ବିଜେଡି ପରାଜୟର ଗୁମର ଖୋଲିଲେ ଦଳୀୟ ବିଧାୟକ ଗୌତମବୁଦ୍ଧ ଦାସ, କହିଲେ ଅଧିକ…

ଭୁବନେଶ୍ୱର,୧୩ା୬: ପୁଣି ଥରେ ବିଜେଡି ପରାଜୟର କଥା ଦୋହରାଇଛନ୍ତି ବିଜେଡିର ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ। ନିଜ ନିର୍ବାଚନ ମଣ୍ଡଳୀର ଏକ କାର୍ଯ୍ୟକ୍ରମରେ ବିଧାୟକ ବିଜେଡିର ପରାଜୟ ବିଷୟରେ କହିଛନ୍ତି। ସେ କହିଛନ୍ତି, ବିଜେଡିର ଓଭର କନ୍‌ଫିଡେନ୍ସରୁ ହାରିଛି। ଆମେ ଭାବିଥିଲୁ ନବୀନ ଏତେ କାମ କରିଛନ୍ତି, ସମସ୍ତେ ତାଙ୍କୁ ଭୋଟ୍‌ ଦେବେ। କିନ୍ତୁ ଭୋଗରାଇରେ ବିଜେଡିକୁ ଲୋକେ ଭୋଟ୍‌ ଦେଲେ ଆଉ କେଉଁଠି ନବୀନଙ୍କୁ ଦେଲେ ନାହିଁ।

ସେହିପରି ବାର୍ଦ୍ଧକ୍ୟ ଓ ଦିବ୍ୟାଙ୍ଗ ଭତ୍ତାକୁ ନେଇ ଗୌତମବୁଦ୍ଧ ସ୍ବର ଉଠାଇଛନ୍ତି। ସେ କହିଛନ୍ତି, କେଉଁଠି ଭତ୍ତା ଦାବିରେ ଧାରଣା ଦିଆଗଲାଣି ତ କେଉଁଠି ପୁଣି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଗଲାଣି। ତିନିମାସ ହେଲାଣି ଭତ୍ତା ମିଳୁ ନ ଥିବାରୁ ବୃଦ୍ଧାବୃଦ୍ଧମାନେ ଅସୁବିଧା ଭୋଗୁଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି। ଯେଉଁମାନେ ଆକାଉଣ୍ଟ ଜରିଆରେ ଭତ୍ତା ପାଉଥିଲେ ସେମାନଙ୍କର ଏମିତି ସମସ୍ୟା ଉପୁଜିଥିବା କୁହାଯାଉଥିବା ବେଳେ ଶୀଘ୍ର ସମାଧାନ ନେଇ ମଧ୍ୟ ପ୍ରତିଶ୍ରୁତି ମିଳୁଛି । ଯେପର୍ଯ୍ୟନ୍ତ, ବୃଦ୍ଧବୃଦ୍ଧାମାନଙ୍କୁ ଭତ୍ତା ମିଳିନାହିଁ, ସେପର୍ଯ୍ୟନ୍ତ ନିଜ ବିଧାୟକ ଭତ୍ତା ନେବେ ନାହିଁ ବୋଲି ରୋକ୍‌ଠୋକ୍‌ କହିଛନ୍ତି। ଏନେଇ ବିଧାୟକ ଗୌତମ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଚିଠି ଲେଖିଛନ୍ତି ।
ଚିଠିରେ ଉଲ୍ଲେଖ ଅଛି ଯେ, ଆଜିକୁ ୩ ମାସ ହେଲା ରାଜ୍ୟର ୨୨ ଲକ୍ଷ ଅସହାୟ ବୃଦ୍ଧବୃଦ୍ଧା, ଭିନ୍ନକ୍ଷମ, ବିଧବା ଓ ସମାଜର ଅବହେଳିତ ବର୍ଗର ଲୋକ ମାସିକ ସାମାଜିକ ସୁରକ୍ଷା ଭତ୍ତା ପାଇନାହାନ୍ତି । ଫଳରେ ସେମାନେ ନାହିଁ ନ ଥିବା ଦୁର୍ଦ୍ଦଶା ଓ ଅକଥନୀୟ ଯନ୍ତ୍ରଣା ଭୋଗୁଛନ୍ତି । ଓଡ଼ିଶା ଇତିହାସର ବିଗତ ଦୁଇ ଦଶନ୍ଧି ମଧ୍ୟରେ ଏଭଳି ବେଦନାଦାୟକ ପରିସ୍ଥିତି କେବେ ସୃଷ୍ଟି ହୋଇ ନ ଥିଲା। ଏହାକୁ କେବଳ ଏକ ବ୍ୟବସ୍ଥାଗତ ବା ଯାନ୍ତ୍ରିକ ତ୍ରୁଟି ଜନିତ ସମସ୍ୟା କହି ସରକାର କେତେଦିନ ଆଉ ନିରବରେ ବସିବେ। ଜୀବନରକ୍ଷାକାରୀ ଔଷଧ କିଣିବା ପାଇଁ ମଧ୍ୟ ସେମାନଙ୍କ ପାଖରେ ଟଙ୍କା ନାହିଁ ।

ମୋ ନିର୍ବାଚନ ମଣ୍ଡଳୀର ଅନେକ ବୃଦ୍ଧାବୃଦ୍ଧ ମୋ’ ପାଖକୁ ଆସି କାନ୍ଦୁଛନ୍ତିି। ଜଣେ ବିଧାୟକ ଭାବେ ମୁଁ ସେମାନଙ୍କୁ ଭତ୍ତା କେବେ ମିଳିବ ବୋଲି କୌଣସି ସନ୍ତୋଷଜନକ ଉତ୍ତର ଦେଇପାରୁନାହିଁ। ଏହା ମୋତେ ବିଚଳିତ କରୁଛି। ଏଥିପାଇଁ ଏହି ବୃଦ୍ଧବୃଦ୍ଧା ଓ ଭିନ୍ନକ୍ଷମମାନେ ତିନି ମାସ ହେଲା ଭତ୍ତା ଯନ୍ତ୍ରଣାରେ ଜର୍ଜରିତ ହେଉଥିବାବେଳେ ପ୍ରତିମାସ ବିଧାୟକ ଭତ୍ତା ନେବାକୁ ମୋର ବିବେକ ମୋତେ ବାଧା ଦେଉଛି । ସେମାନଙ୍କର ଏଭଳି ଦୁର୍ଦ୍ଦଶା ସମୟରେ ଏହା ଗ୍ରହଣ କରିବାର କୌଣସି ନୈତିକ ଅଧିକାର ମୋର ନାହିଁ ବୋଲି ମୁଁ ଅନୁଭବ କରୁଛି ।
ତେଣୁ ମୁଁ ଆପଣ (ମୁଖ୍ୟମନ୍ତ୍ରୀ)ଙ୍କ ନିକଟରେ ଅତ୍ୟନ୍ତ ବିନମ୍ରତାର ସହିତ ନିବେଦନ କରୁଛି ଯେ, ଯେଉଁ ପର୍ଯ୍ୟନ୍ତ ରାଜ୍ୟର ଏହି ୨୨ ଲକ୍ଷ ଅସହାୟ ବୃଦ୍ଧବୃଦ୍ଧା, ଭିନ୍ନକ୍ଷମ ଓ ଅନ୍ୟାନ୍ୟ ଅସହାୟମାନଙ୍କୁ ସେମାନଙ୍କ ବକେୟା ଭତ୍ତା ପ୍ରଦାନ କରାଯାଇ ନାହିଁ, ସେପର୍ଯ୍ୟନ୍ତ ମୋର ବିଧାୟକ ଭତ୍ତା ମଧ୍ୟ ମୋ ଆକାଉଣ୍ଟକୁ ଦିଅନ୍ତୁ ନାହିଁ। କୌଣସି ରାଜନୈତିକ ଉଦ୍ଦେଶ୍ୟ ନ ରଖି ଜଣେ ସମ୍ବେଦନଶୀଳ ଜନପ୍ରତିନିଧି ଭାବେ ମୁଁ ସ୍ବେଚ୍ଛାକୃତ ଭାବେ ଏହି ନିଷ୍ପତ୍ତି ନେଉଛି। ଆଶା କରୁଛି, ଆପଣଙ୍କ ସରକାର ଏଥିପ୍ରତି ସଚେତନ ହେବେ ଏବଂ ଏହି ସମସ୍ୟାର ତୁରନ୍ତ ସମାଧାନ କରିବେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଟି-୨୦ରେ ଅଭିଷେକଙ୍କ ବଡ଼ କାରନାମା, ଭାଙ୍ଗିଲେ ୩ ବଡ଼ ରେକର୍ଡ; ଭାରତୀୟଙ୍କ ମଧ୍ୟରେ ନମ୍ବର-୧

ନୂଆଦିଲ୍ଲୀ,୧୪।୯: ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୭ ଉଇକେଟ୍‌ରେ ଜିତିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ସମ୍ମୁଖରେ ୧୫୭ ରନର ବିଜୟ ଲକ୍ଷ୍ୟ…

ମୁମ୍ବାଇର ‘ସବୁଠୁ ଧନୀ ଗଣେଶ’; ୬୬ କେଜି ସୁନାରେ ସଜ୍ଜିତ ଗଣପତି; ୭୦୩ କୋଟିରୁ ଅଧିକ ଟଙ୍କାର ବୀମା

ମୁମ୍ବାଇ,୧୪।୯: ମୁମ୍ବାଇର ଗଣେଶୋତ୍ସବ କଥା ଉଠିଲେ ଲାଲବାଗଚା ରାଜାଙ୍କ ନାଁ ନିଶ୍ଚିତ ଭାବେ ଆସେ। ତେବେ ମାୟାନଗରୀରେ ଆଉ ଜଣେ ଗଣପତି ଅଛନ୍ତି, ଯାହାଙ୍କ ଦରବାରରେ ଭକ୍ତି…

ସୃଷ୍ଟି ହେଲା ୪ ବଡ଼ ରାଜଯୋଗ: କନ୍ୟା ସମେତ ଏହି ସବୁ ରାଶିଙ୍କର ସୁବର୍ଣ୍ଣ ସମୟ ଆରମ୍ଭ, ଧନବର୍ଷା ସହ ଚାକିରିରେ ପଦୋନ୍ନତି

ଭୁବନେଶ୍ୱର: ଆଜି ୧୪ ସେପ୍ଟେମ୍ବର ୨୦୨୬, ସୋମବାର। ଭାଦ୍ରବ ମାସ ଶୁକ୍ଳପକ୍ଷ ତୃତୀୟା ତିଥି ସହ ଚତୁର୍ଥୀ ତିଥି ମଧ୍ୟ ରହିଛି। ଏହି କାରଣରୁ ଆଜି ଗଣେଶ…

ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା: ୧୭ ଯାଏ ଲାଗିରହିବ…

ଭୁବନେଶ୍ୱର,୧୪ା୯ (ସୌମ୍ୟରଞ୍ଜନ ରାଉତ):ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓଡ଼ିଶା ଅତିକ୍ରମ କରି ରବିବାର ସନ୍ଧ୍ୟାସୁଦ୍ଧା ଦକ୍ଷିଣ ଛତିଶଗଡ଼ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିବା ସହ ପଶ୍ଚିମ-ଉତ୍ତର…

AIକୁ ନେଇ ବିଶ୍ୱକୁ ସତର୍କବାଣୀ ଶୁଣାଇଲେ ସତ୍ୟ ନାଡେଲା; ଜାଣନ୍ତୁ…

ଓ୍ବାଶିଂଟନ,୧୪।୯: ବିଶ୍ୱସ୍ତରୀୟ ଆଇଟି ମହାକୁମ୍ଭ ମାଇକ୍ରୋସଫ୍ଟର ଅଧ୍ୟକ୍ଷ ଏବଂ ସିଇଓ ସତ୍ୟ ନାଡେଲା AI ସହିତ ଜଡିତ ବଢୁଥିବା ବିପଦ ମଧ୍ୟରେ ଚିନ୍ତା ପ୍ରକାଶ କରିଛନ୍ତି। ସେ…

ଗୁରୁ-ଚନ୍ଦ୍ରଙ୍କ ନବପଞ୍ଚମ ଯୋଗ: ଆଜିଠୁ ୪ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ଆର୍ଥିକ ଲାଭ ସହ ହେବ ମାଲାମାଲ

ଭୁବନେଶ୍ୱର: ବୈଦିକ ଜ୍ୟୋତିଷ ଅନୁସାରେ ଗ୍ରହ ଓ ନକ୍ଷତ୍ରଙ୍କ ଚଳନର ପ୍ରଭାବ ମଣିଷର ଜୀବନ ଉପରେ ପଡ଼ିଥାଏ। ଚନ୍ଦ୍ରଙ୍କ ଗୋଚର ପରେ ବିଛା ରାଶିରେ ଥିବା ଚନ୍ଦ୍ର…

ଗଣେଶ ଚତୁର୍ଥୀର ଶୁଭ ସଂଯୋଗ, ଗ୍ରହ ଚଳନରେ ଏହି ରାଶିଙ୍କ ଖୋଲିବ ଭାଗ୍ୟ!

ଆଜି ପବିତ୍ର ଗଣେଶ ଚତୁର୍ଥୀ । ଦିନସାରା ଚନ୍ଦ୍ର ତୁଳା ରାଶିରେ ଅବସ୍ଥାନ କରିବେ; ଯଦିଓ ନକ୍ଷତ୍ର ଚିତ୍ରାରୁ ସ୍ୱାତୀକୁ ପରିବର୍ତ୍ତନ ହେବ, ତଥାପି ରାଶିର କୌଣସି…

ଟିମ ଇଣ୍ଡିଆ କାହିଁକି ଗ୍ରହଣ କଲା ନାହିଁ ଟ୍ରଫି? ଜବାବ ରଖିଲା BCCI

ନୂଆଦିଲ୍ଲୀ,୧୪।୯: ମୋହସିନ ନକଭିଙ୍କ ଠାରୁ ଟ୍ରଫି ଗ୍ରହଣ ନ କରିବାକୁ ନେଇ ଟିମ ଇଣ୍ଡିଆ ନେଇଥିବା ନିଷ୍ପତ୍ତି ଉପରେ BCCI ପ୍ରତିକ୍ରିୟା ରଖିଛି। BCCI ସମ୍ପାଦକ ଦେବଜିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?