ବରଷକରେ ଥରେ ହୁଏ ବାପ-ପୁଅ ମିଳନ

ବରୀ,୧୪ା୪(ଡି.ଏନ.ଏ.): ପ୍ରତିବର୍ଷ ପଣା ସଂକ୍ରାନ୍ତିରେ ବରୀ ବ୍ଲକ ଅଧୀନ ରତ୍ନଗିରିସ୍ଥିତ ମହାକାଳ ମନ୍ଦିରରେ ବାପ-ପୁଅଙ୍କ ମିଳନ ହୋଇଥାଏ। ଏହି ଦିନ ବିଶ୍ୱପ୍ରସିଦ୍ଧ ବୌଦ୍ଧ କୀର୍ତ୍ତିରାଜି ବିମଣ୍ଡିତ ରତ୍ନଗିରି ପାହାଡ଼ ଉପରେ ଥିବା ଧର୍ମରାଜ ମହାକାଳଙ୍କ ପୀଠରେ ପ୍ରସିଦ୍ଧ ଚାଙ୍ଗୁଡ଼ା ଯାତ୍ରା ଅନୁଷ୍ଠିତ ହୁଏ। ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ବର୍ଷରେ ଗୋଟିଏ ଦିନ ପଣା ସଂକ୍ରାନ୍ତିରେ ପଶ୍ଚିମମୁଖୀ ମହାକାଳଙ୍କ ଉପରେ ସୂର୍ଯ୍ୟଙ୍କ କିରଣ ବିଛୁରିତ ହୋଇପଡ଼ିଥାଏ। ସୂର୍ଯ୍ୟ ଦେବତା ହେଉଛନ୍ତି ମହାକାଳଙ୍କ ପିତା। ତେଣୁ ବାପାଙ୍କ ମିଳନକୁ ମହାକାଳ ଅପେକ୍ଷା କରି ରହିଛନ୍ତି। ପରମ୍ପରା ଅନୁଯାୟୀ ଏକ ନୂଆ ଚାଙ୍ଗୁଡ଼ିରେ ୭ଟି ଆମ୍ବ ମହାକାଳିଙ୍କ ପାଖରୁ ପୂଜା ହୋଇ ନିକଟ କେଲୁଅ ନଈ କୂଳକୁ ଯାଏ ଓ ଏକ କୁମ୍ଭୀର ଆସି କୂଳରେ ପହଞ୍ଚତ୍ବା ପରେ ତା’ମଥାରେ ସିନ୍ଦୂର ମରାଯାଇ ପୂଜାର୍ଚ୍ଚନା କରାଯାଏ। ଏହାପରେ ଆମ୍ବଚାଙ୍ଗୁଡ଼ା ମହାକାଳଙ୍କ ନିକଟକୁ ଫେରି ଆସେ। କିନ୍ତୁ କ୍ରମଶଃ ରକ୍ଷଣାବେକ୍ଷଣା ଅଭାବରୁ ଏବେ କେଲୁଅ ନଈ ପୋତି ହୋଇ ଯାଇଥିବା ବେଳେ ଆଉ କୁମ୍ଭୀର ମଧ୍ୟ ନାହାନ୍ତି।

ପରମ୍ପରା ଅନୁଯାୟୀ ନଈ କୂଳରେ ଚାଙ୍ଗଡ଼ାରେ ଆମ୍ବ ରଖି ପୂଜାପାଠ କରାଯାଉଛି। ନିଃସନ୍ତାନ ଦମ୍ପତି ଏହି ଆମ୍ଭ ଖାଇଲେ ସନ୍ତାନ ପ୍ରାପ୍ତି ହେବା ବିଶ୍ୱାସ ରହିଛି। ୧୦୮ ବେତ ବାଡ଼ି ଧରି ବ୍ରାହ୍ମଣମାନେ ଚାଙ୍ଗୁଡ଼ା ଆମ୍ବକୁ ସୁରକ୍ଷା ବଳୟରେ ନଈ କୂଳ ପର୍ଯ୍ୟନ୍ତ ନେଇଥାନ୍ତି। ଏହି ମହାକାଳ ଦେବତାଙ୍କୁ ଧର୍ମରାଜ ଯମରାଜ/ଶିବଚଣ୍ଡୀ ଦେବତା ଓ ଦେବୀ ଭାବେ ପୂଜା କରାଯାଇଥାଏ ବୋଲି ପଣ୍ଡାମାନେ କୁହନ୍ତି। ଏହି ଠାକୁରଙ୍କ ନିକଟରେ କୃଷ୍ଣପକ୍ଷରେ ବେଲ ପତ୍ର ଓ ଶୁକ୍ଳ ପକ୍ଷରେ ତୁଳସୀ ପତ୍ର ଭୋଗ ଲାଗିଥାଏ। ଠାକୁରଙ୍କ ରକ୍ଷଣାବେକ୍ଷଣ ପାଇଁ ୯୦ ଏକରରୁ ଊର୍ଦ୍ଧ୍ୱ ଜମି ରହିଛି। ୧୫ ଘର ବ୍ରାହ୍ମଣ ଠାକୁରଙ୍କ ପୂଜାର୍ଚ୍ଚନା କରୁଛନ୍ତି। ପୀଠରେ ମା’ ଦୁର୍ଗା ମହିଷାସୁରଙ୍କୁ ବଧ କରିଥିଲେ ବୋଲି କୁହାଯାଏ। ତେଣୁ ଏହି ପୀଠର ନାମ ବ୍ରହ୍ମପୀଠ ବୋଲି ପୌରାଣିକ କିମ୍ବଦନ୍ତୀ ରହିଛି। ଏଠାରେ ୩୩ କୋଟି ଦେବତା ଅଛନ୍ତି ବୋଲି ପଣ୍ଡାମାନେ ଯୁକ୍ତି ବାଢ଼ନ୍ତି। ପ୍ରସିଦ୍ଧ ଚାଙ୍ଗୁଡ଼ା ଯାତ୍ରା ଉପଭୋଗ ପାଇଁ ପ୍ରତିବର୍ଷ ଲକ୍ଷାଧିକ ଶ୍ରଦ୍ଧାଳୁ ଆସି ଏଠାରେ ପହଞ୍ଚତ୍ଥାନ୍ତି। ଗୁରୁବାରଠାରୁ ୩ ଦିନ ଧରି ଏହି ଯାତ୍ରା ଚାଲିବ। ପାହାଡ଼ ଉପରେ ବିଦ୍ୟୁତ୍‌ ଆଲୋକ, ପାନୀୟ ଜଳର ବ୍ୟାପକ ଅବ୍ୟବସ୍ଥା ରହିଛି। ପାହାଡ଼ର ପାଚେରି ଭାଙ୍ଗିରୁଜି ଯାଇଛି। ପାଚେରି ନିର୍ମାଣ ଚାଲିଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ହୋଇନାହିଁ। ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ମହାକାଳ ମନ୍ଦିର ନିର୍ମାଣ କରାଯାଇଥିଲେ ହେଁ ୨୧ ବର୍ଷ ହେଲା ସମ୍ପୂର୍ଣ୍ଣ ହୋଇପାରୁନାହିଁ। ଏନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ମନ୍ଦିର ନିକଟରେ ଯାତ୍ରୀ ବିଶ୍ରାମାଗାର ଭାଙ୍ଗିରୁଜି ଯାଇଛି। ରକ୍ଷଣାବେକ୍ଷଣ ଅଭାବରୁ ପାହାଡ଼ ଉପରେ ଜଙ୍ଗଲ ସୃଷ୍ଟି ହୋଇଛି। ତେଣୁ ବିଶ୍ୱପ୍ରସିଦ୍ଧ ରତ୍ନଗିରିକୁ ରେଳପଥ ସଂଯୋଗ ସହ ଓଟିଡିସି ପକ୍ଷରୁ ଯାତ୍ରୀବାହୀ ବସ୍‌ ଯାତାୟାତ, ପାନୀୟ ଜଳ, ବିଦ୍ୟୁତ୍‌ ଆଲୋକର ସ୍ଥାୟୀ ବ୍ୟବସ୍ଥା କରିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମଦିନ ପାର୍ଟି ପରେ ଛାତିଥରା ଘଟଣା, ଚଳନ୍ତା କାରରେ କମ୍ପାନୀ ମ୍ୟାନେଜରଙ୍କୁ ଗଣଦୁଷ୍କର୍ମ ପରେ….

ଉଦୟପୁର,୨୫।୧୨: ରାଜସ୍ଥାନର ଉଦୟପୁରରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଜନ୍ମଦିନ ପାର୍ଟି ପରେ ଚଳନ୍ତା କାରରେ ଜଣେ ଆଇଟି ଫାର୍ମ ମ୍ୟାନେଜରଙ୍କୁ ଗଣବଳାତ୍କାର...

୧୭ ବର୍ଷ ପରେ ଫେରିଲେ ‘ଡାର୍କ ପ୍ରିନ୍ସ’, ଢାକା ରାଜନୀତିରେ ଭୂକମ୍ପ, ଭାରତ ପାଇଁ ଆଶା ନା ସତର୍କ ଘଣ୍ଟି? ଜାଣନ୍ତୁ…

ଢାକା,୨୫।୧୨: ବାଂଲାଦେଶ ରାଜନୀତିରେ ଏକ ବଡ଼ ଘଟଣାକ୍ରମରେ, ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ମୁଖ୍ୟ ବେଗମ ଖାଲେଦା ଜିଆଙ୍କ ପୁଅ ତାରିକ ରହମାନ ପ୍ରାୟ ୧୭...

Christmas: ଖ୍ରୀଷ୍ଟମାସ ଅବସରରେ ଚର୍ଚ୍ଚ ଗଲେ ମୋଦି, ପ୍ରାର୍ଥନା ସଭାରେ ଯୋଗଦେଇ….

ନୂଆଦିଲ୍ଲୀ,୨୫।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଖ୍ରୀଷ୍ଟମାସ ଅବସରରେ ଦିଲ୍ଲୀର କ୍ୟାଥେଡ୍ରାଲ୍ ଚର୍ଚ୍ଚ ପରିଦର୍ଶନ କରିଥିଲେ। ସେ ସେଠାରେ ପ୍ରାର୍ଥନା ସେବାରେ ମଧ୍ୟ ଅଂଶଗ୍ରହଣ କରିଥିଲେ।...

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

‘ଶ୍ରେଷ୍ଠତା ପଦ ଦ୍ୱାରା ନୁହେଁ ଆଚରଣ ଦ୍ୱାରା ପ୍ରତିଷ୍ଠିତ ହୋଇଥାଏ’,‘ସଦୈବ ଅଟଳ’ରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦି

ନୂଆଦିଲ୍ଲୀ,୨୫।୧୨: ଗୁରୁବାର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ତମ ଜନ୍ମବାର୍ଷିକୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ସଦୈବ ଅଟଳ ସ୍ମାରକ ପରିଦର୍ଶନ...

କେମିତି ପାଇବେ ପ୍ରଦୂଷଣ ସାର୍ଟିଫିକେଟ? ଜାଣନ୍ତୁ ଷ୍ଟେପ ବାଏ ଷ୍ଟେପ…

ଜୋରଦାର ହେବ ଟ୍ରାଫିକ ଧରପଗଡ଼ । ଗାଡ଼ିରେ ଯଦି ଆପଣ ସବୁଜ ଷ୍ଟିକର ଲଗାଇ ନ ଥିବେ, ତେବେ ମୋଟା ଅଙ୍କର ଫାଇନ ଦେବାକୁ ପଡ଼ିବ...

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

ବାଂଲାଦେଶ ପହଞ୍ଚିଲେ ତାରିକ ରହମାନ, ୟୁନୁସଙ୍କୁ ଲାଗିଲା ବଡ଼ ଝଟକା

ଢାକା,୨୫।୧୨: ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଚାଲିଥିବା ଅଶାନ୍ତି ମଧ୍ୟରେ, ଅନ୍ତରୀଣ ସରକାରକୁ ଏକ ବଡ଼ ଝଟକା ଲାଗିଛି। ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri