ଆର୍‌ଡିସି, ଜିଲାପାଳଙ୍କ ତଦନ୍ତ

ଧାମନଗର, ୧୬।୩ – ଭଦ୍ରକ ଜିଲା ଧାମନଗର ତହସିଲରେ ଆର୍ଥିକ ଅନିୟମିତତାକୁ ନେଇ ପ୍ରଶାସନିକ ତଦନ୍ତ ଆରମ୍ଭ ହୋଇଛି। ମଙ୍ଗଳବାର ପୂର୍ବାହ୍ନରେ ଧାମନଗର ତହସିଲ କାର୍ଯ୍ୟାଳୟରେ କେନ୍ଦ୍ରାଞ୍ଚଳ ଆର୍‌ଡିସି ସୁରେଶ ଚନ୍ଦ୍ର ଦଳେଇ, ଜିଲାପାଳ ତ୍ରିଲୋଚନ ମାଝି ଅଚାନକ ପହଞ୍ଚି ତଦନ୍ତ ଆରମ୍ଭ କରି ବିଭିନ୍ନ ରେକର୍ଡ ପତ୍ର ଯାଞ୍ଚ କରି ଫେରିଛନ୍ତି। ସୂଚନା ଅନୁଯାୟୀ, ଧାମନଗର ତହସିଲରେ ଚଳିତ ବର୍ଷ ଚାଲିଥିବା ଇଣ୍ଟରନାଲ ଅଡିଟ ବିବରଣୀରେ ଦର୍ଶାଯାଇଛି ଯେ, ଉକ୍ତ ତହସିଲ ନାମରେ ୨୩ଟି ଜମାଖାତା ରହିଛି। ୨୩ଟିରୁ ୫ଟି ଜମାଖାତା ତହସିଲ କ୍ୟାସବୁକରେ ଉଲ୍ଲେଖ ଥିବା ବେଳେ ଅନ୍ୟ ୧୮ଟି ବ୍ୟାଙ୍କ ଆକାଉଣ୍ଟର କୌଣସି କ୍ୟାସବୁକରେ ଉଲ୍ଲେଖ ଜରାଯାଇନାହିଁ। ଅଡିଟ ରିପୋର୍ଟରେ କୁହାଯାଇଛି ଏହି ୧୮ଟି ବ୍ୟାଙ୍କ ଆକାଉଣ୍ଟରେ ଅଦ୍ୟାବଧି ୨କୋଟି ୬୭ ଲକ୍ଷ ୮୫ ହଜାର ୭୮୦ ଟଙ୍କା ରହିଛି। ଏହି ବିଷୟରେ ଧାମନଗର ତହସିଲଦାର କ୍ଷୀରୋଦ କୁମାର ପଣ୍ଡାଙ୍କୁ ପଚାରିବାରୁ ସେ କହିଥିଲେ ମଁୁ ଏହି ବିଷୟରେ ବର୍ତ୍ତମାନ କିଛି କହିପାରିବି ନାହିଁ । ମୋ ସମୟରେ କୌଣସି ନୂଆ ଆକାଉଣ୍ଟ ଖୋଲାଯାଇ ନାହିଁ। ରିପୋର୍ଟରେ ଦର୍ଶାଯାଇଛି ୨୦୧୧ରୁ ୨୦୨୦ ମଧ୍ୟରେ ଥିବା ୭ଜଣ ତହସିଲଦାରଙ୍କ ସମୟରେ ଆକାଉଣ୍ଟ ଖୋଲାଯାଇଛି। ସେଥିରୁ ୧୭ଟି ଜମାଖାତା ଖୋଲାଯାଇଥିବା ବେଳେ ଅନ୍ୟ ଗୋଟିଏ ୨୦୦୩ରେ ଖୋଲାଯାଇଛି। ଏତଦ୍‌ବ୍ୟତୀତ ଅନ୍ୟ ଯେଉଁ ୫ଟି ଜମାଖାତା ତହସିଲ କ୍ୟାସବୁକରେ ଲେଖା ହେଇଛି। ସେଗୁଡିକ ମଧ୍ୟ ଅନେକ ପୁରୁଣା ଜମାଖାତା ବୋଲି ସେ ପ୍ରତ୍ୟୁତ୍ତର ରଖିଥିଲେ। ଏନେଇ ଆର୍‌ଡିସି ଗଣମାଧ୍ୟମକୁ ସୂଚନା ଦେଇ ଘଟଣାର ତଦନ୍ତ କରାଯାଉଥିବା ଓ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ୬ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ପୁରୀ,୮।୫: ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି। ଏଥିପାଇଁ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ସା ୬ଟାରୁ ରାତି ୧୨ଟା ଯାଏ ସାଧାରଣ ଦର୍ଶନ...

ନିଶା ଦେଇ +୨ ଛାତ୍ରୀଙ୍କୁ ଗଣବଳାତ୍କାର କଲେ ୮ ସହାପାଠୀ

ବ୍ରହ୍ମପୁର,୮ା୫(ସୁବାସ ଚନ୍ଦ୍ର ପାଢ଼ୀ):ବ୍ରହ୍ମପୁର ସହରରେ ଜଣେ କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର କରାଯିବା ଘଟଣା ଆଲୋଡନ ସୃଷ୍ଟି କରିଛି। ଯୁକ୍ତ ୨ ପଢ଼ୁଥିବା ନାବାଳିକା ଛାତ୍ରୀ ଜଣଙ୍କୁ...

ଦମ୍‌ ଅଛି ଯଦି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କର

ଭୁବନେଶ୍ୱର/ହିଞ୍ଜିଳିକାଟୁ/ଶେରଗଡ଼/ଖଲ୍ଲିକୋଟ,୮ା୫(ଅନିଲ ଦାସ/ ଦ୍ୱିତୀକୃଷ୍ଣ ପଣ୍ଡା/ସୂର୍ଯ୍ୟନାରାୟଣ ଦାଶ/ପ୍ରଶାନ୍ତ ମିଶ୍ର):କିଛିଲୋକ ଦିନରେ ସ୍ବପ୍ନ ଦେଖୁଛନ୍ତି, ଭାବୁଛନ୍ତି ନବୀନବାବୁ ଆଉ ମୁଖ୍ୟମନ୍ତ୍ରୀ ହେବେ ନାହିଁ, କିନ୍ତୁ ଭାଜପାକୁ ଯଦି ପଚାରିବେ...

ପ୍ରଣବଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇଲା ଭାଜପା

ସମ୍ବଲପୁର, ୮।୫ (ପ୍ରମୋଦ ବହିଦାର):ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ଦଳର ସମ୍ବଲପୁର ଲୋକ ସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ...

ବିଧାୟକ ପ୍ରାର୍ଥୀଙ୍କ ଫଟୋରେ ଜୋତାମାଳ

କେନ୍ଦୁଝର(ନରେଶ ଚନ୍ଦ୍ର ପଟ୍ଟନାୟକ)/ପାଟଣା(ବୀର କିଶୋର ଦାଶ),୮ା୫:କେନ୍ଦୁଝର ଜିଲା ପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାୟକଙ୍କ ଫଟୋରେ କେହି ଜୋତାମାଳ ଝୁଲାଇବା...

ତାଣ୍ଡବ ରଚିଲା କାଳବୈଶାଖୀ

କୋକସରା,୭।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାଳବୈଶାଖୀ ଆଣିଛି ତାତିରୁ ଶାନ୍ତି, ହେଲେ ଏହାର ପ୍ରଭାବରେ ବଡ ବଡ ଗଛ ସହ ବିଦ୍ୟୁତ ଖୁଣ୍ଟ ଉପୁଡି ପଡି ଉପାନ୍ତ...

ଫୁଲ ଛାଡି ଶଙ୍ଖ ଫୁଙ୍ଖିଲେ ଭାଜପାର ବଡ଼ ନେତା

ଗଞ୍ଜାମ,୭।୫(ବିଦ୍ୟାଧର ସାହୁ ): ଆଉ ଦିନ କେଇଟା ପରେ ସାଧାରଣ ନିର୍ବାଚନ। ଆସନ୍ତା ମେ ୧୩ ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି l...

ଆସନ୍ତାକାଲି ମହାପ୍ରଭୁଙ୍କ ୬ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୭।୫: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବୁଧବାର ବନକ ଲାଗି ନୀତି ଅନୁଷ୍ଠିତ ହେବ। ବନକ ଲାଗି ପାଇଁ ପ୍ରାୟ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri