ସଂରକ୍ଷଣ ତାଲିକାକୁ ନେଇ ତେଜୁଛି ଅସନ୍ତୋଷ

ଭୁବନେଶ୍ୱର,୨୦।୧୨ (ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ପରେ ରାଜ୍ୟରେ ପୌର ନିର୍ବାଚନ ହେବ। ସମୟ ପାଖେଇ ଆସୁଥିବାବେଳେ ଏବେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ରାଜନୀତି ସରଗରମ ହେବାରେ ଲାଗିଛି। ଇତିମଧ୍ୟରେ ଗତ ୧୦ ତାରିଖରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ଓ୍ବାର୍ଡ ପୁନର୍ଗଠନ ଓ ସଂରକ୍ଷଣ ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟ ତାଲିକା ପ୍ରକାଶ ପାଇଛି। ତେବେ ଏହି ତାଲିକାକୁ ନେଇ ଚାରିଆଡେ ଚର୍ଚ୍ଚା ଲାଗି ରହିଛି। ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତି ଚଳାଇଥିବା ଆଶାୟୀ ପ୍ରାର୍ଥୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ନିର୍ଦ୍ଧାରିତ ସମୟର ଶେଷ ଦିବସରେ ରବିବାର ବିଭାଗ ନିକଟରେ ଏକାଧିକ ଅଭିଯୋଗପତ୍ର ଦାଖଲ ହୋଇଥିବା ସୂଚନା ମିଳିଛି। ପ୍ରକାଶ ପାଇଥିବା ତାଲିକାକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ବଦଳା ନ ଗଲେ ନ୍ୟାୟାଳୟର ଆଶ୍ରୟ ନେବାକୁ ମଧ୍ୟ ସେମାନେ ଚେତାବନୀ ଦେଇଛନ୍ତି।
ବିଭାଗ ପକ୍ଷରୁ ପ୍ରକାଶିତ ତାଲିକା ଅନେକଙ୍କ ରାଜନୈତିକ ଜୀବନରେ ପୂର୍ଣ୍ଣଚ୍ଛେଦ ପକାଉଥିବା ପୂର୍ବତନ କର୍ପୋରେଟରମାନେ ଆଶଙ୍କା କରିଛନ୍ତି। ଉକ୍ତ ତାଲିକା ଅନୁଯାୟୀ ସଂରକ୍ଷଣ ହେଲେ ସମ୍ପୃକ୍ତ ଓ୍ବାର୍ଡରେ ନିଜେ କିମ୍ବା ସମ୍ପର୍କୀୟ ନିର୍ବାଚନ ଲଢି ପାରିବେ ନାହିଁ। ତେଣୁ ସେମାନେ ବିବ୍ରତ ହୋଇପଡିଛନ୍ତି। ଏପରିକି ମହାନଗର ନିଗମରେ ଭଲ କାମ କରିଥିବା କେତେଜଣ ପୂର୍ବତନ କର୍ପୋରେଟରଙ୍କଠାରୁ କ୍ଷମତା ଛଡାଇ ନେବା ପାଇଁ ଏଭଳି ଚକ୍ରାନ୍ତ କରାଯାଇଥିବା ଅଭିଯୋଗ ହୋଇଛି। ୬୭ନଂ. ଓ୍ବାର୍ଡ ଏଥର ପଛୁଆବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଏ ସଂକ୍ରାନ୍ତରେ ପୂର୍ବତନ କର୍ପୋରେଟର ଦେବୀ ପ୍ରସାଦ ନନ୍ଦ ତୀବ୍ର ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି, ସ୍ବାଧୀନ ଭାବେ ଠିଆ ହୋଇ ନିର୍ବାଚନ ଜିତିଥିଲି। ପରେ ସରକାରୀ ଦଳରେ ସାମିଲ ହୋଇ ବହୁ କାମ କରିଛି। ଅନ୍ୟ କୌଣସି ଓ୍ବାର୍ଡରୁ ନିର୍ବାଚନ ଲଢିବି ନାହିଁ। ମୋ ଭଳି ଅନେକ ଏଭଳି ଅଭିଯୋଗ ପିଟିଶନ ଦାଖଲ କରିଛନ୍ତି। ଚୂଡ଼ାନ୍ତ ତାଲିକା ଆସିବା ପରେ ଆମେ କୌଣସି ନିଷ୍ପତ୍ତି ନେବୁ। ଆବଶ୍ୟକ ପଡିଲେ କୋର୍ଟଙ୍କ ଦ୍ୱାରସ୍ଥ ହେବୁ। ଅପରପକ୍ଷେ ଆଉ କେତେଜଣ କର୍ପୋରେଟର ନିଜର ପୂର୍ବ ଓ୍ବାର୍ଡକୁ ଫେରିବାକୁ ମସୁଧା କରୁଛନ୍ତି। ଚଳିତଥର ୨୧ ନମ୍ବର ଓ୍ବାର୍ଡ ଏସ୍‌ସି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ତେଣୁ ପୂର୍ବତନ କର୍ପୋରେଟର ପ୍ରେମାନନ୍ଦ ଜେନା ଏଥର ନିଜର ପୁରୁଣା ଓ୍ବାର୍ଡ ୧୬ରୁ ନିର୍ବାଚନ ଲଢିବେ ବୋଲି ସଂକେତ ଦେଇଛନ୍ତି। ୨୨ ନମ୍ବର ଓ୍ବାର୍ଡର ପୂର୍ବତନ କର୍ପୋରେଟର ହରେକୃଷ୍ଣ ନାଏକଙ୍କ କହିବା ଅନୁଯାୟୀ, ଗତଥର ଏଠାରେ ପଛୁଆବର୍ଗଙ୍କ ପାଇଁ ସଂରକ୍ଷିତ ରହିଥିବାବେଳେ ଏବେ ଏଠାରେ ଏସ୍‌ଟି ମହିଳାଙ୍କ ପାଇଁ ସଂରକ୍ଷଣ କରାଯାଇଛି। ଓ୍ବାର୍ଡରେ ଜନସଂଖ୍ୟାକୁ ଦେଖି ସଂରକ୍ଷଣ ତାଲିକା ପ୍ରକାଶ କରିବା କଥା, ଯାହାକି ହୋଇନାହିଁ। କେବଳ ସେତିକି ନୁହେଁ, ସଂରକ୍ଷଣ ତାଲିକା ସହିତ ସୀମା ନିର୍ଦ୍ଧାରଣକୁ ନେଇ ମଧ୍ୟ ବିବାଦ ଦେଖାଦେଇଛି। ମଳିପଡ଼ା ଓ ଗୋଠପାଟଣା ଗ୍ରାମ ପଞ୍ଚାୟତରେ ଥିଲେ ବି ତାହାକୁ ୨୨ନମ୍ବର ଓ୍ବାର୍ଡ ସହ ମିଶାଯାଇଥିବା ନେଇ ରାଜ୍ୟ ସରକାରଙ୍କ ମାନଚିତ୍ରରେ ଦର୍ଶାଯାଇଛି। ଶାମପୁର ମୌଜା ନଗର ଉନ୍ନୟନ ବିଭାଗ ବିଜ୍ଞପ୍ତି ଅନୁଯାୟୀ ୨୩ ନମ୍ବର ଓ୍ବାର୍ଡ ଅଧୀନରେ ଆସୁଥିବାବେଳେ ମାନଚିତ୍ରରେ ୨୨ ନମ୍ବର ଓ୍ବାର୍ଡରେ ଥିବା ଦର୍ଶାଯାଇଛି। ତେଣୁ ଏହାକୁ ବିରୋଧ କରି ହରେକୃଷ୍ଣ ପୌର ପ୍ରଶାସନ ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି। ଗତ ୩ବର୍ଷ ହେବ ପୌର ନିର୍ବାଚନ ହୋଇ ପାରୁ ନ ଥିବାରୁ ପ୍ରଶାସକଙ୍କ ଦ୍ୱାରା ବିଏମ୍‌ସି ପରିଚାଳିତ ହେଉଛି। ତେଣୁ ଏଥରର ନିର୍ବାଚନ ଉପରେ ସମସ୍ତଙ୍କର ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ ବେଳେ ମୁହାଁମୁହିଁ ହେଲେ ଭାଜପା-ବିଜେଡି, ଶୁଭିଲା ଜୟ ଶ୍ରୀରାମ, ଜୟଜଗନ୍ନାଥ

ଭୁବନେଶ୍ୱର,୨୯।୪: ନାମାଙ୍କନପତ୍ର ଦାଖଲ ବେଳେ ମୁହାଁମୁହିଁ ହେଲେ ଭାଜପା ଓ ବିଜେଡି କର୍ମୀ। ଭାଜପା ଲୋକ ସଭା ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଜେଡିର ସତ୍ୟବାଦୀ...

ମେ’ ୩ରେ ରାୟଗଡ଼ା ଆସିବେ ରାହୁଲ

ଭୁବନେଶ୍ୱର,୨୯।୪: ମେ’ ୩ ତାରିଖରେ ରାୟଗଡ଼ା ଆସିବେ ରାହୁଲ ଗାନ୍ଧୀ। ଏ ନେଇ ସୂଚନା ଦେଇଛନ୍ତି ଭକ୍ତ ଦାସ। ପ୍ରିୟଙ୍କା ଗାନ୍ଧୀଙ୍କ ମଧ୍ୟ ନବରଙ୍ଗପୁର ଗସ୍ତ...

ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା କନିଷ୍ଠ ଶିକ୍ଷକଙ୍କ ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର

ପଟ୍ଟାଙ୍ଗି,୨୯।୪(ଶରତ ଧଳ): ଜଣେ କନିଷ୍ଠ ଶିକ୍ଷକ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ରହି ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ପଟ୍ଟାଙ୍ଗି ଥାନାରେ ଏକ ଅଭିଯୋଗ...

ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର,୨୯।୪: ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ଢେଙ୍କନାଳ ଜିଲାର ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।...

ରାହୁଲଙ୍କ ଭାଷଣକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର, ୨୯।୪(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ପାଇଁ ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଅନୁଷ୍ଠିତ ହେବ। ଏଥିଲାଗି ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନଙ୍କ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

କଂଗ୍ରେସ ଛାଡ଼ିଲେ ଦୁଲାଲ

ଭୁବନେଶ୍ୱର,୨୯ା୪: କଂଗ୍ରେସରୁ ସୋମବାର ଇସ୍ତଫା ଦେଇଛନ୍ତି ଦୁଲାଲ ପ୍ରଧାନ। ରବିବାର ଦୁଲାଲଙ୍କଠାରୁ ତାଙ୍କ ଟିକେଟ୍‌ ଫେରାଇ ନେବା ପରେ ସେ ଦଳ ଛାଡ଼ିଛନ୍ତି। ଦୁଲାଲ ତାଙ୍କର...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri