ଅଧ୍ୟକ୍ଷା ପଦବୀ ହାତେଇବାକୁ ସବୁ ଦଳର ପ୍ରୟାସ

ଫୁଲବାଣୀ ଅଫିସ, ୧୭ା୩: ଫୁଲବାଣୀ ପୌର ପରିଷଦ ଅଧ୍ୟକ୍ଷା ପଦବୀ ହାତେଇବା ଲାଗି ତିନି ପ୍ରମୁଖ ଦଳ ବିଜେଡି, କଂଗ୍ରେସ ଓ ଭାଜପା ପକ୍ଷରୁ ଜୋରଦାର ପ୍ରୟାସ ଚାଲିଛି। ହେଲେ ଏଠାରେ ତ୍ରିମୁଖୀ ନୁହେଁ ଦ୍ୱିମୁଖୀ ଶାସକ ବିଜେଡି ଏବଂ କଂଗ୍ରେସ ମଧ୍ୟରେ ଲଢ଼େଇ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଛି।
ଅଧ୍ୟକ୍ଷା ପଦବୀ ଲାଗି ବିଜେଡି ପ୍ରାର୍ଥିନୀ ପୁନମ କହଁର ଏବଂ କଂଗ୍ରେସ ପ୍ରାର୍ଥିନୀ ସବିତା ମହାନ୍ତି ସେମାନଙ୍କ ସମର୍ଥକଙ୍କୁ ଧରି ପ୍ରଚାର ଚଳାଇଛନ୍ତି। ଶାସକ ଦଳରେ ପୁନମଙ୍କ ପାଇଁ ପଞ୍ଚାୟତିରାଜ ମନ୍ତ୍ରୀ ତଥା ଜିଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନା, ଏମ୍‌ପି ଅଚ୍ୟୁଚ ସାମନ୍ତ, ସହ ପର୍ଯ୍ୟବେକ୍ଷକ କିଶୋର ମେହେର ପ୍ରଚାର ମଙ୍ଗ ଧରିଛନ୍ତି। କଂଗ୍ରେସ ପକ୍ଷରୁ ଜିଲା ପ୍ରଭାରୀ ବିସ୍ମୟ ମହାପାତ୍ର, ଜିଲା ସଭାପତି ଅନାମ ନାୟକ, ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ସମ୍ପାଦକ ଚନ୍ଦ୍ରଶେଖର ପରିଡା, ପୂର୍ବତନ ଏମ୍‌ପି ରାଧାକାନ୍ତ ଦିଗାଲ, ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରା ସେମାନଙ୍କ ସମର୍ଥକଙ୍କୁ ଧରି ପ୍ରଚାର କରୁଛନ୍ତି। ବୁଧବାର କଂଗ୍ରେସ ୬ନଂ. ୱାର୍ଡରେ ପ୍ରଚାର ଜୋରଦାର କରିଛି।
ଅନୁରୁପ ଭାବେ ବିଜେଡି ମଧ୍ୟ ପ୍ରଚାର କାର୍ଯ୍ୟରେ ଆଗୁଆ ରହିଛି। ପ୍ରାୟ ସମସ୍ତ ୱାର୍ଡରେ ପ୍ରଚାର ଏବଂ ଭୋଟ ହାତେଇବାକୁ ଦଳ ଉଦ୍ୟମ ଜାରି ରଖିଛି।
ଅନ୍ୟପଟେ ଭାଜପାର କେହି ରାଜ୍ୟ ସ୍ତରୀୟ ନେତା ପ୍ରଚାରକୁ ଓହ୍ଲାଇ ନ ଥିଲେ ମଧ୍ୟ ଅଧ୍ୟକ୍ଷା ପ୍ରାର୍ଥୀ ସ୍ମିତା ମହାନ୍ତି ଦଳୀୟ ସମର୍ଥକ ଏବଂ ଜିଲାର କାର୍ଯ୍ୟକର୍ତ୍ତାଙ୍କୁ ନେଇ ଭୋଟଭିକ୍ଷା କରୁଛନ୍ତି। ବିଜେଡିର ଗୋଷ୍ଠୀ କନ୍ଦଳ ଦୂର ହୋଇଥିବା କୁହାଯାଉଥିଲେ ହେଁ ତାହା ଦଳ ପାଇଁ ବୁମେରାଂ ସାଜିବ ବୋଲି ଅନୁମାନ କରାଯାଉଛି। ସେହିପରି ଭାଜପାର ଗୋଷ୍ଠୀ କନ୍ଦଳ ଦଳକୁ ତଳ ସ୍ତରକୁ ନେଇଯାଇଛି। କଂଗ୍ରେସ ତାର ନିଜସ୍ବ ଭୋଟ ବ୍ୟାଙ୍କ ସହ ବିପକ୍ଷ ବିରୋଧୀଙ୍କୁ ଧରି ଏହି ଆସନ ହାତେଇବ ବୋଲି ପୂର୍ବାନୁମାନ କରାଯାଉଥିବା ବେଳେ ବିଜେଡି ଲୋକଙ୍କ ପାଇଁ କରିଥିବା ବିଭିନ୍ନ ଯୋଜନାକୁ ପାଥେୟ କରି ନିର୍ବାଚନ ଜିତିବ ବୋଲି ମଧ୍ୟ ଆଲୋଚନା ହେଉଛି।
ସୂଚନାଯୋଗ୍ୟ, ୧୩ଟି ୱାର୍ଡକୁ ନେଇ ଗଠିତ ଫୁଲବାଣୀ ମ୍ୟୁନିସିପାଲିଟିରେ ଚଳିତଥର ୨୫,୫୨୦ ମତଦାତା ଅଛନ୍ତି। ଆସନ୍ତା ୨୪ରେ ମତଦାନ ପାଇଁ ୧୩ଟି ୱାର୍ଡରେ ୨୮ଟି ବୁଥ୍‌ର ବ୍ୟବସ୍ଥା କରାଯାଇଛି। ୨୦୦୧ରେ ବିଜ୍ଞାପିତ ଅଞ୍ଚଳରୁ ଫୁଲବାଣୀ ମ୍ୟୁନିସିପାଲିଟି ହେବା ପରେ କ୍ରମାଗତ ଭାବେ ୩ ଥର ଏହି ପୌର ପରିଷଦ ବିଜେଡି ହାତରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନକ ପରେ ବଡ଼ଦିନ: ପୋଲିସର ଫ୍ଲାଗ ମାର୍ଚ୍ଚ, ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡି

ବାଲିଗୁଡ଼ା,୨୩।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): ଆଉ ଦିନକ ପରେ ବଡଦିନ ପର୍ବ। ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ...

ଦାରିଙ୍ଗବାଡି ଶୀତ ମହୋତ୍ସବ: ରାଜ୍ୟର ୪ ମୁଖିଆଙ୍କୁ ନିମନ୍ତ୍ରଣ

ଦାରିଙ୍ଗବାଡି, ୨୩।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଜାନୁଆରୀରେ ହେବାକୁ ରହିଥିବା ଶୀତ ମହୋତ୍ସବରେ ଅନ୍ୟ ଅତିଥିଙ୍କ ମଧ୍ୟରେ ଓଡ଼ିଶା ସରକାରଙ୍କ ଗୃହ ଏବଂ ନଗର...

ରାଇକଲା ଜଙ୍ଗଲରେ ୧୩ ଟିକିଆ ହାତୀପଲ: ଭୟରେ ଆତଙ୍କିତ ଗ୍ରାମବାସୀ

ଜି.ଉଦୟଗିରି,୨୩।୧୨(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ରେଞ୍ଜ ଲିଙ୍ଗାଗଡ଼ ବନାଞ୍ଚଳ ଅନ୍ତର୍ଗତ ରାଇକଲା ଜଙ୍ଗଲକୁ ୧୩ ଟିକିଆ ହାତୀପଲ ମଙ୍ଗଳବାର ଭୋର ସକାଳୁ ଆସିଥିବା...

କଥା ଦେଲେ ମୁଖ୍ୟମନ୍ତ୍ରୀ, ଦାରିଙ୍ଗବାଡ଼ି ଶୀତ ମହୋତ୍ସବକୁ ଆସିବେ କହିବା ପରେ…

ଦାରିଙ୍ଗବାଡ଼ି,୨୩ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ିରେ ଶୀତ ମହୋତ୍ସବ ପାଳନ ପାଇଁ ଦିନ ଯେତେ ନିକଟତର ହେଉଛି ସେତିକି ଉତ୍ସାହ ଦେଖାଯାଉଛି। ଆସନ୍ତା ୮ରୁ ୧୧...

ବଡ଼ଦିନ ପାଇଁ ଜି.ଉଦୟଗିରିରେ ଫ୍ଲାଗମାର୍ଚ୍ଚ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଜି.ଉଦୟଗିରି,୨୩/୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଖ୍ରୀଷ୍ଟ ସମ୍ପ୍ରଦାୟର ସବୁଠାରୁ ବଡ଼ ପର୍ବ ବଡ଼ଦିନ ଖ୍ରୀଷ୍ଟମାସ୍ ଉତ୍ସବ ପାଳନକୁ ଆଉ ଦୁଇ ଦିନ ବାକି ଥିବା ବେଳେ...

କ୍ୟାଡର ମାଓବାଦୀଙ୍କୁ ଧରିବା ପାଇଁ ପୁରସ୍କାର ରାଶି ଘୋଷଣା: ଲାଗିଲା ପୋଷ୍ଟର

ରାଇକିଆ,୨୩।୧୨ (ପ୍ରଦୀପ ବେହେରା): କେନ୍ଦ୍ର ସରକାର ୨୦୨୬ ମାର୍ଚ୍ଚ ସୁଦ୍ଧା ମାଓବାଦୀ ମୁକ୍ତ ପାଇଁ ଲକ୍ଷ୍ୟ ରଖୁଛନ୍ତି। ଏହି ସମୟ ପାଖେଇ ଆସୁଥିବାରୁ ପୋଲିସ ମାଓବାଦୀଙ୍କୁ...

ଭାଜପାର ନୂତନ କମିଟି ଗଠନ: ସୁକାନ୍ତ-ଅଜିତଙ୍କୁ ଗୁରୁଦାୟିତ୍ୱ

ଦାରିଙ୍ଗବାଡି, ୨୩/୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଭାଜପାର ଜିଲାସ୍ତରୀୟ ନୂତନ କମିଟି ଜିଲା ସଭାପତି ପଣ୍ଡିତ ବିଶି ମାଝୀଙ୍କ ନେତୃତ୍ୱରେ ଚୟନ ହୋଇଯାଇଛି। ଜିଲାର...

ଶୀତ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ବାଚସ୍ପତି, ଆଜି ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବ ନିମନ୍ତ୍ରଣ

ଦାରିଙ୍ଗବାଡି, ୨୩।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri