।
ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗ ମୁଖ୍ୟ ଡ. ପ୍ରଧାନ ଆହୁରି ସୂଚନା ଦେଇଛନ୍ତି, ୨ବର୍ଷ ତଳେ ସମ୍ପୃକ୍ତ ଅଞ୍ଚଳରେ ସର୍ବେକ୍ଷଣ କରାଯାଇଥିଲା। ପ୍ରାଚୀନ ସଭ୍ୟତା ନେଇ ସେତେବେଳେ କିଛି ତଥ୍ୟ ଦୃଷ୍ଟିକୁ ଆସିବା ପରେ ସେଠାରେ ମାଟି ଖନନ ଏବଂ ଅଧିକ ଗବେଷଣା ପାଇଁ ଆର୍କିଓଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ (ଏଏସ୍‌ଆଇ)ଠାରେ ଆବେଦନ କରାଯାଇଥିଲା। ସେଥିପାଇଁ ଅନୁମତି ମିଳିବା ପରେ ରାଜ୍ୟ ସରକାର ଏବଂ ବରଗଡ଼ ଜିଲା ପ୍ରଶାସନ ସହଯୋଗରେ ଗତ ୧୬ଦିନ ହେଲା ସମ୍ପୃକ୍ତ ଅଞ୍ଚଳରେ ଖନନ କାର୍ଯ୍ୟ ଚାଲିଛି ଏବଂ ଏଥିରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ୬୦ଜଣ ଇତିହାସ ବିଭାଗ ଛାତ୍ରୀଛାତ୍ର ନିୟୋଜିତ ଅଛନ୍ତି। ଇତିମଧ୍ୟରେ ପ୍ରାଚୀନ ସଭ୍ୟତାରେ ବ୍ୟବହୃତ ବହୁ ସାମଗ୍ରୀ ମିଳିସାରିଛି ଏବଂ ଆଗକୁ ଏଭଳି ଗବେଷଣା ଜାରି ରହିବ ବୋଲି ଡ. ପ୍ରଧାନ କହିଛନ୍ତି।
ସେହିପରି ଡେପୁଟି ରେଜିଷ୍ଟ୍ରାର ପତି କହିଛନ୍ତି, ପାଠପଢ଼ାକୁ କେବଳ ଶ୍ରେଣୀ କୋଠରି ମଧ୍ୟରେ ସୀମିତ ନ ରଖି ଛାତ୍ରୀଛାତ୍ର କିପରି ପ୍ରତ୍ୟକ୍ଷ ଜ୍ଞାନ ଆହରଣ କରିପାରିବେ, ସେ ନେଇ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ଏନ୍‌. ନାଗାରାଜୁ ଗୁରୁତ୍ୱ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ଛାତ୍ରୀଛାତ୍ର ମାଟି ଖନନ କାର୍ଯ୍ୟରେ ନିୟୋଜିତ ହେବା ସହିତ ପ୍ରାଚୀନ ସଭ୍ୟତାର ସନ୍ଧାନ ନେଇ ସିଧାସଳଖ ଜ୍ଞାନ ଆହରଣ କରିପାରିଛନ୍ତି। କେବଳ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ନୁହେଁ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ବରଗଡ଼ ପଞ୍ଚାୟତ କଲେଜ, ବରପାଲି କଲେଜ, ଡୁଙ୍ଗୁରିପାଲି କଲେଜ ଆଦି ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରମାନେ ସମ୍ପୃକ୍ତ ସ୍ଥାନକୁ ଆସି ପ୍ରାଚୀନ ସଭ୍ୟତା ଉପରେ ବହୁ କିଛି ଶିକ୍ଷାଲାଭ କରିଥିବା ସେ କହିଛନ୍ତି। ତେବେ ଖନନ କାର୍ଯ୍ୟ ଜାରି ରହିଥିବାରୁ ଆହୁରି ଅନେକ କିଛି ପ୍ରାଚୀନ ସାମଗ୍ରୀ, ଐତିହ୍ୟ ମିଳିବାର ଅନୁମାନ କରାଯାଉଛି ଏବଂ ଆଗକୁ ମଧ୍ୟ ଏ ନେଇ ଅନୁସନ୍ଧାନ ଜାରି ରହିବ ବୋଲି ଡ. ପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ୍‌ସେବା, ମାଗଣାରେ ପିଲାଙ୍କୁ ମିଳିବ…

ଭୁବନେଶ୍ୱର,୨୭ା୧୨: ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ ସେବା ବା ଏମ୍‌ବିଏସ୍‌। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri