ଡିଜି ପାହ୍ୟା: ବରିଷ୍ଠତା ଦେଖିପାରନ୍ତି

ଭୁବନେଶ୍ୱର,୧୪।୬(ସୁନିତ୍‌ ମିଶ୍ର): କେନ୍ଦ୍ର ସରକାରଙ୍କ ଅଧୀନରେ ଆସୁଥିବା ବିଭିନ୍ନ ଡିଜି ପାହ୍ୟାର ପଦବୀରେ ନିଯୁକ୍ତି ପାଇବା ପାଇଁ ଦେଶର ୩୩ ଜଣ ଆଇପିଏସ୍‌ ଅଫିସରଙ୍କ ତାଲିକା ୧୨ ଜୁନ୍‌ ୨୦୨୬ରେ ପ୍ରକାଶ ପାଇଛି। ଆପଏଣ୍ଟମେଣ୍ଟ କମିଟି ଅଫ କ୍ୟାବିନେଟ୍‌ ଦ୍ୱାରା ଏହି ତାଲିକାକୁ ଅନୁମୋଦନ ମିଳିଛି। ତାଲିକାରେ ଓଡିଶାରୁ ୧୯୯୦ ବ୍ୟାଚ୍‌ ଆଇପିଏଏସ୍‌ ଅଫିସର ସୁଧାଂଶୁ ଷଡଙ୍ଗୀଙ୍କ ନାମ ଏକ ନମ୍ୱରରେ ରହିଛି। ସେହିପରି ରାଜ୍ୟର ୧୯୯୫ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ପଦ୍ମାକର ଏସ୍‌. ରଣପିସେଙ୍କ ନାମ ମଧ୍ୟ ଡିଜି ପାହ୍ୟାକୁ ଯାଇଛି। ପ୍ରକାଶିତ ତାଲିକା ଅନୁଯାୟୀ ସୁଧାଂଶୁ ଷଡଙ୍ଗୀ ବରିଷ୍ଠତା ଦୃଷ୍ଟିରୁ ତାଲିକାର ସବୁଠାରୁ ଆଗରେ ରହିଛନ୍ତି। ଏଣିକି କେନ୍ଦ୍ରରେ ଡିଜି ପାହ୍ୟା କିମ୍ୱା ସେହି ପାହ୍ୟାରେ ସୁଧାଂଶୁ ଷଡଙ୍ଗୀ ନିଯୁକ୍ତି ପାଇବା ପାଇଁ ଯୋଗ୍ୟ ହେଇଛନ୍ତି। ନିୟମ ଅନୁଯାୟୀ, ଯେଉଁ ଆଇପିଏସ୍‌ ଅଫିସର କେନ୍ଦ୍ରୀୟ ଡେପୁଟେସନରେ ଯାଇଥିବେ ସେମାନଙ୍କୁ କେନ୍ଦ୍ରରେ ଡିଜି ପାହ୍ୟାରେ ନିଯୁକ୍ତି ମିଳିପାରିବ। ରାଜ୍ୟରେ ଆଇଜି ପାହ୍ୟାର ଅଫିସର ହେବା ପୂର୍ୱରୁ ଡେପୁଟେସନ ଯାଇଥିବା ଦରକାର। ହେଲେ ଓଡିଶାରୁ ବହୁ ଆଇପିଏସ୍‌ ଅଫିସର କେନ୍ଦ୍ରୀୟ ଡେପୁଟେସନରେ ଯାଇନାହାନ୍ତି। ଯେଉଁଥିଲାଗି ସେମାନଙ୍କୁ କେନ୍ଦ୍ରରେ ଡିଜି ପାହ୍ୟାର ନିଯୁକ୍ତି ମିଳିପାରିବ ନାହିଁ। ପ୍ରକାଶ ପାଇଥିବା ୩୩ ଜଣିଆ ତାଲିକାରେ ବିଭିନ୍ନ ରାଜ୍ୟର ୧୯୯୫ ବ୍ୟାଚ୍‌ର ସର୍ୱାଧିକ ଆଇପିଏଏସ୍‌ ଅଫିସରଙ୍କ ନାମ ରହିଛି। ମାତ୍ର ଓଡିଶାର ୧୯୯୫ ବ୍ୟାଚ୍‌ର ରଣପିସେଙ୍କୁ ଛାଡିଦେଲେ ଅନ୍ୟ କାହାରି ନାମ କେନ୍ଦ୍ରୀୟ ଡେପୁଟେସନରେ ଯାଇ ନ ଥିବାରୁ ସେମାନଙ୍କୁ ଏହି ତାଲିକାରେ ସୁଯୋଗ ମିଳିନାହିଁ। ଆଗକୁ ଏଭଳି ତାଲିକା ଆସିଲେ ମଧ୍ୟ ସେହି ବ୍ୟାଚ୍‌ର ବହୁ ଅଫିସର ଉକ୍ତ ସୁଯୋଗ ପାଇବାରୁ ବଞ୍ଚିତ ହେବେ।
ଆସନ୍ତା ଅଗଷ୍ଟ ୧୬ ତାରିଖ ବେଳକୁ ଓଡିଶାର ଡିଜି ଓ୍ୱାଇ ବି ଖୁରାନିଆଙ୍କ କାର୍ଯ୍ୟକାଳ ଶେଷ ହେବ। ମାତ୍ର ସେ ଅଗଷ୍ଟ ୩୦ ତାରିଖ ପର୍ଯ୍ୟନ୍ତ ଡିଜି ଦାୟିତ୍ୱରେ ରହିବେ। ନିୟମାନୁଯାୟୀ, ରାଜ୍ୟର ପରବର୍ତ୍ତୀ ଡିଜିପିଙ୍କୁ ନିଯୁକ୍ତି ଦେବା ପାଇଁ ଓଡିଶାର ସବୁ ଡିଜି ପାହ୍ୟାର ଆଇପିଏସ୍‌ ଅଫିସରଙ୍କ ତାଲିକା ରାଜ୍ୟ ସରକାର ପ୍ରଥମେ ୟୁନିୟନ ପବ୍ଲିକ ସର୍ଭିସ୍‌ କମିଶନ(ୟୁପିଏସ୍‌ସି)କୁ ପଠାଇବେ। ଯେଉଁମାନଙ୍କ ନାଁ ଡିଜିପି ପଦ ଲାଗି ଯିବ ସେମାନଙ୍କ ଚାକିରୀ କାର୍ଯ୍ୟକାଳ ଅଗଷ୍ଟ ୧୬ରୁ ସର୍ୱନିମ୍ନ ୬ ମାସ ରହିଥିବା ଦରକାର। ରାଜ୍ୟ ସରକାରଙ୍କ ପଠାଇଥିବା ତାଲିକାରୁ ଚୁଡାନ୍ତ ୩ ଜଣଙ୍କ ନାମ ୟୁପିଏସ୍‌ସି ବାଛିକି ରାଜ୍ୟକୁ ପଠାଇବ। ଏହାପରେ ସେହି ୩ ଜଣଙ୍କ ମଧ୍ୟରୁ ଜଣଙ୍କୁ ଡିଜିପି ଭାବେ ନିଯୁକ୍ତି ମିଳିବ। ମିଳିଥିବା ସୂଚନା ମୁତାବକ, ଓଡିଶାର ନୂଆ ଡିଜିପି ପଦ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଓଡିଶାର ୧୦ ଜଣ ଆଇପିଏଏସ୍‌ ଅଫିସରଙ୍କ ନାମ ୟୁପିଏସ୍‌ସିକୁ ପଠାଯାଇସାରିଛି। ବରିଷ୍ଠତା ଦୃଷ୍ଟିରୁ ସୁଧାଂଶୁ ଷଡଙ୍ଗୀ ଏହି ତାଲିକାରେ ସବୁଠାରୁ ଆଗରେ ରହିଛନ୍ତି। ତାଙ୍କ ପରେ ୧୯୯୩ ବ୍ୟାଚ୍‌ ଆଇପିଏସ୍‌ ଅଫିସର ସୁଶାନ୍ତ ନାଥ ଏବଂ ୧୯୯୩ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଆର୍‌.ପି କୋଚେଙ୍କ ନାମ ରହିଛି। ଏହି ୩ ଜଣଙ୍କ ମଧ୍ୟରୁ ଜଣଙ୍କୁ ରାଜ୍ୟର ପରବର୍ତ୍ତୀ ଡିଜିପି ଭାବେ ନିଯୁକ୍ତି ମିଳିବାର ସମ୍ଭାବନା ଅଧିକ। ଏବେ ରାଜ୍ୟର ମୁଖ୍ୟ ଶାସନ ସଚିବ ଅଣଓଡିଆ ଅଛନ୍ତି। ସେହି ଦୃଷ୍ଟିରୁ ଦେଖିଲେ ଭାଜପା ସରକାର ଡିଜିପି ପାହ୍ୟାରେ କୌଣସି ଅଣଓଡିଆଙ୍କୁ ନିଯୁକ୍ତି ଦେବାକୁ ଚାହିଁ ନ ପାରନ୍ତି। କାରଣ ବର୍ତ୍ତମାନ ରାଜ୍ୟରେ ଉଭୟ ମୁଖ୍ୟ ଶାସନ ସଚିବ ଏବଂ ଡିଜିପି ଅଣଓଡିଆ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ମଦ ଦୋକାନକୁ ନେଇ ବଢୁଛି ଅସନ୍ତୋଷ, ଅନ୍ୟତ୍ର ସ୍ଥାନାନ୍ତର ଦାବି

କେନ୍ଦୁଝର,୧୪ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାପାଳ, ଆରକ୍ଷୀ ଅଧୀକ୍ଷକ, ଡିଏଫ୍‌ଓଙ୍କ କାର୍ଯ୍ୟାଳୟ ସମ୍ମୁଖ ଗୁରୁତ୍ୱପୂର୍ଣ୍ଣ ଟ୍ରାଫିକ ଛକରେ ଏକ ଠିପିବନ୍ଦ ମଦ ଦୋକାନ ପୁଣିଥରେ ଖୋଲିବାକୁ ନେଇ…

କନ୍ଧମାଳ ସମସ୍ୟା ନେଇ ‘ବିଚାର ମନ୍ଥନ’, ସରକାରଙ୍କ ନିକଟରେ ଦାବି ରଖିବାକୁ ନିଷ୍ପତ୍ତି

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ହନୁମାନ ମନ୍ଦିର ପ୍ରାଙ୍ଗଣସ୍ଥିତ ସଭାଗୃହରେ ସୋମବାର ‘ବିଚାର ମନ୍ଥନ’ ନାମରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲାର…

୧୭ରେ ମୋଦିଙ୍କ ଜନ୍ମଦିନ, ଆଶୀର୍ବାଦର ଦୀପ ଜାଳିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ୱର,୧୪।୯: ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ‘ଆଶୀର୍ବାଦର ଦୀପ’ ଜାଳିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଭିଡିଓ ବାର୍ତ୍ତା ମାଧ୍ୟମରେ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି,…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ, ଦେବୀ ଗଙ୍ଗାଙ୍କୁ ଆବାହନ ପରେ କଳସ ଯାତ୍ରା

ଦିଗପହଣ୍ଡି,୧୪ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବଜାର ସାହି ପୂଜା କମିଟି ପକ୍ଷରୁ ୪୬ ତମ ଶ୍ରୀ ଗଣେଶ ପୂଜା ମହୋତ୍ସବ ସୋମବାର ଠାରୁ…

ଘାଟିରେ ଓଲଟିଲା ଚାଉଳ ବୋଝେଇ ଟ୍ରକ୍‌

ପଟାଙ୍ଗି,୧୪ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଜୋଡିମାଦଲି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଚାଉଳ ବୋଝେଇ ଟ୍ରକ୍‌ । ସୂଚନା ଅନୁସାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?