ମନଇଛା ଘରଭଡା ବଢାଇପାରିବେ କି ମାଲିକ? ଓଡ଼ିଶାରେ ଭଡାଘର ଏଗ୍ରିମେଣ୍ଟକୁ ନେଇ ବଦଳିଲା ନିୟମ

ଭୁବନେଶ୍ୱର,୧୩ା୬: ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ କରିଛନ୍ତି। କେନ୍ଦ୍ରର ମଡେଲ ଟେନାନ୍ସି ଆକ୍ଟକୁ ଆଧାର କରି ପ୍ରସ୍ତୁତ ଏହି ଚିଠା ଆଇନରେ ଘରମାଲିକ ଓ ଭଡ଼ାଟିଆଙ୍କ ଅଧିକାର, ଦାୟିତ୍ୱ ଓ ବିବାଦ ସମାଧାନ ପାଇଁ ବ୍ୟାପକ ବ୍ୟବସ୍ଥା ରହିଛି।

ଏଣିକି ମୌଖିକ ଚୁକ୍ତିରେ ଘର ଭଡ଼ା ଦେବା କିମ୍ବା ନେବା ସମ୍ଭବ ହେବ ନାହିଁ। ଘରମାଲିକ ଓ ଭଡ଼ାଟିଆଙ୍କ ମଧ୍ୟରେ ଲିଖିତ ଚୁକ୍ତିନାମା ସ୍ୱାକ୍ଷର ହେବା ପରେ ତାହାକୁ ଦୁଇ ମାସ ମଧ୍ୟରେ ଭଡ଼ା ପ୍ରାଧିକରଣ ଓ ସ୍ଥାନୀୟ ଥାନାରେ ପଞ୍ଜୀକରଣ କରିବାକୁ ପଡ଼ିବ। ସରକାର ଏକ ଅନଲାଇନ୍ ପୋର୍ଟାଲ୍ ଖୋଲିବେ, ଯେଉଁଠାରେ ସମସ୍ତ ଭଡ଼ା ଚୁକ୍ତି ପଞ୍ଜୀକୃତ ହେବ। ପ୍ରତ୍ୟେକ ଚୁକ୍ତିକୁ ଏକ ୟୁନିକ୍ ଆଇଡି ନମ୍ବର ମିଳିବ। ଏହା ଦ୍ୱାରା ଭଡ଼ା ସମ୍ପର୍କିତ ବିବାଦରେ ତଥ୍ୟ ଯାଞ୍ଚ ସହଜ ହେବ।

ଆଇନରେ ଉଭୟ ପକ୍ଷର ଅଧିକାର ଓ ଦାୟିତ୍ୱ ସ୍ପଷ୍ଟ କରାଯାଇଛି। ଘର ମାଲିକ ଭଡ଼ା ଆଦାୟ କରିବାର ଅଧିକାର ପାଇବେ, ସେହିପରି ଭଡ଼ାଟିଆ ମଧ୍ୟ ଚୁକ୍ତି ଅନୁଯାୟୀ ଘର ବ୍ୟବହାର କରିବାର ଅଧିକାର ପାଇବେ।ଘର ଭଡ଼ା ଘର ମାଲିକ ଓ ଭଡ଼ାଟିଆଙ୍କ ମଧ୍ୟରେ ପାରସ୍ପରିକ ସହମତିରେ ସ୍ଥିର ହେବ। ଭଡ଼ା ନିର୍ଦ୍ଧାରଣ ପାଇଁ ସରକାର କୌଣସି ସୀମା ଧାର୍ଯ୍ୟ କରିବେ ନାହିଁ।

ଚୁକ୍ତିରେ ଉଲ୍ଲେଖ ଥିଲେ ଘର ମାଲିକ ଭଡ଼ା ବଢ଼ାଇପାରିବେ। ଘରର ଉନ୍ନତିକରଣ, ନୂଆ ନିର୍ମାଣ କିମ୍ବା ଗଠନମୂଳକ ପରିବର୍ତ୍ତନ ପରେ ମଧ୍ୟ ଭଡ଼ା ବୃଦ୍ଧିର ବ୍ୟବସ୍ଥା ରହିଛି । ଘର ମାଲିକଙ୍କ ଲିଖିତ ଅନୁମତି ବିନା ଭଡ଼ାଟିଆ ଘରର କୌଣସି ଅଂଶ କିମ୍ବା ସମ୍ପୂର୍ଣ୍ଣ ଘର ଅନ୍ୟକୁ ଭଡ଼ାରେ ଦେଇପାରିବେ ନାହିଁ । ଏପରି ଚୁକ୍ତି ହେଲେ ତାହା ମଧ୍ୟ ପଞ୍ଜୀକୃତ କରିବାକୁ ପଡ଼ିବ ।

ଚିଠା ଆଇନରେ ଭଡ଼ା ଚୁକ୍ତି ସମୟରେ ନିଆଯାଉଥିବା ସୁରକ୍ଷା ଜମା ରାଶି (Security Deposit) ସମ୍ପର୍କରେ ମଧ୍ୟ ବ୍ୟବସ୍ଥା ରହିଛି । ଏହାକୁ ନେଇ ଭବିଷ୍ୟତରେ ବିବାଦ କମିବ ବୋଲି ଆଶା କରାଯାଉଛି । କେଉଁ କାମ ଘରମାଲିକ କରିବେ ଏବଂ କେଉଁ କାମ ଭଡ଼ାଟିଆ କରିବେ, ସେନେଇ ସ୍ପଷ୍ଟ ନିୟମ ରହିଛି । ଏହା ମରାମତିକୁ କେନ୍ଦ୍ର କରି ହେଉଥିବା ବିବାଦକୁ କମାଇବ ।ଘରମାଲିକଙ୍କୁ ଭଡ଼ା ନେବା ପରେ ଭଡ଼ାଟିଆଙ୍କୁ ରସିଦ ପ୍ରଦାନ କରିବାକୁ ହେବ। ଏହା ଭଡ଼ା ଦେୟକୁ ନେଇ ଭବିଷ୍ୟତ ବିବାଦ ଏଡ଼ାଇବ।

ଭଡ଼ା ସମ୍ବନ୍ଧୀୟ ମାମଲାର ତ୍ୱରିତ ଶୁଣାଣି ପାଇଁ ସ୍ୱତନ୍ତ୍ର ଭଡ଼ା ନ୍ୟାୟାଳୟ ଓ ଭଡ଼ା ନ୍ୟାୟାଧିକରଣ ଗଠନ ହେବ। ଏହା ଦ୍ୱାରା ବର୍ଷ ବର୍ଷ ଧରି ଅଦାଲତରେ ପଡ଼ି ରହୁଥିବା ମାମଲାର ଶୀଘ୍ର ସମାଧାନ ସମ୍ଭବ ହେବ । ଚୁକ୍ତିର ଅବଧି ଶେଷ ପରେ ଭଡ଼ାଟିଆ ଘର ଖାଲି ନକଲେ ତାଙ୍କ ଉପରେ ବର୍ଦ୍ଧିତ ଭଡ଼ା ଲାଗୁ ହେବ। ଏହା ଦ୍ୱାରା ଘରମାଲିକଙ୍କୁ ଘର ଫେରସ୍ତ ପାଇବା ସହଜ ହେବ ।ଘର ମାଲିକ କିମ୍ବା ଭଡ଼ାଟିଆଙ୍କ ମୃତ୍ୟୁ ହେଲେ ତାଙ୍କ ଉତ୍ତରାଧିକାରୀମାନେ ଚୁକ୍ତିର ଅବଶିଷ୍ଟ ସମୟ ପାଇଁ ସମାନ ଅଧିକାର ଓ ଦାୟିତ୍ୱ ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ଗଣେଶ ପୂଜାରେ ଅଘଟଣ: ମଣ୍ଡପକୁ ଯିବା ଲାଗି ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଯୁବକ

ବାଲେଶ୍ୱର,୧୪ା୯(ବାଞ୍ଛାନିଧି ଦେ): ଅଗ୍ରପୂଜ୍ୟ ଗଣପତି ବାବାଙ୍କ ପୂଜା ଉତ୍ସବ ସୋମବାର ଧୂମ୍‌ଧାମରେ ପାଳିତ ହେଉଥିବାବେଳେ ବାଲେଶ୍ୱର ଜିଲା ରେମୁଣା ଅଞ୍ଚଳରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି…

ନୂଆଁଖାଇରେ ମାଟିପାତ୍ରର ମହକ; ବଲାଙ୍ଗୀର ହାଟରେ ବିକ୍ରି ହେଲାଣି କୁରେପତ୍ର ସାଙ୍ଗକୁ ଖଲିଦନା

ବଲାଙ୍ଗୀର,୧୪ା୯(ସୁନିଲ କୁମାର ମହାନ୍ତି): ରାତି ପାହିଲେ ନୂଆଁଖାଇ । ପ୍ରକୃତି ସହ ଓତପ୍ରୋତ ଭାବେ ଜଡ଼ିତ ନୂଆଁଖାଇ । ଏହି ଦିନ ପ୍ରଥମ ଅନ୍ନ ପ୍ରସ୍ତୁତିରେ ମାଟିପାତ୍ରର…

ବରଗଡ଼ରେ ଚାଞ୍ଚଲ୍ୟ: ନୂଆଖାଇ ପୂର୍ବରୁ ସ୍ତ୍ରୀଙ୍କୁ ପିଟିପିଟି ମାରିଲେ ସ୍ବାମୀ

ଅତାବିରା,୧୪।୯(ଯୁଧିଷ୍ଠିର ମହାପାତ୍ର)- ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଅମ୍ଳିପାଲି ପଞ୍ଚାୟତ ଗଡତିଆଟିକ୍ରା ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀଙ୍କୁ ପିଟିପିଟି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ…

ପୁଣି ବଡ଼ ଆନ୍ଦୋଳନ, ମହାରାଷ୍ଟ୍ର ସରକାରଙ୍କୁ ଘେରିବ CJP! ଅଭିଜିତ ଦୀପକେ କହିଲେ..

ମୁମ୍ବାଇ,୧୪ା୯: ଆନ୍ଦୋଳନ ନେଇ ବଡ଼ ଘୋଷଣା କଲା ସିଜେପି । ନିଟ୍‌ ପେପର ଲିକ୍‌ ମାମଲାକୁ ନେଇ ଦିଲ୍ଲୀର ଜନ୍ତର ମନ୍ତରରେ ବିକ୍ଷୋଭ ପରେ ଏବେ ମହାରାଷ୍ଟ୍ରର…

ଓରାଙ୍ଗଉଟାନକୁ ପୁଣି ଜ୍ୱର: ଡାକ୍ତରୀ ଟିମ୍‌ ସଜାଗ

ବାରଙ୍ଗ,୧୪।୧୦(ଲିଙ୍ଗରାଜ ରାଉତ): ବାଲେଶ୍ବରରୁ ଉଦ୍ଧାର ହୋଇ ନନ୍ଦନକାନନକୁ ଆସିଥିବା ଓରାଙ୍ଗଉଟାନଙ୍କ ମଧ୍ୟରୁ ଜଣେ ଜ୍ବରରେ ଆକ୍ରାନ୍ତ ହୋଇଛି। ଉକ୍ତ ଓରାଙ୍ଗଉଟାନଟି ଆସିବା ଦିନଠାରୁ ଜ୍ବରରେ ଆକ୍ରାନ୍ତ ହୋଇଥିବାର…

ମହାନଦୀକୁ ଗାଧୋଇବାକୁ ଯାଇଥିଲେ ୩ ଯୁବକ, ହଠାତ୍‌ ଗଲେ ଭାସି: ଆଉ ତା’ପରେ…

ବାଙ୍କୀ,୧୪।୯(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ସୁବର୍ଣ୍ଣପୁର ପଞ୍ଚାୟତସ୍ଥିତ ଘୋଡାବର ଗ୍ରାମ ନିକଟସ୍ଥ ମହାନଦୀରେ ଗାଧୋଇବାକୁ ଯାଇ ୩ ଜଣ ଯୁବକ ଭାସି ଯାଇଥିବା ବେଳେ ଦୁଇଜଣ…

ଗଣେଶ ଚତୁର୍ଥୀରେ ହଠାତ୍ କମିଗଲା ସୁନା ଦର, ରୁପା ବି ହେଲା ଶସ୍ତା

ନୂଆଦିଲ୍ଲୀ,୧୪ା୯: ସୁନା ଓ ରୁପା ଦରରେ ଗତ କିଛି ଦିନ ହେବ ଉତ୍‌ଥାନ-ପତନ ଲାଗି ରହିଛି । ସେପ୍ଟେମ୍ବର ୧୪, ଗଣେଶ ଚତୁର୍ଥୀ ଅବସରରେ ସୁନା କିଣିବାକୁ…

ପରିତ୍ୟକ୍ତ ଅବସ୍ଥାରେ ଜମ୍ବୁ ବ୍ରିଟିଶ ଲାଲ୍‌ କୋଠା, ଭୁଲ୍‌ କଲେ ଓଡ଼ିଶା ଲୋକଙ୍କୁ ଏଠାରେ ମିଳୁଥିଲା ଦଣ୍ଡ, ଆଉ ଏବେ…

ମହାକାଳପଡ଼ା,୧୪ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ବ୍ରିଟିଶ ଲାଲ କୋଠା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏକଦା ଏହା ଓଡ଼ିଶାର ବ୍ରିଟିଶ ଶାସକମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?