ବହୁ ଖୋଜାଖୋଜିି ପରେ ବି ମିଳିଲେନି: ଏବେ ଜଙ୍ଗଲରେ…

ଭଞ୍ଜନଗର, ୧୫।୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ତାରସିଂ ଥାନା ପୋଲିସ ସୋମବାର ବ୍ରାହ୍ମଣପଦର ନିକଟସ୍ଥ ଜଙ୍ଗଲରୁ ଜଣେ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ହେଲେ ବ୍ରାହ୍ମଣପଦର ଗ୍ରାମର ହରିବନ୍ଧୁ ସାହୁ।ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲକୁ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।

ସୂଚନା ଅନୁଯାୟୀ, ହରିବନ୍ଧୁ ସାହୁ ଏକ ଗରିବ ପରିବାରର ହୋଇଥିବାରୁ ଜଙ୍ଗଲରୁ ଜାଳେଣି କାଠ ଓ ବିଭିନ୍ନ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରି ପରିବାର ପ୍ରତିପୋଷଣ କରୁଥିଲେ। ପ୍ରାୟ ପାଞ୍ଚ ଦିନ ପୂର୍ବେ ସେ ପୂର୍ବଭଳି ଜଙ୍ଗଲକୁ ଯାଇଥିଲେ। ତେବେ ସେହିଦିନଠାରୁ ସେ ଘରକୁ ଫେରି ନଥିଲେ।

ପରିବାର ଲୋକେ ହରିବନ୍ଧୁଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ପାଇନଥିଲେ। ପରେ ଏନେଇ ତାରସିଂ ଥାନାରେ ଏକ ନିଖୋଜ ଅଭିଯୋଗ ଦାଖଲ କରାଯାଇଥିଲା।ସୋମବାର କିଛି ସ୍ଥାନୀୟ ଲୋକ ବ୍ରାହ୍ମଣପଦର ନିକଟସ୍ଥ ଜଙ୍ଗଲ ଭିତରେ ଏକ ମୃତଦେହ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ସୂଚନା ପାଇ ତାରସିଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା। ପରେ ମୃତଦେହଟି ହରିବନ୍ଧୁ ସାହୁଙ୍କର ବୋଲି ଚିହ୍ନଟ ହୋଇଥିଲା।

ହରିବନ୍ଧୁ କେଉଁ ପରିସ୍ଥିତିରେ ମୃତ୍ୟୁବରଣ କଲେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଅତ୍ୟଧିକ ଗରମ କାରଣରୁ ଅଂଶୁଘାତର ଶିକାର ହୋଇ ସେ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରୁ ମିଳିଲା ହାତୀଛୁଆର ମୃତଦେହ, ଆଭ୍ୟନ୍ତରୀଣ କନ୍ଦଳରୁ…

ରିଆମାଳ,୨୦ା୧୧(ବଦ୍ରି ନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବଡ଼ା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଗଦଗଦା ଗ୍ରାମ ନିକଟସ୍ଥ ରମ୍ଭା ଦେବୀ ସଂରକ୍ଷିତ ଜଙ୍ଗଲରୁ ଶୁକ୍ରବାର ଏକ…

ସନ୍ୟାସ ନେବା ପରେ ପତ୍ନୀଙ୍କ ସହ ଏମିତି ଟାଇମ ସ୍ପେଣ୍ଡ କରୁଛନ୍ତି ଏମଏସ ଧୋନୀ!

ନୂଆଦିଲ୍ଲୀ,୨୦।୧୧: ପୂର୍ବତନ ଭାରତୀୟ ଅଧିନାୟକ ଏମ ଏସ ଧୋନୀଙ୍କ ପତ୍ନୀ ସାକ୍ଷୀ ଇନଷ୍ଟାଗ୍ରାମରେ ତାଙ୍କ ଜନ୍ମଦିନ ପାଳନର କିଛି ଫଟୋ ଏବଂ ଏକ ଭିଡିଓ ଶେୟାର କରିଛନ୍ତି।…

ସୁନାର ଫସଲ ଉଜୁଡି ଯିବା ଆଶଙ୍କାରେ ଚାଷୀ ଆତଙ୍କିତ, ଘାରିଛି ଋଣ ଚିନ୍ତା

ପଟ୍ଟାମୁଣ୍ଡାଇ,୨୦ା୧୧(କଳ୍ପତରୁ ନାୟକ): ସାମୁଦ୍ରିକ ଝଡ଼ ଅକ୍ୱାନ ପ୍ରଭାବରେ କେନ୍ଦ୍ରାପଡ଼ା ଜିଲାରେ ଗୁରୁବାର ବର୍ଷା ଓ ପବନ ଆରମ୍ଭ ହୋଇଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ…

କ୍ରିକେଟପ୍ରେମୀଙ୍କ ପାଇଁ ବଡ଼ ଖବର: ୨୦୨୭ ବିଶ୍ୱକପ ଖେଳିବେ ନା ନାହିଁ ରୋହିତ-ବିରାଟ, ଶେଷରେ BCCI ଦେଲା ବଡ଼ ବୟାନ

ନୂଆଦିଲ୍ଲୀ, ୨୦।୧୧: ୨୦୨୭ରେ ଆୟୋଜିତ ହେବ ଦିନିକିଆ ବିଶ୍ୱକପ। ଏହି ବଡ଼ ଟୁର୍ନାମେଣ୍ଟରେ ରୋହିତ ଶର୍ମା ଓ ବିରାଟ କୋହଲି ଖେଳିବାକୁ ନେଇ ଦୀର୍ଘଦିନ ଧରି ସସ୍‌ପେନ୍ସ…

ମାଣ୍ଡୁବାଡ଼ିରେ ପାଣି ପାଇଁ ଉତ୍ତେଜନା: କୂଅରେ କୁକୁର ମୃତଦେହ ଫିଙ୍ଗିଦେଲେ ଦୁର୍ବୃତ୍ତ

ଦାରିଙ୍ଗବାଡ଼ି,୨୦।୧୧(ଅରୁଣ ସାହୁ): ଗୋଟିଏ ପଟେ ବାତ୍ୟା ‘ଅକ୍ୱାନ’କୁ ନେଇ ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ିଥିବା ବେଳେ ଅନ୍ୟପଟେ ପିଇବା ପାଣି କୂଅରେ କୁକୁରର ମୃତଦେହ ଫିଙ୍ଗିଦେବା ଘଟଣାକୁ ନେଇ…

EPFOକୁ ବଡ଼ ଝଟ୍‌କା: ବୁଡ଼ିଗଲା ୧,୮୦୦ କୋଟିରୁ ଅଧିକ ଟଙ୍କା!

ନୂଆଦିଲ୍ଲୀ, ୨୦।୧୧: ଦେଶର କୋଟି କୋଟି ଚାକିରିଆଙ୍କ କଷ୍ଟ ଅର୍ଜିତ ଟଙ୍କାର ଦାୟିତ୍ୱ ବହନ କରୁଥିବା କର୍ମଚାରୀ ଭବିଷ୍ୟନିଧି ସଂଗଠନ (EPFO)କୁ ଲାଗିଛି ବଡ଼ ଝଟ୍‌କା। ରିଲାଏନ୍ସ…

ନିଖୋଜ ସନ୍ତୋଷଙ୍କ ମିଳିଲା ମୃତଦେହ: ଖେଳିଗଲା ଶୋକର ଛାୟା

ଗୁଡାରି,୨୦।୧୧(ପ୍ରମୋଦ କୁମାର ପତି): ଗତ ୧୮ ତାରିଖ ଅପରାହ୍ନରୁ ନିଖୋଜ ଥିବା ଗୁଡାରି ବ୍ଲକ ଅନ୍ତର୍ଗତ ଏମ କେ ରାଇ ଗ୍ରାମପଞ୍ଚାୟତର ମେରିଆପାଙ୍ଗା ଗ୍ରାମର ଯୁବକ ସନ୍ତୋଷ…

କାହାରି କଥା ଶୁଣନ୍ତି ନାହିଁ ଶୁବମନ ଗିଲ, ନିଜ ଇଚ୍ଛାର ମାଲିକ ହୋଇଯାଇଛନ୍ତି, ୪ଟି ଭୁଲ ପାଇଁ…

ନୂଆଦିଲ୍ଲୀ,୨୦।୧୧: ଭାରତୀୟ କ୍ରିକେଟ ଦଳର ଅଧିନାୟକ ଶୁବମନ ଗିଲ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ଦୁଇ ଦିନରେ ବଡ଼ ଭୁଲ କରିଥିଲେ। ଭାରତକୁ ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?