ଦୀପିକାଙ୍କୁ ପ୍ରଶଂସା କଲେ ରଣବୀର

ମୁମ୍ବାଇ: ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ସ୍ବାମୀ ରଣବୀର ପ୍ରଶଂସା କରିବା, ସମର୍ଥନ କରିବା ଆଦି ସୁଯୋଗକୁ ଆଦୌ ହାତଛଡ଼ା କରନ୍ତି ନାହିଁ। ରଣବୀର ସବୁାବେଳେ ନିଜ ଭଲପାଇବାକୁ ଖୋଲାଖୋଲି ଭାବେ ପ୍ରକାଶ କରିବାକୁ ପସନ୍ଦ କରିଥାନ୍ତି। ନିକଟରେ ଏକ ସାକ୍ଷାତକାରରେ ଦୀପିକାଙ୍କୁ ସେ ଖୁବ୍‌ ପ୍ରଶଂସା କରିଥିଲେ।

ଉପସ୍ଥାପକ ଯେତେବେଳେ ରଣବୀରଙ୍କୁ ଦୀପିକାଙ୍କ ବିଷୟରେ ପଚାରିଥିଲେ, ସେ ଦୀପିକାଙ୍କୁ ୭୫ ତମ କାନ୍ସ ଫିଲ୍ମ ଫେଷ୍ଟିଭାଲର ଜୁରିରେ ଅନ୍ତର୍ଭୁକ୍ତ କରାଯିବା ବିଷୟରେ କିପରି ଅନୁଭବ କରିଥିଲେ ସେ ସମ୍ପର୍କରେ କହିଥିଲେ। ରଣବୀର ଏହି ପ୍ରଶ୍ନ ଶୁଣି ଖୁସିରେ ନାଚି ଉଠିଥିଲେ। ଏହା ପରେ ରଣବୀର କହିଥିଲେ, ପ୍ରକୃତରେ ମୁଁ ବହୁତ ଖୁସି ଯେ, ପ୍ରଶ୍ନ ଶୁଣିବା ମାତ୍ରେ ମୁଁ ଖୁସିରେ ନାଚି ଉଠୁଛି। ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ଭାବୁଛି ମୋ ନମ୍ବର କେବେ ଆସିବ? ଦୀପିକା ମୋତେ କେବେ ସେହି ସ୍ଥାନରେ ବସିବାକୁ ସୁଯୋଗ ଦେବେ।

କାନ୍ସ ଫିଲ୍ମ ଫେଷ୍ଟିଭାଲ ମେ ୧୭ରୁ ୨୮ପର୍ଯ୍ୟନ୍ତ ଚାଲିବ। ୨୦୧୭ରୁ ଦୀପିକା ରେଡ୍‌ କାର୍ପେଟରେ ନିୟମିତ ସେଲିବ୍ରିଟି ରହିଆସିଛନ୍ତି। ଏଥର ସେ ପୂରା ୧୦ ଦିନ ପାଇଁ ଏହି କାର୍ପେଟରେ ନଜର ଆସିବେ। ଚଳିତ ବର୍ଷର କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଦୀପିକା ପ୍ରତିଯୋଗିତା ଜୁରିର ଏକ ଅଂଶ। ଜୁରି ପ୍ୟାନେଲରେ ଫ୍ରାନ୍ସର ଅଭିନେତା ଭିନ୍ସେଣ୍ଟ ଲିଣ୍ଡନ, ଅଭିନେତା-ନିର୍ମାତା ରେବେକା ହଲ, ନୋମି ରାପେସ ଏବଂ ଇଟାଲୀୟ ଅଭିନେତା-ନିର୍ଦ୍ଦେଶକ ଜସ୍ମିନ ଟ୍ରିନକା, ଲଜ ଲି, ଜେଫ ନିକୋଲସ ଏବଂ ଜୋଚିମ ଟ୍ରାୟର୍‌ ଯୋଗଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ପିଟିପିଟି ହତ୍ୟା: ପୋଲିସର ଚାଞ୍ଚଲ୍ୟକର ଖୁଲାସା

ଢାକା,୨୫।୧୨: ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମୃତକଙ୍କ ନାମ ଅମୃତ ମଣ୍ଡଳ ଓରଫ ସମ୍ରାଟ। ପୋଲିସ ଦାବି କରିଛି, ରାଜବାଡ଼ିର...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...

ସରକାରୀ ପ୍ରତିଶ୍ରୁତି ପାଣିର ଗାର: ୬ ମାସ ହେଲା ବସୁଧା ପ୍ରକଳ୍ପ ଅଚଳ!

ଥୁଆମୂଳ ରାମପୁର,୨୫।୧୨(ଦୁର୍ଗା କୀର୍ତ୍ତି): ସରକାରଙ୍କ ‘ବସୁଧା’ ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଏବେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ...

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଆଉ ତା’ପରେ ଘଟିଗଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଘୋଡାହାଡ ଡ଼୍ୟାମ ରାସ୍ତାର ଦ୍ବାର ଗାଁ ମୁଖ୍ୟରାସ୍ତା କ୍ରସର ନିକଟରେ ଗୁରୁବାର ମଧ୍ୟାହ୍ନରେ ଦୁଇ ବାଇକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri