Odisha Elections 2024

ପରିଚୟ ହରାଇଲାଣି କୃଷ୍ଣସାଗର

କୁଆମରା,୫।୧(ଡି.ଏନ.ଏ.) ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ କୁଆମରା-ଚିଲିମା ଗ୍ରାମର ମଧ୍ୟସ୍ଥଳୀରେ ରାଜ ରାଜୁଡ଼ା ଅମଳରୁ ୪ ଏକର ବିଶିଷ୍ଟ କୃଷ୍ଣ ସାଗର ନାମରେ ଏକ ଜଳାଶୟ ରହିଛି। ଏହାର ଗଭୀର ପ୍ରାୟ ୨୦ ଫୁଟରୁ ଅଧିକ ହେବ। ଏହି ଜଳାଶୟରେ ଗ୍ରାମବାସୀ ସ୍ନାନାଦି କର୍ମ ଓ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟରେ ପୂଜା ପାଠ କରି ପୂଜା ମଣ୍ଡପକୁ ଜଳ ନେଇଥାନ୍ତି। କୃଷ୍ଣ ସାଗର ନାମରେ ଏହାର ସ୍ବତନ୍ତ୍ର ପରିଚୟ ରହିଛି। ମାତ୍ର ପ୍ରଶାସନ, ପଞ୍ଚାୟତର ଅଣଦେଖା ଓ ଅବହେଳାରୁ ଏହାର ପୁନରୁଦ୍ଧାର ହୋଇ ନ ପାରି କ୍ରମଶଃ ପୋତି ହୋଇ ପଡ଼ିଲାଣି। ଅନାବନା ଦଳ ଓ ପଙ୍କ ଉଦ୍ଧାର ହୋଇ ପାରୁ ନାହିଁ। ଫଳରେ ଏହା ପରିଚୟ ହରାଇବାକୁ ବସିଲାଣି।
କୁଆମରା, ଚିଲିମା ଓ ଆଗରପଡ଼ା ଗ୍ରାମର ଲୋକେ ବିଶେଷ କରି ଏହି ପୋଖରୀ ଉପରେ ର୍ନିଭର କରନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବଚ୍ଛ ଭାରତ ଅଭିଯାନ ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ଗଙ୍ଗା ନଦୀର ଜଳକୁ ସ୍ବଚ୍ଛ କରିବା ପାଇଁ ସରକାରଙ୍କ ପକ୍ଷରୁ ୨୦୧୭ରୁ ପ୍ରୟାସ ଜାରି ରହିଛି। ମାତ୍ର ସ୍ବତନ୍ତ୍ର ପରିଚୟ ରଖିଥିବା ଏହି କୃଷ୍ଣ ସାଗରର ପାଣି ଏବେ ଜହର ପାଲଟିଲାଣି। ଜଳାଶୟ ଆବର୍ଜନା କୁଣ୍ଡ ପାଲଟିବା ଯୋଗୁ ଏଥିରେ ସ୍ନାନ କଲେ ବିଭିନ୍ନ ଚର୍ମରୋଗରେ ଶିକାର ହେଉଛନ୍ତି ଲୋକେ। ଦୀର୍ଘ ବର୍ଷ ଧରି ପରିତ୍ୟକ୍ତ ଅବସ୍ଥାରେ ପଡ଼ିବା ଯୋଗୁ ବ୍ୟବହାର ଉପଯୋଗୀ ହୋଇ ପାରୁନାହିଁ। ଜଳାଶୟଟି ଗ୍ରାମର ଶେଷ ମୁଣ୍ଡରେ ରହିଛି। ଏହା ନିକଟରେ ୩ ଖଣ୍ଡ ଗ୍ରାମର ୫ ହେକ୍ଟର ଚାଷ ଜମି ରହିଛି। ଲୋକେ ଖରିଫ ଓ ରବି ଚାଷ ପାଇଁ ଏହି ଜଳାଶୟର ପାଣିକୁ ବ୍ୟବହାର କରିଥାନ୍ତି। ମାତ୍ର ବର୍ଷକୁ ବର୍ଷ ଏହା ପୋତି ହୋଇ ପଡ଼ିବା ଯୋଗୁ ପୂର୍ବାପେକ୍ଷା ଜଳାଶୟରେ ପାଣି ସଂରକ୍ଷଣ କମି କମି ଯାଉଛି। ଅଧିକ ଜଳ ସଂରକ୍ଷଣ ନ ହୋଇ ପାରିବା ଯୋଗୁ କମ୍‌ ବୃଷ୍ଟିପାତ ସମୟରେ ଏହା ଚାଷୀଙ୍କ କାମରେ ଆଉ ଲାଗି ପାରୁନାହିଁ। ଅନ୍ୟପକ୍ଷରେ ଦଳ ଭର୍ତ୍ତି ହୋଇ ରହିବା ଯୋଗୁ ଗାଧୋଇବା ସହ କ୍ରିୟାକର୍ମ ବି ହୋଇପାରୁ ନାହିଁ। ମାଛ ଚାଷରେ ମଧ୍ୟ କ୍ଷତି ଘଟୁଛି। ତେବେ ଏହାର ପୁନରୁଦ୍ଧାର ହେଲେ ଶ୍ରମିକମାନେ କାମ ପାଇବା ସହ କୃଷକ ଓ ମାଛ ଚାଷୀ ଉପକୃତ ହୋଇ ପାରନ୍ତେ ବୋଲି ଗ୍ରାମବାସୀମାନେ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାବୁ ହେଲା ବାରିପଦା ସହରକୁ ପଶି ଆସିଥିବା କଲରାପତରିଆ

ବାରିପଦା,୧୭।୫ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ସହର ସ୍ଥିତ ବୁଢିଖମାରୀ ଠାରେ ଆତଂକ ଖେଳାଉଥିବା କଲରାପତରିଆ ବାଘକୁ ବନବିଭାଗ କାବୁ କରିଛି ।...

ବାରିପଦା ସହରରେ ବୁଲୁଛି ବାଘ

ବାରିପଦା,୧୭ା୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ସହରସ୍ଥିତ ବୁଢ଼ିଖମାରୀଠାରେ କଲରାପତରିଆ ବାଘ ଆତଙ୍କ ଖେଳାଇବାରେ ଲାଗିଛି। ବାଘଟି ଏକ ସ୍କୁଲ ମଧ୍ୟରେ ପଶିଯାଇଥିବାରୁ ଧରିବା...

ବୋଲେରୋରୁ ମିଳିଲା ୨ଲକ୍ଷ ୬୪ ହଜାରରୁ ଅଧିକ ଟଙ୍କା

ବାରିପଦା,୧୨।୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗରିପୋଷି ବିଧାନସଭା ନିର୍ବାଚନ ମଣ୍ଡଳୀ ଶାମାଖୁଣ୍ଟା ବ୍ଳକ ରଙ୍ଗମାଟିଆ ଛକରୁ ଏକ ବୋଲେରୋ ଗାଡିରୁ ବିପୁଳ ପରିମାଣର ଟଙ୍କା...

ଶୀତଳ ହେଲା ଶିମିଳିପାଳ

ବାରିପଦା,୧୧।୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସବୁଜ ବନାନୀରେ ପରିପୂର୍ଣ୍ଣ ପ୍ରକୃତି ରାଣୀ ଶିମିଳିପାଳକୁ ପ୍ରାକୃତିକ ବର୍ଷାରୁ ସୁରକ୍ଷା ମିଳିଛି। ଶୀତଳ ହୋଇଛି ଅଭୟାରଣ୍ୟ ବନାଗ୍ନି। ଦୀର୍ଘ ୫୦ଦିନ...

ମୋରମ,ମାଟି ଚାଲାଣକାରୀ ସକ୍ରିୟ

ମୋରଡ଼ା,୧୦ା୫(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକରେ ବେଆଇନ ମାଟି ଓ଼ ମୋରମ ଚାଲାଣକାରୀ ସକ୍ରିୟ ହୋଇ ପଡ଼ିଛନ୍ତି। ସଂରକ୍ଷିତ ଜଙ୍ଗଲରୁ ମାଟି ଓ଼ ମୋରମ...

୩ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡାଦେଶ

ବାରିପଦା,୭।୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ଅତିରିକ୍ତ ଜିଲା ଓ ଦୌରା ଜଜ (୧) କୋର୍ଟରେ ମଙ୍ଗଳବାର ଏକ ନରହତ୍ୟା ମାମଲାର ରାୟ ପ୍ରକାଶ...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୨୦ ଘର

ବାରିପଦା,୭।୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ କେନ୍ଦୁଡିହା ପଞ୍ଚାୟତ କୁଳିଅଣା ବିନ୍ଧାଣିସାହିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଆକସ୍ମିକ ଅଗ୍ନିକାଣ୍ଡରେ ବିନ୍ଧାଣିବସ୍ତିର ୨୦ରୁ...

କାଳ ବୈଶାଖୀରେ ଭାଙ୍ଗିଲା ଗଛ: ରାଜପଥରେ ଯାତାୟାତ ବାଧାପ୍ରାପ୍ତ

ମୋରଡ଼ା,୬।୫(ସ୍ମାରକ ମାଜୀ): କାଳ ବୈଶାଖୀ ପ୍ରଭାବରେ ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନ ଚିତ୍ରଡାରେ ଅଞ୍ଚଳରେ ସୋମବାର ରାତି ପ୍ରାୟ ୮ଟାରେ ପ୍ରବଳ ବେଗରେ ପବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri