Posted inUncategorized

ସାଇକେଲ ରାଣୀ

ଦୀର୍ଘ ପଚାଶ ବର୍ଷ ତଳେ ଯେତେବେଳେ ଜାତୀୟ କିମ୍ବା ଆନ୍ତର୍ଜାତିକ ସ୍ତରରେ ଆୟୋଜିତ ହେଉଥିବା କ୍ରୀଡ଼ା ଉତ୍ସବଗୁଡ଼ିକରେ ଅନ୍ୟାନ୍ୟ ରାଜ୍ୟର କ୍ରୀଡ଼ାବିତ୍‌ମାନେ ବେଶ୍‌ ସୁନାମ ଅର୍ଜନ କରି ରାଜ୍ୟର ଗୌରବ ବୃଦ୍ଧି କରାଉଥିଲେ, ସେ ସମୟରେ ଜଣେ ଓଡ଼ିଆ ଝିଅ ପଡ଼ିଆରେ ଜାତୀୟ ପୁରସ୍କାର ଲାଭ କରି ଓଡ଼ିଶାର ଯୁବ ମାନସରେ ଆଲୋଡ଼ନ ସୃଷ୍ଟି କରିଥିଲେ। ରାଜ୍ୟ ପାଇଁ ଆଣିଥିଲେ ଗୌରବ। ଯିଏ ପରବର୍ତ୍ତୀ ସମୟରେ ଆଦର୍ଶ ପାଲଟିଥିଲେ ଓଡ଼ିଆ କ୍ରୀଡ଼ାପ୍ରେମୀଙ୍କ ପାଇଁ। କଠିନ ଅଭ୍ୟାସ, ନିଜର ନିଷ୍ଠା ଓ ସାଧନା ବଳରେ ୧୯୮୦ ମସିହାରେ ଏପରି ଏକ ଆତ୍ମବିଶ୍ୱାସ ସୃଷ୍ଟି କରିପାରିଥିଲେ ମିନତି ମହାପାତ୍ର। ଦେଶର ମର୍ଯ୍ୟାଦାଜନକ କ୍ରୀଡ଼ା ସମ୍ମାନ ଅର୍ଜୁନ ପୁରସ୍କାର ଲାଭ କରିବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ। ୧୯୫୫ ମସିହା ଡିସେମ୍ବର ୩୧ ତାରିଖରେ ମିନତିଙ୍କ ଜନ୍ମ। ବାପା ଜଗନ୍ନାଥ ମହାପାତ୍ର ଓ ମା’ ମନୋରମା ମହାପାତ୍ର। ରାଉରକେଲା ଇସ୍ପାତ କାରଖାନାରେ ବାପାଙ୍କ ନିଯୁକ୍ତି ଥିବାରୁ, ସେହିଠାରୁ ହିଁ ସ୍କୁଲ, କଲେଜ ଶିକ୍ଷା ସମାପ୍ତ କରିଥିଲେ ମିନତି। ଖେଳ ପ୍ରତି ଆକର୍ଷଣ ଖୁବ୍‌ ଛୋଟଦିନୁ ରହିଥିଲା ତାଙ୍କର। ମାତାପିତାଙ୍କ ପ୍ରେରଣା କ୍ରମେ ଇସ୍ପାତ ସ୍କୁଲରେ ପଢୁଥିବା ସମୟରୁ ହିଁ ମିନତିଙ୍କର ସଫଳତାର ଅଭିଯାନ ଆରମ୍ଭ ହୋଇଥିଲା। ୧୯୬୯ ମସିହାରେ ଭିଲାଇଠାରେ ଅନୁଷ୍ଠିତ ହୋଇଥିବା ଆଥ୍‌ଲେଟିକ୍ସ ପ୍ରତିଯୋଗିତାରେ ସ୍କୁଲ ତରଫରୁ ପ୍ରତିନିଧିତ୍ୱ କରି ସେ ତୃତୀୟ ସ୍ଥାନ ଅଧିକାର କରିଥିଲେ। କଲେଜରେ ପଢ଼ୁଥିବା ସମୟରେ ମଧ୍ୟ ଆଥ୍‌ଲେଟିକ୍ସ ଚାମ୍ପିୟନ ରହୁଥିଲେ ମିନତି। ତେବେ ଆଥ୍‌ଲେଟିକ୍ସ ଖେଳୁଥିଲେ ମଧ୍ୟ ମନ ଭିତରେ ରହିଥିଲା ସାଇକେଲିଂ ପ୍ରତି ଦୁର୍ବଳତା। ନଅ ବର୍ଷ ବୟସରୁ ସେ ଆରମ୍ଭ କରିଥିଲେ ସାଇକେଲଚାଳନା। ଏ ନେଇ ମିନତି କୁହନ୍ତି, ଯେଉଁ ସମୟରେ ମହିଳାମାନେ ଘରୁ ଗୋଡ଼ କାଢ଼ିବାକୁ ସଙ୍କୋଚ କରୁଥିଲେ, ସମାଜରେ ଆଧୁନିକତା ସ୍ପର୍ଶ କରି ନଥିଲା, ସେ ସମୟରେ ବାପାଙ୍କର ପୁରୁଣା ସାଇକେଲ୍‌ ଖଣ୍ଡିକ ଧରି ମୁଁ ରାଉରକେଲା ରାସ୍ତାରେ ସାଇକେଲିଂ କରୁଥିଲି। ସେତେବେଳେ ଆମ ମଧ୍ୟବିତ୍ତ ପରିବାରରେ ଏତେଟା ସ୍ବାଧୀନତା ମିଳିପାରି ନଥିଲା ଝିଅମାନଙ୍କୁ। ଅନେକ ଟାହିଟାପରା ଶୁଣିଛି। କେତେବେଳେ କେମିତି ନିରାଶ ହୋଇଛି ମନ। କିନ୍ତୁ ହାରିଯାଇ ପଛକୁ ଫେରିନି। ପାଦ ଆଗକୁ ବଢ଼େଇଛି। ସ୍ବପ୍ନ ଦେଖିବା ସହିତ ତାକୁ ସାକାର କରିବା ପାଇଁ ବହୁ ବାଧାବିଘ୍ନକୁ ସାମ୍ନା କରି ଅଭ୍ୟାସ ଜାରି ରଖିଲି। ଅବଶ୍ୟ ମୋ’ ପିତାମାତାଙ୍କ ପ୍ରେରଣା ମୋ ସହିତ ଥିଲା। ଦିନେ ପ୍ରଶିକ୍ଷଣ ଶିବିରରେ ଏକ ରେସ୍‌ ସାଇକେଲ୍‌ ଦେଖି କୋଚ ଚନ୍ଦ୍ରଶେଖର ଜେନାଙ୍କୁ ଅନୁରୋଧ କରିଥିଲି କିଛି ସମୟ ସାଇକେଲିଂ କରିବାକୁ। ପ୍ରଥମେ ବାରଣ କରୁଥିଲେ ବି ମୋର ଆଗ୍ରହ ଦେଖି ଅନୁମତି ଦେଇଥିଲେ। ଖୁବ କମ୍‌ ଦିନ ଭିତରେ ମୁଁ ସମ୍ପୂର୍ଣ୍ଣ ଶିଖିପାରିଲି। ଏହାପରେ ୧୯୭୦ ମସିହାରେ ଜାତୀୟ କ୍ରୀଡ଼ାରେ ଯୋଗଦାନ ପୂର୍ବରୁ ମୁଁ ୧୪ ବର୍ଷ ରୁ କମ୍‌ ବାଳିକା ବିଭାଗର ଉଭୟ ହାଇଜମ୍ପ ଓ ସାଇକେଲିଙ୍ଗରେ ରାଉରକେଲା ସ୍ତରରେ ହେଉଥିବା ପ୍ରତିଯୋଗିତାରେ ପ୍ରଥମ ହୋଇ ଜିଲ୍ଲା ସ୍ତରକୁ ଆସିଲି । ସେଦିନ ରାଉରକେଲା ସ୍ତରରେ ପ୍ରଥମ ହେବା ଥିଲା ମୋ ପାଇଁ ଆନନ୍ଦର କଥା। ଏହାପରେ ମୁଁ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଭାଗନେବାକୁ ପ୍ରସ୍ତୁତ ହୋଇଥିଲି। ଜିଲ୍ଲାସ୍ତରରୁ ରାଜ୍ୟସ୍ତରକୁ ଉତ୍ତୀର୍ଣ୍ଣ ହୋଇ ଉଭୟ ଖେଳରେ ପ୍ରଥମ ଓ ଦ୍ୱିତୀୟ ହେବା ପରେ ଜାତୀୟ ସ୍ତରରେ ଖେଳିବାକୁ ମନୋନୀତ ହୋଇଥିଲେ। ସେଠାରେ କିନ୍ତୁ ଦୁଇଟି ଖେଳରେ ଗଭୀର ରୁଚି ରଖିଥିବା ମିନତି ନିଜର ପ୍ରଥମ ପସନ୍ଦ ଭାବେ ସାଇକେଲିଂକୁ ବାଛିଥିଲେ ଓ ଜାତୀୟ ସ୍ତରରେ ପ୍ରଥମ ହୋଇ ବ୍ରୋଞ୍ଜ ପଦକ ଜିତିଲେ। ୧୯୭୦ ରୁ ୧୯୭୯ ମଧ୍ୟରେ ଏକାଧିକ ରେକର୍ଡ ସହ ଜାତୀୟ ସାଇକେଲିଂ ଚାମ୍ପିୟନଶିପ୍‌ରେ ପ୍ରାଧାନ୍ୟ ବିସ୍ତାର କରି ମିନତି ଆଠଥର ଜାତୀୟ ରେକର୍ଡ ସୃଷ୍ଟି କରିଥିଲେ। ୧୯୭୯ ମସିହାରେ ଶ୍ରୀଲଙ୍କାର କଲମ୍ବୋଠାରେ ଭାରତ ଶ୍ରୀଲଙ୍କା ମିଟ୍‌ରେ ୫ଟି ସ୍ବର୍ଣ୍ଣ ପଦକ ଅର୍ଜନ କରି ଆନ୍ତର୍ଜାତିକ ସଫଳତା ହାସଲ କରିଥିଲେ। ଏହି ସଫଳତା ହିଁ ତାଙ୍କୁ ଏକ ନୂଆ ପରିଚୟ ଦେଇଥିଲା ଭାରତୀୟ ସାଇକେଲିଂ ଦୁନିଆରେ ଫ୍ଲାଇଂ କୁଇନ୍‌ ନାମରେ। ଏହାର କିଛିଦିନ ପରେ ମିନତି ପାଇଥିଲେ ମର୍ଯ୍ୟାଦାଜନକ କ୍ରୀଡ଼ା ସମ୍ମାନ ଅର୍ଜୁନ ପୁରସ୍କାର। ନିଜ ଜନ୍ମଭୂମି ପାଇଁ ଏହି ଗୌରବ ଆଣିବା ଥିଲା ତାଙ୍କ ଜୀବନର ଶ୍ରେଷ୍ଠ ମୁହୂର୍ତ୍ତ। ତେବେ ସଫଳତାର ଶୀର୍ଷ ଛୁଇଁକ ିବି ଗୋଟିଏ ଅବସୋସ ରହିଯାଇଛି ତାଙ୍କ ମନରେ। ଭାରତୀୟ ମହିଳା ଟିମ୍‌ ସେ ସମୟରେ ଅଲିମ୍ପିକ୍‌ରେ ଭାଗ ନେଇ ପାରୁନଥିବାରୁ ଅଲିମ୍ପିକ୍‌ରେ ଭାଗ ନେବାର ସ୍ବପ୍ନ ମନ ମଧ୍ୟରେ ରହିଯାଇଥିଲା ମିନତିଙ୍କର ଓଡ଼ିଶା ସାଇକେଲିଂ ଆସୋସିଏସନ୍‌ର ସଭାପତି, ରାଜ୍ୟ ସରକାରଙ୍କ ପଦ୍ମ କମିଟିର ମେମ୍ବର, ରାଉରକେଲା ସ୍ବଚ୍ଛ ଭାରତ ଅଭିଯାନର ବ୍ରାଣ୍ଡ ଆମ୍ବାସାଡର ଥିବା ମିନତି ୨୦୦୬ ମସିହାରେ ବିଜୁ ପଟ୍ଟନାୟକ ରାଜ୍ୟ କ୍ରୀଡା ପୁରଷ୍କାର ରେ ସମ୍ମାନିତ ହୋଇଥିଲେ। ଏଥିସହ ପ୍ରଜାତନ୍ତ୍ର ପୁରସ୍କାର, ଖାରବେଳ ପୁରସ୍କାର, ମୋହନ କୁମାର ମଙ୍ଗଳମ୍‌ ପୁରସ୍କାର ପାଇବା ସହ ରାଜ୍ୟ ତଥା ଜାତୀୟସ୍ତରରେ ଅନେକ କ୍ରୀଡ଼ା ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ ହୋଇଛନ୍ତି।୧୯୭୨ରୁ ୧୯୭୯ ମଧ୍ୟରେ ଦେଶର ଦ୍ରୁତତମ ମହିଳା ଚାଳିକା ଭାବେ ବିବେଚିତ ମିନତି ରାଜ୍ୟରୁ ଅନେକ ସଫଳ ସାଇକ୍ଲିଷ୍ଟ ବାହାରନ୍ତୁ ବୋଲି ଆଶା ରଖିଛନ୍ତି।
୧୯୮୬ ମସିହାରେ ସେ ବିବାହ କରନ୍ତି ନବ କିଶୋର ଦାସ ଓ ରତ୍ନାମଣି ଦେବୀଙ୍କ ପୁଅ ପ୍ରକାଶ ଚନ୍ଦ୍ର ଦାସଙ୍କୁ। ସ୍ବାମୀ ମଧ୍ୟ ରାଉରକେଲା ଷ୍ଟିଲ ପ୍ଲାଣ୍ଟରୁ ଜେନେରାଲ ମ୍ୟାନେଜର ପଦରୁ ଅବସର ନେଇଛନ୍ତି। ଏବେ ସମାଜ ବଦଳିବା ସହିତ ଲୋକଙ୍କର ମାନସିକତାରେ ଆସିଛି ପରିବର୍ତ୍ତନ। ଆମ ସମୟ ପରି ଝିଅମାନଙ୍କ ପାଇଁ ବର୍ତ୍ତମାନ କୌଣସି କଟକଣା ନାହିଁ। ରାଜ୍ୟ ଓ କେନ୍ଦ୍ର ସରକାର କ୍ରୀଡ଼ା କ୍ଷେତ୍ରକୁ ବହୁ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି। ଆମ ରାଜ୍ୟରେ ବର୍ତ୍ତମାନ କିଟ୍‌ ଓ କିସ୍‌ ତରଫରୁ ଏକ ସାଇକେଲିଂ ଟ୍ରାକ ଥିବାବେଳେ, ରାଜ୍ୟ ସରକାରଙ୍କ ତରଫରୁ ମଧ୍ୟ ଅଧିକରୁ ଅଧିକ ସାଇକେଲିଂ ଟ୍ରାକ ଆରମ୍ଭ କରିବାର ଯୋଜନା ରହିଛି। ସୁଯୋଗ ରହିଲେ ଆଗକୁ ଆମ ରାଜ୍ୟରୁ ଅନେକ ସାଇକେଲ ଚାଳକ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଗୌରବ ଆଣିପାରିବେ। ସାଇକେଲିଂ ପ୍ରତି ଲୋକଙ୍କର ଆଗ୍ରହ ବଢିବା ଉଚିତ। ସାଇକେଲ ମୋର ପ୍ରଥମ ପ୍ରେମ, ସାଇକେଲ ଚାଳନା କେବଳ ଏକ କ୍ରୀଡ଼ା ନୁହେଁ, ଶରୀର ସୁସ୍ଥ ରହିବା ସହିତ ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ମଧ୍ୟ ସହାୟକ ହୋଇଥାଏ। ଅବସର ପରେ ଭୁବନେଶ୍ୱରରେ ରହୁଥିବା ମିନତି, ରାଜ୍ୟରେ କ୍ରୀଡ଼ା କ୍ଷେତ୍ରରେ ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି।

-ପ୍ରିୟମ୍ବଦା ରଥ (ହାଇଦ୍ରାବାଦ)

ମୋ: ୮୬୮୮୯୫୭୮୦୦


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri