ବଜ୍ରପାତରେ ଚାଲିଗଲା ଯୁବକଙ୍କ ଜୀବନ

କଳାହାଣ୍ଡି,୧୫ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଗୋକୁଳେଶ୍ୱର ଗ୍ରାମର ଜଣେ ଯୁବକଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ଗୋଲକ ଗଉଡ଼(୧୮)। ରବିବାର ସନ୍ଧ୍ୟାରେ କେସିଙ୍ଗା ବ୍ଲକ ଅଞ୍ଚଳରେ ଘଡ଼ଘଡ଼ି ହେବା ସହ ପ୍ରଥମ ବର୍ଷା ହୋଇଥିଲା।
ଗୋଲକ ତାଙ୍କ ମାଆ ରୋଷେଇ କରିବା ପାଇଁ ତାଙ୍କ ଘର ପଛ ପଟେ ରଖୁଥୁବାଜମିକୁ କାଠ ଆଣିବା ପାଇଁ ଯାଇଥିଲେ। କାଠ ଆଣି ଯାଉଥିବା ସମୟରେ ହଠାତ ଘଡ଼ଘଡ଼ି ଓ ବର୍ଷା ହୋଇଥିବା ଯୋଗୁ ସେ ଘର ପଛ ପଟେ ଥିବା ଏକ ଗଛ ତଳେ ଲୁଚି ଯାଇଥିଲେ। ସେତେବେଳେ ବଜ୍ରପାତ ହୋଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପରିବାର ଲୋକେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ଗୋଲକଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗୋଲକଙ୍କ ମା’ ଦାବି କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କଳପଡ଼ା ରଜ ମହୋତ୍ସବ ବନ୍ଦ ଘଟଣା:ଅନୁମତି ପତ୍ର ଦେଇ ଫେରାଇନେଲା ପୋଲିସ ପ୍ରଶାସନ

କଟକ ସଦର,୧୫।୬(ସୁଶାନ୍ତ କୁମାର ଜେନା) ୪୨ ମୌଜା ଅନ୍ତର୍ଗତ କଳପଡ଼ା ରଜ ମହୋତ୍ସବ ବନ୍ଦ ଘଟଣା ଉପରେ ୟୁନିୟନ ଫର କଟକ ସଦର ଡେଭଲପମେଣ୍ଟର ସଭାପତି ଘଟଣାର…

୨୦ ଜୁନରେ ଓଡ଼ିଶା ଗସ୍ତରେ ଆସିବେ ମୋଦି: ଜାଣନ୍ତୁ କାର୍ଯ୍ୟସୂଚୀ..

ଭୁବନେଶ୍ୱର, ୧୬।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ୍ତା ୨୦ ଜୁନ ଓଡ଼ିଶା ଗସ୍ତର ବିସ୍ତୃତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଏକ ଦିନିକିଆ ଗସ୍ତରେ ସେ ଓଡ଼ିଶା ଆସି…

ଆମେରିକା-ଇରାନ ମଧ୍ୟରେ ଶାନ୍ତି ଚୁକ୍ତିକୁ ଭାରତର ସ୍ବାଗତ: ପ୍ରଧାନମନ୍ତ୍ରୀ ମୋଦି କହିଲେ, ମୁଁ ଏହି ଚୁକ୍ତିକୁ…

ନୂଆଦିଲ୍ଲୀ,୧୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଶାନ୍ତି ଚୁକ୍ତିକୁ ସ୍ବାଗତ କରିଛନ୍ତି। ଏହି ଚୁକ୍ତି ଏହି ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା…

ବହୁ ଖୋଜାଖୋଜିି ପରେ ବି ମିଳିଲେନି: ଏବେ ଜଙ୍ଗଲରେ…

ଭଞ୍ଜନଗର, ୧୫।୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ତାରସିଂ ଥାନା ପୋଲିସ ସୋମବାର ବ୍ରାହ୍ମଣପଦର ନିକଟସ୍ଥ ଜଙ୍ଗଲରୁ ଜଣେ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ…

ବଡ଼ ଭାଇର ପ୍ରେମ ପାଇଁ ସାନ ଭାଇକୁ ଗୁଳି: ପାଣ୍ଡରାସିଙ୍ଗାରେ ରାସ୍ତାରୋକ, ହତ୍ୟାକାଣ୍ଡକୁ ନେଇ ତୀବ୍ର ଉତ୍ତେଜନା

ଗଣିଆ,୧୫।୬: ନୟାଗଡ଼ ଜିଲାର ଗଣିଆ ଅଞ୍ଚଳରେ ଗ୍ୟାରେଜ ମାଲିକ ରବୀନ୍ଦ୍ରଙ୍କ ହତ୍ୟା ଘଟଣାକୁ ନେଇ ସୋମବାର ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। କଣ୍ଟିଲୋ–ଗଣିଆ ମୁଖ୍ୟ ରାସ୍ତାର ପାଣ୍ଡରାସିଙ୍ଗା…

ପୋଖରୀର ଦୂଷିତ ପାଣି ପିଉଛନ୍ତି ଗ୍ରାମବାସୀ

ମହାକାଳପଡ଼ା,୧୫ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟ୍‌ଛେଲା ଗ୍ରାମରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ମହିଳାମାନେ ପାନୀୟଜଳ ସମସ୍ୟା ଯୋଗୁ ଗଡ଼ିଆ, ପୋଖରୀର…

୧୮ରେ ଖୋଲିବ ସ୍କୁଲ; ଖରା ବଢ଼ିଲେ ପୁନର୍ବିଚାର…

ଭୁବନେଶ୍ୱର,୧୫।୬: ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ନେଇ ସ୍କୁଲ ଖୋଲିବା ନ ଖୋଲିବା ଚର୍ଚ୍ଚା ମଧ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୋମବାର ମସ୍ପଷ୍ଟ କରିଛନ୍ତି।…

କେନାଲ ଗଛରେ ଝୁଲୁଛି ମେଡିକାଲ କର୍ମଚାରୀଙ୍କ ମୃତଦେହ

ଭବାନୀପାଟଣା,୧୫।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଉଦେପୁର-ଗୋପିନାଥପୁର କେନାଲ ନିକଟସ୍ଥ ଏକ ଗଛରୁ ସୋମବାର ଜଣେ ମେଡିକାଲ କର୍ମଚାରୀଙ୍କ ଝୁଲନ୍ତା ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri