କାଜଲଙ୍କ ପ୍ରେମରେ ଏମିତି ପଡ଼ିଥିଲେ ଅଜୟ ଦେବଗନ

ମୁମ୍ବାଇ: ସୁପରଷ୍ଟାର ଅଜୟ ଦେବଗନ ଏବଂ ଅଭିନେତ୍ରୀ କାଜଲ ବି’ ଟାଉନ୍‌ର ସଫଳ ଦମ୍ପତି ଭାବରେ ଜଣାଶୁଣା। ଏମାନଙ୍କ ବିବାହ ସମୟରେ ଅନେକ ଭାବିଥିଲେ ଯେ, ଏମାନଙ୍କ ବିବାହ ଅଧିକ ଦିନ ତିଷ୍ଠିବ ନାହିଁ। କିନ୍ତୁ ଅଜୟ-କାଜଲ ୨୩ ବର୍ଷ ଧରି ଏକାଠି ରହିଆସିଲେଣି। ଆଜି ଅର୍ଥାତ୍‌ ଫେବୃୟାରୀ ୨୪ରେ ହେଉଛି ଏହି ଦମ୍ପତିଙ୍କ ବିବାହ ବାର୍ଷିକୀ।

୧୯୯୯ ମସିହା ଆଜିର ଦିନରେ ଏହି ଯୋଡ଼ି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଆଜିର ଏହି ଖାସ୍‌ ଦିନରେ ଜାଣନ୍ତୁ କେମିତି ପ୍ରେମରେ ପଡ଼ିଥିଲେ ଏହି ଯୋଡ଼ି।

ଏକ ସାକ୍ଷାତକାରରେ କାଜଲ କହିଥିଲେ, ଅଜୟ ଦେବଗନଙ୍କ ସହ ଫିଲ୍ମ ‘ହଲ୍‌ଚଲ୍‌’ର ଶୁଟିଂ ସେଟ୍‌ରେ ସାକ୍ଷାତ ହୋଇଥିଲା। ଅଜୟ ବହୁତ ଶାନ୍ତ ଏବଂ ଅନ୍ତରଙ୍ଗ ଥିଲେ। କାଜଲ ଶୁଟିଂସେଟ୍‌ରେ ହସିବାକୁ ଏବଂ କଥା ହେବାକୁ ପସନ୍ଦ କରୁଥିଲେ କିନ୍ତୁ ଅଜୟଙ୍କର ଏହି ଅଭ୍ୟାସ ନ ଥିଲା। ସେ ବେଶ୍‌ ଚୁପ୍‌ଚାପ ରହୁଥିଲେ। ଏପରିକି ଦୁହେଁ ପରସ୍ପରକୁ ଦେଖିବାକୁ ମଧ୍ୟ ପସନ୍ଦ କରୁ ନ ଥିଲେ। କିନ୍ତୁ ଧିରେ ଧିରେ ଉଭୟଙ୍କ ଏହି ଚିନ୍ତାଧାରା ପରସ୍ପର ଆଡ଼କୁ ବଦଳିଗଲା।

କୌତୂହଳର ବିଷୟ ଦୁହେଁ ସେହି ସମୟରେ ନିଜ ନିଜ ଜୀବନରେ ଅନ୍ୟ କାହାକୁ ଡେଟ୍‌ କରୁଥିଲେ। ଅଜୟଙ୍କଠାରୁ କାଜଲ ତାଙ୍କ ପ୍ରେମ ଜୀବନ ସହ ଜଡ଼ିତ ପରାମର୍ଶ ମଧ୍ୟ ନେଉଥିଲେ। କାଜଲଙ୍କ ବ୍ରେକଅପ୍‌ ପରେ ଅଜୟ ବନ୍ଧୁ ଭାବରେ ତାଙ୍କର ଯତ୍ନ ନେଇଥିଲେ। ଏହା ପରେ ଦୁହେଁ ପରସ୍ପରକୁ ପସନ୍ଦ କରିବାକୁ ଲାଗିଲେ। ବନ୍ଧୁତାରୁ ପ୍ରେମ ନିବିଡ଼ ହେବାରେ ଲାଗିଲା। ଶେଷରେ ଏହି ପ୍ରେମ ବିବାହରେ ପରିଣତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ପରଲୋକ

ଲସ ଆଞ୍ଜେଲସ,୫।୫: ହଲିଉଡରୁ ଏକ ଦୁଃଖଦ ଖବର ଆସିଛି। ସୁପରହିଟ ଫିଲ୍ମ ‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ଦେହାନ୍ତ ହୋଇଛି। ବର୍ନାର୍ଡଙ୍କ ମୃତ୍ୟୁ ଖବର...

ଭୁଲ ଭାଲ କଥା କହି ଟ୍ରୋଲ ହେଲେ କଙ୍ଗନା

ମୁମ୍ବାଇ,୫।୫: ହିମାଚଳର ମଣ୍ଡି ଆସନରୁ ଭାଜପା ପ୍ରାର୍ଥୀ ତଥା ବଲିଉଡ ଅଭିନେତ୍ରୀ-ରାଜନେତା କଙ୍ଗନା ରାନାୱତ ତାଙ୍କ ବୟାନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି। ଏବେ...

୨ ବର୍ଷ ଡେଟିଂ ପରେ ଅନନ୍ୟାଙ୍କ ସହ ବ୍ରେକ୍‌ଅପ୍‌ କଲେ ଆଦିତ୍ୟ!

ବମ୍ବେ: ଅଲଗା ହୋଇଛନ୍ତି ବଲିଉଡ୍‌ର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ଅନନ୍ୟା ପାଣ୍ଡେ- ଆଦିତ୍ୟ ରୟ କପୁର। ଦୀର୍ଘ ୨ ବର୍ଷ ଧରି ଡେଟ୍‌ କରିଆସୁଥିଲେ ଦୁହେଁ।...

ମୁଁ ବ୍ରେକଅପ କରି ନେଇଛି, ସୁହାନା ଖାଁଙ୍କ ପୋଷ୍ଟ ହେଲା ଭାଇରାଲ!

ମୁମ୍ବାଇ: ଶାହାରୁଖ ଖାଁ ଏବଂ ଗୌରୀ ଖାଁଙ୍କ ଝିଅ ସୁହାନା ଖାଁ ସବୁଠାରୁ ଲୋକପ୍ରିୟ ଷ୍ଟାର କିଡସଙ୍କ ମଧ୍ୟରୁ ଅନ୍ୟତମ । ସେ ଜୋୟା ଅଖତରଙ୍କ...

ବ୍ରେକ ନେଲେ ଶାହାରୁଖ

ମୁମ୍ବାଇ: ବଲିଉଡ ବାଦଶାହା ଶାହାରୁଖ ଖାନ ଗତ ବର୍ଷ ଅର୍ଥାତ୍‌ ୨୦୨୩ ରେ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ। ପାଞ୍ଚ ବର୍ଷ ପରେ ଶାହାରୁଖ ଫିଲ୍ମ...

‘ଲାହୋର ୧୯୪୭’ରେ ସନ୍ନି ଦେଓଲ

ମୁମ୍ବାଇ: ‘ଗଦର ୨’ର ସଫଳତା ପରେ ସନ୍ନି ଦେଓଲ ଆଉ ଏକ ଦମଦାର ଚଳଚ୍ଚିତ୍ର ‘ଲାହୋର ୧୯୪୭’ସହିତ ପୁଣି ଥରେ ପରଦାକୁ ଆସୁଛନ୍ତି। ଏହା ସଂପୂର୍ଣ୍ଣ...

କଙ୍ଗନାଙ୍କୁ ରାଖୀଙ୍କ ଖୋଲା ଚ୍ୟାଲେଞ୍ଜ

ବମ୍ବେ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି ଡ୍ରାମା କୁଇନ୍‌ ରାଖୀ ସାଓ୍ବନ୍ତ। ସର୍ବଦା କିଛି ନା କିଛି କାରଣକୁ ନେଇ ବିବାଦରେ ରହୁଥିବା...

ବାପା ହେଲେ ଏହି ବଲିଉଡ୍‌ ଅଭିନେତା

ବମ୍ବେ: ପୁଣିଥରେ ବାପା ହୋଇଛନ୍ତି ବଲିଉଡ୍‌ ଅଭିନେତା ହରମନ ବାବେଜା। ତାଙ୍କ ଘରକୁ ଏକ କୁନି ରାଜକୁମାରୀ ଆସିଛନ୍ତି। ମାର୍ଚ୍ଚରେ ଅଭିନେତା ବାପା ହୋଇଥିଲେ ହେଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri