Posted inଗଜପତି

ପ୍ରଶାସନ ଶୁଣିଲାନି ଗ୍ରାମବାସୀ କଲେ ରାସ୍ତା

ଆର.ଉଦୟଗିରି,୮।୫(ଡି.ଏନ.ଏ.): ସରକାର ଗାଁ ଗାଁକୁ ସଂଯୋଗ କରିବା ଲକ୍ଷ୍ୟରେ ବିଭିନ୍ନ ଯୋଜନା ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ପାଣି ଭଳି ଖର୍ଚ୍ଚ କରୁଛନ୍ତି। ହେଲେ ଆଜି ମଧ୍ୟ ଅନେକ ଗ୍ରାମ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି। ଗ୍ରାମବାସୀ ବାରମ୍ବାର ପ୍ରଶାସନ ହେଉ କିମ୍ବା ଜନ ପ୍ରତିନିଧିଙ୍କୁ ଗୁହାରି ଜଣାଇ ଆସୁଥିଲେ ମଧ୍ୟ ଗ୍ରାମକୁ ଯିବାକୁ ହେଲେ ପାଦଚଲା ରାସ୍ତା ସେମାନଙ୍କ ପାଇଁ ସାହା ଭରସା ପାଲଟିଛି। ଫଳରେ ଗ୍ରାମବାସୀ ନିଜେ ନିଜର ଶ୍ରମଦାନ କରି ଅସ୍ଥାୟୀ ରାସ୍ତା ନିର୍ମାଣ କରୁଥିବା ଦେଖିବାକୁ ମିଳିଛି। ଗଜପତି ଜିଲା ଏକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳ। ଦୁର୍ଗମ ଅଞ୍ଚଳର ବିକାଶ କରିବା ପାଇଁ ଅନେକ ଯୋଜନା କରିଛନ୍ତି। ଏଭଳି କି ନିର୍ବାଚନ ଆସିଲେ ସମସ୍ତ ପ୍ରକାର ପ୍ରତିଶ୍ରୁତି ମଧ୍ୟ ମିଳୁଛି। ହେଲେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ପକ୍କାରାସ୍ତା ଖଣ୍ଡେ ହୋଇପାରୁନି। ଫଳରେ ବର୍ଷ ବର୍ଷ ଧରି ରାସ୍ତା ସମସ୍ୟାକୁ ନେଇ ଘାଣ୍ଟି ହେଉଛନ୍ତି ଗଜପତି ଜିଲା ମୋହନା ବ୍ଲକର ପାହାଡ଼ ପର୍ବତ ଘେରରେ ଥିବା ଗୁରିଗୁଡ଼ା ଗ୍ରାମବାସୀ। ଏହି ଗ୍ରାମ ମୋହନା ବ୍ଲକ କାର୍ଯ୍ୟାଳୟଠାରୁ ମାତ୍ର ୧୨ କିଲୋମିଟର ଦୂରରେ ଅବସ୍ଥିତ। ଗ୍ରାମରେ ପ୍ରାୟ ୫୦୦ ଆଦିବାସୀ ପରିବାର ବସବାସ କରୁଛନ୍ତି। ସେମାନଙ୍କ ମୁଖ୍ୟ ସମସ୍ୟା ରହିଛି ରାସ୍ତା। ଗ୍ରାମବାସୀ ପଞ୍ଚାୟତକୁ ଯିବା ପାଇଁ ଭଲ ରାସ୍ତା ଖଣ୍ଡେ ନାହିଁ। ଗ୍ରାମରେ ଯଦି କାହାର ସ୍ବାସ୍ଥ୍ୟ ଖରାପ ହୁଏ, ତା’ହେଲେ ଗ୍ରାମକୁ ଆମ୍ବୁଲାନ୍ସ ମଧ୍ୟ ଯାଇପାରୁନାହିଁ। ଫଳରେ ଅନେକ ସମୟରେ ଖଟିଆ କରି ବୋହି ଆଣିବାକୁ ପଡ଼ିଥାଏ। ଗ୍ରାମବାସୀଙ୍କ ଦୁଃଖ ଜିଲା ପ୍ରଶାସନର ଅଣଦେଖା ଓ ଜନପ୍ରତିନିଧିଙ୍କ ପ୍ରତିଶ୍ରୁତି ପାଣିର ଗାର ପାଲଟିଛି। ଫଳରେ ଏଭଳି ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ହେତୁ ଗ୍ରାମର ପିଲାଠୁ ବୁଢ଼ା ଏବେ ଅଣ୍ଟା ଭିଡ଼ି ସରକାରଙ୍କୁ କଟାକ୍ଷ କଲାଭଳି ନିଜେ କୋଡ଼ି କୋଦାଳ ଧରି ଅସ୍ଥାୟୀ ରାସ୍ତା ନିର୍ମାଣ କରିଛନ୍ତି। ଅନ୍ତରବା ଗ୍ରାମ ପଞ୍ଚାୟତର ଗୁରିଗୁଡ଼ା ଗ୍ରାମରେ ଭଲ ରାସ୍ତା ଖଣ୍ଡେ ନ ଥିବାରୁ ଗ୍ରାମରେ ଶିକ୍ଷକ ମଧ୍ୟ ଯିବାଆସିବା କରିବା କଷ୍ଟ ଭୋଗୁଛନ୍ତି। ଯାହାକି ଅନେକ ସମୟରେ ଲିଖିତ ଓ ମୌଖିକ ଭାବେ ଅଭିଯୋଗ କରିଥିଲେ ମଧ୍ୟ ପକ୍କା ରାସ୍ତା ଖଣ୍ଡେ ହୋଇପାରୁନି। ଆଗାମୀ ଦିନରେ ସରକାର ଗ୍ରାମକୁ ଭଲ ରାସ୍ତା ଖଣ୍ଡେ କଲେ ଗ୍ରାମବାସୀ ଏଭଳି ଦୁର୍ଦ୍ଦଶାରୁ ମୁକ୍ତ ହେବେ ବୋଲି କହିଛନ୍ତି। ଯଦି ନ କରିବେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି। ଆମେ ଏ ନେଇ ମୋହନା ବିଡିଓ ତପସ୍ବିନୀ ହଁାସଦାଙ୍କୁ ପଚାରି ବୁଝିଥିଲୁ। ସେ ଏ ବାବଦରେ କୌଣସି ପ୍ରତିକ୍ରିୟା ଦେବାପାଇଁ ମନା କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

ବିଳମ୍ବରେ ମିଳୁଛି ଦରମା

ମୋହନା,୨୧ା୪(ମନ୍ମଥ ମିଶ୍ର)ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କର୍ମଚାରୀଙ୍କ ଅଶାନ୍ତି ଦେଖାଦେଇଛି । ଦିନରାତି ପରିଶ୍ରମ କଲେ ବି କର୍ମଚାରୀଙ୍କୁ ମିଳୁନି ଠିକ...

ମନ୍ଦିର ପୂଜାରୀଙ୍କ ଘରେ କଳାକନା ବୁଲାଇଲେ ଚୋର

ଚାନ୍ଦିପୁଟ,୧୪ା୪(କେ. ପ୍ରମୋଦ କୁମାର ଦୋରା)- ଗଜପତି ଜିଲା ମୋହନା ଥାନା ଅଧୀନ ଚାନ୍ଦିପୁଟ ଗ୍ରାମର ଚନ୍ଦ୍ରଶେଖର ମନ୍ଦିର ପୂଜାରୀ ଉଦୟନାଥ ମହାପାତ୍ରଙ୍କ ଘରୁ ଚୋରି ହୋଇଥିବା...

ଓଡ଼ିଶାର କ୍ଷତି, ଆନ୍ଧ୍ର ବ୍ୟବସାୟୀ ମାଲାମାଲ

ପାରଳାଖେମୁଣ୍ଡି, ୧୪ା୪ (ଗିରିଧାରୀ ପରିଛା):ଗଜପତି ଜିଲା କାଶୀନଗର ସହରର ଆଖପାଖ ଅଞ୍ଚଳରେ ଥିବା ଜମିକୁ ଆନ୍ଧ୍ରର ମାଫିଆମାନେ କିଣି ସେଥିରେ ପ୍ଲଟିଂ କରି ବ୍ୟବସାୟ କରି...

ନିର୍ବାଚନ ପ୍ରଚାର ପାଇଁ ନ ଆସିବାକୁ ନିବେଦନ

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଉପଲଡା ପଞ୍ଚାୟତ ଅଧୀନ ଚନ୍ଦନଖଳା ଗ୍ରାମକୁ ମାତ୍ର ପ୍ରାୟ ୭୦୦ ମିଟର ରାସ୍ତା ହୋଇପାରୁ ନ ଥିବାକୁ...

ତାଲା ଭାଙ୍ଗି ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ମୂଲ୍ୟବାନ ସାମଗ୍ରୀ

ପାରଳାଖେମୁଣ୍ଡି,୧୦ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ କିଛି ଦିନ ବ୍ୟବଧାନ ପରେ ପୁଣି ଚୋରି ଘଟଣା ସାମନାକୁ ଆସିଛି । ପାରଳା...

ବିକାଶର ବହୁ ଦୂରରେ କିଙ୍ଗଡାଙ୍ଗ ଗ୍ରାମବାସୀ

ପାରଳାଖେମୁଣ୍ଡି,୮ା୪(ଗିରିଧାରୀ ପରିଛା): ଦେଶ ସ୍ବାଧୀନର ୭୬ବର୍ଷ ବିତି ଯାଇଥିଲେ ମଧ୍ୟ ଏଯାଏଁ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି ଗଜପତି ଜିଲାର କିଙ୍ଗଡାଙ୍ଗ ଗ୍ରାମବାସୀ। ଗୁମ୍ମା ବ୍ଲକ...

ନେତା ଭୋଟ ମାଗି ଆସିଲେ ଗାଁରେ ପୂରାଇ ଦେବୁନି

ମୋହନା,୫ା୪(ମନ୍ମଥ ମିଶ୍ର)Lପାଣି ନାହିଁ ତ ଭୋଟ ନାହିଁ, ନିର୍ବାଚନ ସମୟରେ କୌଣସି ନେତା, କୁଜିନେତା ଯଦି ସାହିକୁ ଭୋଟ ମାଗିବାକୁ ଆସନ୍ତି ତେବେ ବିରୋଧ କରିବୁ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri