ପାକିସ୍ତାନରେ ଗୃହଯୁଦ୍ଧ ସ୍ଥିତି ଘନେଇଲା…

ଇସଲାମାବାଦ, ୨୬।୫ : ପାକିସ୍ତାନର ଇସଲାମାବାଦରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ରାଲିକୁ ଅଟକାଇବା ବେଳେ ପୋଲିସ ଏବଂ ପିଟିଆଇ କର୍ମଚାରୀଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟିଛି। ଇସଲାମାବାଦର ମେଟ୍ରୋ ଷ୍ଟେଶନରେ ବିସ୍ଫୋରଣ ଘଟିଥିବାର ଖବର ଆସିଛି। ଅନେକ ସ୍ଥାନରେ ପିଟିଆଇ କାର୍ଯ୍ୟକର୍ତ୍ତା ଏବଂ ସୁରକ୍ଷା ବାହିନୀଙ୍କ ମଧ୍ୟରେ ସଂଘର୍ଷ ହେବାରେ ଲାଗିଛି। ଏହାଦ୍ୱାରା ପାକିସ୍ତାନରେ ଗୃହଯୁଦ୍ଧ ସ୍ଥିତି ଘନେଇବାରେ ଲାଗିଛି। ପରିସ୍ଥିତି ଧୀରେୀଧୀରେ ଅଣାୟତ୍ତମୁହାଁ ହେବାରେ ଲାଗିଛି।

ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ସରକାର ଇସଲାମାବାଦରେ ସେନା ନିୟୋଜିତ କରି ଏକ ରେଡ ଜୋନ ଘୋଷଣା କରିଛନ୍ତି।

ବୁଧବାର ଦିନ ଆରମ୍ଭ ହୋଇଥିବା ଇମ୍ରାନଙ୍କ ରାଲିକୁ ଇସଲାମାବାଦରେ ପ୍ରବେଶ ନକରିବା ପାଇଁ ପୋଲିସ ରାସ୍ତା ଅବରୋଧ କରିଥିଲା, ତଥାପି କାର୍ଯ୍ୟକର୍ତ୍ତାମାନେ ଏଥିରେ ସହମତ ନଥିଲେ। ଫଳରେ ପୋଲିସ ସହ ସେମାନଙ୍କର ସଂଘର୍ଷ ଆରମ୍ଭ ହୋଇଥିଲା। ସରକାର ଏହି ସମାବେଶକୁ ନିଷିଦ୍ଧ କରିଥିଲେ ମଧ୍ୟ ସୁପ୍ରିମକୋର୍ଟ ’ଆଜାଦି ମାର୍ଚ୍ଚ’ ପାଇଁ ପିଟିଆଇକୁ ବିକଳ୍ପ ସ୍ଥାନ ପ୍ରଦାନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଇସଲାମାବାଦ ରାଜରାସ୍ତାରେ ପିଟିଆଇ କର୍ମୀଙ୍କ ଭିଡ ଜମିଛି।

ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ମୁଖ୍ୟ ଇମ୍ରାନ ଖାନ ତାଙ୍କ ସମର୍ଥକଙ୍କ ସହ ରାଲି କରୁଥିବାବେଳେ ଏହାକୁ ଶାସକ ଦଳ ବାରଣ କରିଛନ୍ତି। ଫଳରେ ଦେଶରେ ସ୍ଥିତି ସଙ୍କଟ ଜନକ ହେବା ସହିତ ରାଜନୈତିକ ଅଚଳାବସ୍ଥା ଜାରି ରହିଛି। ପୋଲିସ ସହିତ ସଂଘର୍ଷ ପରେ ପିଟିଆଇର ସମର୍ଥକମାନେ ଇସଲାମାବାଦର ମେଟ୍ରୋ ଷ୍ଟେଶନରେ ନିଆଁ ଲଗାଇ ଦେଇଛନ୍ତି। ଇମ୍ରାନଙ୍କ ଦଳ ଏବଂ ସରକାରଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତିକୁ ଦୃଷ୍ଟିରେ ରଖି ପାକିସ୍ତାନରେ ଗୃହଯୁଦ୍ଧ ପରି ପରିସ୍ଥିତି ସୃଷ୍ଟି ହୋଇଛି।

ବୁଧବାର ବିଳମ୍ବିତ ରାତିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କର ଲକ୍ଷ ଲକ୍ଷ ସମର୍ଥକଙ୍କ ସହ ଇସଲାମାବାଦ ନିକଟରେ ଅବସ୍ଥିତ ଡି-ଚୌକରେ ପହଞ୍ଚିଥିଲେ। ଗୁରୁବାରଠାରୁ ସେ ସେଠାରେ ଏକ ଧାରଣା ଦେବାର ଘୋଷଣା କରିଛନ୍ତି। କର୍ମୀମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଆମେ ରାଜନୀତି ନୁହେଁ ଜିହାଦ କରିବାକୁ ବାହାରିଛୁ। ରାତି ୨ଟା ୩୦ରେ ଡି-ଚୌକରେ ଗୁଳି ଚାଳନାର ଖବର ମିଳିଛି।

ପଞ୍ଜାବ ପ୍ରଦେଶର ସିନେଟର ଏଓନ ଅବ୍ବାସ ବୁପିଙ୍କ ଅନୁଯାୟୀ, ଇସଲାମାବାଦର ଡି-ଚୌକରେ ରାତି ୨ଟା ୩୦ ସମୟରେ ଗୁଳି ବିନିମୟ ହୋଇଥିଲା। ଏହା ପରେ ପିଟିଆଇ ଟୁଇଟ କରି କହିଛି, ପାକିସ୍ତାନବାସୀଙ୍କ ଜୀବନ ବଞ୍ଚାଇବା ପାଇଁ ପ୍ରୟାସ କରାଯାଉଛି।

ଅନେକ ସ୍ଥାନରେ ସରକାର ୧୪୪ ଧାରା ଲାଗୁ କରିଛନ୍ତି। ଯାହା ଦ୍ୱାରା ଲୋକମାନେ ବହୁ ସଂଖ୍ୟାରେ ଏକାଠି ହେବା ବନ୍ଦ ହୋଇଯିବ। ପଞ୍ଜାବ ଗୃହ ସଚିବ ସୟଦ ଅଲି ମୁର୍ତାଜା କହିଛନ୍ତି ଯେ ବୃହତ୍ତମ ପ୍ରଦେଶରେ ଶାନ୍ତି ପାଇଁ ପାରାମିଲିଟାରୀ ରେଞ୍ଜରମାନଙ୍କୁ ଡକାଯାଇଛି। ଇସଲାମାବାଦରେ ୪ ହଜାରରୁ ଅଧିକ ପୋଲିସ ଡକାଯାଇଛି। ଲାହୋର, ରାୱଲପିଣ୍ଡି ଏବଂ ଇସଲାମାବାଦର ଅନେକ ପ୍ରମୁଖ ରାସ୍ତାରେ ଯାତାୟାତ ଅବରୋଧ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଇସଲାମାବାଦ, ରାୱଲପିଣ୍ଡିରେ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖାଯାଇଛି।

ଇମ୍ରାନ ଦେଶରେ ଶୀଘ୍ର ନିର୍ବାଚନର ଦାବି ଉପରେ ଜିଦ ଧରିଥିବାବେଳେ ଶାହବାଜ ସରିଫ ସରକାର ତାଙ୍କ ବହିଷ୍କାର ପରେ ଆସନ୍ତା ବର୍ଷ ୨୦୨୩ ଅଗଷ୍ଟରେ ନିର୍ବାଚନ ଚାହୁଁଛନ୍ତି। ମେ ୨୫ରେ, ଇମ୍ରାନ୍‌ ଏହି ଦାବିରେ ଲାହୋରରୁ ଇସଲାମାବାଦ ପର୍ଯ୍ୟନ୍ତ ଆଜାଦି ମାର୍ଚ୍ଚ ଆରମ୍ଭ କରିଥିଲେ।

ସୂଚନାଯୋଗ୍ୟ, ଶକ୍ତି ପରୀକ୍ଷାରେ ପରାଜିତ ହୋଇ ଇମ୍ରାନ ଖାନ ଗତ ମାସରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଭାଇ ଶାହବାଜ ସରିଫଙ୍କୁ ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୋକାନରେ ଶୋଇଥବା ବେଳେ ଲାଗିଗଲା ନିଆଁ, ଦୋକାନୀ ଜୀବନ୍ତଦଗ୍ଧ

ପାଟକୁରା ୨୭/୧୨(ରବୀନ୍ଦ୍ର ନାଥ ବାରିକ ): କେନ୍ଦ୍ରାପଡା ଜିଲା ଗରଦପୁର ବ୍ଳକ ଅଧୀନ କଳାବୁଦା ବାରୁଣୀ ବଜାରରେ ଶନିବାର ଏକ ଦୁଃଖଦ ଘଟଣା ଘିଟିଛି ।...

ଭାଷଣ ଦେଉଥିଲେ ଭାଜପା ଏମ୍‌ପି. ଆକ୍ରମଣ କଲା ମହୁମାଛି: ଆଉ ତା’ପରେ…

ଲକ୍ଷ୍ନୌ,୨୭।୧୨: ଉତ୍ତର ପ୍ରଦେଶର ଦେଓରିଆର ରବିନ୍ଦ୍ର କିଶୋର ଶାହି ଷ୍ଟାଡିୟମରେ ସଂସଦୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେଉଥିଲା। କ୍ରୀଡା ମହୋତ୍ସବର ଶେଷ ପର୍ଯ୍ୟାୟ ଶେଷ ହୋଇଥିଲା।...

ପୋଲକୁ ଧକ୍କା ଦେଇ ଓଲଟିଲା ଟୁରିଷ୍ଟ ଗାଡ଼ି, ୭ଜଣ ଆହତ

ସମ୍ବଲପୁର: ରେଢ଼ାଖୋଲ ରାସ୍ତାରେ ସଡ଼କ ଦୁର୍ଘଟଣା । ଭୁବନେଶ୍ୱରରୁ ସମ୍ବଲପୁର ଯିବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ପୋଲକୁ ଧକ୍କା ଦେଇ ଓଲଟିପଡିଲା...

ବ୍ରେକ୍ ଫେଲ୍ ଯୋଗୁଁ ମର୍ମନ୍ତୁଦ ଦୁର୍ଘଟଣା, ୨ ଡ୍ରାଇଭରଙ୍କ ମୃତ୍ୟୁ

ସୁନ୍ଦରଗଡ଼: କୋଇଡାରେ ସଡ଼କ ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହେଲା ଦୁଇ ଟ୍ରକ । ଭୟଙ୍କର ଦୁର୍ଘଟଣାରେ ୨ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି...

ବାଂଲାଦେଶରେ କଳାକାରଙ୍କ ଉପରେ ଆକ୍ରମଣ, ପଥର ଫିଙ୍ଗିବା ପରେ ଗାୟକଙ୍କ…

ନୂଆଦିଲ୍ଲୀ,୨୭ା୧୨: ବାଂଲାଦେଶରେ କଳାକାର ଏବଂ ସାଂସ୍କୃତିକ ଅନୁଷ୍ଠାନ ଉପରେ ଆକ୍ରମଣର ଧାରାବାହିକ ଅହରହ ଜାରି ରହିଛି । ସଦ୍ୟତମ ଘଟଣାଟି ଢାକାରୁ ପ୍ରାୟ ୧୨୦ କିଲୋମିଟର...

କଂସଙ୍କ ମଥୁରା ଭ୍ରମଣ, ନନ୍ଦ ଦରବାର ଉଦ୍‌ଘାଟିତ

ମଥୁରାନଗରୀ/ଗୋପପୁର,୨୭।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁକ୍ରବାର ଥିଲା ତୃତୀୟ ଦିବସ। ଅନ୍ୟଦିନ ଭଳି କଂସ ମହାରାଜ ନିଜ ପାତ୍ରମନ୍ତ୍ରୀଙ୍କ ସହିତ ରାଜମହଲରୁ...

ଜାହାଜକୁ ଆରେଷ୍ଟ କର: ବଡ଼ ରାୟ ଦେଲେ ହାଇକୋର୍ଟ

କଟକ,୨୭।୧୨(କାର୍ତ୍ତିକ ସାହୁ):ପାରାଦୀପ ବନ୍ଦରରେ ଅଟକିଥିବା ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ...

ମୀନ ରାଶିରେ ଚନ୍ଦ୍ରଦେବ, ବର୍ଷର ଶେଷ ଶନିବାରରେ କନ୍ୟା ରାଶି ସମେତ ଏହି ରାଶି ପାଇଁ ଶୁଭ

ଆଜି ଭାବପ୍ରବଣ ସଚେତନତା ଏବଂ ନୀରବ ଆତ୍ମନିରୀକ୍ଷଣର ଦିନ। ମୀନ ରାଶିରେ ଚନ୍ଦ୍ରର ଭ୍ରମଣ ସହାନୁଭୂତି, କଳ୍ପନା ଏବଂ ଆନ୍ତରିକ ଶାନ୍ତିକୁ ପ୍ରୋତ୍ସାହିତ କରେ। ଆଜିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri