ଲୋକଙ୍କ ଜୀବନ ସହ ଖେଳୁଥିଲେ ରମେଶ

ଭୁବନେଶ୍ୱର, ୨୨।୨(ବ୍ୟୁରୋ):ଅର୍ଥ ପାଇଁ ବିଭିନ୍ନ ରାଜ୍ୟର ୧୭ ମହିଳାଙ୍କୁ ବିବାହ କରି ଠକେଇ ଓ ପ୍ରତାରଣା କରିଥିବା ରସିକିଆ ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ବାଇଁଙ୍କ ବିରୋଧରେ ଦିନକୁ ଦିନ ଠକେଇର ନୂଆ ଫର୍ଦ୍ଦ ଯୋଡ଼ିହେବାରେ ଲାଗିଛି। କମିଶନରେଟ ପୋଲିସ ତାଙ୍କୁ ରିମାଣ୍ଡରେ ନେଇ ଜେରା କରି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି। ସୋମବାର ରିମାଣ୍ଡର ତୃତୀୟ ଦିନରେ ମଧ୍ୟ ତାଙ୍କୁ ମାରାଥନ ଜେରା କରାଯାଇଥିଲା। ତାଙ୍କ ବୟାନ ଆଧାରରେ ପୋଲିସ ଖଣ୍ଡଗିରି ଥାନା ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ଚଢ଼ାଉ କରି ରମେଶଙ୍କ ୨ଟି ଗାଡ଼ି ଜବତ କରିଛି।
ଅନ୍ୟପକ୍ଷରେ ତଦନ୍ତରୁ ଜଣାପଡ଼ିଛି, ରମେଶ ଢ଼େଙ୍କାନାଳ କାମାକ୍ଷାନଗରରେ ୧୯୯୦ରୁ ୨୦୧୯ ଯାଏ ଡାକ୍ତର ନ ହୋଇବି କ୍ଲିନିକ୍‌ ଚଳାଇ ଲୋକଙ୍କ ଜୀବନ ସହ ଖେଳୁଥିଲେ। ଏପରି କି ଭୁଲ୍‌ ଚିକିତ୍ସା ଫଳରେ ଏକାଧିକଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ପୋଲିସ ଜେରା ସମୟରେ ଜାଣିବାକୁ ପାଇଛି। ଏଥିସହ ସେ ଢେଙ୍କାନାଳ କଙ୍କଡ଼ାହାଡ଼ରୁ ବେଆଇନ୍‌ କାଠଚାଲାଣ ମଧ୍ୟ କରୁଥିଲେ। ସେହିଭଳି କାମାକ୍ଷାନଗର ପୋଷ୍ଟ ଅଫିସ ନିକଟରେ ସେ ୧୯୯୫ରେ ଜାଗା କିଣି ଘର କରିଥିଲେ। ହେଲେ ବର୍ତ୍ତମାନ ଉକ୍ତ ଘର ବନ୍ଦ ରହିଥିବା ଜଣାପଡ଼ିଛି। ଏଥିସହ ଜଣେ ଡ୍ରାଇଭରଙ୍କୁ ସେ ୩୦ ହଜାର ଟଙ୍କା ଠକିଛନ୍ତି। ପୋଲିସ କହିଛି, କୃଷ୍ଣ ନାମକ ଜଣେ ଡ୍ରାଇଭରଙ୍କଠାରୁ ଅଭିଯୁକ୍ତ ରମେଶ ୬୦ ହଜାର ଟଙ୍କା ନେଇଥିଲେ। ୩୦ ହଜାର ଟଙ୍କା ଫେରାଇ ଥିବାବେଳେ ବାକି ଟଙ୍କା ଦେଇ ନ ପାରି ୩୦ଟି ଆୟୁର୍ବେଦ ମେଡିସିନ୍‌ ପେଟି ତାଙ୍କ ପାଖରେ ବନ୍ଧା ରଖିଥିଲେ। ତେବେ ଉକ୍ତ ମେଡିସିନ ସବୁ ଏକ୍ସପାଏରି ଥିବା ଡ୍ରାଇଭର ଜଣକ ଜାଣିବାକୁ ପାଇଥିଲେ। ତେବେ ପୋଲିସ ଟିମ୍‌ ଉକ୍ତ ୩୦ ପେଟି ମେଡ଼ିସିନ୍‌କୁ ଜବତ କରିଛି।
ଡିସିପି ଉମାଶଙ୍କର ଦାଶ ଗଣମାଧ୍ୟମକୁ କହିଛନ୍ତି, ଏକ ପୋଲିସ ଟିମ୍‌ କେନ୍ଦ୍ରାପଡ଼ାରେ ଥିବା ରମେଶଙ୍କ ପୈତୃକ ଘରକୁ ତଦନ୍ତ କରିବାକୁ ଯିବ। ଏହାବ୍ୟତୀତ ପାରାଦୀପ ଓ ଢେଙ୍କାନାଳ ଯାଇ ଅଧିକ ତଥ୍ୟ ହାସଲ କରିବ। ଏଥିସହ ଅଭିଯୁକ୍ତ ରମେଶଙ୍କ ରିମାଣ୍ଡ ଅବଧି ବଢ଼ାଇବାକୁ କୋର୍ଟରେ ପ୍ରାର୍ଥନା କରାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି।
ଅଭିଯୁକ୍ତ ରମେଶ ବିଭିନ୍ନ ମାଟ୍ରିମୋନିଆଲ ଓ ସୋସିଆଲ୍‌ ସାଇଟ୍‌ରୁ ଉଚ୍ଚଶିକ୍ଷିତା ମହିଳାଙ୍କୁ ଫସାଇ ବିବାହ କରୁଥିଲେ। ପରବର୍ତ୍ତୀ ସମୟରେ ଟଙ୍କା, ସୁନା ଓ ସମ୍ପତ୍ତି ଲୁଟୁଥିଲେ। ତାଙ୍କ ଦ୍ୱାରା ପ୍ରତାରଣାର ଶିକାର ହୋଇଥିବା ଦିଲ୍ଲୀର ଜଣେ ମହିଳା ଗତବର୍ଷ ଜୁଲାଇରେ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିବା ପରେ ଏବେ କମିଶନରେଟ ପୋଲିସ ତାଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri