ଏନ୍‌ଜିଟି ନିୟମ ମାନୁନାହାନ୍ତି ବ୍ୟବସାୟୀ

କେନ୍ଦ୍ରାପଡ଼ା ଅଫିସ, ୩୧ା୫:କେନ୍ଦ୍ରାପଡ଼ା ଜିଲାରେ ଇଟାଭାଟି ଓ ବାଲି ଚୋରାଚାଲାଣ ଲାଗି ନଦୀଶଯ୍ୟାକୁ ଖୋଳାଯାଉଛି। ଏନ୍‌ଓସି ନ ଥାଇ ଅବାଧରେ ବାଲି ଚାଲାଣ ହେଉଛି। ବେଆଇନ ଲଘୁ ଖଣିଜ ସମ୍ପଦ ଚାଲାଣ ଯୋଗୁ ରାଜକୋଷକୁ ରାଜସ୍ବ ମିଳୁ ନ ଥିବା ବେଳେ ଏନ୍‌ଓସି ବିନା ଶତାଧିକ ଇଟାଭାଟି ପ୍ରସ୍ତୁତ ହେଉଛି। ଶିଶୁ ଶ୍ରମିକ ନିୟୋଜନ, ବାୟୁ ପ୍ରଦୂଷଣ ପ୍ରତି କାହାରି ଧ୍ୟାନ ନାହିଁ। ଏପରି କି ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)ର ନିର୍ଦ୍ଦେଶ ସତ୍ତ୍ୱେ ବେଆଇନ ଭାବେ ମାଲିକମାନେ ଇଟାଭାଟି ପ୍ରସ୍ତୁତ କରୁଛନ୍ତି। ଖରା ସହ ଇଟାଭାଟି ତାତି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବା ଦର୍ଶାଇ ଗତ ୨୭ରେ ହେନ୍ତାଳ ବନ ସୁରକ୍ଷା ସଙ୍ଗଠନ ପକ୍ଷରୁ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦିଆଯାଇଛି।
ଏ ସମ୍ପର୍କରେ ସଙ୍ଗଠନ ସଭାପତି ସତ୍ୟପ୍ରକାଶ ମହାନ୍ତି କହିଛନ୍ତି, ଜିଲାର ନଦୀଶଯ୍ୟା ଏହି ବ୍ୟବସାୟୀଙ୍କ ନଜରରେ ଅଛି। ମାଟି, ବାଲି ପରି ଲଘୁ ଖଣିଜ ସମ୍ପଦ ପ୍ରତ୍ୟହ ଚୋରି ହେଉଛି। ଜଙ୍ଗଲ ଓ ପରିବେଶ ସୁରକ୍ଷା ଆଇନ ୧୯୮୬, ଅଗ୍ନିଶମ ବିଭାଗ, ଶ୍ରମ ବିଭାଗ, ରାଜସ୍ବ ବିଭାଗ ଆଦି ଏହି ବେଆଇନ ଇଟାଭାଟି ଉପରେ ରୋକ ଲଗାଇ ପାରୁନାହାନ୍ତି। ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗର ବିନା ଅନୁମତିରେ ମାଟି ଇଟା ପ୍ରସ୍ତୁତ କରିବା ଓ ପୋଡ଼ିବା ବେଆଇନ। ଏହାସତ୍ତ୍ୱେ ଶତାଧିକ ଇଟାଭାଟି ଯୋଗୁ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହେଉଛି। ପରିବେଶବିତ୍‌ ଅଶୋକ କୁମାର ସ୍ବାଇଁ କହିଛନ୍ତି, ଖରା ସହ ଇଟାଭାଟି ତାତି ଲୋକଙ୍କୁ ଅସହ୍ୟ କରୁଛି। ଇଟାଭାଟିର ନିଅଁା, ଧୂଆଁ ଯୋଗୁ ତାତି ବଢୁଛି। ଧୂଅଁା ଯୋଗୁ ଲୋକେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଛି। ଏସବୁ ମିଶି ସ୍ଥାନୀୟ ଅଞ୍ଚଳରେ ବିଷମୟ ପରିବେଶ ସୃଷ୍ଟି କରୁଛି। ଡେରାବିଶ ବ୍ଲକ ବନ୍ଧପଡ଼ା ଗଁାର ଅକ୍ଷୟ ବେହେରା କହିଛନ୍ତି, କିଛିଦିନ ପୂର୍ବେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏ ସମ୍ପର୍କରେ ଏକ ଅଭିଯୋଗପତ୍ର ଦିଆଯାଇଛି। ଅଭିଯୋଗ ମୁତାବକ, ତରଜଙ୍ଗା (ବାଲିଦିଆପାଟଣା)ର ଗୋଚର ଜମିରୁ କେତେଜଣ ବ୍ୟକ୍ତି ମାଟି ଉଠାଇ ଇଟା ପ୍ରସ୍ତୁତ କରିଛନ୍ତି। ଫଳରେ ଏହି ସ୍ଥାନରେ ପ୍ରାୟ ୩ରୁ ୪ ଫୁଟ ଗର୍ତ୍ତ ହୋଇଥିବାରୁ ଗୋଚାରଣରେ ସମସ୍ୟା ହେଉଛି। କେନ୍ଦ୍ରାପଡ଼ାର ଶୁଭେନ୍ଦୁ କୁମାର ଦାସ କୁହନ୍ତି, ଗୋଚର, ଅନାବାଦୀ, ବଗଚର, ନୟନଯୋରି, ନଦୀପଠା ଆଦିରୁ ଇଟାଭାଟି ମାଲିକମାନେ ମାଟି ଉଠାଉଛନ୍ତି। ତହସିଲଦାରଙ୍କ ନଜରକୁ ଏସବୁ ଆସୁ ନ ଥିବାରୁ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଫଳରେ ବାଲି, ମାଟି ବାବଦ ରାଜସ୍ବ ରାଜକୋଷକୁ ମିଳୁନାହିଁ। ଇନ୍ଦୁପୁରର ଦେବାଶିଷ ଜେନା କୁହନ୍ତି, ଜିଲା ମଧ୍ୟ ଦେଇ ଯାଇଥିବା ନଦୀର ପଠା ଏବେ ଏପରି ବ୍ୟବସାୟୀଙ୍କ ପେଣ୍ଠସ୍ଥଳ ପାଲଟିଛି। ପଠା ଆଖପାଖରେ ବାଲିଆ ଦୋରସା ମାଟି ମିଳୁଥିବାରୁ ନଦୀଶଯ୍ୟା ଖଲଖମାରେ ପରିଣତ ହୋଇଛି। ଇଟାଭାଟି ମାଲିକମାନେ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, କଲିକତାର ମେଦିନାପୁର, ବିହାରର ଛାପ୍ରା ଅଞ୍ଚଳର ଲୋକଙ୍କୁ ଏହି କାର୍ଯ୍ୟରେ ଲଗାଉଛନ୍ତି। ଏଥିରେ ଶିଶୁ ଶ୍ରମିକଙ୍କୁ ଦେଖିବାକୁ ମିଳୁଛି। ଜନୈକ ଇଟାଭାଟି ମାଲିକ କହିଛନ୍ତି, ଘର ନିର୍ମାଣ ପାଇଁ ଫ୍ଲାଇ ଆଶ୍‌ ଇଟା ଫ୍ୟାକ୍ଟ୍ରି ଜିଲାରେ କମ୍‌ ଥିବାରୁ ମାଟିନିର୍ମିତ ପୋଡ଼ା ଇଟାକୁ ସମସ୍ତେ ଆଦର କରୁଛନ୍ତି। ଏହାକୁ କୁଟିରଶିଳ୍ପର ମାନ୍ୟତା ମିଳିଲେ ଯୁବ ଶିଳ୍ପୋଦ୍ୟୋଗୀ ବାହାରିବା ସହ ଶ୍ରମିକଙ୍କ କର୍ମନିଯୁକ୍ତି ସମସ୍ୟାର ଆଶୁ ସମାଧାନ ହୋଇପାରିବ। ଆଇନଜୀବୀ ବିଧୁଭୂଷଣ ମହାପାତ୍ର କହିଛନ୍ତି, ରାଜ୍ୟ ପ୍ରଦୂଷଣ ବୋର୍ଡ ଓ ଏନ୍‌ଜିଟିର ବାରଣ ସତ୍ତ୍ୱେ ବେଆଇନ ଇଟାଭାଟି ନିର୍ମାଣ ଚାଲିଛି। ପ୍ରଦୂଷଣ ବୋର୍ଡର ୧୯୮୬ ଆଇନ, ୨୦୦୫ରେ ନଦୀଶଯ୍ୟାର ୫୦୦ ମିଟର ମଧ୍ୟରେ ବାଲିଉଠାକୁ ବନ୍ଦ କରାଯାଇଛି। ଏ ନେଇ ଏକ ଜନସ୍ବାର୍ଥ ମାମଲା କରିବେ ବୋଲି ସେ ସୂଚନା ଦେଇଛନ୍ତି। ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ବେଆଇନ ଇଟାଭାଟି ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରପଞ୍ଚଙ୍କ ପରିବାରରେ ୩ ଶ୍ରମିକ

ନାଉଗାଁ,୪ା୫(ସୁଧା ବେହୁରା) ଶ୍ରମିକମାନଙ୍କୁ ଦାଦନ ଖଟିବାରେ ରୋକ ଲଗାଇବା ସହ ନିଜ ଅଞ୍ଚଳରେ କାର୍ଯ୍ୟ ଯୋଗାଇ ଦେବାର ଲକ୍ଷ୍ୟ ନେଇ କେନ୍ଦ୍ର ସରକାରଙ୍କ ତରଫରୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌...

କୋରାପୁଟରେ ନିର୍ବାଚନ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ: ବିରୋଧୀଙ୍କୁ ଟାର୍ଗେଟ୍‌

କୋରାପୁଟ,୪।୫(ଅମିତାଭ ବେହେରା)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର କୋରାପୁଟରେ ପହଞ୍ଚି ନିର୍ବାଚନ ପ୍ରଚାର କରିଛନ୍ତି। କୋରାପୁଟ ଓଏମ୍‌ପି ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଓଡ଼ିଶାର...

୬ରେ ବ୍ରହ୍ମପୁର ଆସିବେ ପ୍ରଧାନମନ୍ତ୍ରୀ: ସଭାକୁ ଆସୁଥିବା ଲୋକଙ୍କ ଉପରେ ରହିବ କଡା ନଜର

ବ୍ରହ୍ମପୁର,୪ା୫(ସ୍ମୃତି ରଞ୍ଜନ ମହାଲିକ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୬ ତାରିଖରେ ବ୍ରହ୍ମପୁର ଆସି ଜାତୀୟ ରାଜପଥ ପାର୍ଶ୍ୱସ୍ଥ କନିିଷିଠାରେ ସାଧାରଣ ସଭାରେ ଯୋଗ ଦେବେ।...

ତାତି ସାଙ୍ଗକୁ ବଢୁଛି ପାଣି ସମସ୍ୟା: ଡହଳବିକଳ ୩୦ ପରିବାର

ବାଲିଆପାଳ, ୩।୫(ଗୋପାଳ ଚନ୍ଦ୍ର ସାହୁ): ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି। ତାତି ସାଙ୍ଗକୁ ବଢିଚାଲିଛି ପିଇବା ପାଣି ସମସ୍ୟା। ଜଳକଷ୍ଟ ଏପରି ହେଲାଣି, ଟୋପାଏ...

ଖାଇବା ଦେବାରେ ବିଳମ୍ବ ହେବାରୁ ମା’ଙ୍କୁ ପିଟି ପିଟି ହତ୍ୟା କଲା ପୁଅ

ପାଟଣା,୪।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଖୀରେଇଟାଙ୍ଗିରୀ ପଞ୍ଚାୟତ ଖିରେଇ ଟାଙ୍ଗିରି ଗାଁ ଭାଲୁପାହାଡ଼ି ସାହିରେ ଏକ ଦୁଃଖଦ ଘଟଣା ଘଟିଛି। ଖାଇବା...

ପାଣି ପାଇଁ ପ୍ରତିବାଦ: ଗରା, ବାଲଟି ରଖି ରାସ୍ତା ଅବରୋଧ କଲେ ମହିଳା

ପାଟଣା:୪।୫(ବୀର କିଶୋର ଦାଶ): ପାନୀୟ ଜଳ ଯୋଗାଣ ଦାବିରେ କେନ୍ଦୁଝର ଜିଲା ପାଟଣା କେନ୍ଦେଇପଶି ରାସ୍ତାର ଟାଙ୍ଗରପଡ଼ା ଛକରେ ଶନିବାର ଶତାଧିକ ମହିଳା ରାସ୍ତା ଉପରେ...

ଅନ୍ତିମ ସଂସ୍କାର ବେଳେ ମହୁମାଛି ଆକ୍ରମଣ: ୪ ଗୁରୁତର

ଜଳେଶ୍ୱର,୪।୫(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଳକ ଡେମୁରିଆ ଗାଁ ମଶାଣିରେ ଶନିବାର ଏକ ଅଘଟଣ ଘଟିଛି। ଗାଁ ମଶାଣିରେ ଅନ୍ତମ ସଂସ୍କାର ଚାଳିଥିବା ବେଳେ...

୫୦ ଯାତ୍ରୀଙ୍କୁ ଧରି ଯାଉଥିଲା ବସ୍‌: ବାଟରେ ଦୁର୍ଘଟଣା

ଜଳେଶ୍ୱର,୪।୫(ନବୀନ ସାହୁ): ୧୬ ନମ୍ବର ଜାତୀୟ ରାଜପଥ ବାଲେଶ୍ୱର ଜିଲା ବସ୍ତା ଥାନା ଅଧୀନ ଇନ୍ଦିରା ଛକ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଶନିବାର ସକାଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri