Posted inଜାତୀୟ

ସୁରକ୍ଷିତ ଜିଲାରେ କଶ୍ମୀରୀ ପଣ୍ଡିତଙ୍କ ପୋଷ୍ଟିଂ ହେବ, ଉପରାଜ୍ୟପାଳଙ୍କ ନିଷ୍ପତ୍ତି…

ଶ୍ରୀନଗର, ୧୬।୫ : ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା କାଶ୍ମୀରୀ ପଣ୍ଡିତ ସରକାରୀ କର୍ମଚାରୀଙ୍କ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ୟାକେଜ ଅନୁଯାୟୀ ରାଜ୍ୟର ସରକାରୀ ବିଭାଗରେ ନିଯୁକ୍ତ କାଶ୍ମୀରୀ ପଣ୍ଡିତମାନଙ୍କୁ ସୁରକ୍ଷିତ ଜିଲାରେ ପୋଷ୍ଟିଂ କରାଯିବ।

ମନୋଜ ସିହ୍ନା ପିପୁଲସ୍‌ ଆଲାଏନ୍ସ ଫର୍‌ ଗୁପକାର ଡିକ୍ଲାରେଶନ (ପିଏଜିଡି) ଏବଂ ଭାଜପା ପ୍ରତିନିଧୀଙ୍କୁ ସୂଚନା ଦେଇଛନ୍ତି ଯେ ନିକଟରେ ଜମ୍ମୁ-କଶ୍ମୀରର ତହସିଲ ମୁଖ୍ୟାଳୟରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ସୁରକ୍ଷିତ ଜିଲାରେ କଶ୍ମୀରୀ ପଣ୍ଡିତ କର୍ମଚାରୀଙ୍କ ନିୟୋଜନ କରାଯିବ।

ମେ ୧୨ ରେ ଆତଙ୍କବାଦୀମାନେ ବଡ଼ଗାମ ଜିଲାର ଚାଦୁରା ତହସିଲ କାର୍ଯ୍ୟାଳୟରେ ପ୍ରବେଶ କରି କାଶ୍ମୀରୀ ପଣ୍ଡିତ କର୍ମଚାରୀ ରାହୁଲ ଭଟ୍ଟଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହି ଘଟଣା ପରେ କାଶ୍ମୀରୀ ପଣ୍ଡିତମାନେ ଜମ୍ମୁ-କଶ୍ମୀରରେ ତୀବ୍ର ବିରୋଧ କରିଥିଲେ ଏବଂ ସରକାରୀ କାର୍ଯ୍ୟ କରୁଥିବା ସେମାନଙ୍କ ସମ୍ପ୍ରଦାୟର ସଦସ୍ୟଙ୍କୁ ଜମ୍ମୁକୁ ସ୍ଥାନାନ୍ତର କରାଯାଉ ବୋଲି ସରକାରଙ୍କ ନିକଟରେ ଦାବି କରିଥିଲେ। ଯଦି ସରକାର ତାହା ନକରନ୍ତି ତେବେ ସେମାନେ ଚାକିରିରୁ ସାମୁହିକ ଇସ୍ତଫା ଦେବାକୁ ଚେତାବନୀ ଦେଇଛନ୍ତି।

ଜମ୍ମୁ-କଶ୍ମୀରର ପ୍ରମୁଖ ରାଜନୈତିକ ଦଳର ମିଳିତ ମଞ୍ଚ ଗୁପକାର ମନିଫେଷ୍ଟୋ ଆଲାଏନ୍ସ କଶ୍ମୀରୀ ପଣ୍ଡିତ କର୍ମଚାରୀଙ୍କୁ ଉପତ୍ୟକା ଛାଡି ନଯିବାକୁ ନିବେଦନ କରିଛି। ମିଳିତ ମଞ୍ଚ କହିଛି ଯେ କଶ୍ମୀର ହେଉଛି ସେମାନଙ୍କର ଘର ଏବଂ ଏଠାରୁ ଚାଲିଯିବା ସମସ୍ତଙ୍କ ପାଇଁ ଯନ୍ତ୍ରଣାଦାୟକ ହେବ।

ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ବଡ଼ଗାମରେ ଆତଙ୍କବାଦୀଙ୍କ ରାହୁଲ ଭଟ୍ଟଙ୍କ ଟ୍‌ହତ୍ୟାକୁ ବିରୋଧ କରି ୩୫୦ ରୁ ଅଧିକ କାଶ୍ମୀରୀ ପଣ୍ଡିତ କର୍ମଚାରୀ ଇସ୍ତଫା ଦେଇଛନ୍ତି। ଏହା ପରେ ଉପରାଜ୍ୟପାଳ ମନୋଜ ସିହ୍ନା ତାଙ୍କ ସ୍ଥାନାନ୍ତର ସମ୍ପର୍କରେ ଏକ ନିଶ୍ଚିତ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି।

ଫାରୁକ ଅବଦୁଲ୍ଲା, ମେହବୁବା ମୁଫତି, ସିପିଆଇ (ଏମ) ର ଏମ୍‌.ଓ୍ବାଇ. ତାରିଗାମି, ଏନସି ଏମ୍‌ପି ହସନେନ ମାସୁଦି ଏବଂ ଆୱାମୀ ନ୍ୟାଶନାଲ କନଫରେନ୍ସ ବରିଷ୍ଠ ଉପାଧ୍ୟକ୍ଷ ମୁଜାଫର ଶାହାଙ୍କ ସହିତ ଏକ ବୈଠକରେ ଉପରାଜ୍ୟପାଳ ମନୋଜ ସିହ୍ନା ସୂଚନା ଦେଇଛନ୍ତି ଯେ ସୁରକ୍ଷା ବାହିନୀକୁ ଟାର୍ଗେଟ କିଲିଂ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସମ୍ପୂର୍ଣ୍ଣ ସ୍ବାଧୀନତା ଦିଆଯାଇଛି।

ଯେଉଁମାନେ ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଛନ୍ତି ଏବଂ ସେମାନଙ୍କୁ ସୁରକ୍ଷା ଦେଉଛନ୍ତି ସେମାନଙ୍କୁ କଦାପି ଛଡ଼ା ଯିବ ନାହିଁ। ଉପରାଜ୍ୟପାଳ ପ୍ରତିନିଧି ଦଳକୁ କହିଛନ୍ତି ଯେ ସମସ୍ୟାର ସମାଧାନ ପାଇଁ ଏନେଇ ସଚିବାଳୟରେ ଏକ ସ୍ବତନ୍ତ୍ର ସେଲ ଗଠନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରାକ୍ଟରକୁ ଧକ୍କାଦେଲା ପିକ୍‌ନିକ୍‌ ବସ୍, ୨୦ ଆହତ

ସୋନପୁର: କୁହୁଡି ପାଇଁ ଦୁର୍ଘଟଣା । ସକାଳୁ ସକାଳୁ ବିନିକାରୁ ସଡ଼କ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଏନ୍‌ଏଚ୍ ୧୨୬ (A)ରେ ପିକ୍‌ନିକ୍‌ ବସ୍...

ପୋଲିସ ଷ୍ଟେଶନକୁ ଚାଲି ଚାଲି ଗଲେ ମୃତକ, ଯାହାଙ୍କ ୬୧ ଦିନ ପୂର୍ବରୁ ହୋଇଥିଲା ଶେଷକୃତ୍ୟ, ସମ୍ପୂର୍ଣ୍ଣ ଖବର ଜାଣିଲେ…

ରାୟପୁର,୨୩।୧୨: ଛତିଶଗଡ଼ର ଜଶପୁର ଜିଲାରେ ପଞ୍ଜିକୃତ ଏକ ହତ୍ୟା ମାମଲା ପୋଲିସ ଷ୍ଟେଶନରେ ପହଞ୍ଚିବା ପରେ ସମ୍ପୂର୍ଣ୍ଣ ମୋଡ଼ ନେଇଥିଲା। ମୃତ ବୋଲି ଧରି ଦାହ...

ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ମୃତଦେହ ଆଣିବା ପାଇଁ ଜିଲାପାଳଙ୍କୁ ଅସହାୟ ପରିବାରର ଗୁହାରି 

ଦିଗପହଣ୍ଡି,୨୩|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକଙ୍କ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ମୃତ୍ୟୁ...

ହସ୍ପିଟାଲରେ ରୋଗୀଙ୍କୁ ଲାତ ମୁଥ ମାରିଲେ ଡାକ୍ତର, ଭିଡିଓ ଭାଇରାଲ ପରେ ମୁଖ୍ୟମନ୍ତ୍ରୀ…..

ନୂଆଦିଲ୍ଲୀ,୨୩।୧୨: ହିମାଚଳ ପ୍ରଦେଶର ସବୁଠାରୁ ବଡ଼ ଡାକ୍ତରଖାନାରେ ଜଣେ ରୋଗୀ ଏବଂ ଜଣେ ଡାକ୍ତରଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ସିମଲାର ଇନ୍ଦିରା ଗାନ୍ଧୀ ମେଡିକାଲ...

ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ସତ, ବାଂଲାଦେଶରେ ଦୀପୁଙ୍କ ବନ୍ଧୁମାନେ ବିଶ୍ୱାସଘାତକତା କରି…

ବାଂଲାଦେଶର ମୈମନସିଂ ଜିଲାର ଏକ କପଡ଼ା କାରଖାନାରେ କାମ କରୁଥିବା ୨୭ ବର୍ଷୀୟ ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ର ଦାସଙ୍କୁ ଗୁରୁବାର (ଡିସେମ୍ବର ୧୬) ଦିନ...

ପାକିସ୍ତାନଠାରୁ ହାରିବା ପରେ ଜବାବ ମାଗିଲା BCCI

ନୂଆଦିଲ୍ଲୀ,୨୩।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ପାକିସ୍ତାନଠାରୁ ଭାରତର ୧୯ ବର୍ଷରୁ କମ ଫାଇନାଲ ପରାଜୟରେ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି। ଟୁର୍ଣ୍ଣାମେଣ୍ଟରେ ଉପବିଜେତା ପାଇଁ...

ଶୀତଦିନେ ମୁହଁ ଘୋଡ଼ାଇ ଶୋଉଥିଲେ ସାବଧାନ! ଏହି ବ୍ୟକ୍ତିଙ୍କ ପାଇଁ ହୋଇପାରେ….

ନୂଆଦିଲ୍ଲୀ,୨୩।୧୨: ପ୍ରାୟତଃ, ଶୀତ ମାସରେ, ଆମେ ଶୋଇବା ସମୟରେ ଆମର ସମ୍ପୂର୍ଣ୍ଣ ମୁହଁକୁ କମ୍ବଳରେ ଘୋଡ଼ାଇ ରଖିଥାଉ କାରଣ ଏହା ଆମକୁ ଆରାମଦାୟକ ଏବଂ ଗରମ...

ଟାର୍ଗେଟରେ କ୍ରିକେଟରଙ୍କ ପରିବାର, ପତ୍ନୀ ପିଲାଙ୍କୁ ମିଳିଲା ହତ୍ୟା ଧମକ

ସିଡ଼ନୀ,୨୩।୧୨: ଡିସେମ୍ବର ୧୪ରେ ଅଷ୍ଟ୍ରେଲିଆର ସିଡନୀର ବଣ୍ଡି ବିଚରେ ଘଟିଥିବା ଭୟଙ୍କର ଗଣ ଗୁଳିକାଣ୍ଡ ସମଗ୍ର ଦେଶକୁ ଚକିତ କରିଦେଇଥିଲା। ପ୍ରାୟ ୩୦ ବର୍ଷ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri