Term Insurance ପାଇଁ ୫୫ ନା ୮୦ ବର୍ଷର କଭର୍‌ ଶ୍ରେଷ୍ଠ? ଜାଣନ୍ତୁ କେଉଁଥିରେ ଅଛି ଆପଣଙ୍କ ଫାଇଦା

ନୂଆଦିଲ୍ଲୀ,୧୧।୬: ନିଜ ପରିବାରର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଟର୍ମ ଇନସ୍ୟୁରାନ୍ସ ବା ଟର୍ମ ପ୍ଲାନ ନେବା ହେଉଛି ସବୁଠାରୁ ପ୍ରଥମ ଏବଂ ବୁଦ୍ଧିମାନ ପଦକ୍ଷେପ। କିନ୍ତୁ ଏହି ପ୍ଲାନ୍‌ କିଣିବା ସମୟରେ ଅଧିକାଂଶ ଲୋକ ଗୋଟିଏ ବଡ଼ ଦ୍ୱନ୍ଦ୍ୱରେ ପଡ଼ିଥାନ୍ତି ଯେ, ପଲିସିର ଅବଧି ବା ମ୍ୟାଚୁରିଟି ବୟସ କେତେ ରଖିବେ?
ଲୋକେ ପ୍ରାୟତଃ ଭାବିଥାନ୍ତି ଯେ ଟର୍ମ ପ୍ଲାନକୁ ୫୫-୬୦ ବର୍ଷର କାର୍ଯ୍ୟକାରୀ ବୟସ ପର୍ଯ୍ୟନ୍ତ ସକ୍ରିୟ ରଖିବା ଉଚିତ ନା ଏହାକୁ ୮୦ ବର୍ଷର ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ବଢ଼ାଇବା ଲାଭଦାୟକ ହେବ? ଇନସ୍ୟୁରାନ୍ସ କମ୍ପାନୀଗୁଡ଼ିକ ପ୍ରାୟତଃ ଆପଣଙ୍କୁ ଲମ୍ବା ଅବଧିର କଭର ବିକ୍ରି କରିବାକୁ ଚେଷ୍ଟା କରନ୍ତି, କିନ୍ତୁ ଆଖି ବନ୍ଦ କରି ୮୦ ବର୍ଷ ପର୍ଯ୍ୟନ୍ତ କଭର୍‌ ବାଛିବା ଆପଣଙ୍କ ପକେଟ ଉପରେ ଭାରି ପଡ଼ିପାରେ। ଆସନ୍ତୁ ଜାଣିବା ଆପଣଙ୍କ ପାଇଁ ସଠିକ ନିଷ୍ପତ୍ତି କ’ଣ ହେବ।
ଟର୍ମ ଇନସ୍ୟୁରାନ୍ସର ଅସଲ ଉଦ୍ଦେଶ୍ୟ କ’ଣ?
ଏହି ନିଷ୍ପତ୍ତି ନେବା ପୂର୍ବରୁ ଏହା ବୁଝିବା ଜରୁରୀ ଯେ ଟର୍ମ ଇନସ୍ୟୁରାନ୍ସ କୌଣସି ବିନିଯୋଗ (Investment) ବା ସଞ୍ଚୟ ଯୋଜନା ନୁହେଁ, ବରଂ ଏହା ଏକ ‘ପିୟୋର ପ୍ରୋଟେକସନ୍‌ ଟୁଲ’ (Pure Protection Tool)। ଏହାର ସିଧାସଳଖ ଅର୍ଥ ହେଉଛି, ଯଦି ପଲିସି ଅବଧି ମଧ୍ୟରେ ପଲିସିଧାରୀଙ୍କ ମୃତ୍ୟୁ ହୁଏ, ତେବେ ତାଙ୍କ ପରିବାରକୁ ବୀମା ରାଶି (Sum Assured) ମିଳିଥାଏ, ଯାହାଦ୍ୱାରା ସେମାନେ ନିଜର ଋଣ ପରିଶୋଧ କରିପାରିବେ ଏବଂ ଜୀବନଶୈଳୀ ବଜାୟ ରଖିପାରିବେ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆପଣଙ୍କର ରୋଜଗାରକ୍ଷମ ବର୍ଷଗୁଡ଼ିକୁ ସୁରକ୍ଷିତ କରିବା, ଯେତେବେଳେ ଆପଣଙ୍କ ଉପରେ ପରିବାରର ଆର୍ଥିକ ଦାୟିତ୍ୱ ସବୁଠାରୁ ଅଧିକ ଥାଏ।
୫୫ ରୁ ୬୦ ବର୍ଷ ପର୍ଯ୍ୟନ୍ତ କଭର କାହିଁକି ଶ୍ରେଷ୍ଠ?
ଆର୍ଥିକ ବିଶେଷଜ୍ଞଙ୍କ ମତରେ, ୫୫ କିମ୍ବା ୬୦ ବର୍ଷ ବୟସ ପର୍ଯ୍ୟନ୍ତ ଟର୍ମ ଇନସ୍ୟୁରାନ୍ସ ରଖିବା ସବୁଠାରୁ ବ୍ୟବହାରିକ ଏବଂ ଲାଭଦାୟକ ଅଟେ। ଏହା ପଛରେ ଏକ ସିଧାସଳଖ ଯୁକ୍ତି ରହିଛି – ଏହି ବୟସ ଆଡ଼କୁ ଆସୁ ଆସୁ ଅଧିକାଂଶ ଲୋକ ନିଜର ବଡ଼ ବଡ଼ ଆର୍ଥିକ ଦାୟିତ୍ୱରୁ ମୁକ୍ତ ହୋଇଯାନ୍ତି। ପିଲାମାନଙ୍କର ପଢ଼ା ଶେଷ ହୋଇଯାଇଥାଏ, ସେମାନଙ୍କର ବିବାହ ହୋଇଯାଇଥାଏ ଏବଂ ହୋମ୍‌ ଲୋନ୍‌ କିମ୍ବା କାର୍‌ ଲୋନ ଭଳି ବଡ଼ ଋଣ ମଧ୍ୟ ପରିଶୋଧ ହୋଇସାରିଥାଏ। ଏହା ସହିତ, ଅବସର ବେଳକୁ ପିଏଫ୍‌, ମ୍ୟୁଚୁଆଲ୍‌ ଫଣ୍ଡ କିମ୍ବା ଅନ୍ୟାନ୍ୟ ମାଧ୍ୟମରେ ଆପଣଙ୍କ ପାଖରେ ଏକ ଭଲ ପାଣ୍ଠି ମଧ୍ୟ ପ୍ରସ୍ତୁତ ହୋଇସାରିଥାଏ। ତେଣୁ ୬୦ ବର୍ଷ ପରେ ପରିବାର ପାଇଁ କୌଣସି ବଡ଼ ବିପଦ କଭରର ଆବଶ୍ୟକତା ପ୍ରାୟତଃ ନ ଥାଏ।
୮୦ ବର୍ଷ ପର୍ଯ୍ୟନ୍ତ କଭର ନେବାରେ କି କ୍ଷତି ଅଛି?
ଅନେକ ଲୋକ ଭାବନ୍ତି ଯେ ୮୦ ବର୍ଷ ପର୍ଯ୍ୟନ୍ତ କଭର ନେଲେ ଡେଥ ବେନିଫିଟ (ମୃତ୍ୟୁକାଳୀନ ଲାଭ) ମିଳିବାର ସମ୍ଭାବନା ବହୁତ ବଢ଼ିଯାଏ, କିନ୍ତୁ ଏଥିପାଇଁ ଆପଣଙ୍କୁ ଯେଉଁ ମୂଲ୍ୟ ଦେବାକୁ ପଡ଼େ ତାହା ବହୁତ ଅଧିକ। ଆପଣ ଯେତେ ଅଧିକ ସମୟର କଭର ବାଛିବେ, ଇନସ୍ୟୁରାନ୍ସ କମ୍ପାନୀ ଆପଣଙ୍କଠାରୁ ସେତେ ଅଧିକ ପ୍ରିମିୟମ ଆଦାୟ କରିବେ। ଉଦାହରଣ ସ୍ବରୂପ, ଯଦି ଜଣେ ୩୦ ବର୍ଷର ବ୍ୟକ୍ତି ୬୦ ବର୍ଷ ବୟସ ପର୍ଯ୍ୟନ୍ତ କଭର ନିଅନ୍ତି, ତେବେ ତାଙ୍କର ବାର୍ଷିକ ପ୍ରିମିୟମ କମ ରହିବ। କିନ୍ତୁ ଯଦି ସେହି ବ୍ୟକ୍ତି ୮୦ ବର୍ଷ ପର୍ଯ୍ୟନ୍ତ କଭର ବାଛନ୍ତି, ତେବେ ପ୍ରିମିୟମ ୫୦% ରୁ ୭୦% ପର୍ଯ୍ୟନ୍ତ ବଢ଼ିଯାଇପାରେ। ସବୁଠାରୁ ବଡ଼ କଥା ହେଉଛି, ଏହି ବର୍ଦ୍ଧିତ ପ୍ରିମିୟମ ଆପଣଙ୍କୁ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ପ୍ରତିବର୍ଷ ନିଜ ପକେଟରୁ ଭରିବାକୁ ପଡ଼ିବ।
ନିଜର କଷ୍ଟଅର୍ଜିତ ଟଙ୍କା କିପରି ବଞ୍ଚାଇବେ?
୮୦ ବର୍ଷ ପର୍ଯ୍ୟନ୍ତ ମୋଟା ଅଙ୍କର ପ୍ରିମିୟମ୍‌ ଦେବା ଅପେକ୍ଷା ବୁଦ୍ଧିମାନର କାମ ହେଉଛି ଆପଣ ୫୫ କିମ୍ବା ୬୦ ବର୍ଷ ବୟସ ପର୍ଯ୍ୟନ୍ତ ହିଁ ଟର୍ମ ପ୍ଲାନ ନିଅନ୍ତୁ। ଏହାଦ୍ୱାରା ପ୍ରିମିୟମ ବାବଦକୁ ଯେଉଁ ମୋଟା ଅଙ୍କର ଟଙ୍କା ବଞ୍ଚିବ, ତାହାକୁ ଆପଣ ପ୍ରତିମାସରେ ମ୍ୟୁଚୁଆଲ୍‌ ଫଣ୍ଡ ଏସଆଇପି (SIP), ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ (PPF) କିମ୍ବା ଇକ୍ୱିଟିରେ ବିନିଯୋଗ କରିପାରିବେ। ଏହି ବଞ୍ଚିଥିବା ଟଙ୍କା ଆଗାମୀ ୨୫-୩୦ ବର୍ଷରେ କମ୍ପାଉଣ୍ଡିଂ (Compounding) ର ଶକ୍ତି ଦ୍ୱାରା ଏକ ବଡ଼ ପାଣ୍ଠିରେ ପରିଣତ ହେବ। ଅର୍ଥାତ ଯେତେବେଳେ ଆପଣ ୬୦ ବର୍ଷ ବୟସରେ ଅବସର ନେବେ, ସେତେବେଳେ ପରିବାର ପାଇଁ ବୀମା ଉପରେ ନିର୍ଭର କରିବା ଅପେକ୍ଷା ଆପଣଙ୍କ ପାଖରେ ନିଜର କୋଟି କୋଟି ଟଙ୍କାର ଫଣ୍ଡ ଥିବ, ଯାହା ଯେକୌଣସି ଜରୁରୀକାଳୀନ ପରିସ୍ଥିତିରେ କାମରେ ଆସିବ।
ସଠିକ ନିଷ୍ପତ୍ତି କ’ଣ?
ଟର୍ମ ଇନସ୍ୟୁରାନ୍ସର ଚୟନ ଆବେଗପୂର୍ଣ୍ଣ ହୋଇ ନୁହେଁ, ବରଂ ଆପଣଙ୍କର ଆର୍ଥିକ ଦାୟିତ୍ୱକୁ ହିସାବ କରି କରିବା ଉଚିତ। ଯଦି ଆପଣଙ୍କର ବିବାହ ବିଳମ୍ବରେ ହୋଇଛି କିମ୍ବା ଆପଣଙ୍କ ଉପରେ ଋଣର ବୋଝ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବାକୁ ଯାଉଛି, ତେବେ ହିଁ ଆପଣ ୬୫ ବର୍ଷ ପର୍ଯ୍ୟନ୍ତ କଭର ବିଷୟରେ ଚିନ୍ତା କରିପାରିବେ। ଅନ୍ୟଥା, ୫୫ ରୁ ୬୦ ବର୍ଷ ବୟସର ଟର୍ମ ପ୍ଲାନ ବାଛିବା ଏବଂ ବାକି ଟଙ୍କାକୁ ସଠିକ ଜାଗାରେ ବିନିଯୋଗ କରିବା ହିଁ ଆପଣଙ୍କ ରୋଜଗାରକୁ ବଞ୍ଚାଇବା ଏବଂ ପରିବାରକୁ ସଠିକ ସୁରକ୍ଷା ଦେବାର ସବୁଠାରୁ ଶ୍ର୍ରେଷ୍ଠ ଫର୍ମୁଲା।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଆଜି ବ୍ରିକ୍ସ ସମ୍ମିଳନୀ: ଦିଲ୍ଲୀରେ ପହଞ୍ଚିଲେ ବିଶ୍ୱ ନେତା

ନୂଆଦିଲ୍ଲୀ,୧୨ା୯ (ପି.ଟି.):ନୂଆଦିଲ୍ଲୀର ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍‌ଠାରେ ଶନିବାରଠାରୁ ୨ ଦିନ ଧରି ୧୮ତମ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର…

BRICSରେ ସାମିଲ ହେବାକୁ ବାଡେଇଛାଟି ହେଉଛି ପାକିସ୍ତାନ: ବାଟ ଓଗାଳିଛି ଭାରତ!

ନୂଆଦିଲ୍ଲୀ,୧୨।୯: BRICSରେ ସାମିଲ ହେବା ପାଇଁ ଦୀର୍ଘଦିନ ଧରି ପାକିସ୍ତାନ ଉଦ୍ୟମ କରିଆସୁଛି। ୨୦୨୩ରେ ଇସଲାମାବାଦ ଏହି ଗୋଷ୍ଠୀର ସଦସ୍ୟତା ପାଇଁ ଔପଚାରିକ ଭାବେ ଆବେଦନ କରିଥିଲା।…

ରୋଗ ଯନ୍ତ୍ରଣାଠୁ ବଳିଯାଉଛି ଧାଡ଼ି ଯନ୍ତ୍ରଣା: ଡାକ୍ତରଖାନାରେ ବିକଳ ଚିତ୍ର

ପଦ୍ମପୁର,୧୨ା୯(ପ୍ରଦୀପ୍ତ ଦାଶ):କିଏ କାଖେଇ ଧରିଛି, କିଏ ଆଣ୍ଠେଇ ପଡ଼ିଛି, ଆଉ କିଏ ଯନ୍ତ୍ରଣାରେ ଭୂଇଁରେ ଲୋଟୁଛି। ବୃଦ୍ଧାବୃଦ୍ଧମାନେ ବାଡ଼ି ସାହାଯ୍ୟରେ ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କୁ ଅପେକ୍ଷା…

ମହିଳାଙ୍କୁ ସ୍ବାବଲମ୍ବୀ ହେବାର ବାଟ ଦେଖାଇଛି ଖଲିଦନା: ଜଣେ ମହିଳା ମାସକୁ ରୋଜଗାର କରୁଛନ୍ତି…

ନୂଆପଡ଼ା,୧୨ା୯ (ମକାରୁ ବେମାଲ):ବହୁଳ ପ୍ଲାଷ୍ଟିକ ବ୍ୟବହାର ଯୋଗୁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ନୂଆପଡ଼ା ଜିଲା ପ୍ରଶାସନ ପକ୍ଷରୁ ଏକକ ବ୍ୟବହାର…

ସେପ୍ଟେମ୍ବର ୧୭ ପରେ ଏହି ୨ ରାଶିର ଭାଗ୍ୟ ଚମକାଇବେ ସୂର୍ଯ୍ୟ: ଚାକିରିରେ ପଦୋନ୍ନତି ସହ ହେବେ ମାଲାମାଲ

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଆତ୍ମବିଶ୍ୱାସ, ନେତୃତ୍ୱ, ପଦ-ପ୍ରତିଷ୍ଠା ଓ କ୍ୟାରିୟରର ପ୍ରମୁଖ କାରକ ବୋଲି ମନେ କରାଯାଏ। ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନର ପ୍ରଭାବ ଅନେକ ରାଶିର…

୨ ଦିନ ହେଲାଣି ଘରୁ ବାହାରି ଯାଇ ଜଙ୍ଗଲରେ ରହୁଥିଲେ ପ୍ରେମୀଯୁଗଳ, ତା’ପରେ କଲେ ଏମିତି କାମ…

ନୂଆପଡ଼ା,୧୨/୯(ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ଥାନା ଅଞ୍ଚଳରେ କୌଣସି କାରଣରୁ ପ୍ରେମୀଯୁଗଳ ବିଷପାନ କରିବା ପରେ ନାବାଳିକା ପ୍ରେମିକା ଡୋଲେଶ୍ୱରୀ ସା (୧୭)ଙ୍କ ମୃତ୍ୟୁ ଘଟିଛି। ପ୍ରେମିକ…

ବୈଭବଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଇଶାନ କିଶନ: କହିଲେ-ଆଗକୁ ସମ୍ଭାଳିବେ…ନିଆଁ ପରି ବ୍ୟାପିଗଲା ଏହି କଥା

ନୂଆଦିଲ୍ଲୀ,୧୨।୯: : ଖୁବ କମ୍‌ ବୟସରେ କ୍ରିକେଟ ଜଗତରେ ନିଜର ଅଲଗା ପରିଚୟ ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ତାଙ୍କ ବ୍ୟାଟିଂ ସହ କ୍ୟାପ୍ଟେନ୍ସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?