ସରପଞ୍ଚ ଚାମେଲି ଓଝାଙ୍କ ଘଟଣା: ମନ୍ତ୍ରୀ କହିଲେ ରିପୋର୍ଟ ଆସିଲେ…

ଭୁବନେଶ୍ୱର,୧୪ା୬: ରାଜ୍ୟ ରାଜନୀତିରେ ଚର୍ଚ୍ଚାରେ ରହିଥିବା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତିଖିରୀ ସରପଞ୍ଚ ଚାମେଲି ଓଝାଙ୍କ ଘଟଣାକୁ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି, ରାଜ୍ୟ ସରକାର ସେ ବାବଦରେ ସବିଶେଷ ତଥ୍ୟ ମାଗିଛନ୍ତି। ସ୍ଥାନୀୟ ଏସ୍‌ପି ଓ ପ୍ରଶାସନ ରିପୋର୍ଟ ଦେବା ପରେ ସତ୍ୟତା ଜଣାପଡ଼ିବ। କୌଣସି ଘଟଣା ଘଟିଲେ ବିରୋଧୀ ରାଜନୈତିକ ରଙ୍ଗ ଦେବା ସ୍ବାଭାବିକ। ରିପୋର୍ଟ ଆସିଲେ ଯିଏ ସମ୍ପୃକ୍ତ ତାଙ୍କ ବିରୋଧରେ ଆକ୍ସନ ନିଆଯିବ ବୋଲି ମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

ଗତ ୧୦ ତାରିଖଠାରୁ ଗଣମାଧ୍ୟମ ଚର୍ଚ୍ଚାରେ ଥିବା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ତିଖିରୀ ପଞ୍ଚାୟତ ସରପଞ୍ଚ ଚାମେଲି ଓଝାଙ୍କୁ ମହାକାଳପଡ଼ା ପୋଲିସ ଶନିବାର ଗିରଫ କରିଛି। ଅସୁସ୍ଥତା ସତ୍ତ୍ୱେ ତାଙ୍କୁ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଛି। ତାଙ୍କ ନାମରେ ମହାକାଳପଡ଼ା ବିଡିଓ ରବି ନାରାୟଣ ଆଚାର୍ଯ୍ୟଙ୍କ ଅଭିଯୋଗ (ନଂ- ୧୭୦/୨୬) ଓ ପୋଲିସ ସବ୍‌ଇନ୍ସପେକ୍ଟର ତପସ୍ୱିନୀ ବିଶ୍ୱାଳଙ୍କ ଅଭିଯୋଗ (ନଂ- ୧୭୧/୨୬)ରେ ରୁଜୁ ହୋଇଥିବା ମାମଲାରେ ଜାମିନ ନାମଞ୍ଜୁର ହେବାରୁ କେନ୍ଦ୍ରାପଡ଼ା ଉପକାରାଗାରକୁ ପଠାଇ ଦିଆଯାଇଛି। ସେ ଅସୁସ୍ଥ ଥିବାରୁ ବାରିମୂଳ ଜେଲ କର୍ତ୍ତୃପକ୍ଷ ତାଙ୍କୁ କେନ୍ଦ୍ରାପଡା ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଛନ୍ତି । ଜିଲା ମୁଖ୍ୟଚିକିତ୍ସାଳୟରେ ପିସିସି ସଭାପତି ଚାମେଲିଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହ ରାଜ୍ୟରେ ମହିଳାମାନେ ସୁରକ୍ଷିତ ନୁହନ୍ତି ବୋଲି କହିଛନ୍ତି ।
ସରପଞ୍ଚ ଓଝାଙ୍କ ଅଭିଯୋଗ ଅନୁଯାୟୀ, ଗତ ଗୁରୁବାର ମଧ୍ୟାହ୍ନରେ ପଞ୍ଚାୟତର ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ବିଡିଓଙ୍କ ସହ ଆଲୋଚନା ପାଇଁ ବ୍ଲକକୁ ଯାଇଥିଲେ। ସେଠାରେ କେତେକ ବ୍ୟକ୍ତି ସରପଞ୍ଚ ଓଝାଙ୍କୁ ଅଯଥା ଚାପ ସୃଷ୍ଟି କରାଯାଉଛି କହି ଆଲୋଚନାରେ ବାଧା ଦେଇଥିଲେ। ଏଥିପାଇଁ ସେ ନିଜ ମୋବାଇଲରୁ ଭିଡିଓ ରେକର୍ଡିଂ କରିଥିଲେ। ପରେ ବିଡିଓ ଆଚାର୍ଯ୍ୟଙ୍କ ନିର୍ଦ୍ଦେଶରେ ସମ୍ପୃକ୍ତ ବ୍ୟକ୍ତିମାନେ ଚାମେଲିଙ୍କ ମୋବାଇଲ ଛଡ଼ାଇବା, ଗ୍ୟାଙ୍ଗ ରେପ୍‌ କରି ମାରିଦେବା ପରି ଧମକ ଦେଇଥିଲେ।
ଥାନା ପୋଲିସ ଗାଡିରେ ୩ ଜଣ କର୍ମଚାରୀ ତାଙ୍କୁ ମାଡ଼ ମାରିଥିବା ସେ ଅଭିଯୋଗ କରିଛନ୍ତି। ଏଥିସହ ବିଧାୟକଙ୍କ ଆଶା ପୂରଣ ପାଇଁ ବିଡିଓ ଏବଂ ପୋଲିସ ସମ୍ପର୍କରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଅପରପକ୍ଷରେ ବିଡିଓ ଆଚାର୍ଯ୍ୟ ସରକାରୀ କାର୍ଯ୍ୟରେ ବାଧା ଓ ଭିଡିଓ ଉତ୍ତୋଳନ ମାଧ୍ୟମରେ ବିରକ୍ତିକର ପରିସ୍ଥିତି ସୃଷ୍ଟି ପାଇଁ ଅଭିଯୋଗ କରିଛନ୍ତି।
ସେହିପରି ଗାଡିରେ ଆଣିବା ସମୟରେ ଏସ୍‌ଆଇ ତପସ୍ୱିନୀ ବିଶ୍ୱାଳଙ୍କୁ ସରପଞ୍ଚ ଓଝା ଆକ୍ରମଣ କରିଥିବା ଥାନା ପୋଲିସ ଅଭିଯୋଗ କରିଛି । ଅପରପକ୍ଷରେ ଗତ ଗୁରୁବାର ଅପରାହ୍ନରେ ସରପଞ୍ଚ ଓଝା ଥାନାରେ ଅସୁସ୍ଥ ହେବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଥିଲା।
ଏହି ଘଟଣାରେ ବିଭିନ୍ନ ରାଜନୈତିକ ଦଳ ରାଜ୍ୟ ସରକାରଙ୍କ ମହିଳା ବନ୍ଦନ ଯୋଜନାକୁ କଟୁ ସମାଲୋଚନା କରିବା ସହ ଜିଲା କଂଗ୍ରେସ ପକ୍ଷରୁ ଥାନା ସମ୍ମୁଖରେ ପୂର୍ବାହ୍ନରୁ ନ୍ୟାୟ ଦାବି କରି ଗଣବିକ୍ଷୋଭ ହୋଇଛି। ଏସ୍‌ପିଙ୍କୁ ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଏମପିଙ୍କ ଠୁ ଏତେ ଅଧିକ ଦରମା ପାଆନ୍ତି ପାକିସ୍ତାନୀ ଏମପି? ଜାଣନ୍ତୁ ସାଲାରୀ-ଭତ୍ତା ସବୁକିଛି…

ନୂଆଦିଲ୍ଲୀ,୩୦।୭: ଆଇନପ୍ରଣେତା ବା ସାଂସଦମାନଙ୍କ ସୁବିଧା ସୁଯୋଗକୁ ତୁଳନା କଲେ ଜଣାପଡ଼େ ଯେ, ପାକିସ୍ତାନୀ ଏବଂ ଭାରତୀୟ ସାଂସଦମାନେ ପ୍ରାୟ ସମାନ ମୂଳ ଦରମା ପାଇଥାନ୍ତି, କିନ୍ତୁ…

‘ଆପଣଙ୍କ ମୁହଁ ଖୋଲୁନାହିଁ, କିଏ ସିଲ୍ କରିଦେଇଛି…’, ଶାହାଙ୍କୁ ଖାର୍ଗେଙ୍କ କଡ଼ା ଟାର୍ଗେଟ

ନୂଆଦିଲ୍ଲୀ,୩୦।୭: ରାଜ୍ୟ ସଭାରେ ପେପର ଲିକ୍ ପ୍ରସଙ୍ଗକୁ ନେଇ ଆଲୋଚନା ସମୟରେ ମଲ୍ଲିକାର୍ଜୁନ ଖାର୍ଗେ କେନ୍ଦ୍ର ସରକାର ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ କଡ଼ା ସମାଲୋଚନା…

ଭଞ୍ଜନଗରରେ ଖୁବ୍‌ଶୀଘ୍ର ‘ଘୁମୁସର ରେଡିଓ’, ୪୦ କିଲୋମିଟର ପରିଧିରେ ହେବ ପ୍ରସାରଣ

ଭଞ୍ଜନଗର,୩୦ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରବାସୀଙ୍କ ପାଇଁ ଖୁସି ଖବର। ସ୍ଥାନୀୟ ଅଞ୍ଚଳର ଲୋକଙ୍କ ସ୍ବର, ସମସ୍ୟା ଓ ସଂସ୍କୃତିକୁ ନେଇ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି…

ସରକାରୀ ଦେଶୀ ମଦଭାଟି ବନ୍ଦ ଦାବି ଜୋର୍‌ ଧରିଲା, ଜିଲାପାଳ-ଅବକାରୀ ଅଧୀକ୍ଷକଙ୍କୁ ଭେଟି…

ଛତ୍ରପୁର,୩୦ା୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଅବକାରୀ ଅଧୀନରେ ଥିବା ନୋଳିଆ ନୂଆଗାଁ ସରକାରୀ ଦେଶୀ ମଦଭାଟି ବନ୍ଦ କରିବା ଦାବି ନେଇ ଗୁରୁବାର ଛତ୍ରପୁର ବ୍ଲକ ଅଧ୍ୟକ୍ଷା…

ଗେରୁଆ ରଙ୍ଗର ଜର୍ସିକୁ ନେଇ ହକି ଇଣ୍ଡିଆର ସ୍ପଷ୍ଟୀକରଣ, କାହିଁକି ବଛାଗଲା ଏହି ରଙ୍ଗ କହିଲା କାରଣ

ନୂଆଦିଲ୍ଲୀ,୩୦।୭: ଭାରତୀୟ ହକି ଟିମ୍‌ ଉଭୟ ପୁରୁଷ ଓ ମହିଳା ଟିମର ଜର୍ସିର ରଙ୍ଗ ନୀଳରୁ ଗେରୁଆ କରିଛି । ଗେରୁଆ ଜର୍ସିରେ ୨୦୨୬ FIH ହକି…

Shukra Gochar: ୪ ରାଶିଙ୍କ ଅଯଥା ହେବ ଧନ ହାନୀ! ହଠାତ୍ ଚାକିରିରୁ ହେବେ ବିଦା..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆଜି, ଶୁକ୍ର ଗ୍ରହ ଉତ୍ତରାଫାଲଗୁନି ନକ୍ଷତ୍ରରେ ପ୍ରବେଶ କରିଛନ୍ତି। ସକାଳ ୪:୫୬ ସମୟରେ ହୋଇଥିବା ଶୁକ୍ରଙ୍କ ଏହି ଗୋଚର ଶୁଭ, କିନ୍ତୁ ଏପରି…

ଲକ୍ଷ୍ମୀ ଯୋଜନା: ପ୍ରତିମାସରେ ମିଳିବ ୨୫୦୦ଟଙ୍କା, RD ରେ ଜମା କଲେ ସିଧା ୧ ଲକ୍ଷ! ଜାଣନ୍ତୁ ସମ୍ପୂର୍ଣ୍ଣ ହିସାବ…

ନୂଆଦିଲ୍ଲୀ,୩୦।୭: ସାଧାରଣତଃ ଆମକୁ ଟଙ୍କା ମିଳିଲେ ଆମେ ତାହା ଖର୍ଚ୍ଚ କରିଦେଇଥାଉ, କିନ୍ତୁ କିଛି ଟଙ୍କା ଯଦି ଆର.ଡି. (RD) ରେ ନିବେଶ କରାଯାଏ, ତେବେ ଅନେକ…

ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲେ ଜିଲାପାଳ

ତୁଣ୍ଡଲା,୩୦ା୭(ପିରୋଜ କୁମାର ଦାଶ): ଦୀର୍ଘଦିନରୁ ଲଘୁଚାପ ଜନିତ ଲଗାଣ ବର୍ଷାରେ କଳାହାଣ୍ଡି ଜିଲାର ବିଭିନ୍ନ ଅଞ୍ଚଳ ବନ୍ୟାରେ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। କେସିଙ୍ଗା ବ୍ଲକର ବେଲଖଣ୍ଡି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri