ତିତ୍‌ଲି ଦୁଃଖ ଯାଇନି, ମାଡ଼ିଆସୁଛି ‘ଫନୀ’ ଲୋକେ ଆତଙ୍କିତ

ଭଞ୍ଜନଗର,୧ା୫(ଡି.ଏନ୍‌.ଏ.) : ସାମୁଦ୍ରିକ  ଝଡ଼  ତିତ୍‌ଲି ପ୍ରଭାବରେ ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ବ୍ୟାପକ ଧନଜୀବନ କ୍ଷୟକ୍ଷତି ହୋଇଥିଲା। ଇତିମଧ୍ୟରେ ତିତ୍‌ଲିକୁ ୬ ମାସ ପୂରିବାକୁ ବସିଥିବାବେଳେ ଏବେବି ଅନେକ ଲୋକଙ୍କ ଦୁଃଖ ଯାଇନାହିଁ ।  ଆଜିପର୍ଯ୍ୟନ୍ତ ବନ୍ୟା ସହାୟତା ରାଶି ମିଳିନାହିଁ । ଅନେକ ରାସ୍ତାଘାଟ ଏବେ ବି ମରାମତି ହୋଇନାହିଁ । ପୁଣି ବୁଧବାର ଆସୁଛି ଏକ ବାତ୍ୟା ‘ଫନୀ’।  ତିତ୍‌ଲି ଠାରୁ ସାମ୍ଭାବ୍ୟ ସାମୁଦ୍ରିକ ଝଡ଼ ‘ଫନୀ’ ଅଧିକ ଭୟଙ୍କର ହେବା ଆଶା କରାଯାଉଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ‘ଫନୀ’ର ପ୍ରଭାବ ଗଞ୍ଜାମ ଜିଲା ଉପରେ କେତେ ପଡ଼ିବ ତାହାର ସ୍ପଷ୍ଟ ଚିତ୍ର ମିଳି ପାରିନାହିଁ। ତଥାପି ଫନୀକୁ ନେଇ ଲୋକେ ଭୟଭୀତ  ହୋଇପଡ଼ିଛନ୍ତି ।

ତିତ୍‌ଲିରେ କ୍ଷତିଗ୍ରସ୍ତ ବେଲଗୁଣ୍ଠା ବ୍ଲକର ବଲାଡ଼ି-କୁଶପଲ୍ଲୀ ସମେତ ଅନେକ ରାସ୍ତା ଏବେବି ସ୍ଥାୟୀ ମରାମତି ହୋଇନାହିଁ। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ବେଲଗୁଣ୍ଠା ବ୍ଲକର ଅନେକ ଚାଷୀ ଏବେବି ଫସଲ କ୍ଷତିପୂରଣ ପାଇନାହାନ୍ତି । ଗତ ତିତିଲିରେ ୧୨ରୁ ୧୬ ଘଣ୍ଟା ମଧ୍ୟରେ ୩୩୦ ମିଲିମିଟରରୁ ୩୬୦ ମିଲିମିଟର ବର୍ଷା ହୋଇଥିଲା। ହଠାତ୍‌ ଏତେ ପରିମାଣର ବର୍ଷା ଯୋଗୁ ପାଣି ଠିକ୍‌ ଭାବେ ସହରାଞ୍ଚଳ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ନିଷ୍କାସନ ହୋଇପାରିଲା ନାହିଁ । ସହରାଞ୍ଚଳରେ ଡ୍ରେନେଜ ବ୍ୟବସ୍ଥା ଠିକ୍‌ ନ ଥିବାରୁ ଏହି ସମସ୍ୟା ଅଧିକ ହୋଇଥିଲା । ଯେଉଁଥିପାଇଁ ବନ୍ୟା ହୋଇଥିଲା। ତିତ୍‌ଲିକୁ ପାଖରେ ଦେଖିଥିବା ଲୋକେ ‘ଫନୀ’ ଆଶଙ୍କାରେ ସମ୍ପୂର୍ଣ୍ଣ ଭୟଭୀତ ହୋଇପଡ଼ିଛନ୍ତି । ତିତ୍‌ଲି କ୍ଷୟକ୍ଷତିକୁ ଦେଖି ଭଞ୍ଜନଗର ଜଳସମ୍ପଦ ବିଭାଗ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି । ତିତଲିରେ ଭାଙ୍ଗିଥିବା ପ୍ରାୟ ସମସ୍ତ ନଦୀ ଆଡ଼ିବନ୍ଧ ମରାମତି କରାଯାଇଛି।  ଡହ, ବାଘୁଆ ଓ ସୋରଡ଼ା ଜଳଭଣ୍ଡାରରେ ବୁଧବାର ସୁଦ୍ଧା ୩୦ରୁ ୩୫ ପ୍ରତିଶତ ପାଣି ଜଳଭଣ୍ଡାରରେ ମହଜୁଦ୍‌ ଅଛି । ସେହିଭଳି ଭଞ୍ଜନଗର ଜଳଭଣ୍ଡାରରେ ୨ ମିଟର କମ୍‌ ପାଣି ଅଛି । କମ୍‌ ସମୟ ମଧ୍ୟରେ ଯଦି ଅଧିକ ମିଲିମିଟର ବର୍ଷା ହେବ ତେବେ ବନ୍ୟା ପରିସ୍ଥିତି ହେବ । ୨୪ ଘଣ୍ଟା ମଧ୍ୟରେ ୨୦୦ ମିଲିମିଟର ମଧ୍ୟରେ ବର୍ଷା ହେଲେ ସେତେଟା ଅସୁବିଧା ହେବନାହିଁ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ ଆକଳନ କରାଯାଇଛି। କନ୍ଧମାଳ ଜିଲାରେ ଯଦି ଅଧିକ ବର୍ଷା ହେବ ତେବେ ଡ଼ହ, ସୋରଡ଼ା, ଭଞ୍ଜନଗର ଜଳଭଣ୍ଡାରର ପାଣି ନିଶ୍ଚିତ ବଢ଼ିବ। ଏହାକୁ ମୁକାବିଲା କରିବା ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି । ଏଥିସହ ଜଳଭଣ୍ଡାର ଓ ନଦୀ ନାଳ ତଟବର୍ତ୍ତୀ ଅଞ୍ଚଳ ଲୋକଙ୍କୁ ସାମ୍ଭାବ୍ୟ ବାତ୍ୟା ନେଇ ସତର୍କ କରାଇ ଦିଆଯିବା ସହ ନିରାପଦ ସ୍ଥାନକୁ ଚାଲିଯିବା ପାଇଁ ନିବେଦନ କରାଯାଇଛି ।

ତିତ୍‌ଲିରେ ଭଞ୍ଜନଗର ଉପଖଣ୍ଡର ଆସିକା, ସୋରଡ଼ା, ଭଞ୍ଜନଗର, ବେଲଗୁଣ୍ଠା ବ୍ଲକରେ ବିଶେଷ କ୍ଷୟକ୍ଷତି ହୋଇଥିଲା । ଲୋକଙ୍କୁ ନିରାପଦ ସ୍ଥାନକୁ ଅଣା ଯାଇ ନ ପାରିବାରୁ ସୋରଡ଼ା ବ୍ଲକରେ ୬ ଜଣଙ୍କର ପାଣିରେ ଭାସି ମୃତ୍ୟୁ ଘଟିଥିଲା। ପୁନଃରାୟ ‘ଫନୀ’ରେ  ଯେଭଳି କ୍ଷୟକ୍ଷତି ନ ହେବ ସେଥିପାଇଁ ଉପଖଣ୍ଡ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହିଭଳି ପରିସ୍ଥିତିରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ବୁଧବାର ସକାଳେ ଭଞ୍ଜନଗର ଗସ୍ତରେ ଆସି ସାମ୍ଭାବ୍ୟ ବାତ୍ୟା ଫନୀରୁ ମୁକାବିଲା କିଭଳି କରାଯିବ ସେନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏଥିସହ ସ୍ଥାନୀୟ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ କଲେଜରେ ହୋଇଥିବା ଆସିକା, ସୋରଡ଼ା, ଭଞ୍ଜନଗର ନିର୍ବାଚନମଣ୍ଡଳୀର ଷ୍ଟ୍ରଙ୍ଗ୍‌ରୁମ୍‌ ଯାଞ୍ଚ କରିଛନ୍ତି ଫନୀର ପ୍ରଭାବରେ ଷ୍ଟ୍ରଙ୍ଗରୁମର ଯେଭଳି କୌଣସି କ୍ଷତି ନହେବ ସେଥିପ୍ରତି ଦୃଷ୍ଟି ଦେବାକୁ ଜିଲାପାଳ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଜିଲାପାଳଙ୍କ ଗସ୍ତ ସମୟରେ ଉପଜିଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ, ବିଡିଓ ଅନୀଲ କୁମାର ସେଠୀ, ତହସିଲଦାର ଦୀନମଣି ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହାପରେ ଜିଲାପାଳ ଆସିକା ଅଭିମୁଖେ ଯାଇ ସେଠାରେ ସମୀକ୍ଷା କରିଛନ୍ତି । ଉପଜିଲାପାଳ ସୋରଡ଼ାରେ ବାତ୍ୟାର କିଭଳି ମୁକାବିଲା କରାଯିବ ସେ ଉପରେ ସମୀକ୍ଷା କରିଛନ୍ତି। ଏନେଇ ଉପ ଜିଲାପାଳ ମିଞ୍ଜଙ୍କ ସହ ଯୋଗାଯୋଗ କରିବାରୁ, ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ପ୍ରକାର ଆଗୁଆ ପଦକ୍ଷେପ ନିଆଯାଇଛି। ଏନ୍‌ଡିଆରଏଫ୍‌, ଓଡ୍ରାଫ୍‌ ଟିମ୍‌ ଆଗୁଆ ଆସି ବିଭିନ୍ନ ସ୍ଥାନରେ ପହଞ୍ଚିବେ। ଖାଦ୍ୟ ମହଜୁଦ୍‌ ବ୍ୟବସ୍ଥା କରାଯାଇଛି। ଏଥିସହ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ଯୋଜନା ଅଛି। ଜଳସମ୍ପଦ ବିଭାଗ ନିର୍ବାହୀଯନ୍ତ୍ରୀ ନିହାର ରଞ୍ଜନ ସାମନ୍ତରାୟଙ୍କ ସହ ଯୋଗାଯୋଗ କରିବାରୁ କହିଛନ୍ତି ଯେ, ପରିସ୍ଥିତିର ମୁକାବିଲା ପାଇଁ ବାଲିବସ୍ତା ବିଭିନ୍ନ ସ୍ଥାନରେ ମହଜୁଦ୍‌ ରଖାଯିବା ସହ ଆବଶ୍ୟକ ପଦକ୍ଷେପ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

ସହରର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ନିର୍ବାହୀ ଅଧିକାରୀ, ଜବରଦଖଲକାରୀଙ୍କ ମଧ୍ୟରେ ଛନକା

ପୁରୁଷୋତ୍ତମପୁର,୧୪ା୧୨(ସବିତା ମିଶ୍ର): ଅବହେଳିତ ଭାବରେ ପଡ଼ିରହିଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିର ବିକାଶ ଲାଗି ଅଣ୍ଟାଭିଡ଼ିଛନ୍ତି ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀ। ସହର ମଧ୍ୟରେ ଓ...

୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…

ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର, ରେଲଓ୍ବେ ଷ୍ଟେଶନରୁ ଉଦ୍ଧାର ପରେ…

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ପ୍ରତିଷ୍ଠିତ କଲେଜରେ ଯୁକ୍ତ ୩ରେ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ...

ବିଦ୍ୟୁତ୍ ଜରିମାନା ମାମଲା ବଢୁଛି : ଲୋକ ଅଦାଲତରେ ୨୨୨ ମାମଲା ଫଇସଲା

ଭଞ୍ଜନଗର,୧୪।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୋର୍ଟରେ ଶନିବାର ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୪୨୨ଟି ମାମଲାରେ ଶୁଣାଣି ହୋଇ ୨୨୭...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri