Posted inଖେଳ

ଘରଠାରୁ ୨୦ ମିନିଟ୍‌ ଦୂରରେ ଥାଇ ମଧ୍ୟ ଯାଇପାରୁନାହାନ୍ତି କୋହଲି

ମୁମ୍ବାଇ,୨୪।୩: ପୂର୍ବତନ ଭାରତୀୟ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଅଧିନାୟକ ବିରାଟ କୋହଲି ଆଜିକାଲି ତାଙ୍କ ଘର ପାଖରେ ଅଛନ୍ତି। ଏହା ସତ୍ତ୍ୱେ ସେ ଘରକୁ ଯାଇପାରୁ ନାହାନ୍ତି। ଏଥିପାଇଁ ସେ ଦୁଃଖ ପ୍ରକାଶ କଛଛନ୍ତି। ଆଇପିଏଲ ୨୦୨୨ ପାଇଁ ଆରସିବି ଟିମ୍‌ ସହ ମୁମ୍ବାଇରେ ଅଛନ୍ତି କୋହଲି। ଏହି ହୋଟେଲ ତାଙ୍କ ଘରଠାରୁ ମାତ୍ର ୨୦ ମିନିଟ୍‌ ଦୂର। ସେଠାରେ ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା ଏବଂ ଝିଅ ଅଛନ୍ତି। କିନ୍ତୁ ବାୟୋ ବବୁଲରେ ଥିବାରୁ କୋହଲି ସ୍ତ୍ରୀ ଏବଂ ଝିଅକୁ ଦେଖିବାକି ଯାଇପାରୁନାହାନ୍ତି। ସେଥିପାଇଁ ସେ ନିଜକୁ ଅସହାୟ ମନେ କରୁଛନ୍ତି। ଘରଠାରୁ ଦୂରରେ ରହିବା ଏବଂ ହୋଟେଲରେ ଥିବା କ୍ୱାରାଣ୍ଟାଇନ୍‌କୁ ନେଇ କୋହଲି ଆରସିବି ବୋଲ୍ଡ ଡାଏରୀରେ କହିଥିଲେ ଯେ ମୁଁ ହୋଟେଲରେ ରହିବାକୁ ପସନ୍ଦ କରେ ନାହିଁ କାରଣ ମୁଁ ମୁମ୍ବାଇରେ ଅଛି ଏବଂ ମୋ ଘର ଏଠାରୁ ୨୦ ମିନିଟ ଦୂରରେ ଅଛି। କିନ୍ତୁ ଘରକୁ ଯାଇପାରିବ ନାହିଁ। ଏଥିଲେ ତୁମେ କିଛି କରିପାରିବ ନାହିଁ। ଏବେ ୨ଟି ଜିନିଷ କର। ବହି ପଢ ଏବଂ ଘରକୁ ଭିଡିଓ କଲ କର। ମୁଁ ପଡ଼ିଆରେ ବହୁତ ମଜା କରିବାକୁ ଚାହୁଁଛି। ଦଳ ଏବଂ ଫ୍ରାଞ୍ଚାଇଜକୁ ମୋର ସମସ୍ତ ସମୟ ଦେବାକୁ ଚାହୁଁଛି ବୋଲି ସେ କହିଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମାର୍ଚ୍ଚ ୧୧ରେ ଆଇପିଏଲ୍‌ ୨୦୨୨ରେ ସେମାନଙ୍କର ଅଭିଯାନ ଆରମ୍ଭ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

ଲିକ୍‌ ହୋଇ ଫାଟିଲା ରନ୍ଧନ ଗ୍ୟାସ୍‌ ସିଲିଣ୍ଡର, ଘରେ ଥିଲେ…

କୋକସରା,୨୨।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ଗ୍ରାମରେ ରନ୍ଧନ ଗ୍ୟାସ୍‌ ଲିକେଜ ହୋଇ ନିଆଁ ଲାଗି ଯିବାରୁ ୪ ଜଣ ଗୁରୁତର...

ଟି-୨୦ ବିଶ୍ୱକପ ପାଇଁ ଚୟନ ହୋଇଥିବା ଭାରତୀୟ ଦଳ ଉପରେ ପ୍ରଶ୍ନ ଉଠାଇଲେ ୱାସିମ ଜାଫର, କହିଲେ ଇଶାନ-ୱାଶିଂଟନଙ୍କ ବଦଳରେ…

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଇଶାନ କିଷାନ ଦଳକୁ ଫେରିଛନ୍ତି। ଉପ-ଅଧିନାୟକ ଶୁବମନ ଗିଲ...

ପ୍ରଚେଷ୍ଟା ରହିଲେ ସଫଳତା ନିଶ୍ଚିତ ମିଳିବ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ସେଣ୍ଟ ଆନ୍ସ ଇଂଗ୍ରାଜୀ ମିଡିୟମ ସ୍କୁଲର ୧୯ ତମ ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ...

ପରିମଳ କର୍ମଚାରୀଙ୍କ ଅନର୍ଦ୍ଦିିଷ୍ଟ କାଳ କାର୍ଯ୍ୟବନ୍ଦ ଆନ୍ଦୋଳନ

କବିସୂର୍ଯ୍ୟନଗର,୨୨ା୧୨(କୃପାସିନ୍ଧୁ ସ୍ୱାଇଁ): ୧୦ ମାସର ବକେୟା ଦରମା ପ୍ରଦାନ ଓ ଛଟେଇ ନିଷ୍ପତ୍ତି ପ୍ରତ୍ୟାହାର ଦାବିନେଇ କବିସୂର୍ଯନଗର ଏନ୍‌ଏସିର ପରିମଳ କର୍ମଚାରୀମାନେ ଅନର୍ଦ୍ଦିିଷ୍ଟ କାଳ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri