୬୨ ମିନିଟ୍‌ର ବାଇଡେନ୍‌-ପୁଟିନ୍‌ କଥାବାର୍ତ୍ତା ପରେ ବି ଘନେଇଲା ରୁଷିଆ-ୟୁକ୍ରେନ୍‌ ସଙ୍କଟ…

ଓ୍ବାଶିଂଟନ/ମସ୍କୋ, ୧୩।୨ : ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଚାଲିଥିବା ସଙ୍କଟ କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି। ବିବାଦକୁ ଶାନ୍ତ କରିବା ପାଇଁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ରୁଷିଆ ପ୍ରତିପକ୍ଷ ବ୍ଲାଡିିମୀର ପୁଟିନଙ୍କ ସହ ଫୋନରେ ୬୨ ମିନିଟ ଧରି କଥାବାର୍ତ୍ତା କରିଛନ୍ତି। ଆଲୋଚନା ସମୟରେ ବାଇଡେନ ପୁଟିନଙ୍କୁ ଯୁଦ୍ଧ ସ୍ଥଗିତ ରଖିବାକୁ ନିବେଦନ କରିଥିଲେ ଏବଂ ଯଦି ଯୁଦ୍ଧ ହୁଏ ତେବେ ରୁଷିଆକୁ ଏହାର ଉଚିତ ଉତ୍ତର ମିଳିବ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି।

କଥାବାର୍ତ୍ତାର କିଛି ସମୟ ପରେ ୟୁକ୍ରେନରେ ଥିବା ନିଜର ଦୂତାବାସକୁ ଖାଲି କରିବାକୁ ଆମେରିକା ନିର୍ଦ୍ଦେଶ ପଠାଇଛି। ପରିସ୍ଥିତିର ସ୍ଥିରତା ସମ୍ପର୍କରେ ଦୁଇ ବରିଷ୍ଠ ନେତାଙ୍କ ମଧ୍ୟରେ ଆଲୋଚନା ହୋଇ ପାରିନାହିଁ ବୋଲି ଆମେରିକା ସୁରକ୍ଷା ଅଧିକାରୀମାନେ କହିଛନ୍ତି।

ଖବର ଅନୁଯାୟୀ, ୬୨ ମିନିଟର ବାର୍ତ୍ତାଳାପରେ ବାଇଡେନ ପୁଟିନଙ୍କୁ କହିଛନ୍ତି ଯେ ଯଦି ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରେ ତେବେ ଆମେରିକା ଏବଂ ଏହାର ସହଯୋଗୀ ଦେଶ ଏହାର ଉଚିତ ଉତ୍ତର ଦେବେ। ବାଇଡେନ କହିଛନ୍ତି ଯେ ଏହି ଯୁଦ୍ଧ ମଣିଷ ସମାଜକୁ ବହୁତ କ୍ଷତି ପହଞ୍ଚାଇବ, ତେଣୁ ରୁଷିଆ ଯୁଦ୍ଧ ବିଷୟରେ ଚିନ୍ତା କରିବା ଉଚିତ ନୁହେଁ। ଏଥି ସହିତ ଆମେରିକା ରୁଷିଆକୁ ଆଶ୍ୱାସନା ଦେଇଛି ଯେ ୟୁକ୍ରେନ ଉପରେ କୂଟନୈତିକ ଆଲୋଚନା ପାଇଁ ପ୍ରସ୍ତୁତ।
ତେବେ ରୁଷିଆର ଉତ୍ତରରେ ଆମେରିକା ସରକାର ସନ୍ତୁଷ୍ଟ ନୁହଁନ୍ତି। ବାଇଡେନ ଏବଂ ପୁଟିନଙ୍କ ଆଲୋଚନା ପରେ ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟର ଜଣେ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ ରୁଷିଆ ଆକ୍ରମଣ କରିବ କି ନାହିଁ ତାହା ଉପରେ କୌଣସି ନିଶ୍ଚିତତା ନାହିଁ। ଏଥି ସହିତ, ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ ୟୁକ୍ରେନରେ କାର୍ଯ୍ୟ କରୁଥିବା ୧୬୦ ସୈନ୍ୟ ଅଧିକାରୀଙ୍କୁ ଫେରାଇ ଆଣିବାକୁ ଯୋଜନା କରିଛି। ସେହିପରି ଅନ୍ୟ ୮୦ ସୈନ୍ୟ ଅଧିକାରୀଙ୍କୁ ଶୀଘ୍ର ଫେରିବାକୁ କୁହାଯାଇଛି।

ଏହି ଫୋନ କଲ ପରେ ରୁଷିଆ ସଂସଦର ଶୀର୍ଷ ବୈଦେଶିକ ନୀତି ପରାମର୍ଶଦାତା ୟୁରୀ ୟୁଶାକୋଭ କହିଛନ୍ତି ଯେ ଆମେରିକାର ସନ୍ଦେହ ଚରମ ସ୍ଥିତିରେ ପହଞ୍ଚିଛି। ସେ କହିଛନ୍ତି ଯେ ୟୁକ୍ରେନ ଉପରେ ରୁଷିଆର ଆକ୍ରମଣର ତାରିଖ ମଧ୍ୟ ଆମେରିକା ଘୋଷଣା କରିଛି। ଗଣମାଧ୍ୟମକୁ ଆମ ବିଷୟରେ ଭୁଲ ତଥ୍ୟ କାହିଁକି ଦିଆଗଲା ଆମେ ବୁଝି ପାରୁନାହୁଁ।

ୟୁଶାକୋଭ କହିଛନ୍ତି ଯେ ଆମେରିକା-ରୁଷିଆ ଫୋନ-କଲ ସୋମବାର ପାଇଁ ଯୋଜନା କରାଯାଇଥିଲା, କିନ୍ତୁ ଆମେରିକା ଏହାକୁ ଶନିବାର କରିବାକୁ ଅନୁରୋଧ କରିଥିଲା।

ଆମେରିକା ଏବଂ ବ୍ରିଟେନ ପରେ ଜର୍ମାନୀ ମଧ୍ୟ ଏହାର ନାଗରିକମାନଙ୍କୁ ଚେତାବନୀ ଦେଇଛି। ୟୁକ୍ରେନରେ ରହୁଥିବା ନାଗରିକମାନଙ୍କୁ ଶୀଘ୍ର ଫେରିବାକୁ ଜର୍ମାନ ବୈଦେଶିକ ବିଭାଗ ନିବେଦନ କରିଛି। ଏହା ସହିତ ଜର୍ମାନୀ ମଧ୍ୟ ଏହାର ଦୂତାବାସ ଅଧିକାରୀଙ୍କୁ ସ୍ବଦେଶ ଫେରିବାକୁ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମହାକାଶ ଯିବେ ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସ: ପ୍ରଥମ ମହିଳା ଭାବେ ରଚିବେ ଇତିହାସ

ଓ୍ବାଶିଂଟନ୍‌,୬।୫: ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସ ପୁଣି ଥରେ ମହାକାଶକୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି। ଏଥର ବଚ ୱିଲମୋର ମଧ୍ୟ ତାଙ୍କ ସହ ରହିବେ। ଦୁଇ...

ବାଇଡେନଙ୍କ ଉପରେ ଏମିତି ଅଭିଯୋଗ ଆଣିଲେ ଟ୍ରମ୍ପ

ଓ୍ବାଶିଂଟନ,୬ା୫: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ପ୍ରାର୍ଥୀଙ୍କ ମଧ୍ୟରେ କଥାବାର୍ତ୍ତା ତୀବ୍ର ହୋଇଛି। ଏହି କ୍ରମରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ବିବୃତ୍ତି ସାମ୍ନାକୁ...

ପୁଣି ଇସ୍ରାଏଲ ଉପରେ ମିଶାଇଲ୍‌ ମାଡ କଲା ହମାସ

ଜେରୁଜେଲମ,୬।୫: ଗତ ସାତ ମାସ ଧରି ହମାସ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଚାଲିଛି। ହମାସକୁ ହଟାଇବା ପାଇଁ ଇସ୍ରାଏଲର ସଂକଳ୍ପ ଗାଜା ଅଞ୍ଚଳର ଲୋକଙ୍କ...

‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ପରଲୋକ

ଲସ ଆଞ୍ଜେଲସ,୫।୫: ହଲିଉଡରୁ ଏକ ଦୁଃଖଦ ଖବର ଆସିଛି। ସୁପରହିଟ ଫିଲ୍ମ ‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ଦେହାନ୍ତ ହୋଇଛି। ବର୍ନାର୍ଡଙ୍କ ମୃତ୍ୟୁ ଖବର...

ବ୍ୟାନ ହେଲା ଅଲ ଜଜିରା, ନେତାନ୍ୟାହୁ କହିଲେ ଉସକାଇବା ଚ୍ୟାନେଲ

ଜେରୁଜେଲମ,୫।୫: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ରବିବାର (୫ ମଇ ୨୦୨୪) ଇସ୍ରାଏଲର ଅଲ ଜଜିରା ଟେଲିଭିଜନ ଚ୍ୟାନେଲ ଉପରେ ପ୍ରତିବନ୍ଧକ ଘୋଷଣା କରିଛନ୍ତି। ସେ...

ମୋଷ୍ଟ ଓ୍ବାଣ୍ଟେଡ ତାଲିକାରେ ୟୁକ୍ରେନ ରାଷ୍ଟ୍ରପତି, ଆଉ କିଛି ଦେଶର ନେତାଙ୍କର ରହିଛି ନାଁ!

ମସ୍କୋ,୫।୫: ରୁଷିଆ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କିଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରି ତାଙ୍କୁ ଓ୍ବାଣ୍ଟେଡ ତାଲିକାରେ ରଖିଛି। ଏ ବାବଦରେ ଆଉ କୌଣସି...

ବ୍ରାଜିଲରେ ଭୟଙ୍କର ବନ୍ୟା, ୫୬ ମୃତ

ବ୍ରାଜିଲ,୫।୫: ତାଣ୍ଡବ ରଚିଲା ପ୍ରକୃତି। ବ୍ରାଜିଲରେ ଦେଖାଯାଇଛି ଭୟଙ୍କର ବନ୍ୟା । ଦକ୍ଷିଣ ଆଫ୍ରିକାରେ ପ୍ରବଳ ବର୍ଷା କାରଣରୁ ଭୟଙ୍କର ବନ୍ୟା ସୃଷ୍ଟି ହୋଇଛି ।...

୧୭ ରୋଗୀଙ୍କୁ ମାରିଥିବା ନର୍ସଙ୍କୁ ୭୦୦ ବର୍ଷ ଜେଲ

ଓ୍ବାଶିଂଟନ,୫ା୫: ୧୭ ଜଣ ରୋଗୀଙ୍କୁ ମାରିଥିବା ଆମେରିକା ପେନ୍‌ସିଲଭାନିଆର ଜଣେ ନର୍ସଙ୍କୁ ଶନିବାର ୩୮୦ରୁ ୭୦୦ ବର୍ଷ ଜେଲଦଣ୍ଡ ହୋଇଛି। ହିଥର ପ୍ରେସ୍‌ଦି (୪୧) ନାମ୍ନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri