୫୦ଲକ୍ଷ ଟଙ୍କା ଜୁଆ ଖେଳିଛନ୍ତି ପ୍ରେମିକ

ଭୁବନେଶ୍ୱର,୪।୫(ବ୍ୟୁରୋ): ଭୁବନେଶ୍ୱର ଉପକଣ୍ଠ ଏକ ଘରୋଇ ଇଞ୍ଜିନିୟରିଂ କଲେଜରୁ ୯୭ ଲକ୍ଷ ଟଙ୍କା ହଡ଼ପ ଘଟଣାର ଅନ୍ୟତମ ଅଭିଯୁକ୍ତ ପ୍ରେମିକ ବିକାଶ କୁମାରଙ୍କୁ ପୋଲିସ ଗିରଫ କରିଛି। ତମାଣ୍ଡୋ ଥାନା ପୋଲିସ ବିକାଶଙ୍କୁ ସୋମବାର ଝାଡ଼ଖଣ୍ଡ ହଜାରିବାଗରୁ ଗିରଫ କରିବା ପରେ ଟ୍ରାଞ୍ଜିଟ ରିମାଣ୍ଡରେ ଆଣିବା ପାଇଁ ସ୍ଥାନୀୟ କୋର୍ଟରେ ହାଜର କରିଥିଲା। ଅନୁମତି ମିଳିବା ପରେ କମିଶନରେଟ ପୋଲିସ ଅଭିଯୁକ୍ତ ବିକାଶଙ୍କୁ ଧରି ମଙ୍ଗଳବାର ଭୁବନେଶ୍ୱରରେ ପହଞ୍ଚତ୍ବା ପରେ ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଥିଲା। ସେଠାରୁ ଜେଲ ହାଜତକୁ ପଠାଇଦିଆଯାଇଛି। ବିକାଶଙ୍କୁ ପୋଲିସ ପଚରାଉଚୁରା ସମୟରେ ସେ ପ୍ରେମିକାଙ୍କଠାରୁ ଟଙ୍କା ନେଇ ଅନ୍‌ଲାଇନରେ ଜୁଆ ଏବଂ ଶେୟାର ମାର୍କେଟରେ ବିନିଯୋଗ କରିଥିବା ସ୍ବୀକାର କରିଥିଲେ। ଏପରି କି ପ୍ରାୟ ୫୦ଲକ୍ଷ ଟଙ୍କା ଜୁଆରେ ଉଡ଼ାଇ ଦେଇଥିବା ଜଣାପଡ଼ିଛି। ତେବେ କଥାବାର୍ତ୍ତାରେ ତାଳମେଳ ରହୁ ନ ଥିବା କାରଣରୁ କିଛି କଥା ଲୁଚାଉଥିବା ପୋଲିସ ସନ୍ଦେହ କରୁଛି। ଏତେ ଟଙ୍କା କେଉଁଠି ବିକାଶ ବିନିଯୋଗ କରିଛନ୍ତି, ତା’ର ତଥ୍ୟ ପାଇବା ପାଇଁ ଉଭୟ ବିକାଶ ଏବଂ ପୂର୍ବରୁ ଗିରଫ ହୋଇଥିବା ତାଙ୍କ ପ୍ରେମିକା ପାୟଲ ମହାପାତ୍ରଙ୍କୁ ୫ଦିନ ରିମାଣ୍ଡରେ ଆଣିବାକୁ ମଙ୍ଗଳବାର ଆବେଦନ କରିବ ବୋଲି ପୋଲିସ କହିଛି। ସୂଚନା ଅନୁଯାୟୀ, ସିଭି ରମଣ ବିଶ୍ୱବିଦ୍ୟାଳୟରେ ୨୦୧୭ ଫେବୃୟାରୀରୁ ପାୟଲ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରନ୍ତି। ଉକ୍ତ ବିଶ୍ୱବିଦ୍ୟାଳୟରୁ ୨୦୧୯ରେ ପାସ୍‌ ଆଉଟ୍‌ ଛାତ୍ର ବିକାଶ କୁମାରଙ୍କ ସହ ପାୟଲଙ୍କ ବନ୍ଧୁତା ହୋଇଥିଲା। ପରବର୍ତ୍ତୀ ସମୟରେ ପାୟଲଙ୍କୁ ପ୍ରେମ ଜାଲରେ ବିକାଶ ଫସାଇଥିଲେ। ଉଭୟ ପରସ୍ପରକୁ ଭଲ ପାଇ ବସିଥିଲେ। ପାଠପଢ଼ା ସରିବା ପରେ ବିକାଶ ଝାଡ଼ଖଣ୍ଡ ଚାଲିଯାଇଥିଲେ ମଧ୍ୟ ପାୟଲଙ୍କ ସହ ସବୁବେଳେ ଯୋଗାଯୋଗରେ ରହୁଥିଲେ। ମା’ବାପାଙ୍କ ଦେହ ଖରାପ କହି ବିକାଶ ପ୍ରେମିକା ପାୟଲଙ୍କୁ ବାରମ୍ବାର ଟଙ୍କା ମାଗିଥିଲେ। ପାୟଲ ବିଶ୍ୱବିଦ୍ୟାଳୟର ଟଙ୍କା କାରବାର ଦାୟିତ୍ୱରେ ଥିବାରୁ ତାହାକୁ ହଡ଼ପ କରି ବିକାଶଙ୍କୁ ଟଙ୍କା ଦେବାକୁ ଚିନ୍ତା କରିଥିଲେ। ଫଳରେ ଆଡମିଶନ ଓ ଟ୍ୟୁଶନ ଫି’ ବାବଦକୁ ପିଲା ଦେଉଥିବା ଟଙ୍କାକୁ ଉକ୍ତ ଆକାଉଣ୍ଟରେ ନ ରଖି ନିଜ ନାମରେ ଥିବା ମହୁରା ଶାଖାସ୍ଥିତ ୟୁନିୟନ ବ୍ୟାଙ୍କ ଏବଂ ବାଦାମବାଡ଼ିସ୍ଥିତ ଆକ୍ସିସ୍‌ ବ୍ୟାଙ୍କ ଶାଖା ଆକାଉଣ୍ଟରେ ଜମା କରୁଥିଲେ। ପରେ ଉକ୍ତ ଟଙ୍କାକୁ ଫୋନ୍‌ ପେ’ ଓ ଇ-ଟ୍ରାଞ୍ଜାକ୍ସନ ମାଧ୍ୟମରେ ପ୍ରେମିକ ବିକାଶଙ୍କ ପାଖକୁ ପଠାଉଥିଲେ। ଅଭିଯୋଗର ୭ଦିନ ପୂର୍ବରୁ ବିଶ୍ୱବିଦ୍ୟାଳୟର ବାର୍ଷିକ ଅଡିଟ୍‌ ସମୟରେ ଟଙ୍କା ଜମାରେ ହେରଫେର ହୋଇଥିବା ଜଣାପଡ଼ିଥିଲା। ଏହାପରେ ଦାୟିତ୍ୱରେ ଥିବା ସମସ୍ତ କର୍ମଚାରୀଙ୍କୁ ପଚରାଉଚୁରା କରିବାରୁ ପାୟଲ ଟଙ୍କା ନେଇଥିବା ମାନିଥିଲେ। ଏନେଇ ବିଶ୍ୱବିଦ୍ୟାଳୟର ଜେନେରାଲ ମ୍ୟାନେଜର (ଆକାଉଣ୍ଟ୍‌ସ) ଫିରୋଦ କୁମାର ଶତପଥୀଙ୍କ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ଗତ ୨୯ତାରିଖରେ ପାୟଲଙ୍କୁ ତାଙ୍କ ଅଫିସରୁ ଗିରଫ କରିଥିଲା। ପୋଲିସ ପଚରାଉଚୁରାବେଳେ ସେ ବର୍ଷକ ଭିତରେ ଫି’ ବାବଦରେ ଆଦାୟ ହୋଇଥିବା ୯୭ଲକ୍ଷ ଟଙ୍କାକୁ ବିଶ୍ୱବିଦ୍ୟାଳୟ ଆକାଉଣ୍ଟରେ ଡିପୋଜିଟ ନ କରି ବିକାଶଙ୍କ ପାଖକୁ ପଠାଇଥିବା କହିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ଦାରିଙ୍ଗବାଡିରେ ଅସମ୍ଭାଳ ଜାଡ଼, ୨ ଦିନିଆ ଛୁଟି କାଟିବାକୁ ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡି,୨୦।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି୍‌ରେ ପୁଣି ଶନିବାର ଶୀତର ପ୍ରକୋପ ବୃଦ୍ଧି ପାଇଛି। ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ରହିଥିବା...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

IND vs SA: ଅଷ୍ଟ୍ରେଲିଆର ରେକର୍ଡ ଭାଙ୍ଗିଲା ଇଣ୍ଡିଆ, ସିରିଜ ଜିତି କଲା ଐତିହାସିକ ରେକର୍ଡ

ନୂଆଦିଲ୍ଲୀ, ୨୦।୧୨: ଭାରତୀୟ ଦଳ ପଞ୍ଚମ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ୩୦ରନରେ ପରାସ୍ତ କରି ୩-୧ସିରିଜ ବିଜୟ ହାସଲ କରିଛି । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ...

ବିଶ୍ୱର ୨୦% ଦେଶ ଉପରେ ଯାତ୍ରା ପ୍ରତିବନ୍ଧକ ଲଗାଇଲେ ଟ୍ରମ୍ପ, ବୁଲିବାକୁ ଯାଉଥିଲେ…

ଓ୍ବାଶିଂଟନ୍‌,୨୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଆମେରିକାର ପ୍ରବାସନ ନୀତିକୁ କଡ଼ାକଡ଼ି କରିଛନ୍ତି। ନିକଟରେ ଟ୍ରମ୍ପ ପ୍ରଶାସନ ଆହୁରି ସାତଟି ଦେଶ ଏବଂ...

ପଡିଆରେ ଖୋଲାଖୋଲି ପ୍ରେମ କଲେ ହାର୍ଦ୍ଦିକ – ମାହିକା, ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ପରେ କଲେ ଏମିତି, ଭାଇରାଲ ହେଲା…

ନୂଆଦିଲ୍ଲୀ, ୨୦।୧୨: ଆଜିକାଲି ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପ୍ରେମ ପ୍ରକାଶ କରିବାର ଗୋଟିଏ ବି ସୁଯୋଗ ହାତଛଡ଼ା କରନ୍ତି ନାହିଁ। ଅହମ୍ମଦାବାଦରେ ଖେଳାଯାଇଥିବା ଭାରତ ଏବଂ...

ପ୍ରତିଦିନ ଓଡ଼ିଶାରୁ ଖଣି ଲୁଟୁଛନ୍ତି

ଭୁବନେଶ୍ୱର, ୨୦।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଓଡ଼ିଶାର ବିକାଶ ଲାଗି ପ୍ରସ୍ତୁତ କରୁଥିବା ଯୋଜନା ମଧ୍ୟରୁ ମୁଖ୍ୟତଃ ଖଣି ରାଜସ୍ବ ଉପରେ ସର୍ବାଧିକ ନିର୍ଭର କରିଥାଆନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri