Posted inଜାତୀୟ

ଆଫ୍ରିକାନ୍‌ ସ୍ବାଇନ୍‌ ଫ୍ଲୁ ନେଇ ଆତଙ୍କ, ମଲେଣି ୩୭ ହଜାରରୁ ଅଧିକ ଘୁଷୁରୀ…

ନୂଆଦିଲ୍ଲୀ, ୧।୬ : ଦେଶରେ କରୋନା ମହାମାରୀ ସଙ୍କଟ ଜାରି ରହିଛି। ଏପରିସ୍ଥଳେ ବର୍ତ୍ତମାନ ଦେଶର ମିଜୋରାମ, ତ୍ରିପୁରା ଏବଂ ସିକିମ ଆଦି ୩ ଉତ୍ତର-ପୂର୍ବ ରାଜ୍ୟରେ ଆଫ୍ରିକାନ୍‌ ସ୍ବାଇନ୍‌ ଫ୍ଲୁ ନେଇ ଆତଙ୍କ ଦେଖାଦେଇଛି। ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ମିଜୋରାମ ରାଜ୍ୟ ସରକାର ‘ରାଜ୍ୟ ବିପର୍ଯ୍ୟୟ’ ଘୋଷଣା କରିଛନ୍ତି। ତେବେ ଏହା ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ।

ଆଫ୍ରିକାନ୍‌ ସ୍ବାଇନ୍‌ ଫ୍ଲୁ ଯୋଗୁ ଏପର୍ଯ୍ୟନ୍ତ ୩୭ ହଜାରରୁ ଅଧିକ ଘୁଷୁରୀଙ୍କର ମୃତ୍ୟୁ ଘଟିଛି। ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ରାଜ୍ୟ ପଶୁପାଳନ ଏବଂ ପ୍ରାଣୀ ଚିକିତ୍ସା ମନ୍ତ୍ରୀ ଡ.କେ. ବିଛୁଆ ପିଟିଆଇକୁ କହିଛନ୍ତି ଯେ ଏହି ରୋଗକୁ ରାଜ୍ୟ ବିପର୍ଯ୍ୟୟ ବୋଲି ଘୋଷଣା କରିବାକୁ ମୁଖ୍ୟମନ୍ତ୍ରୀ ଜୋରା ମଥାଙ୍ଗା ଅନୁମୋଦନ କରିଛନ୍ତି। ଏଥି ସହିତ ଖୁବ ଶୀଘ୍ର ଏକ ସରକାରୀ ସୂଚନା ଦିଆଯିବ ବୋଲି ଆଶା କରାଯାଉଛି।

ରାଜ୍ୟର ସାତଟି ଜିଲାର ୫୦ ରୁ ଅଧିକ ଗାଁ ଏହି ରୋଗ ବ୍ୟାପିଛି। ଆଫ୍ରିକାନ୍‌ ସ୍ବାଇନ ଫ୍ଲୁ ଏକ ଅତ୍ୟଧିକ ସଂକ୍ରାମକ ଏବଂ ବିପଜ୍ଜନକ ପ୍ରାଣୀ ରୋଗ ଯାହା ଘରୋଇ ଏବଂ ବଣୁଆ ଘୁଷୁରୀକୁ ସଂକ୍ରମିତ କରିଥାଏ। ଏହାର ସଂକ୍ରମଣ ଯୋଗୁ ଘୁଷୁରୀମାନଙ୍କୁ ହେମୋରାଜିକ ଜ୍ୱର ହୋଇଥାଏ।

୧୯୨୦ ଦଶକରେ ଆଫ୍ରିକାରେ ଏହି ରୋଗ ପ୍ରଥମେ ଦେଖାଯାଇଥିଲା। ଏହି ରୋଗରେ ମୃତ୍ୟୁ ହାର ଶତପ୍ରତିଶତ ପାଖାପାଖି ଅଛି ଏବଂ ଏପର୍ଯ୍ୟନ୍ତ ଏହି ଜ୍ୱରର କୌଣସି ଉପଶମ ନାହିଁ। ଏହାର ସଂକ୍ରମଣକୁ ରୋକିବା ପାଇଁ ଏକମାତ୍ର ଉପାୟ ହେଉଛି ଆକ୍ରାନ୍ତ ପ୍ରାଣୀମାନଙ୍କୁ ହତ୍ୟା କରିବା। ଅପରପକ୍ଷରେ, ଯେଉଁମାନେ ଏହି ରୋଗରେ ପୀଡିତ ଘୁଷୁରୀ ମାଂସ ଖାଇଥା’ନ୍ତି, ସେମାନଙ୍କଠାରେ ଜ୍ୱର, ଅବସାଦ ଭଳି କେତେକ ଗମ୍ଭୀର ସମସ୍ୟା ଆରମ୍ଭ ହୋଇଥାଏ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମେ ୨୫ ରେ ପ୍ରକାଶିତ ପଶୁପାଳନ ଏବଂ ପ୍ରାଣୀ ଚିକିତ୍ସା ବିଭାଗର ତଥ୍ୟ ଦର୍ଶାଇଛି ଯେ ମାର୍ଚ୍ଚ ୨୦୨୧ ପରଠାରୁ ଏହି ରୋଗ ରେ ୩୭ ହଜାରରୁ ଅଧିକ ଘୁଷୁରୀଙ୍କର ମୃତ୍ୟୁ ଘଟିଛି। ଆଫ୍ରିକାନ୍‌ ସ୍ବାଇନ୍‌ ଫ୍ଲୁ୍‌ ଯୋଗୁ ଘୁଷୁରୀ ପାଳନ କରିଥିବା ଚାଷୀ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ଏହି ରୋଗର ସଂକ୍ରମଣକୁ ରୋକିବା ପାଇଁ ଇତିମଧ୍ୟରେ ୧୪,୧୭୪ ଘୁଷୁରୀଙ୍କୁ ହତ୍ୟା କରାଯାଇଛି।

ଏହି ତଥ୍ୟରେ କୁହାଯାଇଛି ଯେ ଚଳିତ ବର୍ଷ ଫେବୃଆରୀ ମାସରୁ ବର୍ତ୍ତମାନ ସୁଦ୍ଧା ଆଫ୍ରିକାନ୍‌ ସ୍ବାଇନ୍‌ ଫ୍ଲୁରେ ୩,୮୯୦ ଘୁଷୁରୀଙ୍କର ମୃତ୍ୟୁ ଘଟିଛି। ସେହିପରି ସଂକ୍ରମଣକୁ ରୋକିବା ଲାଗି ୩,୨୬୪ ଘୁଷୁରୀଙ୍କୁ ହତ୍ୟା କରାଯାଇଛି। ମନ୍ତ୍ରୀ କହିଛନ୍ତି ଯେ ଚାଷୀମାନଙ୍କୁ ହତ୍ୟା କରାଯାଇଥିବା ଘୁଷୁରୀ ପାଇଁ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ପ୍ରଦାନ କରାଯାଇଛି। ମିଜୋରାମ, ତ୍ରିପୁରା ଏବଂ ସିକିମରେ ଆଫ୍ରିକାନ୍‌ ସ୍ବାଇନ୍‌ ଫ୍ଲୁ ସଂକ୍ରମଣ ଯୋଗୁ ସରକାର ଲୋକଙ୍କୁ ଘୁଷୁରୀ ମାଂସ ଖାଇବାକୁ ବାରଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଯୋଧ୍ୟାରେ ମୋଦି, ନେଲେ ରାମଲାଲାଙ୍କ ଆଶିଷ

ଅଯୋଧ୍ୟା,୫।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ କରିଛନ୍ତି। ସେ ଭଗବାନ ଶ୍ରୀ ରାମଙ୍କୁ ପୂଜା କରି ଆଶୀର୍ବାଦ ନେଇଛନ୍ତି। ମେ’...

ହ୍ବିଲ ଚେୟାରରେ ନଜର ଆସିଲେ ତେଜସ୍ବୀ, ହଠାତ୍‌ ହୋଇ ପଡିଲେ ଅସୁସ୍ଥ

ପାଟନା,୫।୫: ଲୋକ ସଭା ନିର୍ବାଚନକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ବିହାରର ରାଜନୈତିକ କରିଡରରୁ ବଡ ଖବର ଆସୁଛି, ଯେଉଁଠାରେ ବିହାର ବିଧାନସଭାରେ ବିରୋଧୀଦଳର...

ଭୁଲ ଭାଲ କଥା କହି ଟ୍ରୋଲ ହେଲେ କଙ୍ଗନା

ମୁମ୍ବାଇ,୫।୫: ହିମାଚଳର ମଣ୍ଡି ଆସନରୁ ଭାଜପା ପ୍ରାର୍ଥୀ ତଥା ବଲିଉଡ ଅଭିନେତ୍ରୀ-ରାଜନେତା କଙ୍ଗନା ରାନାୱତ ତାଙ୍କ ବୟାନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି। ଏବେ...

ଆହୁରି ବଢିଲା ପ୍ରଜ୍ୱଳ ରେଭାନ୍ନାଙ୍କ ଅଡୁଆ: ବ୍ଲୁ କର୍ନର୍‌ ନୋଟିସ ଜାରି

ନୂଆଦିଲ୍ଲୀ,୫।୫: ଅଶ୍ଲୀଳ ଭିଡିଓ ଭାଇରାଲ ମାମଲାରେ ଅଭିଯୁକ୍ତ କର୍ନାଟକର ଜେଡିଏସ ଏମ୍‌ପି ପ୍ରଜ୍ୱଳ ରେଭାନ୍ନାଙ୍କ ଅଡୁଆ ବଢିଛି। ଏହି ମାମଲାରେ ତାଙ୍କ ବିରୋଧରେ ବ୍ଲୁ କର୍ନର୍‌...

ରାମଲଲାଙ୍କ ଦର୍ଶନକୁ କରାଯାଉଥିଲା ବିରୋଧ, କଂଗ୍ରେସ ଛାଡିବାକୁ ଲେଖିଲେ ରାଧିକା

ନୂଆଦିଲ୍ଲୀ,୫।୫: ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଗୋଟିଏ ପରେ ଗୋଟିଏ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲା। ବର୍ତ୍ତମାନ ଚାଲିଥିବା ନିର୍ବାଚନ ମଧ୍ୟରେ କଂଗ୍ରେସ ଆଉ...

ନୀତୀଶଙ୍କ ବଡ ଚେତାବନୀ, ବିହାରରେ ବଢିଲା ରାଜନୈତିକ ଉଷ୍ମତା

ପାଟନା,୫।୫: ବିହାରରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ସମୟରେ ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ନିରନ୍ତର ବୟାନ ବାଜି ଜାରି କରାଯାଉଛି।...

ମୋଦିଙ୍କ ଗୃହ ରାଜ୍ୟରେ ୩୫ ମୁସଲମାନ ପାର୍ଥୀ ଲଢୁଛନ୍ତି ନିର୍ବାଚନ, କଂଗ୍ରେସରୁ କେହି ନାହିଁ

ଗାନ୍ଧିନଗର,୫।୫: ଲୋକ ସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତ ହୋଇଛନ୍ତି। ପ୍ରଚାର କାର୍ଯ୍ୟ ଜୋରସୋରରେ ଚାଲିଛି । କେତେକ ଜାତି ନାମରେ ଏବଂ...

ନିର୍ବାଚନ କମିଶନଙ୍କ ଅନନ୍ୟ ପଦକ୍ଷେପ, ୨୩ ଦେଶର ୭୫ ପ୍ରତିନିଧୀ ‘ଗଣତନ୍ତ୍ରର ମହାପର୍ବ’ ଦେଖିବାକୁ ଭାରତ ପହଞ୍ଚିଲେ

ନୂଆଦିଲ୍ଲୀ,୫।୫: ୨୩ଟି ଦେଶର ନିର୍ବାଚନ ପରିଚାଳନା ସଂସ୍ଥା ସହିତ ଜଡିତ ୭୫ ଜଣ ଆନ୍ତର୍ଜାତୀୟ ପ୍ରତିନିଧୀ ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ଦେଶ ‘ଲୋକ ସଭା ନିର୍ବାଚନ’ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri