Posted inଫୁରସତ

ଏମିତି ସ୍ଥାନ, ଯେଉଁଠି ୭୦ ବର୍ଷ ମଧ୍ୟରେ ଜଣଙ୍କର ବି ହୋଇନାହିଁ ମୃତ୍ୟୁ

ଦୁନିଆରେ ବହୁ ଅନନ୍ୟ ସ୍ଥାନ ଅଛି, ଯାହା ବିଷୟରେ ବହୁ କମ୍‌ ଲୋକ ଜାଣିଥାନ୍ତି। ବିଶ୍ୱରେ ସେମିତି ଏକ ଆଶ୍ଚର୍ଯ୍ୟଜନକ ସ୍ଥାନ ଅଛି, ଯେଉଁଠି ୭୦ ବର୍ଷ ମଧ୍ୟରେ କାହାର ମୃତ୍ୟୁ ଘଟିନାହିଁ।

ଏହା ଶୁଣିବାକୁ ଅଜବ ଲାଗୁ ଥାଇପାରେ, ମାତ୍ର ଏହା ସମ୍ପୂର୍ଣ୍ଣ ସତ୍ୟ। ୭୦ ବର୍ଷ ମଧ୍ୟରେ ଏହି ସ୍ଥାନରେ କେହି ମରି ନାହାନ୍ତି। ଜାଣନ୍ତୁ ଏପରି ଅନନ୍ୟ ସ୍ଥାନ ସମ୍ପର୍କରେ…

ଏହି ସ୍ଥାନଟି ନରଓ୍ବେରେ ରହିଛି। ଏଠାରେ ଅନେକ ସୁନ୍ଦର ସ୍ଥାନ ଅଛି, ଯେଉଁଥିପାଇଁ ଏହା ଦୁନିଆର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥାନଗୁଡ଼ିକ ମଧ୍ୟରୁ ଅନ୍ୟତମ। ଏହି ସ୍ଥାନର ନାମ ହେଉଛି ‘ଲଙ୍ଗ୍‌ ଇୟରବେନ୍‌’। ଏହି ସ୍ଥାନରେ କେହି ମରି ପାରିବେ ନାହିଁ। ଏହା ଜାଣି ଆପଣଙ୍କ ମନରେ ପ୍ରଶ୍ନ ଉଠିବ ଯେ କାହିଁକି?

ନରଓ୍ବେ ‘ମିଡ୍‌ ନାଇଟ୍‌ ସନ୍‌’ ନାମରେ ମଧ୍ୟ ଜଣାଶୁଣା। ମେ’ରୁ ଜୁଲାଇ ଶେଷ ପର୍ଯ୍ୟନ୍ତ ଏହି ଦେଶରେ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ। ଏଠାରେ ୭୬ ଦିନ ପାଇଁ ନିରନ୍ତର ଦିନ ଅଛି ଏବଂ ରାତି ନାହିଁ। ଏପରିକି ଏପ୍ରିଲ ୧୦ରୁ ଅଗଷ୍ଟ ୨୩ ପର୍ଯ୍ୟନ୍ତ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ। ଏଠାକାର ପ୍ରଶାସନ ଏକ ଆଇନ ପ୍ରଣୟନ କରିଛନ୍ତି, ଯେଉଁ କାରଣରୁ ଲୋକମାନେ ଏଠାରେ ମରିପାରିବେ ନାହିଁ। ଏଠାରେ ମଣିଷର ମୃତ୍ୟୁ ଉପରେ ପ୍ରତିବନ୍ଧକ ଲଗାଯାଇଛି।

ନରଓ୍ବେର ନର୍ଥପୋଲ୍‌ରେ ଅବସ୍ଥିତ ଲଙ୍ଗ୍‌ ଇୟରବେନ୍‌ରେ ବର୍ଷସାରା ପ୍ରବଳ ଥଣ୍ଡା ଅନୁଭୂତ ହୁଏ। ଯେଉଁ କାରଣରୁ ମୃତଦେହ ଏଠାରେ ନଷ୍ଟ ହୁଏ ନାହିଁ॥ ଏହି ସହରର ଜନସଂଖ୍ୟା ପ୍ରାୟ ୨୦୦୦। ଯଦି କେହି ବ୍ୟକ୍ତି ଏଠାରେ ଅସୁସ୍ଥ ହୁଅନ୍ତି, ତେବେ ତାଙ୍କୁ ବିମାନରେ ଅନ୍ୟ ସ୍ଥାନକୁ ନିଆଯାଏ। ତା’ପରେ ଉକ୍ତ ସ୍ଥାନରେ ମତ୍ୟୁ ପରେ ସେହି ବ୍ୟକ୍ତିଙ୍କର ଶେଷ ରୀତିନୀତି ସମ୍ପନ୍ନ ହୁଏ। ଏହି କାରଣରୁ ଏଠାରେ କାହାର ମୃତ୍ୟୁ ହୁଏ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri