ଟ୍ରଷ୍ଟ ହାତରେ ବିଶ୍ୱବିଦ୍ୟାଳୟ ପାଠପଢ଼ାକୁ ବିରୋଧ

ଭୁବନେଶ୍ୱର,୫।୪(ବ୍ୟୁରୋ):ଉତ୍କଳ ବିଶ୍ୱବିଦ୍ୟାଳୟର ଚଣ୍ଡିଖୋଲସ୍ଥିତ ଦ୍ୱିତୀୟ କ୍ୟାମ୍ପସରେ ଗତ ୨ବର୍ଷ ହେବ ବିଏସ୍‌ସି ନର୍ସିଂ କୋର୍ସ ଆରମ୍ଭ ହୋଇଛି। ହେଲେ ଏହାର ପରିଚାଳନା ଓ ପାଠପଢ଼ା ଦାୟିତ୍ୱ ରହିଛି ଏକ ଟ୍ରଷ୍ଟ ହାତରେ। ଫଳରେ ନାନା ସମସ୍ୟା ଉପୁଜୁଥିବାରୁ ପାଠପଢ଼ା ବ୍ୟାହତ ହେଉଥିବା ଅଭିଯୋଗ ଆଣି ଛାତ୍ରୀଛାତ୍ରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସୋମବାର ସେମାନେ ବାଣୀବିହାରସ୍ଥିତ ବିଶ୍ୱବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସ୍‌କୁ ଆସି ପ୍ରତିବାଦ ଜଣାଇଥିଲେ। କୁଳପତିଙ୍କ କାର୍ଯ୍ୟାଳୟକୁ ଘେରାଉ କରିବା ସହ ପ୍ରଶାସନିକ ବ୍ଲକ୍‌ର ମୁଖ୍ୟ ଫାଠକ ବନ୍ଦ କରି ଧାରଣାରେ ବସିଥିଲେ।
ଅଭିଯୋଗ କରିଛନ୍ତି, ବିଏସ୍‌ସି ନର୍ସିଂ କୋର୍ସ ପରିଚାଳନା ଦାୟିତ୍ୱ ଶ୍ରୁଶୃତମ ଚାରିଟେବଲ୍‌ ଟ୍ରଷ୍ଟ ନେଇଛି। କୋର୍ସ ବାବଦରେ ପିଲାଙ୍କଠାରୁ ୭୫ହଜାର ଟଙ୍କା ନିଆଯାଉଥିବା ବେଳେ କୌଣସି ସୁବିଧା ସୁଯୋଗ ଦିଆଯାଉ ନାହିଁ। ଦ୍ୱିତୀୟ ବର୍ଷର ପ୍ରତି ପିଲାଙ୍କଠାରୁ ବେଆଇନ ଭାବେ ୮ହଜାର ଟଙ୍କା ନିଆଯାଉଛି। ସେହିପରି ବିଭାଗରେ ମାତ୍ର ୩ ଜଣ ଷ୍ଟାଫ୍‌ ଥିବାରୁ ନିୟମିତ କ୍ଲାସ ହୋଇପାରୁ ନାହିଁ। ଏହା ବାଦ୍‌ ଲାବରେଟୋରିରେ ଆବଶ୍ୟକ ଉପକରଣ ନ ଥିବା ବେଳେ ଲାଇବ୍ରେରି, ହଷ୍ଟେଲ ଏବଂ ଖାଇବା ପିଇବା ସମସ୍ୟା ରହୁଥିବା ଛାତ୍ରୀଛାତ୍ରମାନେ ଅଭିଯୋଗ କରିଛନ୍ତି। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଟ୍ରଷ୍ଟ ହାତରୁ ଉକ୍ତ ଦାୟିତ୍ୱ ବାହାର କରି ନିଜେ ପରିଚାଳନା କରିବାକୁ ସେମାନେ ଦାବି କରିଛନ୍ତି। ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଛାତ୍ରୀଛାତ୍ର କହିଛନ୍ତି। ଏଥିସହ ଏ ସଂକ୍ରାନ୍ତରେ ଛାତ୍ରୀଛାତ୍ରମାନେ କୁଳପତିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଯଦି ସେହି ଟ୍ରଷ୍ଟ ହାତରୁ ଦାୟିତ୍ୱ ହଟା ନ ଯାଏ, ତେବେ ଆଗକୁ ବଡ଼ ଧରଣର ରାସ୍ତାରୋକୋ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ତେବେ ବିଶ୍ୱବିଦ୍ୟାଳୟର ଓଏସ୍‌ଡି କବୀର ମୋହନ ସେଠୀ ପିଲାଙ୍କୁ ବୁଝାଶୁଝା କରିବା ସହ ତୁରନ୍ତ ମାମଲାର ସମାଧାନ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ। ଦ୍ୱିତୀୟ କ୍ୟାମ୍ପସରେ ନର୍ସିଂ କୋର୍ସ ଦାୟିତ୍ୱ ଯେଉଁ ଟ୍ରଷ୍ଟ ନେଇଛି, ପୂର୍ବରୁ ଉକ୍ତ ସଂସ୍ଥା ନାଁରେ ବାରମ୍ବାର ଅଭିଯୋଗ ହୋଇଥିଲା। ମଙ୍ଗଳବାର ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ କରାଯାଇ ଟ୍ରଷ୍ଟ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

୭ ସରକାରୀ ମେଡିକାଲ କଲେଜରେ ନିର୍ମାଣ ହେବ ରୋଗୀ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମାଗାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri