ଲକ୍ଷ୍ନୌ,୧୫ା୬:ଉତ୍ତରପ୍ରଦେଶର ବାନ୍ଦା ଜିଲା ଅନ୍ତର୍ଗତ ବଦୌସା ଥାନା ଭିତରେ ଶୁକ୍ରବାର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ତାଙ୍କ ବାପା ଛୁରିଭୁସି ହତ୍ୟା କରିଛନ୍ତି। ବାନ୍ଦା ଏସ୍ପି ପଳାଶ ବଂଶଲଙ୍କ କହିବା ଅନୁଯାୟୀ, ଶିବାନୀ ନାମ୍ନୀ ଉକ୍ତ ଯୁବତୀଙ୍କର ଜଣେ ପଡ଼ୋଶୀ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିଲା। ଗତ ମେ’ ୧୮ରେ ଯୁବକ ଜଣକ ଶିବାନୀଙ୍କୁ ନେଇ ପଳାଇଥିଲେ। ପରିବାରର ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ଖୋଜାଖୋଜି ପରେ ଗତ ୧୨ ତାରିଖରେ ଶିବାନୀଙ୍କୁ ଉଦ୍ଧାର କରି ବଦୌସା ଥାନାକୁ ଆଣିଥିଲା। ପୋଲିସ ମାମଲା ସମ୍ପର୍କରେ ଆଲୋଚନା ପାଇଁ ଶିବାନୀଙ୍କ ମା’ବାପାଙ୍କୁ ଥାନାକୁ ଡାକିଥିଲା। ଆଲୋଚନା ସମୟରେ ଯୁବତୀଙ୍କ ବାପା ସତ୍ୟକୁମାର ଚୌହାନ ଛୁରି ବାହାର କରି ଯୁବତୀଙ୍କୁ ଆକ୍ରମଣ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଶିବାନୀ ମାଆଙ୍କ ଅଭିଯୋଗ ଆଧାରରେ ସତ୍ୟକୁମାରଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି।
Dharitri – Odisha’s No.1 Odia Daily

