୨୦୮୨ କୋଟିର ୧୧ ପ୍ରକଳ୍ପକୁ ସିିଙ୍ଗଲଓ୍ବିଣ୍ଡୋର ଅନୁମୋଦନ

ଭୁବନେଶ୍ୱର,୧୦ା୬(ବ୍ୟୁରୋ): ପର୍ଯ୍ୟଟନ, ଡାଉନ୍‌ଷ୍ଟ୍ରିମ ଷ୍ଟିଲ୍‌ ଇତ୍ୟାଦି କ୍ଷେତ୍ରରେ ହେବାକୁ ଥିବା ୨୦୮୨.୧୭ କୋଟି ଟଙ୍କାର ୧୧ ପ୍ରକଳ୍ପକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। ଏହି ଶିଳ୍ପ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୩୬୧୨ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। ଗୁରୁବାର ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲଓ୍ବିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍‌ଏଲ୍‌ଏସ୍‌ଡବ୍ଲ୍ୟୁସିଏ) ବୈଠକରେ ଉକ୍ତ ପ୍ରକଳ୍ପଗୁଡ଼ିକୁ ଅନୁମୋଦନ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ନାଲ୍‌କୋ କୋରାପୁଟ ଜିଲାରେ ୭୩୨ କୋଟି ଟଙ୍କା ପୁଞ୍ଜନିବେଶରେ ଆଲୁମିନିୟମ ପ୍ରକଳ୍ପ ସ୍ଥାପନ କରିବ। ଏଥିରେ ୨୨୯ ଜଣଙ୍କୁ ନିଯୁକ୍ତି ମିଳିପାରିବ। ସେହିପରି କୋଣାର୍କ ଇସ୍ପାତ ଝାରସୁଗୁଡ଼ାଠାରେ ୩୭୯ କୋଟି ଟଙ୍କା ବ୍ୟୟରେ ଏକ ଇସ୍ପାତ କାରଖାନା ସ୍ଥାପନ କରିବ। ଏଥିରେ ୧୧୫୬ ଜଣଙ୍କୁ ନିଯୁକ୍ତି ମିଳିବା ବେଳେ ଏଏସ୍‌ଏଲ୍‌ ଏଣ୍ଟରପ୍ରାଇଜର୍ସ ଲିମିଟେଡ ଯାଜପୁର ଜିଲା କଳିଙ୍ଗନଗରଠାରେ ୧୬୭ କୋଟି ଟଙ୍କା ପୁଞ୍ଜିନିବେଶରେ ୫ଲକ୍ଷ ନିୟୁତ ଟନ୍‌ର ରେବାର ମିଲ୍‌ ସ୍ଥାପନ କରିବ । ଏଥିରେ ୫୦୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। ସେହିପରି ପିଏସ୍‌ପିଏଲ୍‌ ପ୍ରୋସେସର୍ସ ଲିମିଟେଡ ଯାଜପୁର ଜିଲାର କଳିଙ୍ଗନଗରଠାରେ ୧୫୦ କୋଟି ଟଙ୍କା ବିନିଯୋଗରେ ଡାଉନ୍‌ଷ୍ଟ୍ରିମ ଷ୍ଟିଲ୍‌ ପ୍ଲାଣ୍ଟ ସ୍ଥାପନ କରିବ। ଏଥିରେ ୩୧୦ ଜଣଙ୍କୁ ନିଯୁକ୍ତି ମିଳିପାରିବ। ଖେତାନ ଭିନିୟୋଗ ଲିମିଟେଡ ଯାଜପୁର ଜିଲାର କଳିଙ୍ଗନଗରଠାରେ ଏକ ଡାଉନ୍‌ଷ୍ଟ୍ରିମ ଷ୍ଟିଲ୍‌ ପ୍ଲାଣ୍ଟ ସ୍ଥାପନ କରିବ। ଏଥିରେ ୨୩୮ ଜଣଙ୍କୁ ନିଯୁକ୍ତି ମିଳିପାରିବ। ଖୋର୍ଦ୍ଧା ଇନ୍‌ଫୋସିଟି ଶିଳ୍ପାଞ୍ଚଳରେ ସିଟିଆରଏଲ୍‌ଏସ୍‌ ଡାଟାସେଣ୍ଟର ଲିମିଟେଡ ୧୫୨.୨୫ କୋଟି ଟଙ୍କା ବ୍ୟୟରେ ଆଇଟି ଆଣ୍ଡ ଇଏସ୍‌ଡିଏମ୍‌ ସ୍ଥାପନ କରିବ। ଏଥିରେ ୧୧୦ ଜଣଙ୍କୁ ନିଯୁକ୍ତି ମିଳିପାରିବ। ସୁନ୍ଦରଗଡ଼ ଶିଳ୍ପାଞ୍ଚଳରେ ଆଇଏଫ୍‌ଜିଏଲ ରେଫ୍ରାକ୍ଟୋରିଜ ଲିମିଟେଡ ପକ୍ଷରୁ ୬୬.୨୭ କୋଟି ଟଙ୍କା ବ୍ୟୟରେ ୧୪, ୭୦୦ ମେଟ୍ରିକ ଟନ୍‌ର ମନୋଲିଥିକ୍ସ ଆଣ୍ଡ ସ୍ଥାଇଡ ଗେଷ୍ଟ ଫାସିଲିଟି କରାଯିବ। ଏଥିରେ ୪୧୦ ଜଣଙ୍କୁ ନିଯୁକ୍ତି ମିଳିପାରିବ। ସେହିପରି ଓଡିଆନା ଇକୋ ରିସର୍ଟ ପ୍ରାଇଭେଟ ଲିମିଟେଡ ୧୨୮ କୋଟି ଟଙ୍କା ବ୍ୟୟରେ ପୁରୀ ମେରାଇନ ଡ୍ରାଇଭରେ ଲକ୍‌ ହୋଟେଲ କମ୍‌ ରିସର୍ଟ ନିର୍ମାଣ କରିବ। ଏଥିରେ ୨୬୪ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। ପୁରୀ ଜିଲା କୋଣାର୍କଠାରେ ଲାଇଫ୍‌ଲାଇନ ମଲ୍ଟିଭେଞ୍ଚର୍ସ ପକ୍ଷରୁ ୧୦୦ କୋଟି ଟଙ୍କା ବ୍ୟୟରେ ଏକ ହୋଟେଲ ନିର୍ମାଣ କରାଯିବ। ଏଥିରେ ୨୬୬ ଜଣଙ୍କୁ ନିଯୁକ୍ତି ସୁଯୋଗ ମିିଳିପାରିବ। ଖୋର୍ଦ୍ଧାଠାରେ ହୋଟେଲ ସୁଖମାୟ ପ୍ରାଇଭେଟ ଲିମିଟେଡ ପକ୍ଷରୁ ୮୮.୦୯ କୋଟି ଟଙ୍କା ବ୍ୟୟରେ ଏକ ହୋଟେଲ ନିର୍ମାଣ ହେବ। ଏଥିରେ ୬୦ ଜଣଙ୍କୁ ନିଯୁକ୍ତି ମିଳିପାରିବ। ସେହିପରି ଆସପେନ ଲେକ ସଲ୍ଟସ ଖୋର୍ଦ୍ଧା ଜିଲା ବରକୁଳଠାରେ ୬୯.୨୩ କୋଟି ଟଙ୍କା ବ୍ୟୟରେ ଏକ ୫ ତାରକା ରିସର୍ଟ ନିର୍ମାଣ କରିବ। ଏଥିରେ ୬୦ ଜଣଙ୍କୁ ନିଯୁକ୍ତି ମିଳିପାରିବ। ଅନୁମୋଦିତ ପ୍ରକଳ୍ପଗୁଡ଼ିକ କିପରି ଶୀଘ୍ର କାର୍ଯ୍ୟକ୍ଷମ ହେବ ସେ ନେଇ ଇପିକଲ ଓ ବିଭିନ୍ନ ବିଭାଗକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା, ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁଗର୍ଗ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଶିଳ୍ପ ସଚିବ ହେମନ୍ତ ଶର୍ମା, ଶକ୍ତି ସଚିବ ନିକୁଞ୍ଜ ବିହାରୀ ଧଳ, ଇସ୍ପାତ ଓ ଖଣି ସଚିବ ଦେଓରଞ୍ଜନ କୁମାର ସିଂ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସଚିବ ଅଶୋକ କୁମାର ମୀନା, ଇପିକଲ ଏମ୍‌ଡି ଭୂପେନ୍ଦ୍ର ସିଂ ପୁନିଆ ଓ ଅନ୍ୟ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, କହିଲେ ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ବାସୁଦେବପୁରରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା- ଟ୍ରେଲର ମୁହାଁମୁହିଁ ଧକ୍କା

ବାସୁଦେବପୁର,୨୧।୧୨(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜାମଝାଡି, ଧାମରା ରାସ୍ତାର ମାତାଜୀ ମଠ ଛକଠାରେ ଏକ ହାଇଓ୍ବା ଓ ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଛନ୍ତି। ହାଇଓ୍ବାଟି...

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri